ଜାତୀୟସ୍ତରକୁ ମନୋନୀତ ହେଲା ମଡେଲ

ପରଜଙ୍ଗ, ୨୪।୧(ଡି.ଏନ.ଏ.)

ପୂର୍ବ ଭାରତ ବିଜ୍ଞାନ ମେଳାରେ ଚମକିଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁଲେଇସ୍ଥିତ ତାଳେଶ୍ୱର ବିଦ୍ୟାପୀଠର ଦଶମ ଶ୍ରେଣୀ ଛାତ୍ରୀ ଚୁଲ୍‌ବୁଲି ଜେନା। ତାଙ୍କ ଦ୍ୱାରା ପ୍ରଦର୍ଶିତ ବିଜ୍ଞାନ ମଡେଲ ‘ଫିଙ୍ଗର ପ୍ରିଣ୍ଟ ବେସଡ ରାଶନ ଡିଷ୍ଟ୍ରିବ୍ୟୁଶନ ସେଣ୍ଟର’ ବିଚାରକଙ୍କ ମନକୁ ଛୁଇଁଥିବାବେଳେ ନୂଆଦିଲ୍ଲୀରେ ହେବାକୁ ଥିବା ଜବାହରଲାଲ ନେହେରୁ ବିଜ୍ଞାନ, ଗଣିତ ଏବଂ ପରିବେଶ ମେଳା-୨୦୨୦କୁ ମନୋନୀତ ହୋଇଛି।
ବିଜ୍ଞାନ ଶିକ୍ଷକ ଗିରିଶ ଚନ୍ଦ୍ର ନାୟକଙ୍କ ତତ୍ତ୍ୱାବଧାନରେ ଚୁଲ୍‌ବୁଲି ଏହି ମଡେଲ ପ୍ରସ୍ତୁତ କରିଛନ୍ତି। ଏଥିପୂର୍ବରୁ ଉକ୍ତ ପ୍ରକଳ୍ପ ବିଦ୍ୟାଳୟ, ବ୍ଲକସ୍ତରରେ ଶ୍ରେଷ୍ଠ ସ୍ଥାନ ହାସଲ କରିଥିଲା। କଲିକତାରେ ଅନୁଷ୍ଠିତ ପୂର୍ବ ଭାରତ ବିଜ୍ଞାନ ମେଳାରେ ଉକ୍ତ ପ୍ରକଳ୍ପ ‘ଓଡ଼ିଶାର ବେଷ୍ଟ ମଡେଲ’ ଟ୍ରଫି ପାଇଛି। ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଚୁଲ୍‌ବୁଲିଙ୍କ ମଡେଲକୁ ଭୂୟସୀ ପ୍ରଶଂସା କରଥିଲେ। ଭାରତ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ଗରିବ ହିତାଧିକାରୀଙ୍କ ରାଶନକୁ ଏହି ମଡେଲ ସୁରକ୍ଷିତ ରଖିବ। ସେମାନେ ଠକାମିରେ ପଡ଼ିବେ ନାହିଁ। ସରକାରଙ୍କ ନୂତନ ଯୋଜନା ‘ଗୋଟିଏ ଦେଶ, ଗୋଟିଏ ରାଶନ’ ପାଇଁ ଏହା ବେଶ୍‌ ସହାୟକ ହେବ ବୋଲି ଚୁଲ୍‌ବୁଲି କହିଛନ୍ତି। ଜାତୀୟସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ଚୁଲ୍‌ବୁଲି ସୁନାମ ଆଣନ୍ତୁ ବୋଲି ପ୍ରଧାନ ଶିକ୍ଷକ ସୁମନ୍ତ ବେହେରା, ଶିକ୍ଷକ ସନ୍ତୋଷ ସ୍ବାଇଁ, ରଞ୍ଜନ ବେହେରା, ଦୁଷ୍ମନ୍ତ ନାୟକ, ସୌଭାଗ୍ୟ ସାହୁ ଆଶାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝଡବତାସରେ ଭାଙ୍ଗିଲା ଗଛ, ବିଦ୍ୟୁତ୍‌ ସେବା ବନ୍ଦ

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ଗୁରୁବାର କାଳବୈଶାଖୀ ପ୍ରଭାବରେ ଝଡ଼ବତାସ ଓ ବର୍ଷା ହୋଇଛି। ବର୍ଷା ଯୋଗୁ କ୍ଷେତ, ଖଳାରେ ରହିଥିବା ଅମଳ ଧାନ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ଆସୁଛନ୍ତି ମୋଦି

ଭୁବନେଶ୍ୱର,୨୮।୫: ଓଡ଼ିଶାରେ ଭାଜପା ସରକାରକୁ ପୂରଣ ହୋଇଛି ୨ ବର୍ଷ। ଏହି ଅବସରରେ ଏକ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ABVP ଜାତୀୟ…

ଚାକିରି ନାଁରେ ଓଡ଼ିଆ ନାବାଳିକାଙ୍କୁ ୟୁପିରେ ବିକ୍ରି: ଦୁଇବର୍ଷ ଧରି ଯୌନ ନିର୍ଯାତନା

କାମାକ୍ଷାନଗର,୨୮।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ଏକ ଚାଞ୍ଚଳ୍ୟକର ଘଟଣା ସାମ୍ନାକୁ ଆସିଛି। ମା’ଙ୍କ ଚିକିତ୍ସା ପାଇଁ ଟଙ୍କା ରୋଜଗାର କରିବାକୁ ଆସି ଯୌନ…

ମାମୁଁ ଘରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ; ୧୬ ବର୍ଷୀୟା ନାବାଳିକା ୮ ମାସର ଗର୍ଭବତୀ, ଯୁବକ ଗିରଫ

ବଞ୍ଚୋ/ଘସିପୁରା, ୨୮।୫(ପ୍ରଦୋଷ କୁମାର ବିଶ୍ୱାଳ /ନିରଞ୍ଜନ ସାହୁ ): କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ କୁମୁଣିଆ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ…

ସୌମ୍ୟଙ୍କ ସାଙ୍ଗ ଭୂମିକା ତଦନ୍ତ ପରିସର: କ୍ରାଇମବ୍ରାଞ୍ଚ ଡିଆଇଜି

ଭୁବନେଶ୍ୱର,୨୮।୫: କ୍ରାଇମବ୍ରାଞ୍ଚ ଡିଆଇଜି ବି. ଗଙ୍ଗାଧର ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ଏକ ବଡ଼ ସୂଚନା ଦେଇଛନ୍ତି। ବାଲିଅନ୍ତା ସୌମ୍ୟ ମୃତ୍ୟୁ ମାମଲାରେ ଆହୁରି ୧୦ଜଣ ଅଭିଯୁକ୍ତ…

ଅର୍ଦ୍ଧନିର୍ମିତ ବ୍ରିଜ୍ ପାଇଁ ବିପଦରେ ଲୋକଙ୍କ ଜୀବନ, ସମାଧାନ ପାଇଁ ପ୍ରଶାସନକୁ ଦାବି କଲେ ସ୍ଥାନୀୟ ବାସିନ୍ଦା

ଛତ୍ରପୁର,୨୮।୫(ଦିଲ୍ଲୀପ ସାମଲ) : ଗମନାଗମନ ସୁବିଧା ପାଇଁ ସରକାର ବିଭିନ୍ନ ବିକାଶମୂଳକ ପଦକ୍ଷେପ ନେଉଥିବା ବେଳେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।…

ସରକାରୀ ଅଫିସରେ ବି ଅସୁରକ୍ଷିତ ମହିଳା! DRDA ଲେଡିଜ୍‌ ୱାସରୁମରୁ ଲାଗିଥିଲା ସିକ୍ରେଟ କ୍ୟାମେରା

ତିର୍ତ୍ତୋଲ,୨୮।୫(ଗୌରାଙ୍ଗ ଚରଣ ସ୍ବାଇଁ): ଜଗତସିଂହପୁର ଡିଆରଡିଏ କାର୍ଯ୍ୟାଳୟର ମହିଳା ୱାସରୁମରୁ ସିକ୍ରେଟ କ୍ୟାମେରା ଜବତ ହୋଇଛି । ଏହି କ୍ୟାମେରା କିଏ ଓ କେଉଁ ଉଦ୍ଦେଶ୍ୟରେ ଲଗାଇଥିଲା ତାହା…

ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଲା କାର୍, ଦୁର୍ଘଟଣାରେ ଚାଲିଗଲା ୨ଜୀବନ

କେନ୍ଦୁଝର,୨୮।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୈତାରୀ ଥାନା ଅନ୍ତର୍ଗତ ରାସୋଳ ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଢେଙ୍କାନାଳରୁ ଘଟଗାଁ ଯାଉଥିବା ବେଳେ ରାସୋଳ ଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri