ଜାପାନରେ ବନ୍ଦହେଲା ଏକ ସିନେମା ହଲ୍‌, ଶେଷଥର ଲାଗି ଏଠାରେ ପ୍ରଦର୍ଶିତ ହୋଇଥିଲା ଅମୀରଙ୍କ ଏହି ସୁପରହିଟ୍‌ ଫିଲ୍ମ

ମୁମ୍ବାଇ: ଜାପାନର ଓସାକା ସହରରେ ଥିବା ଏକ ସିନେମା ହଲ୍‌ ବନ୍ଦ ହୋଇଯାଇଛି। ୨୯ ଫେବୃୟାରୀରେ ଏନେଇ ଏକ ଟୁଇଟ୍‌ କରାଯାଇଥିଲା। ଏଥିରେ ଲେଖାଥିଲା ‘ଫ୍ୟୁଜ୍‌ ଲାଇନ୍‌ ସିନେମା। ଶେଷଥର ପାଇଁ ଆଜି ୩.୩୦ରେ ହେବ। ଏହା ଖୁବ୍‌ ଭଲ ହେବ। ଏଥିରେ ୧୩୧ ଦର୍ଶକ ରହିବେ। ଏହା ହାଉସ୍‌ଫୁଲ୍‌, ଧନ୍ୟବାଦ। ଖାସ୍‌ କଥା ହେଲା ଏଠାରେ ଶେଷଥର ପାଇଁ ବଲିଉଡ୍‌ ଫିଲ୍ମ‘ଥ୍ରୀ ଇଡିଅଟ୍‌ସ’ ପ୍ରଦର୍ଶିତ ହୋଇଥିଲା। ୧୦ ବର୍ଷ ପରେ ମଧ୍ୟ ଅମୀରଙ୍କ ଏହି ଫିଲ୍ମ ଦେଖିବାକୁ ହାଉସ୍‌ଫୁଲ ଥିଲା।


ଭାରତରେ ୨୫ ଡିସେମ୍ବର ୨୦୦୯ରେ ଏହା ରିଲିଜ୍‌ ହୋଇଥିଲା। ଏଥିରେ ମୁଖ୍ୟ ଭୂମିକାରେ ଅମୀର ଖାଁ ଥିବାବେଳେ ଆର୍‌ ମାଧଓ୍ବନ୍‌, ଶରମନ ଯୋଶୀ, କରୀନା କପୁର, ଓମୀ ବୈଧ ଏବଂ ବୋମନ ଇରାନୀ ପ୍ରମୁଖ ନଜର ଆସିଥିଲେ। ୨୦୧୩ରେ ଏହି ଫିଲ୍ମର ଡବିଂ ହୋଇ ଜାପାନରେ ରିଲିଜ ହୋଇଥିଲା। ଏହାବ୍ୟତୀତ ତାଇଓ୍ବାନ୍‌, ହଂକଂ, ଦକ୍ଷିଣକୋରିଆ ଏବଂ ଚାଇନାରେ ମଧ୍ୟ ‘ଥ୍ରୀ ଇଡିଅଟ୍‌ସ’ ରିଲିଜ ହୋଇଥିଲା। ଭାରତ ପରି ଏହିସବୁ ଦେଶରେ ବି ଫିଲ୍ମଟିକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ।
ଫୁଲ୍‌ କମେଡିରେ ଭରପୂର ଏହି ଫିଲ୍ମ। କାହାଣୀ ଚେତନ ଭଗତଙ୍କ ଉପନ୍ୟାସ ‘ଫାଇଭ୍‌ ପଏଣ୍ଟ ସମ୍‌ଓ୍ବାନ୍‌’ ଉପରେ ଆଧାରିତ। ଯାହା ଇଞ୍ଜିନିୟରିଂ କଲେଜରେ ପଢ଼ୁଥିବା ୩ ବନ୍ଧୁଙ୍କ ଉପରେ କରାଯାଇଥିଲା। ଫିଲ୍ମଟି ଭାରତର ଶିକ୍ଷା ପ୍ରଣାଳୀକୁ ଜାଗ୍ରତ କରିଥିଲା। ଏହା ରିଲିଜ୍‌ ହେବା ପରେ ଭଲ ବ୍ୟବସାୟ କରିବା ସହ ବ୍ଲାକ୍‌ବଷ୍ଟର ସାବ୍ୟସ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri