ଜାଲ୍‌ ସାର୍ଟିଫିକେଟ୍‌ରେ ଶିକ୍ଷକତା: ଧରାପଡ଼ିଲେ ଆଉ ୯ ନକଲି ଶିକ୍ଷକ

ବ୍ରହ୍ମପୁର ଅଫିସ୍‌,୩୦ା୧୧-ନିଯୁକ୍ତି ବେଳେ ନକଲି ଶିକ୍ଷାଗତ ସାର୍ଟିଫିକେଟ ଦେଇଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ତାଲିକା ଗଞ୍ଜାମ ଜିଲାରେ ବଢ଼ିବାରେ ଲାଗିଛି। ଶିକ୍ଷା ବିଭାଗ ପକ୍ଷରୁ ଯାଞ୍ଚ ବେଳେ ଜଣକ ପରେ ଜଣେ ଧରାପଡ଼ୁଛନ୍ତି। ନକଲି ସାର୍ଟିଫିକେଟ ଦେଇ ପୂର୍ବରୁ ୭ ଶିକ୍ଷୟିତ୍ରୀ ଶିକ୍ଷକ ଧରାପଡ଼ିଥିଲେ। ଶୁକ୍ରବାର ଆଉ ୯ଜଣ ଧରାପଡ଼ିଛନ୍ତି । ଏମାନଙ୍କ ବିରୋଧରେ ଥାନାରେ ଏତଲା ଦେବାକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ଜିଲାରେ ଧରାପଡ଼ିଥିବା ଏଭଳି ନକଲି ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସଂଖ୍ୟା ଏବେ ୧୬ରେ ପହଞ୍ଚିଛି।
ଶିକ୍ଷା ଅଧିକାରୀ ଡ. ସନାତନ ପଣ୍ଡାଙ୍କ ସୂଚନା ଅନୁଯାୟୀ, ଜିଲାର ବିଭିନ୍ନ ବ୍ଲକର ଶିକ୍ଷା ଅଧିକାରୀମାନେ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ତାଲିକା ପ୍ରଦାନ କରିଥିଲେ। ଯେଉଁମାନଙ୍କ ସାର୍ଟିଫିକେଟ୍‌କୁ ନେଇ ସନ୍ଦେହ ସୃଷ୍ଟି ହେଉଛି, ସେମାନଙ୍କ ଯାଞ୍ଚ ହେଉଛି। ଆସିକା, କବିସୂର୍ଯ୍ୟନଗର ଏବଂ ଖଲ୍ଲିକୋଟ ବ୍ଲକର କେତେଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ବି.ଏଡ୍‌ ସାର୍ଟିଫିକେଟ ଯାଞ୍ଚ ପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ପଠାଯାଇଥିଲା। ସେଥିମଧ୍ୟରୁ କେତେକ ସାର୍ଟିଫିକେଟ୍‌ ନକଲି ବୋଲି ଜଣାପଡ଼ିଥିଲା। ଏଭଳି ୯ ସାର୍ଟିଫିକେଟ୍‌ ସମ୍ପର୍କରେ ବିଶ୍ୱବିଦ୍ୟାଳୟ କୁଳସଚିବଙ୍କ ପକ୍ଷରୁ ଜିଲା ଶିକ୍ଷା ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା । ତଦନୁଯାୟୀ, ମୋଟ ୯ ସହକାରୀ ଶିକ୍ଷୟିତ୍ରୀ ଶିକ୍ଷକ ଧରାପଡ଼ିଛନ୍ତି । ସେମାନେ ହେଲେ କବିସୂର୍ଯ୍ୟନଗର ବ୍ଲକ ରାମପୁଡ଼ି ନୋଡାଲ୍‌ ଉପ୍ରା ବିଦ୍ୟାଳୟର ମଦନ ମୋହନ ସ୍ବାଇଁ, ପିଠାପୁର ପ୍ରକଳ୍ପ ଉପ୍ରା ବିଦ୍ୟାଳୟର କୁନି କୁମାରୀ ବେହେରା, ଦେବରାଜ ମହାନ୍ତି, କନିଆରୀ ନୋଡାଲ୍‌ ଉଚ୍ଚ ବିଦ୍ୟାଳୟର ପ୍ରକାଶ ଚନ୍ଦ୍ର ପଲେଇ, ନନ୍ଦିଆଗଡ଼ ପ୍ରକଳ୍ପ ଉପ୍ରା ବିଦ୍ୟାଳୟର ପଞ୍ଚାନନ ନାହାକ, ଖଲ୍ଲିକୋଟ ବ୍ଲକ ପୁସ୍ତପୁର ପ୍ରକଳ୍ପ ଉପ୍ରା ବିଦ୍ୟାଳୟର ସୁନୀଲ କୁମାର ପାଳ, ଆସିକା ବ୍ଲକ ହରିଡ଼ାପଦର ନୋଡାଲ୍‌ ଉପ୍ରା ବିଦ୍ୟାଳୟର ବାଳକୃଷ୍ଣ ପଣ୍ଡା, କେନ୍ଦୁପଦର ପ୍ରକଳ୍ପ ଉପ୍ରା ବିଦ୍ୟାଳୟର ଅଶୋକ ସାହୁ ଏବଂ ସାହାପୁର ନୋଡାଲ୍‌ ଉପ୍ରା ବିଦ୍ୟାଳୟର ଶିବରାମ ପଣ୍ଡା । ଏହି ଶିକ୍ଷୟିତ୍ରୀ ଶିକ୍ଷକଙ୍କ ବିରୋଧରେ ଥାନାରେ ଏତଲା ଦେବା ପାଇଁ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ଜିଲାପାଳ କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଓଡ଼ିଶା ସିଭିଲ୍‌ ସର୍ଭିସ୍‌(କ୍ଲାସିଫିକେଶନ୍‌, କଣ୍ଟ୍ରୋଲ୍‌ ଆଣ୍ଡ ଅପିଲ୍‌) ଆଇନ-୧୯୬୨ର ନିୟମ ୧୫ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳସଚିବଙ୍କ ତରଫରୁ ମିଥ୍ୟା ସାର୍ଟିଫିକେଟ୍‌ ସମ୍ପର୍କରେ ଯେଉଁ ରିପୋର୍ଟ ଦିଆଯାଇଛି, ତାହାକୁ ତର୍ଜମା କରିବାକୁ ଆସିକା, କବିସୂର୍ଯ୍ୟନଗର ଏବଂ ଖଲ୍ଲିକୋଟ ବ୍ଲକର ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଥାନାରେ ଏତଲା ଦେବା ପରେ ତାହାର ନକଲ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲା ଶିକ୍ଷା ଅଧିକାରୀ ପଣ୍ଡା ସୂଚନା ଦେଇଛନ୍ତି । ଯେ, ପୂର୍ବରୁ କେବଳ ଧରାକୋଟ ବ୍ଲକର ୭ ନକଲି ଶିକ୍ଷୟିତ୍ରୀ ଶିକ୍ଷକ ଧରାପଡ଼ିଥିଲେ । ସେମାନଙ୍କ ବିରୋଧରେ ସମ୍ପୃକ୍ତ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ଏ ଯାଏ କେହି ଗିରଫ ହୋଇନାହାନ୍ତି । ବର୍ତ୍ତମାନ ଆଉ ୯ଜଣଙ୍କ ବିରୋଧରେ ଏତଲା ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ସାର୍ଟିଫିକେଟ୍‌ ଯାଞ୍ଚ ଯୋଗୁ ଭୟରେ କେତେଜଣ ଚାକିରି ଛାଡ଼ୁଛନ୍ତି । ଚାକିରି ଛାଡ଼ିଲେ ମଧ୍ୟ ସେମାନଙ୍କୁ ଛଡ଼ାଯିବନି, ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ପୂର୍ବରୁ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିଲେ ପ୍ରେମିକ: ସୁରଟରୁ ହେଲେ ଉଦ୍ଧାର

ବ୍ରହ୍ମପୁର,୧୪ା୪(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ପୋଲିସ ରବିବାର ଜଣେ ଅପହୃତା ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ କାବୁ କରିଛି। ପୀଡିିତାଙ୍କ ବୟାନ...

ମେରୁଯାତ୍ରା ଦେଖିବାକୁ ଆସି ଝାମ୍ପି ନେଇଥିଲେ ସୁନା ହାର

ବ୍ରହ୍ମପୁର,୧୫ା୪(ସୁବାସ ଚନ୍ଦ୍ର ପାଢ଼ୀ): ବିଜିପୁରରେ ଗତ ରବିବାର ମେରୁଯାତ୍ରା ଦେଖିବାକୁ ଆସିଥିବା କେ. ଜୟନ୍ତୀଙ୍କ ବେକରୁ ସୁନା ହାର ଝାମ୍ପି ନେଇଥିବା ଜଣେ ମହିଳାଙ୍କୁ ସ୍ଥାନୀୟ...

ନୂଆବର୍ଷ ଭେଟି ଦେଲା କଂଗ୍ରେସ

ପୁରୁଷୋତ୍ତମପୁର,୧୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁରବାସୀଙ୍କୁ ଓଡ଼ିଆ ନବବର୍ଷରେ କଂଗ୍ରେସ ଭେଟି ଦେଇଛି ବିଧାୟକ ପ୍ରାର୍ଥୀ। ଚିତ୍ରସେନ ବେହେରାଙ୍କ ନାମ ଘୋଷଣା...

ମନ୍ତ୍ରୀ ପାଲିଲେ ଓଡ଼ିଆ ନବ ବର୍ଷ

ଭଞ୍ଜନଗର,୧୪ା୪(ବାବୁଲା ପ୍ରଧାନ): ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ରବିବାର ଭଞ୍ଜନଗର ନିକଟସ୍ଥ ଅଗଝୋଳ ସ୍ଥିତ ବାସଭବନରେ ଓଡ଼ିଆ ନବ ବର୍ଷ ପାଳନ କରିଛନ୍ତି। ଏହି ଅବସରରେ...

କେଦାରେଶ୍ୱର ମନ୍ଦିରରୁ ଚୋରି

ପୁରୁଷୋତ୍ତମପୁର,୧୪ା୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଚୋରମାନେ ମହାଦେବଙ୍କୁ ମଧ୍ୟ ଛାଡ଼ି ନାହାନ୍ତି। କୁସୁପୁର ଗ୍ରାମରେ ଥିବା କେଦାରେଶ୍ବର ମହାଦେବ ମନ୍ଦିରରେ ଶନିବାର ବିଳମ୍ବିତ...

ମା’ ଦଣ୍ଡକାଳୀଙ୍କ ଯାତ୍ରାରେ ଅଧିଆ ପଡ଼ିଲେ ଶତାଧିକ ମହିଳା, ପାଣି ନ ଥିବାରୁ ହଟହଟା

ପୁରୁଷୋତ୍ତମପୁର,୧୪ା୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ରବିବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି। ଏନେଇ ପୁରୁଷୋତ୍ତମପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri