ଜନତା ଆଖିରେ ଶତ୍ରୁ

ସମ୍ପାଦକୀୟ/ତଥାଗତ ସତପଥୀ
ଭାରତରେ ଜମିଜମା ସମ୍ପର୍କିତ ଅନେକ ମାମଲା ଆଇନ ଜାଲରେ ଦୀର୍ଘବର୍ଷ ଛନ୍ଦି ହୋଇରହିଛି। ବିଶେଷକରି ଭାଇ ଭାଇ ଏବଂ ପଡ଼ୋଶୀଙ୍କ ମଧ୍ୟରେ ଜମିକୁ ନେଇ ବିବାଦ ବହୁ ସମୟରେ ଉଗ୍ରରୂପ ଧାରଣ କରିଥାଏ। ଏହି ଜମିକୁ ନେଇ ପରିବାର ଭିତରେ ହତ୍ୟା ଘଟିବା ଏକ ସାଧାରଣ କଥା। ଏପରିକି ଓଡ଼ିଶାର ଯେକୌଣସି କାରାଗାରକୁ ଦେଖିଲେ ସ୍ପଷ୍ଟ ଜଣାପଡ଼େ ଯେ, ପ୍ରାୟ ୭୦ଭାଗରୁ ଊର୍ଦ୍ଧ୍ୱ ଆଜୀବନ କାରାଦଣ୍ଡରେ ଦଣ୍ଡିତ ଅନ୍ତେବାସୀ ଜମିଜନିତ ହିଂସାରେ ଜଡ଼ିତ ହୋଇ ଅଛନ୍ତି। ଅର୍ଥାତ୍‌ ଆମ ଦେଶରେ ଜମି ସହ ଯେଉଁ ଆବେଗିକ ବନ୍ଧନ ରହିଛି, ତାହା ଆଧୁନିକ ଯୁଗରେ ହ୍ରାସ ପାଇବାର କୌଣସି ଲକ୍ଷଣ ଦେଖାଦେଉନାହିଁ। ଅନ୍ୟପଟେ ଘରୋଇ ଶିଳ୍ପାୟନ ଏବଂ ବିଭିନ୍ନ ସରକାରୀ ପ୍ରକଳ୍ପ ଯୋଗୁ ଜମି ହରାଉଥିବା ନାଗରିକ ଘୋର ମାନସିକ ଯନ୍ତ୍ରଣା ଦେଇ ଗତି କରିଥାଆନ୍ତି। ଏଭଳି ମନୋଭାବ କେବଳ ଗ୍ରାମାଞ୍ଚଳରେ ସୀମିତ ନୁହେଁ, ଭାରତର ସହରାଞ୍ଚଳରେ ମଧ୍ୟ ଜମି ସମ୍ପର୍କିତ ବିବାଦର ସଂଖ୍ୟା ପ୍ରବଳ ମାତ୍ରାରେ ବୃଦ୍ଧି ପାଇ ଚାଲିଛି।
ଏହି ପ୍ରଚ୍ଛଦପଟରେ ତୀବ୍ର କ୍ରୋଧ ପ୍ରକାଶ ପାଇବାର ଉଦାହରଣ ତେଲଙ୍ଗାନାର ଅବ୍‌ଦୁଲ୍ଲାପୁରମେଟ୍‌ ମଣ୍ଡଳର ମହିଳା ତହସିଲଦାର ବିଜୟା ରେଡ୍ଡୀଙ୍କୁ ନିଆଁ ଲଗାଇ ପୋଡ଼ି ହତ୍ୟାକରିବା ଘଟଣାରେ ପ୍ରତିଫଳିତ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଏହି ଘଟଣାରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ତହସିଲଦାରଙ୍କ ଡ୍ରାଇଭରଙ୍କ ୫ ନଭେମ୍ବରରେ ମୃତ୍ୟୁ ଘଟିଛି। ଏଠାରେ ହତ୍ୟାକାରୀ ହେଉଛନ୍ତି କୃଷକ କୁରା ସୁରେଶ। ଜଣେ କେଉଁସ୍ତରରେ ପହଞ୍ଚିଲେ ଏଭଳି ଆପରାଧିକ ପଦକ୍ଷେପ ନେଇପାରେ, ତାହା ଏବେ ଆଲୋଡ଼ନ ସୃଷ୍ଟି କରିଛି। କେଉଁଥିପାଇଁ ଜଣେ ତହସିଲଦାରଙ୍କୁ ହତ୍ୟା କରାଯାଇଛି, ତାହାର କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ସୁରେଶ ଓ ତାଙ୍କ ଭାଇଙ୍କ ମଧ୍ୟରେ ଜମିକୁ ନେଇ ରହିଥିବା ବିବାଦକୁ ମୁଖ୍ୟ ହେତୁ ଭାବେ ସନ୍ଦେହ କରାଯାଉଛି। ତେବେ ତହସିଲଦାରଙ୍କୁ ପୋଡ଼ି ମାରିଦେବାର କୌଣସି ଯଥାର୍ଥତା ବୁଝିବା ଅସମ୍ଭବ। ଅନ୍ୟପଟେ ଏହା ଭାରତର ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରୁଛି। ସୁରେଶଙ୍କ ପ୍ରତିକ୍ରିୟା ଦର୍ଶାଉଛି ଯେ, ଜଣେ ସାଧାରଣ ନାଗରିକ ପାଇଁ ସ୍ବାଭାବିକ ନ୍ୟାୟ ପାଇବା ଆମ ଦେଶର ବ୍ୟବସ୍ଥା ମାଧ୍ୟମରେ ସମ୍ଭବପର ହେଉନାହିଁ। ସହଜ ସମାଧାନକୁ ଗ୍ରହଣ କରିବା ପରିବର୍ତ୍ତେ ଭାରତୀୟ ସରକାରୀ ବ୍ୟବସ୍ଥାରେ ସବୁ ବିଷୟକୁ ଜଟିଳ କରିଦିଆଯାଉଛି। ଜମି ସହିତ ସମ୍ପୃକ୍ତ ସରକାରୀ ବିଭାଗ, ପୋଲିସ ଏବଂ କଚେରି ପର୍ଯ୍ୟନ୍ତ ସବୁଠାରେ ସାଧାରଣ ନାଗରିକକୁ ଅନାବଶ୍ୟକ ହଇରାଣ ହରକତ ହେବାକୁ ପଡ଼ିିଥାଏ। ଯଦି କାହାରିକୁ ପୋଲିସ ଥାନାକୁ କୌଣସି ଗୋଟିଏ କାରଣ ପାଇଁ ଯିବାକୁ ପଡ଼େ, ତାହାର ପରିଣାମ ଭୋଗିବା ପାଇଁ ସେହି ଅଭିଯୋଗକାରୀ ପ୍ରସ୍ତୁତ ହେବା ଦରକାର। ପୋଲିସ ବ୍ୟବସ୍ଥାରେ ଅଭିଯୋଗକାରୀ ଉପରେ ପ୍ରଥମ ସନ୍ଦେହ ସୃଷ୍ଟି ହେଉଛି। ଦୀର୍ଘକାଳ ଅପେକ୍ଷା କରିବା, ଜେରାର ସମ୍ମୁଖୀନ ହେବା ଏବଂ କାକୁତିମିନତି ହୋଇ ଅର୍ଥ ଘୁଷ୍‌୍‌ ଦେଇପାରିଲେ ପୋଲିସର କିଛି ସକ୍ରିୟତା ଆଶା କରାଯାଇପାରେ। ଅନୁରୂପଭାବେ ପୋଲିସ ଭଳି ବାସ୍ତବ ସରକାର ବୋଲାଉଥିବା ଅନ୍ୟ ଏକ ଅଙ୍ଗ ହେଉଛି ତହସିଲ କାର୍ଯ୍ୟାଳୟ। ସେଠାରେ ରାଜସ୍ବ ନିରୀକ୍ଷକ (ଆରଆଇ)ଠାରୁ ଆରମ୍ଭ କରି ତହସିଲଦାରଙ୍କ ଜୁଲମ ସହିବା ନାଗରିକଙ୍କ ପାଇଁ ଅସମ୍ଭାଳ ହୋଇପଡ଼େ। କେବଳ ଘୁଷ୍‌ ଦେଲେ ହେବନାହିଁ, ସାଧାରଣ ନ୍ୟାୟ ପାଇବା ମଧ୍ୟ ସାତସପନ।
ଭାରତୀୟ ସମାଜରେ ଧନୀ ଓ ଗରିବର ବିଭେଦ ଥାଇପାରେ। କିନ୍ତୁ ଧନୀ ଭିତରେ ମଧ୍ୟ ସୁପର ଧନୀ ଓ ସାଧାରଣ ଧନୀର ତଫାତ୍‌ ରହିଛି। ଯେଉଁ ଦେଶରେ ସାଧାରଣ ନାଗରିକର ମୌଳିକ ସମସ୍ୟାରେ ନ୍ୟାୟ ପାଇବା ସମ୍ଭବପର ହୋଇପାରେନାହିଁ, ସେଠାରେ ସାମାଜିକ ଅସ୍ଥିରତା ସୃଷ୍ଟି ହେବାର ପରିସ୍ଥିତି ଗଢ଼ିଉଠେ। ନ୍ୟାୟକୁ ଯେଉଁମାନେ ହାତେଇ ପାରିଲେ, ସେହିମାନେ ଏହି ଦେଶରେ ସୁଖ ପାଇପାରିବେ, ଯେଉଁ ପର୍ଯ୍ୟନ୍ତ ତାଙ୍କଠାରୁ ଆହୁରି ଶକ୍ତିଶାଳୀ ବ୍ୟକ୍ତି ପ୍ରକଟ ହୋଇ ନ୍ୟାୟ ହାତେଇ ନେଇନାହାନ୍ତି।
ଆମ ଦେଶରେ ଯେଉଁ ବାତାବରଣ ସୃଷ୍ଟି ହେବାରେ ଲାଗିଛି, ତାହାକୁ ଦେଖିଲେ କେତୋଟି କଥା ବୁଝିହେଉଛି। ଜନସାଧାରଣଙ୍କ ମନରେ ବ୍ୟବସ୍ଥା ପ୍ରତି ଅସହିଷ୍ଣୁତା ସୃଷ୍ଟି ହେବାର ମୁଖ୍ୟ କାରଣ ହେଉଛି ଯେ, ସ୍ବାଭାବିକ ଭାବେ ଛୋଟବଡ ସମସ୍ୟାରେ ଜଡ଼ିତ ହେଲେ ନ୍ୟାୟ ମିଳିବା ସମ୍ଭବପର ହେଉନାହିଁ। ସେଥିପାଇଁ ଯେଉଁମାନେ ବ୍ୟବସ୍ଥାର ପ୍ରତୀକ ଭାବରେ ଆଖିଦୃଶିଆ ହେଉଛନ୍ତି ଯଥା-ସରକାରୀ ଅଧିକାରୀ ଓ କର୍ମଚାରୀ, ନ୍ୟାୟାଧୀଶ, ରାଜନେତା ଏବଂ ପୋଲିସ, ଏହି କେତୋଟି ବର୍ଗର ଲୋକ ଜନତାଙ୍କ ଆଖିରେ ଶତ୍ରୁ ଭାବେ ପରିଲକ୍ଷିତ ହେଲେଣି। କ୍ରମଶଃ ଜଟିଳ ପରିସ୍ଥିତି ବୃଦ୍ଧି ପାଇଲା ବେଳକୁ ଏହି ଲୋକଙ୍କ ଜୀବନ ପ୍ରତି ବିପଦ ମଧ୍ୟ ଘନେଇ ଆସିଲାଣି। ସେଥିପାଇଁ ତେଲଙ୍ଗାନା ତହସିଲଦାରଙ୍କୁ ନିର୍ମମ ହତ୍ୟା ହୁଏତ ଏକ କାଁ ଭାଁ ଘଟଣା ପରିବର୍ତ୍ତେ ସାମାଜିକ ପରିସ୍ଥିତିର ପରିବର୍ତ୍ତିତ ମୋଡ଼ର ସଙ୍କେତ ଭାବେ ଦେଖାଯିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri