Posted inଜାତୀୟ

ହୋଟେଲରେ ହାଇଡ୍ରାମା: ୧୪୪ ଧାରା

ବେଙ୍ଗାଲୁରୁ/ମୁମ୍ବାଇ,୧୧ା୭(ପି.ଟି.): କର୍ନାଟକର ବିଦ୍ରୋହୀ ବିଧାୟକମାନେ ରହିଥିବା ମୁମ୍ବାଇର ଏକ ବିଳାସପୂର୍ଣ୍ଣ ହୋଟେଲ ବାହାରେ ବୁଧବାର ହାଇଡ୍ରାମା ଦେଖିବାକୁ ମିଳିଛି। ମନ୍ତ୍ରୀ ଡି.କେ. ଶିବକୁମାରଙ୍କୁ ବିଧାୟକଙ୍କ ସହ ସାକ୍ଷାତ୍‌ କରାଇ ଦିଆ ନ ଯାଇ ଅଟକ ରଖାଯାଇଛି। ସେହିପରି ବେଙ୍ଗାଲୁରୁରେ ରାଜଭବନ ବାହାରେ ବିକ୍ଷୋଭ ବେଳେ କଂଗ୍ରେସ-ଜେଡିଏସ୍‌ ନେତାମାନଙ୍କୁ ଅଟକ ରଖାଯାଇଛି। ଏସବୁ ଭିତରେ ଭାଜପା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ତାଙ୍କ ନିକଟରେ ସଂଖ୍ୟାଗରିଷ୍ଠତା ଥିବା ଦାବିକରି ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀଙ୍କ ଇସ୍ତଫା ଦାବି କରିଛନ୍ତି। କର୍ନାଟକରେ କ୍ଷମତାଯୁଦ୍ଧ ପାଇଁ ଚାଲିଥିବା ଏହି କସରତ ମହାରାଷ୍ଟ୍ର ଓ ଦିଲ୍ଲୀକୁ ମଧ୍ୟ ସରଗରମ କରିଛି।
୭, ଜେଡିଏସ୍‌ର ୩ ଓ ଦୁଇ ସ୍ବାଧୀନ ବିଧାୟକ ଶନିବାର ଇସ୍ତଫା ଦେବା ପରଠୁ ପୋଓ୍ବାଇ ଅଞ୍ଚଳର ହୋଟେଲ ରିନେସାଁରେ ଅଛନ୍ତି। କର୍ନାଟକର ମନ୍ତ୍ରୀ ଡି.କେ. ଶିବକୁମାର, କଂଗ୍ରେସ ନେତା ମିଲିନ୍ଦ ଦେଓରା ଓ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ନସମ୍‌ ଖାନ୍‌ ଉକ୍ତ ହୋଟେଲକୁ ବିଧାୟକମାନଙ୍କୁ ଭେଟିବା ପାଇଁ ସକାଳ ୮ଟା ୨୦ରେ ଯାଇଥିବାବେଳେ ବାହାରେ ସେମାନଙ୍କୁ ରୋକାଯାଇଥିଲା। ଶିବକୁମାର ଏକ ଟିଭି ଚ୍ୟାନେଲକୁ ସାକ୍ଷାତ୍‌କାର ଦେଉଥିବାବେଳେ ପୋଲିସ ତାଙ୍କୁ ଜବରଦସ୍ତ ଟାଣିନେଇ ଏକ ଭ୍ୟାନ୍‌ରେ ବସାଇଥିଲା। ପରେ ଏହି ୩ ନେତାଙ୍କୁ ବିକେସି ପୋଲିସ ଗେଷ୍ଟ ହାଉସ୍‌କୁ ନିଆଯାଇଥିଲା। ଅସନ୍ତୁଷ୍ଟ ବିଧାୟକମାନେ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ମୁମ୍ବାଇ ପୋଲିସକୁ ଚିଠି ଲେଖି ସୁରକ୍ଷା ମାଗିଛନ୍ତି। ସେମାନେ ‘ଶିବକୁମାର ଗୋ ବ୍ୟାକ୍‌’ ବୋଲି ସ୍ଲୋଗାନ ଦେବା ପରେ ହୋଟେଲ ବାହାରେ ୧୪୪ ଧାରା ଜାରି କରାଯାଇଛି।
ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ ଓ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଏବଂ ଏଆଇସିସି ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ବେଙ୍ଗାଲୁରୁସ୍ଥିତ ରାଜଭବନ ବାହାରେ ବିକ୍ଷୋଭ କରୁଥିବାବେଳେ ସେମାନଙ୍କୁ ଅଟକ ରଖାଯାଇଥିଲା। ଜେଡିଏସ୍‌ ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବେଗୌଡ଼ା ମଧ୍ୟ ସେଠାକୁ ଯାଇ ବିକ୍ଷୋଭ ଶୋଭାଯାତ୍ରାରେ ସାମିଲ ହୋଇ କହିଥିଲେ, ମୁମ୍ବାଇ ହୋଟେଲରେ ୧୨ ବିଦ୍ରୋହୀ ବିଧାୟକଙ୍କୁ ଶିବକୁମାର ଭେଟିବାକୁ ଯାଇଥିବାବେଳେ ତାଙ୍କୁ ରୁମ୍‌ ବୁକ୍‌ କରିବାକୁ ନ ଦେଇ ଅଟକ ରଖିବା ଦୁର୍ଭାଗ୍ୟଜନକ। ଦେଶରେ ଏବେ ଜରୁରିକାଳୀନ ପରିସ୍ଥିତିଠାରୁ ମଧ୍ୟ ଖରାପ ସ୍ଥିତି ସୃଷ୍ଟି ହୋଇଛି, ଯାହାକି ସେ ତାଙ୍କର ୬୦ ବର୍ଷର ରାଜନୈତିକ ଜୀବନରେ କେବେ ଦେଖି ନ ଥିଲେ। ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି ହୋଇଛି। ଗଣତନ୍ତ୍ରର ସୁରକ୍ଷା ପାଇଁ ରାଜନୈତିକ ଦଳଗୁଡ଼ିକ ଭେଦଭାବ ଭୁଲି ଏକାଠି ହେବା ଜରୁରୀ। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା କହିଛନ୍ତି, ଅସନ୍ତୁଷ୍ଟ ବିଧାୟକମାନେ ଇସ୍ତଫା ଦେବା ପୂର୍ବରୁ ଜନମତ ଲୋଡ଼ିନାହାନ୍ତି। ସେମାନେ ଟଙ୍କା ଓ କ୍ଷମତା ଲୋଭରେ ମୁମ୍ବାଇ ଯାଇଛନ୍ତି। ସେମାନଙ୍କୁ କଂଗ୍ରେସ ଏବଂ ଜେଡିଏସ୍‌ କର୍ମୀମାନେ ରାଜ୍ୟରେ ଯାତ୍ରା କରିବାକୁ ଦେବେନାହିଁ। ଏଭଳି ସ୍ଥିତି ସୃଷ୍ଟି କରାଯିବ ସେପରିକି ବିଧାୟକମାନେ ଲୋକଙ୍କୁ ଭେଟିପାରିବେ ନାହିଁ। ପ୍ରକାଶ ଯେ, ଇସ୍ତଫା ଦେଇଥିବା ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସ ପକ୍ଷରୁ ମଙ୍ଗଳବାର ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ନିର୍ବାଚନରେ ବଢିଚାଲିଛି ଖର୍ଚ୍ଚ ସୀମା, ଲୋକ ସଭା ନିର୍ବାଚନରେ ଏତେ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ପ୍ରାର୍ଥୀ

ନୂଆଦିଲ୍ଲୀ,୨୯।୩: ଲୋକ ସଭା ନିର୍ବାଚନ ୨୦୨୪ର ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ନିର୍ବାଚନ କମିଶନରଙ୍କ ଦାୟିତ୍ୱ ରହିଥାଏ କି କ୍ଷମତାସୀନ ଦଳ...

କଂଗ୍ରେସ ଏହି ଖୁସିକୁ ସହି ପାରିଲା ନାହିଁ, କାହିଁକି ଏମିତି କହିଲେ କଙ୍ଗନା

ଶିମଲା,୨୯।୩: ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ନେଇ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ...

କଂଗ୍ରେସ ପରେ ବଢିଲା ଏହି ଦଳର ମୁଣ୍ଡବ୍ୟଥା, ଆୟକର ବିଭାଗରୁ ମିଳିଲା ନୋଟିସ

ନୂଆଦିଲ୍ଲୀ,୨୯।୩: କଂଗ୍ରେସ ପରେ ଏବେ ଅନ୍ୟ ଏକ ଦଳର ସମସ୍ୟା ବଢିଥିବା ସୂଚନା ମିଳିଛି। ଏହି ପାର୍ଟିକୁ ଆୟକର ବିଭାଗ ପକ୍ଷରୁ ଏକ ନୋଟିସ ମଧ୍ୟ...

ଆସିଲା ମୁଖତାର ଅନସାରୀଙ୍କ ପୋଷ୍ଟ ମର୍ଟମ ରିପୋର୍ଟ, ଏହି କାରଣ ପାଇଁ ହୋଇଛି ମୃତ୍ୟୁ

ବାନ୍ଦା,୨୯।୩: ମାଫିଆ ମୁଖତାର୍‌ ଅନସାରୀଙ୍କ ଶବ ବ୍ୟବଚ୍ଛେଦ ପରେ ହୃଦ୍‌ଘାତ ହେତୁ ତାଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ପୋଷ୍ଟମର୍ଟମ ଘରୁ ବାହାରକୁ ଆସିଥିବା ଡାକ୍ତରମାନେ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ଏହି ରାଜ୍ୟରେ ଭାଜପାକୁ ହେଲା ପ୍ରାର୍ଥୀଙ୍କ ଅଭାବ, କଂଗ୍ରେସ ନେତାଙ୍କୁ ବାଣ୍ଟିଦେଲା ୬୦ଭାଗ ଟିକେଟ୍‌!

ନୂଆଦିଲ୍ଲୀ,୨୯।୩: ମୁଣ୍ଡ ଉପରେ ନିର୍ବାଚନ। ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ପାର୍ଟିର ନେତାଙ୍କ ମଧ୍ୟରେ ଦଳବଦଳ କାର୍ଯ୍ୟକ୍ରମ ଖୁବ୍‌ ଜୋର୍‌ରେ ଜାରି ରହିଛି। ତେବେ...

ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡର ସମସ୍ତ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ପ୍ରୟାଗରାଜ,୨୯।୩: ସିବିଆଇ କୋର୍ଟ ଶୁକ୍ରବାର ବହୁଜନ ସମାଜ ପାର୍ଟିର ବିଧାୟକ ରାଜୁ ପାଲଙ୍କ ହତ୍ୟା ମାମଲାରେ ସମସ୍ତ ୭ଜଣ ଅଭିଯୁକ୍ତଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି...

ପିତା ହେଲେ ମାନ, ନବଜାତ ଶିଶୁର ନାମକରଣ କଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୯।୩: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଘରେ ମାର୍ଚ୍ଚ ୨୬ରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ମୁଖ୍ୟମନ୍ତ୍ରୀ ଭାଗବତ ମନ ନିଜେ ସୋସିଆଲ ମିଡିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri