ଜନଧନ ଜମା ୧ ଲକ୍ଷ କୋଟି ଟଙ୍କା ଟପିଲା

ନୂଆଦିଲ୍ଲୀ,୧୧-୭: ଜନଧନ ଯୋଜନାରେ ଖୋଲାଯାଇଥିବା ଆକାଉଣ୍ଟଗୁଡିକରେ ଜମା ପରିମାଣ ୧ ଲକ୍ଷ କୋଟି ଟଙ୍କା ଛୁଇଁଛି। ଏହି ଯୋଜନା ୫ ବର୍ଷ ତଳେ ଆରମ୍ଭ କରାଯାଇଥିଲା। ଅର୍ଥମନ୍ତ୍ରଣାଳୟ ତଥ୍ୟ ମୁତାବକ ଏହି ଜମା ୩୬.୦୬ କୋଟି ଆକାଉଣ୍ଟରେ ରହିଛି। ଉକ୍ତ ଯୋଜନାକୁ ୨୮ ଅଗଷ୍ଟ ୨୦୧୪ରେ ଆରମ୍ଭ କରାଯାଇଥିଲା। ଲୋକମାନଙ୍କୁ ସାର୍ବଜନୀନ ବ୍ୟାଙ୍କ ସେବା ଯୋଗାଣ ନେଇ ଏହାର ଶୁଭାରମ୍ଭ ହୋଇଥିଲା। ଲୋକମାନଙ୍କ ଲାଗି ବେସିସ ସେଭିଙ୍ଗସ ବ୍ୟାଙ୍କ ଡିପୋଜିଟ (ବିଏସ୍‌ବିଡି) ଦ୍ୱାରା ଓଭରଡ୍ରାଫ୍ଟ ସୁବିଧା ଏବଂ ରୁପେ ଡେବିଟ କାର୍ଡ ପ୍ରଦାନ ବ୍ୟବସ୍ଥା କରାଯାଇଥିଲା। ଜନଧନରେ ଜିରୋ ଆକାଉଣ୍ଟ ସଂଖ୍ୟା ୨୦୧୮ ମାର୍ଚ୍ଚରେ ୫.୧୦ କୋଟି ରହିଥିବା ବେଳେ ଏହା ମାର୍ଚ୍ଚ ୨୦୧୯ରେ ୫.୦୭ କୋଟିକୁ ହ୍ରାସ ଘଟିଛି। ୨୮.୪୪ କୋଟି ଆକାଉଣ୍ଟଧାରୀଙ୍କୁ ରୂପେ ଡେବିଟ କାର୍ଡ ପ୍ରଦାନ କରାଯାଇଛି। ବିଏସ୍‌ବିଡି ଖାତାଗୁଡିକରେ କୌଣସି ସର୍ବନିମ୍ନ ବାଲାନ୍ସ ରଖିବା ଆବଶ୍ୟକତା ନ ଥିବା ସରକାର କହିଛନ୍ତି। ଉକ୍ତ ଆକାଉଣ୍ଟଗୁଡିକୁ ପ୍ରୋତ୍ସାହିତ କରିବା ଲାଗି ନୂଆ ଖାତା ଖୋଲିବା ଉପରେ ସରକାର ଦୁର୍ଘଟଣା ବୀମାକୁ ୨ ଲକ୍ଷ ଟଙ୍କାକୁ ବଢାଇଛନ୍ତି। ଏହାର ଓଭରଡ୍ରାଫ୍ଟ ସୀମାକୁ ଦୁଇଗୁଣ କରାଯାଇ ୧୦ ହଜାର କରାଯାଇଛି। ଜନଧନର ୫୦% ଆକାଉଣ୍ଟଧାରୀ ମହିଳା। ଏହି ଖାତା ଦ୍ୱାରା ଲୋକମାନେ ଆବଶ୍ୟକତା ଭିତ୍ତିରେ ଋଣ, ବୀମା, ପେନଶନ ଏବଂ ରେମିଟାନ୍ସ ସୁବିଧା ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଶସ୍ତା ହୋଇଗଲା ସୁନା-ରୂପା ଦାମ୍, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୧୩।୪: ସୁନା ଏବଂ ରୂପାର ମୂଲ୍ୟରେ ସୋମବାର ଦିନ ରେକର୍ଡ ହ୍ରାସ କରାଯାଇଛି। ଫ୍ୟୁଚର୍ସ ବଜାରରେ, ଉଭୟ ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ପାଇଛି । ମଲ୍ଟି…

Share Market Crash: ଶାନ୍ତି ଆଲୋଚନା ବିଫଳ ହେବା ପରେ ଷ୍ଟକ ମାର୍କେଟ କ୍ରାସ; ସେନସେକ୍ସ ୧,୬୦୦ ପଏଣ୍ଟ ହ୍ରାସ ପାଇଲା

ମୁମ୍ମାଇ,୧୩।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା ବିଫଳ ହେବା ପରେ ଆଜି ବିଶ୍ୱ ଷ୍ଟକ ବଜାରରେ ତୀବ୍ର ହ୍ରାସ…

ଜୁଏଲେରି ବ୍ୟବସାୟ ସବୁଠୁ ନିରାପଦ: ସଞ୍ଜୀବ ହଂସ

ପ୍ରାୟ ୩୦ ବର୍ଷ ପୂର୍ବେ ପ୍ରତିଷ୍ଠିତ ‘ଶୁଭଲାଭ ଜୁଏଲର୍ସ’ ଓଡ଼ିଶାର ଏକ ପ୍ରମୁଖ ଜୁଏଲେରି ବ୍ରାଣ୍ଡ୍‌ ଭାବରେ ପରିଚିତ। ଏକ ଛୋଟ ଦୋକାନରୁ ଆରମ୍ଭ ହୋଇଥିବା ଏହି…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

PF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ ଉଠାଣର ଷ୍ଟେପ୍‌ ବାଇ ଷ୍ଟେପ୍‌ ପ୍ରକ୍ରିୟା…

ନୂଆଦିଲ୍ଲୀ,୧୨।୪: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର କୋଟି କୋଟି ଅଂଶଧାରକଙ୍କ ପାଇଁ ପିଏଫ (PF) ଟଙ୍କା ଉଠାଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri