ଜର୍ଜିଆରେ ଚମକିଲେ ଓଡ଼ିଆ କୁନିଝିଅ

ପୁରୀ ଅଫିସ, ୪ା୨: ପୁଣି ଜଣେ ଓଡ଼ିଆ ଅନ୍ତର୍ଜତୀୟସ୍ତରରେ ସଫଳତା ସାଉଣ୍ଟିଛନ୍ତି। ଜର୍ଜିଆରେ ଅନୁଷ୍ଠିତ ୱାଲର୍‌ଡ ରାଇଜିଂ ଷ୍ଟାର-୨୦୨୦ରେ ୧୨ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ବେଷ୍ଟ ନ୍ୟାଶନାଲ କଷ୍ଟ୍ୟୁମ ଏବଂ ଟପ୍‌ ମଡେଲର ମୁକୁଟ ପିନ୍ଧିଛନ୍ତି ପୁରୀର ୫ବର୍ଷୀୟା ଝିଅ ଦିବ୍ୟଶ୍ରୀ। ଆଉ ସବୁଠୁ ଖୁସିର କଥା ହେଉଛି, ଦିବ୍ୟଶ୍ରୀଙ୍କ ପାଇଁ ଭାରତ ପ୍ରଥମଥର ଲାଗି ଏହି ଅନ୍ତର୍ଜାତୀୟ ପୁରସ୍କାର ପାଇଛି। ର଼୍ୟାମ୍ପ ଶୋ’ରେ ଅନ୍ତର୍ଜାତୀୟସ୍ତରରେ ରେକର୍ଡ ହାସଲ ପାଇଁ ଆଶା ବାନ୍ଧିଥିବା ଦିବ୍ୟଶ୍ରୀଙ୍କ ପରିବାର ଝିଅର ଏହି ସଫଳତାକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ପୁରୀ ମାର୍କଣ୍ଡେଶ୍ୱର ସାହିର ଦେବାଶିଷ ବେହେରା ଓ ଦେବୀ ଗୁହାଙ୍କ ୫ବର୍ଷର ଝିଅ ଦିବ୍ୟଶ୍ରୀ। ମା’ ଓ ବାପାଙ୍କ ନାମକୁ ନେଇ ତାଙ୍କ ନାମ ରହିଛି ଦିବ୍ୟଶ୍ରୀ ଦେବାଶିଷ ବେହେରା। ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଦିବ୍ୟଶ୍ରୀଙ୍କର ମାତ୍ର ଅଢେଇ ବର୍ଷ ବୟସରୁ ମଡେଲିଂ ଏବଂ ଫ୍ୟାଶନ ଶୋ’ ପ୍ରତି ଦୁର୍ବଳତା ଥିଲା। ଝିଅର ଆଗ୍ରହକୁ ଦେଖି ପରିବାର ମଧ୍ୟ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେଲେ। ଭାରତର ବିଭିନ୍ନ ସ୍ଥାନରେ ହେଉଥିବା ଜାତୀୟସ୍ତରୀୟ ଫ୍ୟାଶନ ଶୋ’ରେ ଭାଗ ନେଇ ବେଶ୍‌ ସଫଳତା ପାଇଥିଲେ ଦିବ୍ୟଶ୍ରୀ। ବିଶାଖାପାଟଣା ଓ ବାଙ୍ଗାଲୋରରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଫ୍ୟାଶନ ଶୋ’ରେ ତାଙ୍କ ସଫଳତା ଜର୍ଜିଆ ପାଇଁ ବାଟ ଫିଟାଇଥିଲା। ପରିବାରର ଅନିଚ୍ଛା ସତ୍ତ୍ବେ ଝିଅର ପ୍ରତିଭାକୁ ବିକଶିତ କରିବା ଲାଗି ସେମାନେ ଜର୍ଜିଆର ତିବିଲ୍‌ସେ ସହରରେ ପହଞ୍ଚତ୍ଥିଲେ। ଜାନୁୟାରୀ ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ସେଠାରେ ଆୟୋଜିତ ୱାଲର୍‌ଡ ରାଇଜିଂ ଷ୍ଟାର-୨୦୨୦ କଣ୍ଟେଷ୍ଟାଣ୍ଟରେ ଭାରତ ପକ୍ଷରୁ ୪ରୁ ୭ବର୍ଷ ବର୍ଗରେ ଭାଗନେଇ ଦେଶପାଇଁ ଗୌରବ ଆଣିଥିଲେ ଦିବ୍ୟଶ୍ରୀ। ଏହି ବର୍ଗରେ ୧୨ଟି ଦେଶର ପ୍ରତିଯୋଗୀଙ୍କୁ ସେ ପଛରେ ପକାଇ ବେଷ୍ଟ ନ୍ୟାଶନାଲ କଷ୍ଟ୍ୟୁମ୍‌ ସହିତ ଟପ୍‌ ମଡେଲର କ୍ରାଉନ ହାତେଇଥିଲେ। ଦିବ୍ୟଶ୍ରୀ ଏହି ଟ୍ୟାଲେଣ୍ଟ ଶୋ’ରେ ତାଙ୍କ କାଟେଗୋରିରେ ପ୍ରଥମ ସ୍ଥାନ ହାସଲ କରିଥିବାରୁ ୱାକ୍‌ ଫର ଇଣ୍ଟରନ୍ୟାଶନାଲ ଡିଜାଇନର୍ସ ବ୍ରାଣ୍ଡ ପକ୍ଷରୁ ଫାଇଭ୍‌ ଷ୍ଟାର ହୋଟେଲ ହିଲ୍‌ ଷ୍ଟେଶନରେ ରହିବା ପାଇଁ ତାଙ୍କ ପରିବାରକୁ ମିଳିଥିଲା ସ୍ବତନ୍ତ୍ର ଗିଫ୍ଟ ଭାଉଚର। ଦିବ୍ୟଶ୍ରୀଙ୍କ ମା, ବାପା ଉଭୟେ ବାଙ୍ଗାଲୋରରେ ଆଇଟି ସେକ୍ଟରରେ କାମ କରୁଥିବାବେଳେ ଝିଅକୁ ନେଇ ଅନେକ ସ୍ବପ୍ନ ଦେଖିଥିଲେ। ଛୋଟ ବୟସରୁ ମଡେଲିଂ ଏବଂ ଫ୍ୟାଶନ ଶୋ’ରେ ଭାଗ ନେବାକୁ ଝିଅ ବି ଆଗ୍ରହ ଦେଖାଇଛି। ତେଣୁ ଏହି ବାଟରେ ଝିଅକୁ ନେଇ ସେମାନେ ଦେଖିଥିବା ସ୍ବପ୍ନ ପୂରଣ ହୋଇପାରିବ ବୋଲି ମା’ ବାପା ଆଶା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଭେନ୍ସା ବିଶ୍ବବିଦ୍ୟାଳୟ ବିବାଦ; ସମୂହ ଛୁଟିରେ ଗଲେ ଅଧ୍ୟାପକ

କଟକ,୨୮।୮(ପ୍ରଭୁକଲ୍ୟାଣ ପାଲ): ସମୁହ ଛୁଟିରେ ଗଲେ ରେଭେନ୍ସା ଅଧ୍ୟାପିକା ଓ ଅଧ୍ୟାପକ । ଏହାସହ କୁଳପତିଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି । ରେଭେନ୍ସା ୟୁନିଭରସିଟି ଟିଚର୍ସ…

କ’ଣ ରାକ୍ଷୀରେ ଭାଇଙ୍କ ଠାରୁ ମିଳୁଥିବା ଟଙ୍କାରୁ ସରକାର ନିଅନ୍ତି ଟ୍ୟାକ୍ସ? ଜାଣନ୍ତୁ କେତେ ଟଙ୍କା ନେଲେ…

ନୂଆଦିଲ୍ଲୀ,୨୮।୮: ରକ୍ଷାବନ୍ଧନ ପର୍ୱ ଭାଇ-ଭଉଣୀଙ୍କ ପବିତ୍ର ସ୍ନେହ ଓ ପ୍ରେମର ପ୍ରତୀକ। ଏହି ଦିନ ଭଉଣୀମାନେ ଭାଇଙ୍କ ହାତରେ ରାଖି ବାନ୍ଧିଥାନ୍ତି ଏବଂ ବଦଳରେ ଭାଇ ସେମାନଙ୍କୁ…

ଥରିଲା ଚାଇନା: ଭୟରେ ଲୋକେ ଦୌଡ଼ିଲେ

ବେଜିଂ,୨୮।୭: ଦକ୍ଷିଣ-ପଶ୍ଚିମ ଚାଇନାର ସିଚୁଆନ ପ୍ରଦେଶରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଚାଇନା ଭୂକମ୍ପ ନେଟୱାର୍କସ ସେଣ୍ଟର (CENC) ଅନୁଯାୟୀ, ଲଙ୍ଗଚାଙ୍ଗ ସହରରେ ୫.୧ ତୀବ୍ରତାର ଭୂକମ୍ପ…

ଖାତାକୁ ଗଲା ସୁଭଦ୍ରା ଟଙ୍କା, ତୁରନ୍ତ ଚେକ୍‌ କରନ୍ତୁ ଆକାଉଣ୍ଟ

ନୟାଗଡ଼,୨୮ା୮(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ଲାଠିପଡ଼ାରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଞ୍ଚି ଗହ୍ମାପୂର୍ଣ୍ଣିମା ଅବସରରେ ୫ମ କିସ୍ତି ସୁଭଦ୍ରା ଅନୁଦାନ ପ୍ରଦାନ କରିଛନ୍ତି। ଆଜିର…

ମୋହନ ଭାଗବତଙ୍କ ଭିଜା ରଦ୍ଦ ପାଇଁ ୟୁଏସ୍‌ସିଆଇଆର୍‌ଏଫ୍‌ର ଦାବି

ଓ୍ବାଶିଂଟନ,୨୮।୮(ପି.ଟି.): ନ୍ୟୁୟର୍କକୁ ୩ ଦିନିଆ ଗସ୍ତରେ ଯାଇଥିବା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତଙ୍କ ଭିଜା ରଦ୍ଦ କରିବାକୁ ଆମେରିକାର ଅନ୍ତର୍ଜାତୀୟ ଧର୍ମୀୟ ସ୍ବାଧୀନତା…

ଆଖଡ଼ାଶାଳୀ ସ୍ଲୁଇସ୍‌ କ୍ରୀକ୍‌ ୬ ପଞ୍ଚାୟତର ଚାଷୀଙ୍କ ଭାତହାଣ୍ଡି, ବିଧାୟକ କହିଲେ ଏଠାରେ ଖୁବ୍‌ଶୀଘ୍ର ହେବ…

ମହାକାଳପଡ଼ା,୨୮ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମଙ୍ଗଳପୁର ପଞ୍ଚାୟତ ବନ୍ଧପଡ଼ା ଗ୍ରାମ ଲକ୍ଷ୍ମୀ ନାରାୟଣ ମନ୍ଦିର ପରିସରରେ ଗୁରୁବାର ବଳଦେବଜୀଉଙ୍କ ଜନ୍ମଦିବସ ଅବସରରେ ଚଷା…

ସେପ୍ଟେମ୍ବର ୧ରୁ ଲାଗୁ ହେବ ନୂଆ ନିୟମ: ଗ୍ରାହକଙ୍କ ସୁବିଧା ପାଇଁ …

ଚେନ୍ନାଇ,୨୮।୮: ତାମିଲନାଡୁରେ ମଦର ଖୁଚୁରା ବିକ୍ରି ଉପରେ ସରକାରୀ ଏକାଧିକାର ରଖୁଥିବା ସଂସ୍ଥା TASMAC ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ…

ଗ୍ରହଙ୍କ ବଡ଼ ସଂଯୋଗ: ଏହି ୫ ରାଶିଙ୍କୁ ମିଳିବ ଧନଠାରୁ କ୍ୟାରିୟର ପର୍ଯ୍ୟନ୍ତ ଲାଭ

୨୮ ଅଗଷ୍ଟ ୨୦୨୬ ଦିନଟି ପଞ୍ଜିକା ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ ବୋଲି କୁହାଯାଉଛି। ଏହି ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷର ପୂର୍ଣ୍ଣିମା ତିଥି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri