ଜହ୍ନମାମୁର କଳଙ୍କ ପାଇଁ ଓଲିଭାଇନ୍‌ ଏବଂ କ୍ୟାଲସିୟମ୍‌ ଦାୟୀ

ବେଜିଂ,୧୬।୫: ଜହ୍ନରେ ଦେଖାଯାଉଥିବା କଳା କଳା ଅଂଶକୁ କେହି କେହି କଳଙ୍କ ବୋଲି କହିଥାନ୍ତି। ତେବେ ଏହା କିପରି ସୃଷ୍ଟି ହୋଇଛି ତାହାର ଉତ୍ତର ଏବେ ଚାଇନାର ମହାକାଶ ବିଜ୍ଞାନୀ ଜାଣିପାରିଛନ୍ତି। ଏସବୁ ଅଂଶ ଚନ୍ଦ୍ର ପୃଷ୍ଠର ଶୀତଳ ସ୍ଥାନ। ଏଠାରେ ପ୍ରଚୁର ପରିମାଣରେ ଓଲିଭାଇନ୍‌ ଏବଂ କ୍ୟାଲସିୟମ୍‌ ପାଇରୋକ୍ସିନ୍‌ ରହିଛି। ଫଳରେ ଏହା ସ୍ଥାନୀୟ ପୃଷ୍ଠକୁ କଳା କରିଦେଇଛି। ଚାଇନା ଚେଞ୍ଜ୍‌-୪ ମହାକାଶ ଯାନ ପଠାଇଥିବା ଫଟୋ ତଥା ଆବଶ୍ୟକ ତଥ୍ୟରୁ ଏହା ଅନୁମାନ କରାଯାଉଛି। ଚାଇନା, ଆମେରିକା ତଥା ରୁଷିଆ ପକ୍ଷରୁ ଚନ୍ଦ୍ରପୃଷ୍ଠକୁ ପ୍ରେରଣ କରାଯାଇଥିବା ଯାନ ପୃଥିବୀଠାରୁ ନିକଟତମ ସ୍ଥାନରେ ଅବତରଣ କରିଛନ୍ତି। ମାତ୍ର ଏପର୍ଯ୍ୟନ୍ତ ପୃଥିବୀଠାରୁ ଦୂରରେ ଥିବା ଚନ୍ଦ୍ର ପୃଷ୍ଠରେ କୌଣସି ଯାନ ଅବତରଣ କରି ନାହିଁ। ଫଳରେ ଏହାର ରହସ୍ୟ ମହାକାଶ ବିଜ୍ଞାନୀଙ୍କ ପାଇଁ ଅଜଣା ରହିଛି। ତେବେ ଚାଇନା ମହାକାଶ ବିଜ୍ଞାନୀଙ୍କ ତଥ୍ୟ ଲୁନାର ମାଗ୍‌ମା ଥିଓରୀକୁ ସମର୍ଥନ କରୁଥିବା କୁହାଯାଉଛି। ଏନେଇ ଚାଇନା ସାଇନ୍ସ ଏକାଡେମୀ ସଦସ୍ୟ ଚୁନାଲାଇ ଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇବୋଲା ବିପଦକୁ ଦେଖି ସ୍ଥଗିତ ରହିଲା ଭାରତ-ଆଫ୍ରିକା ସମ୍ମିଳନୀ, ଦିଲ୍ଲୀରେ ଥିଲା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୧।୫: ଆଫ୍ରିକାର କିଛି ଅଂଶରେ ଇବୋଲା ଭାଇରସର ବୃଦ୍ଧି ପାଉଥିବା ପ୍ରକୋପକୁ ଦୃଷ୍ଟିରେ ରଖି, ଭାରତ ଏବଂ ଆଫ୍ରିକୀୟ ସଂଘ ମଧ୍ୟରେ ସ୍ଥିର ହୋଇଥିବା ଶିଖର ସମ୍ମିଳନୀକୁ…

ଇରାନ-ପାକିସ୍ତାନ ମଧ୍ୟରେ ହେଲା ‘ଟେବୁଲ ତଳେ ଚୁକ୍ତି’ , ସହି ପାରିବେ ନାହିଁ ଟ୍ରମ୍ପ

ଇସଲାମାବାଦ,୨୧।୫: ପାକିସ୍ତାନର ଶାସକମାନେ ନିଜ ଦେଶକୁ ଅପମାନିତ କରିବାରେ ସମସ୍ତ ସୀମା ଅତିକ୍ରମ କରିଛନ୍ତି। ଶାହବାଜ, ମୁନିର ଏବଂ ବର୍ତ୍ତମାନ ମୋହସିନ ନକଭି ସେମାନଙ୍କର ସାଧୁତା ବିକ୍ରୟ…

Melody Toffee ପରେ ମେଲୋନିଙ୍କୁ ଆଉ ଏକ ବିଶେଷ ଉପହାର ଦେଲେ ମୋଦି

ରୋମ,୨୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଞ୍ଚଟି ଦେଶ ଗସ୍ତ କରି ଫେରିଛନ୍ତି। ଏହି ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ମୋଦି ସେ ଯେଉଁ ଦେଶ ଗସ୍ତ କରିଥିଲେ ସେହି…

ଭାରତର ଆଉ ଜଣେ ଶତ୍ରୁ ନିପାତ, ପୁଲୱାମା ଆକ୍ରମଣର ଥିଲେ ମାଷ୍ଟରମାଇଣ୍ଡ

ନୂଆଦିଲ୍ଲୀ/ଇସଲାମାବାଦ,୨୧।୫: ୧୪ ଫେବୃଆରୀ, ୨୦୧୯ରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ସହିତ ଜଡିତ ବୋଲି ବିଶ୍ୱାସ କରାଯାଉଥିବା ଆତଙ୍କବାଦୀ ହମଜା ବୁରହାନଙ୍କୁ ପାକ ଅଧିକୃତ କଶ୍ମୀରରେ ଗୁଳି କରି…

ଫୋନରେ କଥା ହେଉହେଉ ହଠାତ୍ ଟ୍ରମ୍ପଙ୍କ ଉପରେ ରାଗିଗଲେ ନେତାନ୍ୟାହୁ, କହିଦେଲେ ଏହି ବଡ଼ କଥା

ଓ୍ବାଶିଂଟନ,୨୧।୫: ଇରାନ ବିରୁଦ୍ଧରେ ଚାଲିଥିବା ସଂଘର୍ଷର ଭବିଷ୍ୟତ ରଣନୀତି ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମଧ୍ୟରେ ଟେଲିଫୋନ୍ ଆଲୋଚନା…

ଇରାନ ପରେ ଟ୍ରମ୍ପଙ୍କ ଟାର୍ଗେଟ୍‌ରେ ଏହି ଦେଶ: ପଠାଇଲେ ଯୁଦ୍ଧଜାହଜ

ଓ୍ବାଶିଂଟନ୍‌,୨୧।୫: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟୁବା ଆଡକୁ ଧ୍ୟାନ ଦେଇଛନ୍ତି। ଟ୍ରମ୍ପ କ୍ୟୁବା ସମ୍ପର୍କରେ କଠୋର ଆଭିମୁଖ୍ୟ ଗ୍ରହଣ…

ଆମେରିକାକୁ ବଡ଼ ଝଟ୍‌କା: ଇରାନ ସହ ଯୁଦ୍ଧରେ ହରାଇଲା…

ଓ୍ବାଶିଂଟନ୍‌,୨୧।୫:ଇରାନ ବିରୋଧରେ ଫେବୃଆରୀ ୨୮ରେ ଆମେରିକା ଆରମ୍ଭ କରିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଏପିକ୍‌ ଫ୍ୟୁରିରେ ଓ୍ବାଶିଂଟନ ଲଢ଼ୁଆ ଜେଟ୍‌ ଓ ଡ୍ରୋନ୍‌ ସମେତ ୪୨ଟି ବିମାନ ହରାଇଥିବା…

ମୋଦି-ମେଲୋନି ସାଜିଲେ ‘ମେଲୋଡି’ର ବ୍ରାଣ୍ଡ ଆମ୍ବାସେଡର! ଟଫି ବାହାନାରେ ରକେଟ ବେଗରେ ବଢ଼ିଲା ଏହି କମ୍ପାନୀର ଶେୟାର

ନୂଆଦିଲ୍ଲୀ,୨୦।୫: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ଗସ୍ତରେ ଅଛନ୍ତି। ତାଙ୍କ ଗସ୍ତ ସମୟରେ ସେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ଭେଟିଥିଲେ। ଆଶ୍ଚର୍ଯ୍ୟଜନକ ଭାବରେ, ପ୍ରଧାନମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri