Posted inଜାତୀୟ

ଜାକିରଙ୍କୁ ସଂଗୀତ ନାଟକ ଏକାଡେମୀ ଫେଲୋଶିପ୍‌

ନୂଆଦିଲ୍ଲୀ,୧୭ା୭(ପି.ଟି.): ବିଶିଷ୍ଟ ତବଲା ବାଦକ ଜାକିର ହୁସେନ୍‌, ଅହମିୟା ନୃତ୍ୟଶିଳ୍ପୀ ତଥା ନିର୍ଦ୍ଦେଶକ ଯତୀନ ଗୋସ୍ବାମୀ(ସତ୍ରୀୟ) ଏବଂ କେ. କଲ୍ୟାଣସୁନ୍ଦରମ୍‌ ପିଲାଇ(ଭାରତନାଟ୍ୟମ୍‌)ଙ୍କୁ ସଂଗୀତ ନାଟକ ଏକାଡେମୀର ଫେଲୋଶିପ୍‌ ପ୍ରଦାନ କରାଯାଇଛି। ଏଥିସହିତ ଏକାଡେମୀ ୨୦୧୮ ପୁରସ୍କାର ପାଇଁ ୪୪ ଜଣଙ୍କ ନାମ ଘୋଷଣା କରିଛି। ଗୁଆହାଟୀଠାରେ ଜୁନ୍‌ ୨୬ରେ ଅନୁଷ୍ଠିତ ଏକାଡେମୀର ଏକ ସ୍ବତନ୍ତ୍ର ବୈଠକରେ କଳାକାରଙ୍କ ନାମ ଚୟନ କରାଯାଇଥିଲା। ଏକାଡେମୀର ସାଧାରଣ ପରିଷଦ ବୈଠକରେ ସଂଗୀତ, ନୃତ୍ୟ, ମଞ୍ଚନାଟକ, ପାରମ୍ପରିକ ଲୋକସଂଗୀତ, ଆଦିବାସୀ ନୃତ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ହାସଲ କରିଥିବା କଳାକାରଙ୍କୁ ୨୦୧୮ର ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇଁ ଚୟନ କରାଯାଇଥିଲା।
କ୍ଷେତ୍ରରେ ପୁରସ୍କୃତ ହେବାକୁ ଥିବା ବ୍ୟକ୍ତିବିଶେଷ ହେଉଛନ୍ତି ମଣି ପ୍ରସାଦ ଓ ମଧୁପ ମୁଦ୍‌ଗଲ(ହିନ୍ଦୁସ୍ତାନୀ ଭୋକାଲ), ତରୁଣ ଭଟ୍ଟାଚାର୍ଯ୍ୟ (ସନ୍ତୁର), ତେଜେନ୍ଦ୍ର ନାରାୟଣ ମଜୁମ୍‌ଦାର(ସରୋଦ), ଆଲାମେଲୁ ମଣି ଓ ମାଲାଡି ସୁରିବାବୁ(କର୍ନାଟକୀ ଭୋକାଲ), ସୁରେଶ ଓ୍ବାଡକର ଓ ଶାନ୍ତି ହୀରାନନ୍ଦ(ସୁଗମ ସଂଗୀତ) ଏବଂ ଏଚ. ଅଶଙ୍ଗ୍‌ବି ଦେବୀ(ନାଟ ସଂକୀର୍ତ୍ତନ)। ଏସ୍‌. କାସିମ ଏବଂ ଏସ୍‌. ବାବୁଙ୍କୁ ନାଗେଶ୍ୱରମ୍‌ ଇନ୍‌ଷ୍ଟ୍ରୁମେଣ୍ଟ ଏବଂ ଗଣେଶ ଓ କୁମାରେଶଙ୍କୁ ଭାୟୋଲିନ୍‌ ପାଇଁ ଯୁଗ୍ମ ପୁରସ୍କାର ଦିଆଯିବ।
ମଞ୍ଚନାଟକ କ୍ଷେତ୍ରରେ ପ୍ଲେରାଇଟିଂ ପାଇଁ ରାଜୀବ ନାଏକ ଏବଂ ଲାଙ୍ଗ୍‌ଲୁଙ୍ଗଲିଆନା ଖିଆଙ୍ଗଟେ, ନିର୍ଦ୍ଦେଶନା ପାଇଁ ସଞ୍ଜୟ ଉପାଧ୍ୟାୟ ଏବଂ ଏସ୍‌. ରଘୁନନ୍ଦନ, ଅଭିନୟ ପାଇଁ ସୁହାସ ଜୋଷୀ ଓ ଟିକମ ଜୋଷୀ ଏବଂ ବ୍ୟଙ୍ଗ ପାଇଁ ସ୍ବପନ ନନ୍ଦୀଙ୍କୁ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ। ଏକାଡେମୀ ଫେଲୋଶିପ୍‌ ବାବଦ ୩ଲକ୍ଷ ଟଙ୍କା ଏବଂ ଆଓ୍ବାର୍ଡ ବାବଦ ୧ଲକ୍ଷ ଟଙ୍କାର ଅର୍ଥରାଶି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଇରାନ-ଆମେରିକା ଯୁଦ୍ଧବିରତି ଉପରେ ଆଲୋଚନା ଦୂରର କଥା: ବୈଠକ ପୂର୍ବରୁ ୨ଟି ବଡ଼ ସର୍ତ୍ତ ରଖିଦେଲେ…

ନୂଆଦିଲ୍ଲୀ,୧୧।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଏକ ଇରାନୀ ପ୍ରତିନିଧି ଦଳ ଶାନ୍ତି ଆଲୋଚନା ପାଇଁ ଇସଲାମାବାଦରେ ପହଞ୍ଚିଛି। ଏହି ପ୍ରତିନିଧି ଦଳ…

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri