Posted inଜାତୀୟ

ଜାକିରଙ୍କୁ ସଂଗୀତ ନାଟକ ଏକାଡେମୀ ଫେଲୋଶିପ୍‌

ନୂଆଦିଲ୍ଲୀ,୧୭ା୭(ପି.ଟି.): ବିଶିଷ୍ଟ ତବଲା ବାଦକ ଜାକିର ହୁସେନ୍‌, ଅହମିୟା ନୃତ୍ୟଶିଳ୍ପୀ ତଥା ନିର୍ଦ୍ଦେଶକ ଯତୀନ ଗୋସ୍ବାମୀ(ସତ୍ରୀୟ) ଏବଂ କେ. କଲ୍ୟାଣସୁନ୍ଦରମ୍‌ ପିଲାଇ(ଭାରତନାଟ୍ୟମ୍‌)ଙ୍କୁ ସଂଗୀତ ନାଟକ ଏକାଡେମୀର ଫେଲୋଶିପ୍‌ ପ୍ରଦାନ କରାଯାଇଛି। ଏଥିସହିତ ଏକାଡେମୀ ୨୦୧୮ ପୁରସ୍କାର ପାଇଁ ୪୪ ଜଣଙ୍କ ନାମ ଘୋଷଣା କରିଛି। ଗୁଆହାଟୀଠାରେ ଜୁନ୍‌ ୨୬ରେ ଅନୁଷ୍ଠିତ ଏକାଡେମୀର ଏକ ସ୍ବତନ୍ତ୍ର ବୈଠକରେ କଳାକାରଙ୍କ ନାମ ଚୟନ କରାଯାଇଥିଲା। ଏକାଡେମୀର ସାଧାରଣ ପରିଷଦ ବୈଠକରେ ସଂଗୀତ, ନୃତ୍ୟ, ମଞ୍ଚନାଟକ, ପାରମ୍ପରିକ ଲୋକସଂଗୀତ, ଆଦିବାସୀ ନୃତ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ହାସଲ କରିଥିବା କଳାକାରଙ୍କୁ ୨୦୧୮ର ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇଁ ଚୟନ କରାଯାଇଥିଲା।
କ୍ଷେତ୍ରରେ ପୁରସ୍କୃତ ହେବାକୁ ଥିବା ବ୍ୟକ୍ତିବିଶେଷ ହେଉଛନ୍ତି ମଣି ପ୍ରସାଦ ଓ ମଧୁପ ମୁଦ୍‌ଗଲ(ହିନ୍ଦୁସ୍ତାନୀ ଭୋକାଲ), ତରୁଣ ଭଟ୍ଟାଚାର୍ଯ୍ୟ (ସନ୍ତୁର), ତେଜେନ୍ଦ୍ର ନାରାୟଣ ମଜୁମ୍‌ଦାର(ସରୋଦ), ଆଲାମେଲୁ ମଣି ଓ ମାଲାଡି ସୁରିବାବୁ(କର୍ନାଟକୀ ଭୋକାଲ), ସୁରେଶ ଓ୍ବାଡକର ଓ ଶାନ୍ତି ହୀରାନନ୍ଦ(ସୁଗମ ସଂଗୀତ) ଏବଂ ଏଚ. ଅଶଙ୍ଗ୍‌ବି ଦେବୀ(ନାଟ ସଂକୀର୍ତ୍ତନ)। ଏସ୍‌. କାସିମ ଏବଂ ଏସ୍‌. ବାବୁଙ୍କୁ ନାଗେଶ୍ୱରମ୍‌ ଇନ୍‌ଷ୍ଟ୍ରୁମେଣ୍ଟ ଏବଂ ଗଣେଶ ଓ କୁମାରେଶଙ୍କୁ ଭାୟୋଲିନ୍‌ ପାଇଁ ଯୁଗ୍ମ ପୁରସ୍କାର ଦିଆଯିବ।
ମଞ୍ଚନାଟକ କ୍ଷେତ୍ରରେ ପ୍ଲେରାଇଟିଂ ପାଇଁ ରାଜୀବ ନାଏକ ଏବଂ ଲାଙ୍ଗ୍‌ଲୁଙ୍ଗଲିଆନା ଖିଆଙ୍ଗଟେ, ନିର୍ଦ୍ଦେଶନା ପାଇଁ ସଞ୍ଜୟ ଉପାଧ୍ୟାୟ ଏବଂ ଏସ୍‌. ରଘୁନନ୍ଦନ, ଅଭିନୟ ପାଇଁ ସୁହାସ ଜୋଷୀ ଓ ଟିକମ ଜୋଷୀ ଏବଂ ବ୍ୟଙ୍ଗ ପାଇଁ ସ୍ବପନ ନନ୍ଦୀଙ୍କୁ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ। ଏକାଡେମୀ ଫେଲୋଶିପ୍‌ ବାବଦ ୩ଲକ୍ଷ ଟଙ୍କା ଏବଂ ଆଓ୍ବାର୍ଡ ବାବଦ ୧ଲକ୍ଷ ଟଙ୍କାର ଅର୍ଥରାଶି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri