ଜବରଦଖଲ ରାସ୍ତା ନିର୍ମାଣରେ ବାଧକ : ପ୍ରଶାସନ ଚୁପ

କେନ୍ଦୁଝର, ୧୮ା୭ (ସ୍ବ.ପ୍ର.)- କେନ୍ଦୁଝର ସହରରେ ଜବରଦଖଲ ସମସ୍ୟା ଦିନକୁ ଦିନ ଜଟିଳ ହୋଇ ପଡୁଛି । କିଏ ସରକାରୀ ଜମିରେ ଘରବାଡି ଜବରଦଖଲ କରିଛି ତ କିଏ ରାସ୍ତା ଘାଟ ଜବରଦଖଲ କରିଛି । ଫଳରେ ଯାତାୟାତ ଅସୁରକ୍ଷିତ ହୋଇପଡୁଛି । ସହରର ବ୍ୟସ୍ତବହୁଳ ଗାନ୍ଧୀ ଛକ ଚାରିପାଖ ଜବରଦଖଲ ହୋଇଯାଇଥିବାରୁ ରାସ୍ତା ସଙ୍କୁଚିତ ହେବା ସହ ଯାତାୟାତ ବ୍ୟାହତ ହେଉଛି। ଅନେକ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ଘଟୁଥିଲେ ହେଁ ଏହାକୁ ଜବରଦଖଲମୁକ୍ତ କରି ପ୍ରଶସ୍ତ କରାଯାଇପାରୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ବଢୁଛି।
ଏହି ଛକ ଦେଇ ଏନ୍‌ଏଚ ୪୯ ଯାଇଥିବା ବେଳେ ଛକ ଦେଇ ସହରରୁ ପାଣିକୋଇଲି-ରିମୁଳି ଯାଇଥିବା ଏନ୍‌ଏଚ୍‌ ୨୦କୁ ସଂଯୋଗ ହୋଇଛି। ଛକ ନିକଟରେ ବିପଦପୂର୍ଣ୍ଣ ଭାବେ ବଡ ବଡ ସପିଂ କମ୍ପ୍ଲେକ୍ସ ନିର୍ମାଣ ହେଉଥିବା ଯୋଗୁ ଆଗାମୀ ଦିନରେ ବିପଦ ଅଧିକ ହେବା ଆଶଙ୍କା ରହିଛି ା ବିନା ପାର୍କିଂ ଓ ଡ୍ରେନେଜ ବ୍ୟବସ୍ଥାରେ କିପରି ଟାଉନ ପ୍ଲାନିଂ ଓ ପାୈରପାଳିକା ବ୍ୟବସାୟିକ କୋଠା ନିର୍ମାଣ କରିବାକୁ ଅନୁମତି ଦେଉଛନ୍ତି ତାହାକୁ ନେଇ ନାନା ସନ୍ଦେହ ଉପୁଜିଛି। ଏଥିରେ ବ୍ୟାପକ ଅର୍ଥ କାରବାର ହୋଇଥିବାରୁ ଏହି ଛକର ଜମି ମାପଚୁପ କରିବାକୁ ଜିଲାପାଳ ହସ୍ତକ୍ଷେପ କରି ତଦନ୍ତ କରିବାକୁ ଦାବି ହେଉଛି। ସେହିପରି ଏହି ବ୍ୟସ୍ତବହୁଳ ଛକ ନିକଟରେ ଘର ନିର୍ମାଣ ପାଇଁ ସାମଗ୍ରୀ ଜମା ହୋଇ ରହିଥିବାରୁ ରାସ୍ତା ସଂକୁଚିତ ହୋଇପଡୁଛି ା ପ୍ରଶାସନ ସାଧାରଣ ଗରିବ ଛୋଟ ଛୋଟ ବେପାରୀଙ୍କୁ ରାସ୍ତା କଡ଼ରୁ ଉଚ୍ଛେଦ କରି ବାଃ ବାଃ ନେଉଥିବା ବେଳେ ଏଭଳି ବଡବଡିଆଙ୍କ ପ୍ରତି କୋହଳ ମନୋଭାବ ପ୍ରତିପୋଷଣ କରାଯାଉଛି ବୋଲି ସାମାଜିକ କର୍ମୀ ମନସୁର ଆଲାମ କହିଛନ୍ତି। ସେହିପରି ଏହି ଛକରେ ଟ୍ରାଫିକ ଅବସ୍ଥା ସଙ୍ଗିନ ଥିବା ବେଳେ ସିଗନାଲ ଟ୍ରାଫିକ ଲାଇଟ ଦୀର୍ଘ ଦିନ ହେଲା ଅଚଳ ହୋଇରହିଛି। ଏହାକୁ ସଜଡ଼ା ଯାଉ ନ ଥିବାରୁ ନାନା ସମସ୍ୟା ସୃଷ୍ଟି ହେଉଛି। ବିନା ପାର୍କିଂ ବ୍ୟବସ୍ଥାରେ ହୋଟେଲ, ବ୍ୟାଙ୍କ, ମାର୍କେଟ ଆଦି ଚାଲୁଥିବା ବେଳେ ଅନତିଦୂରରେ ତେଲ ପମ୍ପ ଟ୍ରାଫିକ ସମସ୍ୟାକୁ ଅଧିକ ଜଟିଳ କରୁଛି ବୋଲି ସହରବାସୀ ମତବ୍ୟକ୍ତ କରିଛନ୍ତି। ଏହାକୁ ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ପ୍ରୋତ୍ସାହିତ କରୁଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ହାଡ଼ ଭାଙ୍ଗିଦେବି…ଏମିତି ଧମକ ଦେଇ ଫସିଲେ ବିଧାୟକ

ଚେନ୍ନାଇ,୨୩।୭: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇଥିବା ଭିଲାଥିକୁଲମର ଡିଏମକେ ବିଧାୟକ ଜିଭି ମାର୍କଣ୍ଡେୟନଙ୍କୁ କୋର୍ଟରେ ଏକ ବଡ଼ ଝଟକା…

‘ଯଦି ମୋତେ ଜନ୍ତରମନ୍ତରରେ ପାଇବେନି ତେବେ ଜାଣିନେବେ’… ଅଭିଜିତ୍‌ ଦୀପ୍‌କେଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୩।୭: କକରୋଚ ଜନତା ପାର୍ଟିର ମୁଖ୍ୟ ଅଭିଜିତ ଦୀପକେ ଆନ୍ଦୋଳନକାରୀମାନଙ୍କୁ ଏକ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଯଦି ସେ ଆଜି ଜନ୍ତର-ମନ୍ତରରେ ଦେଖା ନ…

ICC ODI Rankingରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବ୍‌ଦବା: ଟପ୍‌-୪ରେ ୩ ଭାରତୀୟ, ଜାଣନ୍ତୁ କେଉଁ ସ୍ଥାନରେ ରୋହିତ-ବିରାଟ

ନୂଆଦିଲ୍ଲୀ,୨୩।୭: ICC ଦ୍ୱାରା ବୁଧବାର ନୂତନ ରାଙ୍କିଙ୍ଗ ଜାରି କରାଯାଇଛି। ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଥିବାବେଳେ କ୍ୟାପଟେନ ଶୁବମନ ଗିଲ୍‌ ନମ୍ବର-୧…

ଆଉ ଦରକାର ପଡ଼ିବନି LPG ସିଲିଣ୍ଡର! ଏଣିକି ଇଥାନଲରେ ହେବ ରୋଷେଇ, ହେଲେ କିଣିବାକୁ ପଡିବ ନୂଆ ଚୁଲା

ନୂଆଦିଲ୍ଲୀ,୨୩।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବା ପରେ, କେନ୍ଦ୍ର ସରକାର ଏବେ ଏହି ଜୈବ ଇନ୍ଧନ (biofuel) ର ଅନ୍ୟ ଏକ ବଡ଼ ବ୍ୟବହାର ଆପଣଙ୍କ ରୋଷେଇ…

କେନ୍ଦ୍ର ସରକାର ବଢାଇଲେ ମହଙ୍ଗା ଭତ୍ତା: ଏହିସବୁ କର୍ମଚାରୀଙ୍କ ବଢ଼ିବ ଦରମା

ନୂଆଦିଲ୍ଲୀ,୨୩।୭: ଦେଶର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଜୁଲାଇ ମାସରେ ହେବାକୁ ଥିବା ମହଙ୍ଗା ଭତ୍ତା (DA) ବୃଦ୍ଧିକୁ ଅପେକ୍ଷା କରିଛନ୍ତି। ସେମାନେ ମହଙ୍ଗା ଭତ୍ତାରେ ୨…

ଫୋକସରେ ପୌର -ପଞ୍ଚାୟତ ନିର୍ବାଚନ: ତାମ୍ପରାରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ, ମିଶିକି ନେଲେ ଏହି ଶପଥ

ଛତ୍ରପୁର, ୨୩।୭ (ଦିଲ୍ଲୀପ ସାମଲ/ ଦ୍ୱାରିକାପଟ୍ଟନାୟକ): ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନକୁ ସାମ୍ନାରେ ରଖି ଛତ୍ରପୁର ନିର୍ବାଚନମଣ୍ଡଳୀରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ବିଜୁ…

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର: ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର, ୨୩।୭: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଗୁରୁବାର ଏକ ଖୁସିଖବର ମିଳିଛି। ରାଜ୍ୟ ସରକାର ମହଙ୍ଗା ଭତ୍ତା ୫% ବୃଦ୍ଧି କରିଛନ୍ତି। ଫଳରେ ମହଙ୍ଗା ଭତ୍ତା ୨୫୭%ରୁ…

ପରିତ୍ୟକ୍ତ ଅବସ୍ଥାରେ ଦାରିଙ୍ଗବାଡିର ଏକମାତ୍ର ଯାତ୍ରୀ ବିଶ୍ରାମାଗାର: ଭାଙ୍ଗି ଗଲାଣି ଗେଟ୍‌

ଦାରିଙ୍ଗବାଡି,୨୨।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଚାରି ଛକରେ ରହିଥିବା ଏକ ମାତ୍ର ବିଶ୍ରାମାଗାର ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ପୁତ୍ତିମୟ ଗନ୍ଧରେ ନାକ ଫାଟି ଯାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri