ଜଳଜୀବଙ୍କ ପ୍ରତି ଆକର୍ଷଣରୁ ମତ୍ସ୍ୟବିଜ୍ଞାନୀ

ସିମୁଳିଆ,୧୦ା୧୦(ଡି.ଏନ୍‌.ଏ.)- ଧରିତ୍ରୀ ପୃଷ୍ଠରେ ପ୍ରକୃତି ଓ ଜୀବଜଗତ ବଡ ବୈଚିତ୍ର୍ୟମୟ। ପିଲାଦିନେ ଜଳଜୀବଙ୍କ ପ୍ରତି ଆକର୍ଷଣ ତାଙ୍କୁ ଆଜି ମତ୍ସ୍ୟ ବିଜ୍ଞାନୀର ପରିଚୟ ହେଇଛି। ଓଡ଼ିଶାରେ ମତ୍ସ୍ୟଚାଷର ବିକାଶ ଲାଗି ସେ ନିରନ୍ତର ଗବେଷଣା ଜାରି ରଖିଛନ୍ତି। ଜୈବିକ ତଥା ସମନ୍ନିତ ପଦ୍ଧତିରେ ମାଛ ଚାଷ କରି ଚାଷୀମାନେ ଅଧିକ ଲାଭବାନ ହେବା ସହ ସ୍ବାବଲମ୍ବୀ ହୋଇପାରିବେ । ରାଣିତାଲ କୃଷି ବିଜ୍ଞାନ କେନ୍ଦ୍ରର ମତ୍ସ୍ୟ ବୈଜ୍ଞାନିକ ରୂପେ କାର୍ଯ୍ୟ କରୁଥିବା ଡ. ଅମ୍ବିକା ପ୍ରସାଦ ନାୟକ ବଷର୍ର୍ସାରା ମାଛ ଅମଳ ପାଇଁ ମୁଣ୍ଡା ଯାଆଁଳ ବ୍ୟବହାର, ସମନ୍ବିତ ମାଛଚାଷ, ବ୍ଲାକ କାର୍ପ ମାଛ ଦ୍ୱାରା ପୋଖରୀରେ ଗେଣ୍ଡା ନିୟନ୍ତ୍ରଣ, ଜୈବିକ ପଦ୍ଧତିରେ ମାଛ ରୋଗ ପ୍ରତିଷେଧକ ଆଦି କ୍ଷେତ୍ରରେ ଗବେଷଣା କରି ସଫଳ ହୋଇଛନ୍ତି ା ବାଡି ଅଗଣାରେ ଜଳ କୁଣ୍ଡରେ ମାଛ ଚାଷ (ବାୟୋଫ୍ଲକ) ଅଧିକ ମୂଲ୍ୟଯୁକ୍ତ ଏମୁରକାର୍ପ ମାଛ ଉପତ୍ାଦନ, ମାଛ ପାରମ୍ପରିକ ଖାଦ୍ୟରେ ଇଷ୍ଟ(କବକ) ଓ ପ୍ରୋ-ବାୟୋଟିକ୍ସର ବ୍ୟବହାର, ଚାଷୀ ଖର୍ଚ୍ଚ କମ୍‌ କରି ଅଧିକ ଲାଭ ପାଇଁ କୃତ୍ରିମ ଖାଦ୍ୟ ବ୍ୟବହାର, ଅଙ୍ଗୁଳିକା ଯାଆଁଳ, କେକ୍‌ ଫିଡିଂ ଇତ୍ୟାଦି ଉପରେ ତାଙ୍କ ଗବେଷଣା ଜାରି ରହିଛି ା କେବଳ ସେତିକି ନୁହେଁ , ଯାଆଁଳ ସଂରକ୍ଷଣ ପାଇଁ ଛୋଟ ପୋଖରୀ ବ୍ୟବସ୍ଥା ଓ ଚାଷୀ ଋଣରେ ସରଳୀକରଣ କରିବା ଲାଗି ସେ ଉଦ୍ୟମ ଚଳାଇଛନ୍ତି।
ଓଡ଼ିଶାର ଜଣେ ସୁନାମଧନ୍ୟ ଜଳଜୀବ ବୈଜ୍ଞାନିକ ବା ମତ୍ସ୍ୟ ବିଜ୍ଞାନୀ ପରିଚିତ ଡ. ଅମ୍ବିକା ପ୍ରସାଦ ନାୟକ କେବଳ ନିଜ କାର୍ଯ୍ୟକ୍ଷେତ୍ର ନୁହେଁ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଚାଷୀଙ୍କ ନିକଟରେ ପହଁଞ୍ଚି ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରି ଆସୁଛନ୍ତି ା ମୋବାଇଲ ଓ ବିଭିନ୍ନ ସୋସିଆଲ ମିଡିଆ ସହାୟତାରେ ସେ ପଶ୍ଚିମ ଓଡ଼ିଶାର ଚାଷୀଙ୍କ ମାଛ ଚାଷର ବିଭିନ୍ନ ସମସ୍ୟାର ସମାଧାନ କରିଥାଆନ୍ତି ା ଗବେଷଣା କ୍ଷେତ୍ରରେ ଉକତ୍ର୍ଷତା ପାଇଁ ତାଙ୍କୁ ମିଳିଛି ସ୍ବର୍ଣ୍ଣ ମେଡାଲ । ନୟାଗଡ଼ ଜିଲା ସିକ୍ରିଡା ବ୍ଲକ ଅଧୀନ ସିକ୍ରିଡା ଅଞ୍ଚଳର ଅମ୍ବିକାପ୍ରସାଦଙ୍କ ଘର। ମା’ ସରୋଜିନୀ ଓ ବାପା ଡ. ଫକୀର ମୋହନ ନାୟକ। ତାଙ୍କ ପିଲାବେଳ ତାଙ୍କର ବିଭିନ୍ନ ଗ୍ରାମାଞ୍ଚଳରେ କଟିଥିବାରୁ ଜଳଜୀବଙ୍କ ସମ୍ପର୍କରେ ଜାଣିବାର ଆଗ୍ରହ ବୃଦ୍ଧି ପାଇଥିଲା। ତାଙ୍କ ବାପା କୋରାପୁଟ ଜେଲର ଡାକ୍ତର ହୋଇଥିବାରୁ ତାଙ୍କ ପ୍ରଥମ ଶିକ୍ଷା କୋରାପୁଟ ଜେଲ ଉପ୍ରା ବିଦ୍ୟାଳୟରୁ ଆରମ୍ଭ ହୋଇଥିଲା। ପରେ ସମ୍ବଲପୁର ଜିଏମ୍‌ କଲେଜରୁ ଯୁକ୍ତଦୁଇ ବିଜ୍ଞାନ ଓ ଭୁବନେଶ୍ୱର ଓୟୁଏଟିରୁ ସ୍ନାତକ ଓ ସ୍ନାତକତ୍ତୋର ପାଶ୍‌ କରିଥିଲେ ା ପରେ ସର୍ବଭାରତୀୟ କୃଷି ଗବେଷଣା ଦ୍ୱାରା ପରିଚାଳିତ ଜୁନିୟର ରିସୋର୍ସ ଫେଲୋସିପ(ଜେଆର୍‌ଏଫ୍‌) ପରୀକ୍ଷାରେ ସମଗ୍ର ଦେଶରେ ପ୍ରଥମ ହୋଇଥିଲେ। ମସତ୍‌ୟ ବିଜ୍ଞାନ ବିଭାଗ ସ୍ନାତକତ୍ତୋରରେ ପ୍ରଥମ ହୋଇ ଗୋଲ୍ଡ ମେଡାଲ ପାଇଥିଲେ ା
୧୯୯୫ରେ ଆନ୍ଧ୍ର ଓଡିଶା ଚିଙ୍ଗୁଡି ଯାଆଁଳ ଉପତ୍ାଦନର ବୈଷୟିକ ଅଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରି ପରେ ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗ ଅଧୀନରେ କଳାହାଣ୍ଡି ଓ ସମ୍ବଲପୁର ଜିଲାରେ କାର୍ଯ୍ୟ କରି ୨୦୦୫ରୁ ରାଣିତାଲ କୃଷି ବିଜ୍ଞାନ କେନ୍ଦ୍ରର ମତ୍ସ୍ୟ ବୈଜ୍ଞାନିକ ରୂପେ କାର୍ଯ୍ୟ କରୁଛନ୍ତି । ତାଙ୍କ ସାନଭାଇ ଜଗନ୍ନାଥ ପ୍ରସାଦ ଜଣେ ଇଞ୍ଜିନିୟର ା ପୁଅ ସ୍ବପ୍ନ ସମ୍ଭବ କମ୍ପ୍ୟୁଟର ଇଞ୍ଜିନିୟର ପଢୁଥିବା ବେଳେ ସ୍ତ୍ରୀ ନମିତା ଓ ମା’ ଗୃହିଣୀ ରୂପେ ଭୁବନେଶ୍ୱର ଘରେ ରହୁଛନ୍ତି। ଅମ୍ବିକା ପ୍ରସାଦ କହନ୍ତି, ସେ ପରିବାର ଠାରୁ ଦୂରରେ ରହୁଥିବାରୁ ବିଭିନ୍ନ ଅଞ୍ଚଳର ଚାଷୀଙ୍କ ସହିତ ମିଶି ସମୟ ଅତିବାହିତ କରୁଛନ୍ତି ା ୨୦୦୦ରେ କଳାହାଣ୍ଡି ଜିଲାର କମଲପୁର ବ୍ଲକ ଖଣ୍ଡିଡଙ୍ଗିରିଗୁଡା ଅଞ୍ଚଳର ଚଷୀଙ୍କ ନିକଟକୁ ଯାଇ ଫେରୁଥିବା ବେଳେ ହାତୀ ନଦୀରେ ଡଙ୍ଗା ବୁଡି ଦୁର୍ଘଟଣାର ଶିକାର ହୋଇଥିଲେ। ତେବେ ସେଠାରେ ଚାଷୀମାନଙ୍କ ଦ୍ୱାରା ସେ ଉଦ୍ଧାର ଲାଭ କରିଥିଲେ। ଓଡ଼ିଶା ଭଳି କୃଷି ପ୍ରଧାନ ରାଜ୍ୟରେ ମତ୍ସ୍ୟ ଓ ଅନ୍ୟ ଆନୁଷଙ୍ଗିକ କୃଷିର ବିକାଶ ହେଲେ ରାଜ୍ୟ ଅର୍ଥନୀତି ସୁଦୃଢ଼ ହୋଇ ପାରିବ । ମାଛ ଚାଷର ବିକାଶ ଲାଗି ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯିବା ଦରକାର। ଓୟୁଏଟି ପକ୍ଷରୁ ତାଙ୍କୁ ‘ଆୱାର୍ଡ ଅଫ୍‌ ଏକ୍ସଲେନ୍ସ’ ସମ୍ମାନ ମିଳିବା ଏବଂ ଗତବର୍ଷ ଡିସେମ୍ବର ୨୩ ତାରିଖରେ ଖଇରା ବ୍ଲକ ଗଣ୍ଡିବେଡରେ ଚାଷୀ ମାନଙ୍କ ଦ୍ୱାରା ଆୟୋଜିତ ଉସତ୍ବରେ ସମ୍ମାନିତ କରାଯିବା ଘଟଣା ତାଙ୍କୁ ଅଧିକ ଆନନ୍ଦ ଦେଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri