ଜନବିରୋଧୀ ଆଇନ

ଆକାର ପଟେଲ
ଭାରତ ତା’ର ଆତଙ୍କବାଦ-ନିରୋଧୀ ଆଇନ, ଦ ଅନ୍‌ଲଫୁଲ୍‌ ଆକ୍ଟିଭିଟିଜ୍‌ ପ୍ରିଭେନ୍ସନ ଆକ୍ଟ (ୟୁଏପିଏ)ରେ ଏକ ପରିବର୍ତ୍ତନ କରିଛି। ଏହି ଆଇନ ଅନୁସାରେ କୌଣସି ଅପରାଧ ଘଟାଇବା ପୂର୍ବରୁ ବିନା ଅଭିଯୋଗରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିକୁ ଅଟକ ବା ଜେଲରେ ରଖିବାର ଅଧିକାର ରାଷ୍ଟ୍ରର ରହିଛି। ଏପରିଭାବେ ଜେଲରେ ରଖାଯାଇଥିବା ବ୍ୟକ୍ତିକୁ ସହଜରେ ଜାମିନ ନ ମିଳିବାର ବ୍ୟବସ୍ଥା ମଧ୍ୟ କରାଯାଇଛି ଏବଂ ଏହା ଭିତରେ ପୋଲିସ ପାଇଁ ଦୁର୍ନୀତି କରିବା ଓ ନିର୍ଯାତନା ଦେବାର ସୁଯୋଗ ଅଛି। ଏଭଳି ଆଇନ କ’ଣ କିଛି କାମରେ ବା ଦେଶହିତରେ ଲାଗୁଛି? କେବେ ନୁହେଁ। ପଞ୍ଜାବରେ ହିଂସାକାଣ୍ଡ ଘଟିବା ପରେ କଂଗ୍ରେସ ସରକାର ଟେରୋରିଜ୍‌ମ ଆଣ୍ଡ୍‌ ଆଣ୍ଟି-ଡିସ୍‌ରପ୍ଟିଭ୍‌ ଆକ୍ଟିଭିଟିଜ୍‌ ପ୍ରିଭେନ୍ସନ ଆକ୍ଟ (ଟାଡା) ଆଣିଲା। ଏହି ଆଇନ ପ୍ରାୟ ଏକ ଦଶନ୍ଧି ବଳବତ୍ତର ରହିଲା ଏବଂ ଏହି ଆଇନ ବଳରେ ହଜାର ହଜାର ଲୋକ (ଅଧିକାଂଶ ମୁସଲମାନ ଓ ଶିଖ୍‌) ଗିରଫ ହୋଇ ଜେଲ ଗଲେ। ମାତ୍ର ସେମାନଙ୍କ ମଧ୍ୟରୁ ମାତ୍ର ୧ ପ୍ରତିଶତ ଲୋକ ଦୋଷୀ ସାବ୍ୟସ୍ତ ହେଲେ। ଅର୍ଥାତ୍‌ ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୧୦୦ରେ ୯୯ ଜଣ ଥିଲେ ନିର୍ଦ୍ଦୋଷ।
ଏହା ଅତି କଡ଼ା ଓ ଅନୁଚିତ ଆଇନ ଥିଲା, ତେଣୁ ତାହା ଆଉ ଅଧିକ ଦିନ ତିଷ୍ଠିପାରିଲା ନାହିଁ। ଏହି ଆଇନ ବଦଳରେ ୨୦୦୨ ମସିହାରେ ପ୍ରିଭେନ୍ସନ ଅଫ୍‌ ଟେରୋରିଜ୍‌ମ ଆକ୍ଟ (ପୋଟା) ଆସିଲା। ଆତଙ୍କବାଦକୁ ଦମନ କରିବାରେ ଏହା ସାହାଯ୍ୟ କରିବ ବୋଲି କୁହାଯାଉଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୀଷ ତିଓ୍ବାରୀ କହିଥିଲେ ଯେ, ପୋଟା ଅଧୀନରେ ୪୩୪୯ଟି ମାମଲା ପଞ୍ଜୀକୃତ କରାଯାଇଥିବା ବେଳେ ମୋଟ ୧୦୩୧ ଜଣ ବ୍ୟକ୍ତିଙ୍କ ବିରୋଧରେ ଆତଙ୍କବାଦ ଅଭିଯୋଗ ରହିଛି। ଏମାନଙ୍କ ମଧ୍ୟରୁ ସରକାର ମାତ୍ର ୧୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିପାରିଥିଲେ। ସୁତରାଂ ନିର୍ଦ୍ଦୋଷ ଲୋକଙ୍କୁ ଦୋଷୀ କରିବାରେ ଟାଡା ଅପେକ୍ଷା ଏହି ପୋଟା ଆହୁରି ଖରାପ। ସେତେବେଳର ସ୍ବରାଷ୍ଟ୍ରମନ୍ତ୍ରୀ ଏଲ୍‌.କେ. ଆଡ୍‌ଭାନୀ ଅନୁଭବ କଲେ ଯେ, ଏହି ଆଇନର ଦୁରୁପଯୋଗ କରାଯାଉଛି। ତେଣୁ ଏହି ଆଇନକୁ ପ୍ରତ୍ୟାହାର କରିବାର ପ୍ରକ୍ରିୟା ଆରମ୍ଭ ହେଲା।
ଏବେ ୟୁଏପିଏରେ ଯେଉଁ ସଂଶୋଧନ କରାଯାଇଛି, ସେଥିରେ କୌଣସି ବ୍ୟକ୍ତିକୁ ଆତଙ୍କବାଦୀ ବୋଲି ଅଭିହିତ କରିବାର ଅଧିକାର ରାଷ୍ଟ୍ରର ରହିଛି। ମୋର ସହକର୍ମୀ ମୃଣାଲ ଶର୍ମା ଲେଖିଛନ୍ତି ଯେ, ଏହା ସେହି ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ, ଯାହାକୁ ସରକାର ଅନୁସରଣ କରୁଛନ୍ତି ବୋଲି କହୁଛନ୍ତି। ୨୦୦୬ରେ ଜାତିସଂଘର ସ୍ବତନ୍ତ୍ର ରାପୋର୍ଟର (ରେକର୍ଡ କିପର) କହିଥିଲେ ଯେ, କୌଣସି ଅପରାଧକୁ ‘ଆତଙ୍କବାଦୀ କାର୍ଯ୍ୟକଳାପ’ କହିବାକୁ ହେଲେ ତିନୋଟି ଜିନିଷ ଥିବା ଦରକାର: ଅପରାଧୀ ଯେଉଁ ଅସ୍ତ୍ର ବ୍ୟବହାର କରିଥିଲା ତାହା ମାରାତ୍ମକ ହୋଇଥିବ, ଜନସାଧାରଣଙ୍କ ଭିତରେ ଆତଙ୍କ ସୃଷ୍ଟି କରି ସରକାର ବା ଆନ୍ତର୍ଜାତିକ ସଂଗଠନଠାରୁ କିଛି ଦାବି ହାସଲ କରିବାର ଉଦ୍ଦେଶ୍ୟ ଥିବ ଏବଂ ସେହି ଲକ୍ଷ୍ୟ ଭିତରେ କୌଣସି ଆଦର୍ଶ ପ୍ରତିଷ୍ଠା ଉଦ୍ଦେଶ୍ୟ ନିହିତ ଥିବ।
ଅନ୍ୟପକ୍ଷରେ ୟୁଏପିଏରେ ଆତଙ୍କବାଦୀ କାର୍ଯ୍ୟକଳାପର ଏକ ଅନିର୍ଦ୍ଦିଷ୍ଟ ଓ ଅସ୍ପଷ୍ଟ ସଂଜ୍ଞା ରହିଛି। ଏଥିରେ ଅଛି, ସେହି କାର୍ଯ୍ୟକଳାପକୁ ଆତଙ୍କବାଦ କୁହାଯିବ, ଯେଉଁଥିରେ କୌଣସି ବ୍ୟକ୍ତିର ମୃତ୍ୟୁ ହୋଇଥିବା ବା ସେ ଆହତ ହୋଇଥିବ, ଧନସମ୍ପତ୍ତି ହାନି ହୋଇଥିବ, ଆପରାଧିକ ଶକ୍ତି ଦ୍ୱାରା କୌଣସି ସରକାରୀ କାର୍ଯ୍ୟନିର୍ବାହକଙ୍କ କାର୍ଯ୍ୟ ନିର୍ବହନରେ ବାଧା ବା ଭୟ ସୃଷ୍ଟି କରାଯାଇଥିବ ବା କୌଣସି ବ୍ୟକ୍ତି ବା ସରକାର କୌଣସି କାର୍ଯ୍ୟ କରିବା ବା ନ କରିବା ପାଇଁ ବାଧ୍ୟ କରାଯିବାର ଉଦ୍ଦେଶ୍ୟ ଥିବ। ଧମକ ଦେବା ବା ଲୋକଙ୍କ ଭିତରେ ଆତଙ୍କ ସୃଷ୍ଟି କରିବାର ସମ୍ଭାବନା ଥିବା କାର୍ଯ୍ୟକଳାପକୁ ବି ଆତଙ୍କବାଦ ପରିସରଭୁକ୍ତ କରାଯାଇଛି। ଏହାଦ୍ୱାରା କୌଣସି ସାଧାରଣ ନାଗରିକ ବା କର୍ମୀଙ୍କ ଉପରେ ସେ କିଛି କରି ନ ଥିଲେ ମଧ୍ୟ ଆତଙ୍କବାଦୀର ମୋହର ମାରିବାର ପୂର୍ଣ୍ଣ ଅଧିକାର ସରକାରଙ୍କର ରହିଛି। ଏହି ଆଇନ ସାଧାରଣ ନାଗରିକଙ୍କ ବ୍ୟକ୍ତିଗତ ଗୋପନୀୟତା ଓ ସ୍ବାଧୀନତା ଉପରେ ହସ୍ତକ୍ଷେପ।
ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ମତରେ ୨୦୧୪ରୁ ୨୦୧୬ ମଧ୍ୟରେ ୟୁଏପିଏ ଅଧୀନରେ ପଞ୍ଜୀକୃତ ୭୫ ପ୍ରତିଶତ ମାମଲା ଭିତ୍ତିହୀନ ବୋଲି ପ୍ରମାଣିତ ହୋଇଛି। ଏତେ ବର୍ଷ ଭିତରେ ୟୁଏପିଏ କେବଳ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ଗିରଫ କରିବା, ତାଙ୍କୁ ଆଇନର ଜାଲରେ ଛନ୍ଦିବା ଏବଂ ରାଷ୍ଟ୍ର ଯେତେ ଦିନ ଚାହିଁବ ସେତେ ଦିନ ତାଙ୍କୁ ଜେଲରେ ରଖିବାର ଅସ୍ତ୍ରରେ ପରିଣତ ହୋଇଛି। ଉକ୍ତ ସଂଶୋଧନ ଆଇନକୁ ଆହୁରି ଶକ୍ତିଶାଳୀ କରିଦେଇଛି, ଯାହାଦ୍ୱାରା ସକ୍ରିୟ ସାମାଜିକ କର୍ମୀମାନଙ୍କୁ ଆତଙ୍କବାଦୀ ଭାବେ ଚିତ୍ରଣ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। ଜଣେ ପୂର୍ବତନ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଏହି ସଂଶୋଧନକୁ ବିରୋଧ କରିଥିଲେ। ଲଶ୍କର-ଇ-ତୋଇବା ମୁଖ୍ୟ ହାଫିଜ୍‌ ସଇଦ ଏବଂ ୟୁଏପିଏ ଅଧୀନରେ ଗିରଫ ହୋଇଥିବା ଗୌତମ ନଓ୍ବଲଖାଙ୍କ ଭିତରେ ପ୍ରଭେଦ ଅଛି। ରିପୋର୍ଟ ଅନୁସାରେ କଂଗ୍ରେସ ଏହି ସଂଶୋଧନ ସପକ୍ଷରେ ଭୋଟ ଦେଇଥିଲେ ମଧ୍ୟ ଚିଦାମ୍ବରମ୍‌ କହିଛନ୍ତି ଯେ, ଦଳ ଏହାକୁ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରିବ। ସାମ୍ବିଧାନିକ ଗଣତନ୍ତ୍ରରେ ଏପରି ଆଇନ ରହିବା ଉଚିତ ନୁହେଁ, ଯାହା ନାଗରିକଙ୍କୁ ହଇରାଣ କରିବା ଲାଗି ରାଷ୍ଟ୍ରକୁ ଅଧିକାର ଦେବ। ସଭ୍ୟ ଦେଶଗୁଡ଼ିକରେ ଆପରାଧିକ ନ୍ୟାୟ ବ୍ୟବସ୍ଥାରେ ଅଭିଯୁକ୍ତର ଅଧିକାର ଉପରେ ଗୁରୁତ୍ୱ ଦିଆଯାଇଛି। ବିନା ପ୍ରମାଣରେ ଲୋକଙ୍କୁ ଆତଙ୍କବାଦୀ କହିବାର ନିଷ୍ପତ୍ତି ହେଉଛି ଆଇନ ଓ ନ୍ୟାୟ ନୀତିର ବିରୋଧୀ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri