ଜଗତ୍‌ସିଂହପୁର ଜିଲାରେ ୧୪୪ ଧାରା ଜାରି

ଜଗତ୍‌ସିଂହପୁର ଅଫିସ,୧୮ା୩: ଓଡ଼ିଶାରେ ଜଣେ କରୋନା ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ରାଜ୍ୟ ସରକାର ସଚେତନତା ଓ ସତର୍କତା ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଜଗତ୍‌ସିଂହପୁର ଜିଲାବାସୀଙ୍କୁ ସମ୍ଭାବ୍ୟ ପରିସ୍ଥିତିରୁ ରକ୍ଷା କରିବା ପାଇଁ ପ୍ରଶାସନ ତରଫରୁ ସୋମବାର ରାତିରୁ ସାରା ଜିଲାରେ ୧୪୪ ଧାରା ଜାରି କରାଯାଇଛି। କୌଣସି ସ୍ଥାନରେ ୫ ଜଣରୁ ଅଧିକ ଏକାଠି ହେବା ଉପରେ ରୋକ ଲଗାଯାଇଛି। ଏପରି କି ମଠ, ମନ୍ଦିର ଓ ମସଜିଦ୍‌ ଆଦିରେ ମଧ୍ୟ ଗହଳି ହୋଇପାରିବ ନାହିଁ। କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ, ସାଧାରଣ ସଭା, ସେମିନାର, କର୍ମଶାଳା ଓ ସମାବେଶ ପାଇଁ ଅନୁମତି ମିଳିବ ନାହିଁ। ଗେଷ୍ଟ ହାଉସ୍‌, ମଣ୍ଡପ, ଯାତ୍ରୀନିବାସ, ହୋଟେଲ, ଧର୍ମଶାଳା, ମଲ୍‌, ଜିମ୍‌, ସାମାଜିକ ଓ ଧାର୍ମିକ ଉତ୍ସବ ଉପରେ କଟକଣା ଲଗାଯାଇଛି। ଶାରଳା ମନ୍ଦିର, ଗୋରେଖନାଥ ପୀଠ, ଧ୍ୟାନକୁଦ, ଶିଆଳି ବେଳାଭୂମି, ପାରାଦୀପର ବାଲିଯାତ୍ରା ପଡିଆ, ନେହେରୁ ବଙ୍ଗଳା ଓ ସମୁଦ୍ର ବେଳାଭୂମି ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ଏ ପରିସ୍ଥିତିରେ ଲୋକେ ସାମାଜିକ ଦୂରତା ଅର୍ଥାତ୍‌ ଲୋକଙ୍କ ଠାରୁ ଦୂରତ୍ୱ ଅବଲମ୍ବନ କରିବା ଉପରେ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି। ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାହାରେ ରହୁଥିବା ଜିଲାର ୨୭ ଜଣ ସେମାନଙ୍କ ଘରକୁ ଫେରିଛନ୍ତି ବୋଲି ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୪ଜଣ ୨୮ଦିନ କାଟି ସାରିଥିବାରୁ ବିପଦମୁକ୍ତ ହୋଇ ସାରିଲେଣି। ସୋମବାର ଆସିଥିବା ୯ ଜଣଙ୍କ ସମେତ ମୋଟ ୧୧ ଜଣଙ୍କୁ ଅବଜରଭେଶନ୍‌ରେ ରଖାଯାଇଛି। କିନ୍ତୁ ୩ ଜଣଙ୍କ ସନ୍ଧାନ ମିଳୁନି। ସେମାନେ ଦେଇଥିବା ଠିକଣା ଭୁଲ୍‌ ଥିବାରୁ ଅସୁବିଧା ହେଉଛି। ତଥାପି ସେମାନଙ୍କ ସନ୍ଧାନ ପାଇଁ ଉଦ୍ୟମ ଚାଲିଛି। ଅନ୍ୟପଟେ ଏବେ ପୁରୀ ଓ କୋଣାର୍କ ନ ଯିବା ପାଇଁ ଜିଲାପାଳ ଜିଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଯେହେତୁ ଏହିସବୁ ସ୍ଥାନକୁ ବିଦେଶୀ ଓ ଅନ୍ୟ ରାଜ୍ୟର ପର୍ଯ୍ୟଟକମାନେ ଆସିଛନ୍ତି ତେଣୁ ସମ୍ଭାବ୍ୟ ପରିସ୍ଥିତିକୁ ଏଡାଇବା ପାଇଁ ଲୋକେ ସେ ସ୍ଥାନକୁ ନ ଯିବା ଉଚିତ ବୋଲି କୁହାଯାଇଛି। ଗୁଜବ ପ୍ରଚାର କଲେ ବନ୍ଧାହେବେ ବୋଲି ସୂଚନା ଦିଆଯାଇଛି। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ, ଏସ୍‌ପି ପ୍ରକାଶ ଆର୍‌, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ବିଜୟା ପଣ୍ଡା ଏବଂ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri