ଜଳ ବିଭାଜିକା ଯୋଜନାରେ ପିଏସ୍‌ଏମ୍‌ଇ ଅନୁଦାନ ହେରଫେର ଅଭିଯୋଗ, ତାତିଲେ ଚାଷୀ

କେନ୍ଦୁଝର, ୨୭ା୨ (ସ୍ବ.ପ୍ର.) : ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନାରେ କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ବାରିଆ ଅଞ୍ଚଳରେ ପିଏସ୍‌ଏମ୍‌ଇ ଅନୁଦାନ ଅର୍ଥ ଚଞ୍ଚକତା କରି ହେରଫେର କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ କିଛି ଚାଷୀ ଜଳ ବିଭାଜିକା ପିଡି କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ କରୁଥିଲେ ସୁଦ୍ଧା ଚାଷୀଙ୍କୁ ସହାୟତା ରାଶି ମିଳୁ ନ ଥିବା ଅଭିଯୋଗ ହୋଇଛି। ଏପରକିି କାୈଣସି ପଦକ୍ଷେପ ନିଆ ନ ଯିବାରୁ ଚାଷୀମାନେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ତେବେ ଏ ନେଇ ବାରମ୍ବାର ଅଭିଯୋଗ କରି ନୟାନ୍ତ ହେବା ପରେ ଗୁରୁବାର ଉକ୍ତ ଅଞ୍ଚଳର ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିବା ସହ ଜବାବ ମାଗିଥିଲେ। ହେଲେ ଜିଲାପାଳ ଅନୁପସ୍ଥିତ ଥିବା ଜାଣିବା ପରେ ସେମାନେ ଜଳ ବିଭାଜିକା କାର୍ଯ୍ୟାଳୟକୁ ମଧ୍ୟ ଯାଇଥିବା ଜଣାପଡ଼ିଛି।

ମିଳିଥିବା ଅଭିଯୋଗ ଅନୁସାରେ, ସ୍ଥାନୀୟ ଜଳ ବିଭାଜିକାର ଡବ୍ଲୁଏମ୍‌ଟି ରେବତୀ ରମଣ ବେହେରା, ବାଲିପଶି ଜଳବିଭାଜିକା କମିଟିର ସଭାପତି ଜାନକୀ ମହାନ୍ତ ଓ ସମ୍ପାଦକ ସୁବାଷ ମହାନ୍ତ ଗତବର୍ଷ ସେପ୍ଟେମ୍ବର ମାସରେ ଝୁମ୍ପୁରା ବ୍ଲକ ସୀତାରାମପୁର, ଗୋବିନ୍ଦପୁର, ବାଲିପଶି ଗ୍ରାମର ଚାଷୀଙ୍କ ଘରକୁ ଯାଇ ଚାଷୀଙ୍କ ଫଟୋ ଉଠାଇ ସେମାନଙ୍କର ଆଧାରକାର୍ଡ, ପାସବୁକ୍‌ ଓ ପଟ୍ଟାର ନକଲ ସଂଗ୍ରହ କରିଥିଲେ। କ’ଣ ପାଇଁ ଏହା ନିଆଯାଉଛି ବୋଲି ଚାଷୀମାନେ ପଚାରିବାରୁ ଜଳ ବିଭାଜିକାର ଚାଷୀଙ୍କୁ ୫ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପାସବୁକ୍‌କୁ ଆସିବ ବୋଲି କହିଥିଲେ। କିନ୍ତୁ ଏହି ଅର୍ଥ କୌଣସି ଚାଷୀଙ୍କୁ ମିଳି ନ ଥିଲା। ଅପରପକ୍ଷରେ ଉପରୋକ୍ତ ଗ୍ରାମର କେତେକ ଚାଷୀଙ୍କ ଆକାଉଣ୍ଟକୁ ୩୦ହଜାର ଟଙ୍କା ଲେଖାଏ ସହାୟତା ରାଶି ଆସିଥିବା ଜଣାପଡିଥିଲା। କିନ୍ତୁ ସେହି ଟଙ୍କାକୁ ଜଳ ବିଭାଜିକା କମିଟିର ସଭାପତି ଓ ସମ୍ପାଦକ ଚଞ୍ଚକତା କରି ଚାଷୀଙ୍କୁ ଜଳ ବିଭାଜିକା ତରଫରୁ ଏହି ଟଙ୍କା ଆସିଛି ବୋଲି ନ ଜଣାଇ ଏହା ତାଙ୍କର ବ୍ୟକ୍ତିଗତ ଟଙ୍କା କହି କେତେକ ଚାଷୀଙ୍କ ପାସବୁକ୍‌ରୁ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଏହି ଅର୍ଥ ପିଏସ୍‌ଏମ୍‌ଇ ଫଣ୍ଡରୁ ଜଳ ବିଭାଜିକା ଯୋଜନାରେ ଆସିଥିବା ଚାଷୀମାନେ ଜାଣିବା ପରେ ଜଳ ବିଭାଜିକାର ସଭାପତି ଓ ସମ୍ପାଦକଙ୍କୁ ପଚାରିବାରୁ କାହାରି ଆକାଉଣ୍ଟକୁ ଟଙ୍କା ଆସିନାହିଁ । ଜଳ ବିଭାଜିକା ଟଙ୍କା ଆସିବା ସମ୍ପର୍କରେ ଆମେ କିଛି ଜାଣିନାହୁଁ ବୋଲି କହିଥିଲେ। ଏଥିରେ ସନ୍ଦେହ କରି ଏହାର ସତ୍ୟାସତ୍ୟ ବିଷୟରେ ତଦନ୍ତ କରିବାକୁ ଜିଲାପାଳଙ୍କ ନିକଟରେ ଆଗରୁ ବାରମ୍ବାର ଅଭିଯୋଗ କରିଥିଲେ ା ତେବେ କେହି ଶୁଣୁ ନ ଥିବାରୁ ଏଭଳି ପଦକ୍ଷେପ ନେଇଥିବା ଚାଷୀମାନେ କହିଛନ୍ତି। ଅଭିଯୋଗର ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଆ ଆଡ୍ଡାରେ ଚଢାଉ: ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ କରି ଗଲେ ଜେଲ୍

ଦିଗପହଣ୍ଡି,୨୨|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଡ଼ଭାର ଗ୍ରାମ ମା ‘ କାଳୀ ମନ୍ଦିର ନିକଟ ଆମ୍ବ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

କୁଲାଙ୍ଗି ଗାଁରେ ବୃଦ୍ଧଙ୍କୁ ହତ୍ୟା: ପିଟିପିଟି ମାରିଦେଲେ…

ବେଲଗୁଣ୍ଠା, ୨୨।୮: ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ଗାଁରେ ଜଣେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଗ୍ରାମର ଅଙ୍ଗନଓ୍ୱାଡି କେନ୍ଦ୍ର…

ସ୍କୁଲ ନା ଗୋଦାମ ଘର, ନିଜ ଖର୍ଚ୍ଚରେ ଜେନେରେଟର ଚଳାଉଛନ୍ତି ଶିକ୍ଷକ: ଶ୍ରେଣୀକୋଠରି ଅଭାବରୁ ୧୮୩ ଛାତ୍ରୀଛାତ୍ର

ଜମନକିରା, ୨୨।୮ (ରବିନ୍ଦ୍ର ପ୍ରସାଦ ଦାନୀ): ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ ତଥା ବିଦ୍ୟାଳୟ ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ…

ସାପକାମୁଡ଼ାରେ ଗଲା କକା-ପୁତୁରାଙ୍କ ଜୀବନ: ଶ୍ରମିକ ଗୁରୁତର

ଖଡ଼ିଆଳ, ୨୨।୮ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ ସାପକାମୁଡ଼ାରେ କକା-ପୁତୁରାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇଥିବା…

ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟରେ ନାବାଳକ ଶ୍ରମିକ: ଡିପ୍‌ ବୋର୍‌ୱେଲ ପ୍ରକଳ୍ପ ଅଧା

ଅମରପାଲି,୨୨ା୮(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଏକ କୃଷିପ୍ରଧାନ ଅଞ୍ଚଳ ହୋଇଥିଲେ ମଧ୍ୟ ଏଠାରେ ଜଳସେଚନର ବିଶେଷ ସୁବିଧା ନାହିଁ। ଚାଷୀଙ୍କ ଜମିକୁ ଜଳସେଚନ ସୁବିଧା ଯୋଗାଇବା…

ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ: ୫ ଶ୍ରମିକ ଗୁରୁତର

ତାଳଚେର,୨୨।୮(ମନୋଜ ନନ୍ଦ): ଅନୁଗୋଳ ଜିଲା କଣିହାଁ ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି। ବଙ୍କର (ବି)ରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏଥିରେ ୫ ଶ୍ରମିକ…

କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ଘୋଷଣା: ଦେଶର ମେଗା ପୋର୍ଟ ହେବ ପାରାଦୀପ

ପାରାଦୀପ, ୨୨।୮(ଶରତ ରାଉତ):କେନ୍ଦ୍ର ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ବିଭାଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଶୁକ୍ରବାର ପାରାଦୀପ ଗସ୍ତ କରିଥିଲେ। ଏହି ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri