Posted inଖେଳ

ଜାତୀୟ ସିନିୟର ଭଲିବଲ ଉଦ୍‌ଘାଟିତ: ତ୍ରିପୁରାକୁ ହରାଇ ଓଡ଼ିଶାର ଅଭିଯାନ

ଭୁବନେଶ୍ୱର, ୨୬।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ଭଲିବଲ ଆସୋସିଏଶନ ଆନୁକୂଲ୍ୟରେ କିଟ୍‌ ଇନ୍‌ଡୋର ହଲ୍‌ରେ ବୁଧବାର ଜାତୀୟ ସିନିୟର ଭଲିବଲ (ମହିଳା ଓ ପୁରୁଷ) ଚାମ୍ପିୟନଶିପ୍‌ର ୬୮ତମ ସଂସ୍କରଣ ଉଦ୍‌ଘାଟିତ ହୋଇଛି। ଜାନୁୟାରୀ ୨ ପର୍ଯ୍ୟନ୍ତ ଚାଲିବାକୁଥିବା ପ୍ରତିଯୋଗିତାରେ ୨୭ ମହିଳା ଓ ୩୧ ପୁରୁଷ ଦଳ ଅଂଶଗ୍ରହଣ କରୁଛନ୍ତି। ଅଂଶଗ୍ରହଣକାରୀ ଦଳଗୁଡ଼ିକ ହେଲା ପଶ୍ଚିମବଙ୍ଗ, ରାଜସ୍ଥାନ, କେରଳ, ମହାରାଷ୍ଟ୍ର, ଓଡ଼ିଶା, ବିହାର, ଆଣ୍ଡାମାନ ଓ ନିକୋବର, ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ଆସାମ, ଗୁଜରାଟ, ମଣିପୁର, ଦିଲ୍ଲୀ, ଛତିଶଗଡ଼, କର୍ନାଟକ, ତେଲଙ୍ଗାନା, ତାମିଲନାଡ଼ୁ, ଜମ୍ମୁ-କଶ୍ମୀର, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଚଣ୍ଡିଗଡ଼, ପଣ୍ଡିଚେରୀ, ଉତ୍ତରାଖଣ୍ଡ, ଗୋଆ, ତ୍ରିପୁରା, ମିଜୋରାମ, ସର୍ଭିସେସ୍‌ ଓ ରେଲ୍‌ଓ୍ବେ। ଆୟୋଜକ କମିଟି ସଭାପତି, ଏମ୍‌ପି ତଥା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅତ୍ୟୁତ ସାମନ୍ତ, ଆୟୋଜକ କମିଟି ଅଧ୍ୟକ୍ଷ ତଥା ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲିକ, ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆର ରିଜିଓନାଲ ଡାଇରେକ୍ଟର ଶିବ୍‌ ଶର୍ମା, ଭଲିବଲ ଫେଡେରେଶନ ଅଫ୍‌ ଇଣ୍ଡିଆର ଉପସଭାପତି ରଥିନ ରୟ ଚୌଧୁରୀ, ଉପସଭାପତି ରାମଲାଲ ବର୍ମା, ଅର୍ଜୁନ ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାରପ୍ରାପ୍ତ ଜାତୀୟ ଭଲିବଲ କୋଚ୍‌ ଜି.ଇ. ଶ୍ରୀଧରନ, ଓଡ଼ିଶା ଭଲିବଲ ଆସୋସିଏଶନ ସଭାପତି ସୁବୋଧ କୁମାର ରାଉତରାୟ, ସମ୍ପାଦକ ଡ. ଗଗନେନ୍ଦୁ ଦାଶ ଅତିଥିଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ।
ପ୍ରକାଶଯୋଗ୍ୟ ଯେ, ଓଡ଼ିଶାରେ ପ୍ରଥମଥର ପାଇଁ ଭଲିବଲ୍‌ର ଏହି ସମ୍ମାନଜନକ ଚାମ୍ପିୟନଶିପ୍‌ ଆୟୋଜିତ ହେଉଛି। ଭାରତୀୟ ଜାତୀୟ ସିନିୟର ଭଲିବଲ ଇତିହାସରେ ପ୍ରଥମଥର ପାଇଁ ଏହା ୪ କୋର୍ଟବିଶିଷ୍ଟ ଗୋଟିଏ ଇନ୍‌ଡୋର ହଲ୍‌ରେ ଅନୁଷ୍ଠିତ ହେଉଛି। କୌଣସି ସିନିୟର ନ୍ୟାଶନାଲରେ ୫୮ ଦଳ ଭାଗନେବା ମଧ୍ୟ ପ୍ରଥମ। ପ୍ରତିଯୋଗିତାର ମହିଳା ଓ ପୁରୁଷ ବିଭାଗରେ ୨୦୦ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ଖେଳାଳି ଭାଗ ନେଉଛନ୍ତି। ପ୍ରତିଯୋଗିତାରେ ଭାଗ ନେଇଥିବା ଖେଳାଳିମାନେ ପ୍ରଦର୍ଶନ ଭିତ୍ତିରେ ଭାରତୀୟ ଦଳ ପାଇଁ ଚୟନ ହେବେ। ଭାରତୀୟ ଦଳ ୨୦୨୦ ଜାନୁୟାରୀରେ ଚାଇନାର ଗୁଆଙ୍ଗ୍‌ ଝୋଉଠାରେ ହେବାକୁଥିବା ଅଲିମ୍ପିକ୍‌ କ୍ୱାଲିଫାୟରରେ ଭାଗନେବ। ଉଦ୍‌ଘାଟନୀ ଉତ୍ସବରେ କିସ୍‌ ଛାତ୍ରୀଛାତ୍ରଙ୍କ ଦ୍ୱାରା ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା।
ପ୍ରଥମ ଦିବସରେ ଅନୁଷ୍ଠିତ ପୁରୁଷ ବିଭାଗ ମ୍ୟାଚ୍‌ରେ ଓଡ଼ିଶା ୩-୦ ସେଟ୍‌ରେ ତ୍ରିପୁରାକୁ ହରାଇ ଅଭିଯାନ ଆରମ୍ଭ କରିଛି। ଛତିଶଗଡ଼ ୩-୦ରେ ଜମ୍ମୁ-କଶ୍ମୀର ଏବଂ ପଶ୍ଚିମବଙ୍ଗ ୩-୦ରେ ହିମାଚଳ ପ୍ରଦେଶକୁ ହରାଇ ଦେଇଛି। ମହିଳା ବିଭାଗରେ ଓଡ଼ିଶା ଏହାର ପ୍ରଥମ ମ୍ୟାଚ୍‌ରେ ୧-୩ରେ ଚଣ୍ଡିଗଡ଼ଠାରୁ ହାରିଯାଇଛି। ହିମାଚଳ ପ୍ରଦେଶ ୩-୦ରେ ପଣ୍ଡିଚେରୀକୁ, ମଣିପୁର ୩-୧ରେ ବିହାର, ଉତ୍ତରାଞ୍ଚଳ ୩-୦ରେ ଆସାମ, ତେଲଙ୍ଗାନା ୩-୦ରେ ଜମ୍ମୁ କଶ୍ମୀର, ରାଜସ୍ଥାନ ୩-୦ରେ ଝାଡ଼ଖଣ୍ଡ ଓ ପଞ୍ଜାବ ୩-୦ରେ ତ୍ରିପରାକୁ ପରାସ୍ତ କରିଛି।
ଓଡ଼ିଶା ମହିଳା ଦଳ: ସୁଶ୍ରୀ ସଙ୍ଗୀତା ଜେନା, ଶୁଭଲକ୍ଷ୍ମୀ ମଲିକ, କରମି ଶିରେସା, ରଶ୍ମିତା ବାରିକ, ମୁକ୍ତି ବାର୍ଲା, ଜୟଶ୍ରୀ ପଲାଇ, କରିସ୍ମା ଟେଟେ, ଶିବାନୀ ପ୍ରିୟଦର୍ଶିନୀ, ସଙ୍ଗୀତା ଦାସ, ସୁଚିତ୍ରା ମନ୍ତ୍ରୀ, ସୁନୀତା ମାର୍ଥା, ମୋନାଲିସା ପାତ୍ର। ଷ୍ଟାଣ୍ଡବାଇ: ମେଘନା ପ୍ରିୟଦର୍ଶିନୀ ବାରିକ, ସସ୍ମିତା ମହାନ୍ତି, କୌଶଲ୍ୟା ମାଝି। ମୁଖ୍ୟ କୋଚ୍‌: ଜଗନ୍ନାଥ ସିହି, ସହକାରୀ କୋଚ୍‌: ଅଭୟ କୁମାର ଦାସ, ମଧୁସ୍ମିତା ସାହୁ, ମ୍ୟାନେଜର: ସୁଷମା ନନ୍ଦ।
ଓଡ଼ିଶା ପୁରୁଷ ଦଳ: ସେକ୍‌ ସିରାଜ ଅଲୀ, ଶୁଭ୍ରାଂଶୁ ଶେଖର ଓଝା, ଏମ୍‌. ବିଘ୍ନେଶ୍ୱରନ, ଦୀପ୍ତିରାଜ ମିଶ୍ର, ଅଫ୍‌ଜାଲ ପି.ପି., ପ୍ରତ୍ୟୁଷ କୁମାର ନନ୍ଦ, ଅକ୍ଷୟ କୁମାର ମିଶ୍ର, ଆଶୁତୋଷ ତ୍ରିପାଠୀ, ପପୁନା ସ୍ବାଇଁ, ରାଜେଶ କୁମାର ସାହୁ, ଖଗେଶ୍ୱର ଜେନା, ପ୍ରଜ୍ଞାସାରଥି ଜେନା। ଷ୍ଟାଣ୍ଡବାଇ: ବିକାଶ ଗିରି, ବିନୋଦ ବେହେରା, ଜଗନ୍ନାଥ ପ୍ରସାଦ ବାଲା। ମୁଖ୍ୟ କୋଚ୍‌: ଏମ୍‌. ମସୁଦ ଜମ୍ମା, ସହକାରୀ କୋଚ୍‌: ସୁଧାଂଶୁ ଭୂଷଣ ମିଶ୍ର, ଆଶୁତୋଷ ବର୍ମା, ମ୍ୟାନେଜର: ସଞ୍ଜୟ କୁମାର ଦାସ, ଟ୍ରେନର ସିକ୍ସେର ଆଲୋକ ଦାସ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri