Posted inଖେଳ

ଜାଡେଜାଙ୍କ ରେକର୍ଡ

ବିଶାଖାପାଟଣା,୪।୧୦: ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡ ରବୀନ୍ଦ୍ର ଜାଡେଜା ଏକ ସ୍ବତନ୍ତ୍ର ରେକର୍ଡ ଅଧିକାରୀ ହୋଇଛନ୍ତି। ମ୍ୟାଚ୍‌ର ୩ୟ ଦିନ ତଥା ଶୁକ୍ରବାର ଜାଡେଜା ଟେଷ୍ଟ କ୍ୟାରିୟରର ୨୦୦ତମ ଉଇକେଟ ନେଇଛନ୍ତି। ଦକ୍ଷିଣ ଆଫ୍ରିକାର ଶତକ ହାସଲ କରି ଖେଳୁଥିବା ବ୍ୟାଟ୍ସମ୍ୟାନ ଡିନ ଏଲଗାର(୧୬୦)ଙ୍କୁ ଚେତେଶ୍ୱର ପୂଜାରାଙ୍କ ହାତରେ କ୍ୟାଚ୍‌ ଆଉଟ୍‌ କରାଇ ଜାଡେଜା ଏହି ସଫଳତା ପାଇଛନ୍ତି। ୨୦୦ ଟେଷ୍ଟ ଉଇକେଟ ହାତେଇବାରେ ଜାଡେଜା ବିଶ୍ୱର ଦ୍ରୁତତମ ବାମହାତୀ ବୋଲର। ସେ କ୍ୟାରିୟରର ୪୪ତମ ଟେଷ୍ଟରେ ଏହି ମାଇଲଷ୍ଟୋନକୁ ସ୍ପର୍ଶ କରିଛନ୍ତି। ତାଙ୍କ ପୂର୍ବରୁ ପୂର୍ବତନ ଶ୍ରୀଲଙ୍କାର ବାମହାତୀ ସ୍ପିନର ରଙ୍ଗନା ହେରାଥଙ୍କ ନାମରେ ଏହି ରେକର୍ଡ ଥିଲା। ସେ ୪୭ ତମ ମ୍ୟାଚ୍‌ରେ ଏହି ସଫଳତା ପାଇଥିଲେ। ତାଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ମିଚେଲ ଜନଶନ (୪୯), ମିଚେଲ ଷ୍ଟାର୍କ (୫୦), ବିଶନ ସିଂ ବେଦି ଓ ଓ୍ବାସିମ ଆକ୍ରମ (୫୧)ଙ୍କ ଭଳି ପୂର୍ବତନ ବୋଲର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫାଫ୍‌ ଡୁ ପ୍ଲେସିସ୍‌ଙ୍କ ଆଗରେ ମୁକ ହୋଇଯାଉଛନ୍ତି ଖେଳାଳି? ଆର୍‌ସିବି ପରାଜୟକୁ ନେଇ ଚମକାଇବା ଭଳି ବୟାନ ଦେଲେ ସେହ୍ବାଗ

ନୂଆଦିଲ୍ଲୀ,୧୬।୪: ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)ର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ସୋମବାର ଦଳ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମୁକାବିଲାରେ ପରାଜିତ ହୋଇଛି(ଲିଡ୍‌ ରାଉଣ୍ଡରେ ୬ଷ୍ଠ)। ଏଯାବତ...

ପୁଣି ପାକିସ୍ତାନ କ୍ରିକେଟ୍‌ ବୋର୍ଡର ଖୋଲିଲା ପୋଲ୍‌

ଇସଲାମାବାଦ୍‌,୧୬।୪: ପାକିସ୍ତାନ କ୍ରିକେଟ୍‌ ବୋର୍ଡର ପୋଲ୍‌ ଖୋଲିଯାଇଛି। ପାକିସ୍ତାନ କ୍ରିକେଟ ବୋର୍ଡ ଏପର୍ଯ୍ୟନ୍ତ ଦଳର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ମହମ୍ମଦ ହାଫିଜଙ୍କୁ ଟଙ୍କା ଦେଇନାହାଁନ୍ତି।...

ଆଇପିଏଲ ୨୦୨୪ରେ ସବୁଠାରୁ ଲମ୍ବା ଛକା ମାରିଲେ ଦୀନେଶ କାର୍ତ୍ତିକ, ଚର୍ଚ୍ଚାରେ…

ନୂଆଦିଲ୍ଲୀ,୧୬।୪: ସୋମବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଦୀନେଶ କାର୍ତ୍ତିକ ଆଇପିଏଲ ୨୦୨୪ର ଦୀର୍ଘତମ ଛକା ମାରିଛନ୍ତି। କାର୍ତ୍ତିକ ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଟି ନଟରାଜନଙ୍କ ବଲରେ...

ଆଇପିଏଲ୍‌ରେ ଅଲୋଡା ରେକର୍ଡ ହାସଲ କଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଫାଫ ଡୁ ପ୍ଲେସିସଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ସନରାଇଜର୍ସ...

ଏହି ୪ ଖେଳାଳିଙ୍କ ପାଇଁ ହାରିଲା ଆରସିବି

ନୂଆଦିଲ୍ଲୀ,୧୬।୪: ସନରାଇଜର୍ସ ହାଇଦ୍ରାବାଦ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୨୫ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୩...

ଆଇପିଏଲ୍‌ରେ ଇତିହାସ ରଚିଲା ସନରାଇଜର୍ସ ହାଇଦ୍ରାବାଦ

ନୂଆଦିଲ୍ଲୀ,୧୬।୪; ଆଇପିଏଲ ୨୦୨୪ର ୩୦ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇତିହାସ ରଚିଛି। ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଆଇପିଏଲର ସର୍ବାଧିକ ସ୍କୋର...

୬ ପରାଜୟ ପରେ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିପାରିବ କି ଆରସିବି: ଜାଣନ୍ତୁ କ’ଣ କହୁଛି ସମୀକରଣ

ନୂଆଦିଲ୍ଲୀ,୧୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଫାଫ ଡୁ ପ୍ଲେସିସଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ସନରାଇଜର୍ସ...

ଭୁବନେଶ୍ୱର ‘ଏ’, ଝାରସୁଗୁଡ଼ା, ସୋନପୁର ବିଜୟୀ

ଭୁବନେଶ୍ୱର, ୧୬।୪ (ତପନ ସ୍ବାଇଁ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ କଟକର ବିଭିନ୍ନ ଗ୍ରାଉଣ୍ଡରେ ସୋମବାର ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ଆନ୍ତଃଜିଲା କ୍ରିକେଟ ଲିଗ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri