ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି,୧୫।୮(ଡି.ଏନ.ଏ)-ଦାରିଙ୍ଗବାଡ଼ି ପଥପାର୍ଶ୍ୱ ସେବା କେନ୍ଦ୍ରରେ ଗୁରୁବାର ଅଞ୍ଚଳର ଜନଜାତି ସମ୍ପ୍ରଦାୟର ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି। ଏଥିପାଇଁ ସେବାକେନ୍ଦ୍ରରେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ୧୧ ଷ୍ଟଲର ବ୍ୟବସ୍ଥା କରାଯାଇଥିଲା। ଏଥିରେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗରିବ ଲୋକଙ୍କୁ ଜମି ପଟ୍ଟା ବଣ୍ଟନ କରିଥିଲେ। ଦାରିଙ୍ଗବାଡ଼ି ତହସିଲଦାର ନିତିସ ତ୍ରିପାଠୀଙ୍କ ଅଧ୍ୟକ୍ଷତା ବୈଠକରେ ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟଙ୍କ ସଂଯୋଜନାରେ କରିଥିଲେ। ଦାରିଙ୍ଗବାଡ଼ି ଆଇଆଇସି ଅଲେଖ ଗରଡ଼ିଆ, ବହୁମୁଖି ସମବାୟ ସମିତିର ଅଧ୍ୟକ୍ଷ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ ।ବୁଡାଗୁଡ଼ା ସମେତ ସିମନବାଡ଼ି, ଦାସିଂବାଡ଼ି, ଦାରିଙ୍ଗବାଡ଼ି ରାଜସ୍ବ ବିଭାଗ ଅଞ୍ଚଳରେ ରହିଥିବା ୧୭ ପଞ୍ଚାୟତର ୧ ହଜାର ୮୬୭ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଦେଶୀ ମଦଭାଟି ବନ୍ଦ ଦାବି ଜୋର୍‌ ଧରିଲା, ଜିଲାପାଳ-ଅବକାରୀ ଅଧୀକ୍ଷକଙ୍କୁ ଭେଟି…

ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଅବକାରୀ ଅଧୀନରେ ଥିବା ନୋଳିଆ ନୂଆଗାଁ ସରକାରୀ ଦେଶୀ ମଦଭାଟି ବନ୍ଦ କରିବା ଦାବି ନେଇ ଗୁରୁବାର ଛତ୍ରପୁର ବ୍ଲକ ଅଧ୍ୟକ୍ଷା…

ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ଜିଲାପାଳ

ତୁଣ୍ଡଲା,୩୦ା୭(ପିରୋଜ କୁମାର ଦାଶ): ଦୀର୍ଘଦିନରୁ ଲଘୁଚାପ ଜନିତ ଲଗାଣ ବର୍ଷାରେ କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳ ବନ୍ୟାରେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। କେସିଙ୍ଗା ବ୍ଲକର ବେଲଖଣ୍ଡି,…

ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ

ଟେନସା,୩୦।୭(ସମୀର କୁମାର ପାଢୀ): ସୁନ୍ଦରଗଡ ଜିଲା କୋଇଡା ବ୍ଲକ୍ ଅନ୍ତର୍ଗତ କାଦୋଡିହା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁରୁବାର ଦ୍ବିପହର ୨ଟା ସମୟରେ ପାଇଖାନା…

ତେଲ-ଉତେଇ ନଦୀରେ ବନ୍ୟା:ଲୋକଙ୍କୁ ନଦୀକୁ ଯିବାକୁ ବାରଣ

କର୍ଲାମୁଣ୍ଡା,୩୦।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ତେଲ ଓ ଉତେଇ ନଦୀରେ ବନ୍ୟା ଆସି ନିକଟସ୍ଥ ଅଞ୍ଚଳକୁ ମାଡି…

ରାସ୍ତାରେ ଘାଇ: ଅଧିକାଂଶ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

ନୂଆପଡ଼ା,୩୦ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ରାସ୍ତାରେ ଘାଇ ସୃଷ୍ଟି ହୋଇ ଅଧିକାଂଶ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ନଈ, ନାଳ…

ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ପାରିବେନି କୌଣସି ଅଧିକାରୀ

ଖୋର୍ଦ୍ଧା,୩୦ା୭(ପ୍ରଭାତ ପାଣିଗ୍ରାହୀ): ଆସନ୍ନ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଖୋର୍ଦ୍ଧା ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଜିଲାପାଳ ଅମ୍ରିତ ଋତୁରାଜ ସୂଚନା ଦେଇଛନ୍ତି। ଏ…

ଶ୍ରାବଣ ମାସ ପାଇଁ ଚଳଚଞ୍ଚଳ ଗାଁଠୁ ସହର: ଆଖଣ୍ଡଳମଣି ପୀଠ ସହ ଋଷିକୂଲ୍ୟା ନଦୀ ଘାଟ ସଫେଇ କଲେ ଯୁବଗୋଷ୍ଠୀ

ଗଞ୍ଜାମ,୩୦।୭(ବିଦ୍ୟାଧର ସାହୁ ): ଆସିଗଲା ଶ୍ରାବଣ ମାସ । ଜଳ ଭାର ନେଇ ବିଭିନ୍ନ ଶୈବ ପୀଠ ମୁଖେ ବାହାରିବେ କାଉଡିଆ । ଭୋଲ ବମ ହରହର…

ମହିଳା ସଶକ୍ତିକରଣ ସମ୍ପର୍କିତ ‘ଶକ୍ତିଶ୍ରୀ’ କର୍ମଶାଳା

ଦିଗପହଣ୍ଡି,୩୦ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜରେ ମହିଳା ସଶକ୍ତିକରଣ ସମ୍ପର୍କିତ ଶକ୍ତିଶ୍ରୀ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ. ଅସିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri