ଜଳଜୀବଙ୍କ ପ୍ରତି ଆକର୍ଷଣରୁ ମତ୍ସ୍ୟବିଜ୍ଞାନୀ

ସିମୁଳିଆ,୧୦ା୧୦(ଡି.ଏନ୍‌.ଏ.)- ଧରିତ୍ରୀ ପୃଷ୍ଠରେ ପ୍ରକୃତି ଓ ଜୀବଜଗତ ବଡ ବୈଚିତ୍ର୍ୟମୟ। ପିଲାଦିନେ ଜଳଜୀବଙ୍କ ପ୍ରତି ଆକର୍ଷଣ ତାଙ୍କୁ ଆଜି ମତ୍ସ୍ୟ ବିଜ୍ଞାନୀର ପରିଚୟ ହେଇଛି। ଓଡ଼ିଶାରେ ମତ୍ସ୍ୟଚାଷର ବିକାଶ ଲାଗି ସେ ନିରନ୍ତର ଗବେଷଣା ଜାରି ରଖିଛନ୍ତି। ଜୈବିକ ତଥା ସମନ୍ନିତ ପଦ୍ଧତିରେ ମାଛ ଚାଷ କରି ଚାଷୀମାନେ ଅଧିକ ଲାଭବାନ ହେବା ସହ ସ୍ବାବଲମ୍ବୀ ହୋଇପାରିବେ । ରାଣିତାଲ କୃଷି ବିଜ୍ଞାନ କେନ୍ଦ୍ରର ମତ୍ସ୍ୟ ବୈଜ୍ଞାନିକ ରୂପେ କାର୍ଯ୍ୟ କରୁଥିବା ଡ. ଅମ୍ବିକା ପ୍ରସାଦ ନାୟକ ବଷର୍ର୍ସାରା ମାଛ ଅମଳ ପାଇଁ ମୁଣ୍ଡା ଯାଆଁଳ ବ୍ୟବହାର, ସମନ୍ବିତ ମାଛଚାଷ, ବ୍ଲାକ କାର୍ପ ମାଛ ଦ୍ୱାରା ପୋଖରୀରେ ଗେଣ୍ଡା ନିୟନ୍ତ୍ରଣ, ଜୈବିକ ପଦ୍ଧତିରେ ମାଛ ରୋଗ ପ୍ରତିଷେଧକ ଆଦି କ୍ଷେତ୍ରରେ ଗବେଷଣା କରି ସଫଳ ହୋଇଛନ୍ତି ା ବାଡି ଅଗଣାରେ ଜଳ କୁଣ୍ଡରେ ମାଛ ଚାଷ (ବାୟୋଫ୍ଲକ) ଅଧିକ ମୂଲ୍ୟଯୁକ୍ତ ଏମୁରକାର୍ପ ମାଛ ଉପତ୍ାଦନ, ମାଛ ପାରମ୍ପରିକ ଖାଦ୍ୟରେ ଇଷ୍ଟ(କବକ) ଓ ପ୍ରୋ-ବାୟୋଟିକ୍ସର ବ୍ୟବହାର, ଚାଷୀ ଖର୍ଚ୍ଚ କମ୍‌ କରି ଅଧିକ ଲାଭ ପାଇଁ କୃତ୍ରିମ ଖାଦ୍ୟ ବ୍ୟବହାର, ଅଙ୍ଗୁଳିକା ଯାଆଁଳ, କେକ୍‌ ଫିଡିଂ ଇତ୍ୟାଦି ଉପରେ ତାଙ୍କ ଗବେଷଣା ଜାରି ରହିଛି ା କେବଳ ସେତିକି ନୁହେଁ , ଯାଆଁଳ ସଂରକ୍ଷଣ ପାଇଁ ଛୋଟ ପୋଖରୀ ବ୍ୟବସ୍ଥା ଓ ଚାଷୀ ଋଣରେ ସରଳୀକରଣ କରିବା ଲାଗି ସେ ଉଦ୍ୟମ ଚଳାଇଛନ୍ତି।
ଓଡ଼ିଶାର ଜଣେ ସୁନାମଧନ୍ୟ ଜଳଜୀବ ବୈଜ୍ଞାନିକ ବା ମତ୍ସ୍ୟ ବିଜ୍ଞାନୀ ପରିଚିତ ଡ. ଅମ୍ବିକା ପ୍ରସାଦ ନାୟକ କେବଳ ନିଜ କାର୍ଯ୍ୟକ୍ଷେତ୍ର ନୁହେଁ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଚାଷୀଙ୍କ ନିକଟରେ ପହଁଞ୍ଚି ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରି ଆସୁଛନ୍ତି ା ମୋବାଇଲ ଓ ବିଭିନ୍ନ ସୋସିଆଲ ମିଡିଆ ସହାୟତାରେ ସେ ପଶ୍ଚିମ ଓଡ଼ିଶାର ଚାଷୀଙ୍କ ମାଛ ଚାଷର ବିଭିନ୍ନ ସମସ୍ୟାର ସମାଧାନ କରିଥାଆନ୍ତି ା ଗବେଷଣା କ୍ଷେତ୍ରରେ ଉକତ୍ର୍ଷତା ପାଇଁ ତାଙ୍କୁ ମିଳିଛି ସ୍ବର୍ଣ୍ଣ ମେଡାଲ । ନୟାଗଡ଼ ଜିଲା ସିକ୍ରିଡା ବ୍ଲକ ଅଧୀନ ସିକ୍ରିଡା ଅଞ୍ଚଳର ଅମ୍ବିକାପ୍ରସାଦଙ୍କ ଘର। ମା’ ସରୋଜିନୀ ଓ ବାପା ଡ. ଫକୀର ମୋହନ ନାୟକ। ତାଙ୍କ ପିଲାବେଳ ତାଙ୍କର ବିଭିନ୍ନ ଗ୍ରାମାଞ୍ଚଳରେ କଟିଥିବାରୁ ଜଳଜୀବଙ୍କ ସମ୍ପର୍କରେ ଜାଣିବାର ଆଗ୍ରହ ବୃଦ୍ଧି ପାଇଥିଲା। ତାଙ୍କ ବାପା କୋରାପୁଟ ଜେଲର ଡାକ୍ତର ହୋଇଥିବାରୁ ତାଙ୍କ ପ୍ରଥମ ଶିକ୍ଷା କୋରାପୁଟ ଜେଲ ଉପ୍ରା ବିଦ୍ୟାଳୟରୁ ଆରମ୍ଭ ହୋଇଥିଲା। ପରେ ସମ୍ବଲପୁର ଜିଏମ୍‌ କଲେଜରୁ ଯୁକ୍ତଦୁଇ ବିଜ୍ଞାନ ଓ ଭୁବନେଶ୍ୱର ଓୟୁଏଟିରୁ ସ୍ନାତକ ଓ ସ୍ନାତକତ୍ତୋର ପାଶ୍‌ କରିଥିଲେ ା ପରେ ସର୍ବଭାରତୀୟ କୃଷି ଗବେଷଣା ଦ୍ୱାରା ପରିଚାଳିତ ଜୁନିୟର ରିସୋର୍ସ ଫେଲୋସିପ(ଜେଆର୍‌ଏଫ୍‌) ପରୀକ୍ଷାରେ ସମଗ୍ର ଦେଶରେ ପ୍ରଥମ ହୋଇଥିଲେ। ମସତ୍‌ୟ ବିଜ୍ଞାନ ବିଭାଗ ସ୍ନାତକତ୍ତୋରରେ ପ୍ରଥମ ହୋଇ ଗୋଲ୍ଡ ମେଡାଲ ପାଇଥିଲେ ା
୧୯୯୫ରେ ଆନ୍ଧ୍ର ଓଡିଶା ଚିଙ୍ଗୁଡି ଯାଆଁଳ ଉପତ୍ାଦନର ବୈଷୟିକ ଅଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରି ପରେ ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗ ଅଧୀନରେ କଳାହାଣ୍ଡି ଓ ସମ୍ବଲପୁର ଜିଲାରେ କାର୍ଯ୍ୟ କରି ୨୦୦୫ରୁ ରାଣିତାଲ କୃଷି ବିଜ୍ଞାନ କେନ୍ଦ୍ରର ମତ୍ସ୍ୟ ବୈଜ୍ଞାନିକ ରୂପେ କାର୍ଯ୍ୟ କରୁଛନ୍ତି । ତାଙ୍କ ସାନଭାଇ ଜଗନ୍ନାଥ ପ୍ରସାଦ ଜଣେ ଇଞ୍ଜିନିୟର ା ପୁଅ ସ୍ବପ୍ନ ସମ୍ଭବ କମ୍ପ୍ୟୁଟର ଇଞ୍ଜିନିୟର ପଢୁଥିବା ବେଳେ ସ୍ତ୍ରୀ ନମିତା ଓ ମା’ ଗୃହିଣୀ ରୂପେ ଭୁବନେଶ୍ୱର ଘରେ ରହୁଛନ୍ତି। ଅମ୍ବିକା ପ୍ରସାଦ କହନ୍ତି, ସେ ପରିବାର ଠାରୁ ଦୂରରେ ରହୁଥିବାରୁ ବିଭିନ୍ନ ଅଞ୍ଚଳର ଚାଷୀଙ୍କ ସହିତ ମିଶି ସମୟ ଅତିବାହିତ କରୁଛନ୍ତି ା ୨୦୦୦ରେ କଳାହାଣ୍ଡି ଜିଲାର କମଲପୁର ବ୍ଲକ ଖଣ୍ଡିଡଙ୍ଗିରିଗୁଡା ଅଞ୍ଚଳର ଚଷୀଙ୍କ ନିକଟକୁ ଯାଇ ଫେରୁଥିବା ବେଳେ ହାତୀ ନଦୀରେ ଡଙ୍ଗା ବୁଡି ଦୁର୍ଘଟଣାର ଶିକାର ହୋଇଥିଲେ। ତେବେ ସେଠାରେ ଚାଷୀମାନଙ୍କ ଦ୍ୱାରା ସେ ଉଦ୍ଧାର ଲାଭ କରିଥିଲେ। ଓଡ଼ିଶା ଭଳି କୃଷି ପ୍ରଧାନ ରାଜ୍ୟରେ ମତ୍ସ୍ୟ ଓ ଅନ୍ୟ ଆନୁଷଙ୍ଗିକ କୃଷିର ବିକାଶ ହେଲେ ରାଜ୍ୟ ଅର୍ଥନୀତି ସୁଦୃଢ଼ ହୋଇ ପାରିବ । ମାଛ ଚାଷର ବିକାଶ ଲାଗି ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯିବା ଦରକାର। ଓୟୁଏଟି ପକ୍ଷରୁ ତାଙ୍କୁ ‘ଆୱାର୍ଡ ଅଫ୍‌ ଏକ୍ସଲେନ୍ସ’ ସମ୍ମାନ ମିଳିବା ଏବଂ ଗତବର୍ଷ ଡିସେମ୍ବର ୨୩ ତାରିଖରେ ଖଇରା ବ୍ଲକ ଗଣ୍ଡିବେଡରେ ଚାଷୀ ମାନଙ୍କ ଦ୍ୱାରା ଆୟୋଜିତ ଉସତ୍ବରେ ସମ୍ମାନିତ କରାଯିବା ଘଟଣା ତାଙ୍କୁ ଅଧିକ ଆନନ୍ଦ ଦେଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମର୍ମନ୍ତୁଦ ଦୁର୍ଘଟଣା: ବାପା-ଝିଅଙ୍କ ଉପରେ ମାଡ଼ିଗଲା ଟ୍ରକ, ଆଉ ତା’ପରେ…

ସୋର,୭।୬(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ୱର ବସ୍‌ ଷ୍ଟପ୍‌ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ…

ନାବାଳିକାଙ୍କୁ ନେଇ ଚମ୍ପଟ ମାରିଲା ପ୍ରେମିକ, ପୁଅର କାରନାମା ପାଇଁ ଭିଟାମାଟି ଛାଡ଼ିଲେ ମାଆ-ବାପା

ଭୋଗରାଇ,୫।୬(ପ୍ରଦୀପ ଦାସ )ନାବାଳିକାଙ୍କୁ ନେଇ ଛୁ ମାରିଲେ ପ୍ରେମିକ । ପ୍ରେମିକା ଓ ପ୍ରେମିକଙ୍କ ପତ୍ତା ମିଳୁନଥିବାବେଳେ ପୋଲିସ ଓ ନାବାଳିକାଙ୍କ ପରିବାର ଭୟରେ ଆତ୍ମଗୋପନ କରିଛନ୍ତି…

ବାହା ବେଦୀରେ ବଦଳିଗଲା ବରଙ୍କ ମନ, ଅଧା ବାହାଘରରୁ ପ୍ରେମିକାଙ୍କୁ ଛାଡ଼ି ଚାଲିଆସିଲେ…

ବାଲେଶ୍ୱର,୪ା୬(ବାଞ୍ଛାନିଧି ଦେ): ୪ ବର୍ଷର ପ୍ରେମ ସମ୍ପର୍କ। ପ୍ରଥମେ କୋର୍ଟ ମ୍ୟାରେଜ୍‌। ତା’ପରେ ଚାଲିଥିଲା ମନ୍ଦିରରେ ବାହାଘର। ହେଲେ ବାହାବେଦୀରେ ବଦଳିଗଲା ବରଙ୍କ ମନ। ଅଧା ବାହାଘରରୁ…

ସଂଘବଦ୍ଧ ଆକ୍ରମଣ କଲେ ସମ୍ପର୍କୀୟ, ବ୍ୟକ୍ତି ଗୁରୁତର

ସିମୁଳିଆ,୨।୬(ସନ୍ତୋଷ କୁମାର ନାୟକ): ଜମିବାଡ଼ି ସଂକ୍ରାନ୍ତିୟ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମଙ୍ଗଳବାର ବାଲେଶ୍ୱର ଜିଲା ସିମୁଳିଆ ଥାନା କ୍ଷୀରକୋଣା ମଳିକସାହି ଅଞ୍ଚଳର ଲକ୍ଷ୍ମୀଧର ଦାସ (୪୫) ନାମକ…

ଟ୍ରେନ ଉପରେ ପଡ଼ିଲା କ୍ରେନ୍‌

ବାଲେଶ୍ୱର/ନୀଳଗିରି,୨୮।୫(ବାଞ୍ଛାନିଧି ଦେ/ପ୍ରଶାନ୍ତ ବିଶ୍ୱାଳ): ନୀଳଗିରି-ଗୋପୀନାଥପୁର ରେଲ ଷ୍ଟେଶନରେ ଏକ ଅଘଟଣ ଘଟିଛି। ଅନ୍‌ ଲୋଡିଂ ବେଳେ କ୍ରେନ୍‌ ଭାଙ୍ଗି ୨ଟି ମାଲବାହୀ ଟ୍ରେନ ଉପରେ ପଡ଼ିଥିଲା। ଫଳରେ…

ଓଲଟିଲା ଲୁଣ ବୋଝେଇ ଇଞ୍ଜିନ ରିକ୍ସା, ଖାଲାସୀ ମୃତ

ଭୋଗରାଇ,୨୮।୫( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା – ବାଲିଆପାଳ ରାସ୍ତା ଜଳଧା ଗ୍ରାମ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି…

ଭାଇ-ଭାଇ ବିବାଦ ଯୋଗୁଁ ମା’ର କଲେନି ଅନ୍ତିମସଂସ୍କାର, ପୋଲିସ ଆସି କାନ୍ଧେଇଲା ଶବ

ବାଲେଶ୍ୱର,୨୭ା୫( ବାଞ୍ଛାନିଧି ଦେ): ଦୁଇ ପୁଅ ମଧ୍ଯରେ ବିବାଦ ପାଇଁ ବଳି ପଡିଲେ ମା’ । ଏମିତି କି ମା’ର ଶବସତ୍କାର କଲେନି ଦୁଇ ପୁଅ ।…

ରାଜପଥ ପାର୍ଶ୍ୱରୁ ମୃତ ହରିଣ ଉଦ୍ଧାର: ଚୋରା ଚାଲାଣ ସନ୍ଦେହରେ…

ବାଲେଶ୍ୱର, ୨୫।୫ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ମୃତ ହରିଣ ଉଦ୍ଧାର ହୋଇଛି। ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri