Posted inଭଦ୍ରକ

ଜଗତକଲ୍ୟାଣ ଲାଗି ଆରଡ଼ିରେ ମହାରୁଦ୍ରଯଜ୍ଞ

ଆରଡି, ୩୧ା୩(ଡି.ଏନ.ଏ.)-କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଘରୁ ନ ବାହାରିବାକୁ କୁହାଯାଇଛି। ଏପରିପ୍ରେକ୍ଷୀରେ ସବୁ ଧର୍ମାନୁଷ୍ଠାନ ମନ୍ଦିର ମଧ୍ୟ ବନ୍ଦ ହୋଇଛି। ଭକ୍ତମାନେ ଆଉ ଦର୍ଶନ କରିବାକୁ ଯାଇପାରୁ ନାହାନ୍ତି। ଭଦ୍ରକ ଜିଲାର ଶୈବପୀଠ ଆରଡିରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ମଧ୍ୟ ଏକପ୍ରକାର ଶୂନଶାନ ହୋଇଯାଇଛି। ୧୦ ଦିନ ପରେ ସୋମବାର ସେବାୟତମାନେ ମନ୍ଦିର ପରିସରରେ ମହାରୁଦ୍ର ଯଜ୍ଞ ଆୟୋଜନ କରିଛନ୍ତି। ଜଗତକଲ୍ୟାଣ ଉଦ୍ଦେଶ୍ୟ ଓ କରୋନା ପ୍ରଭାବକୁ ନିଷ୍କ୍ରିୟ କରିବାକୁ ସେବାୟତମାନେ ସକାଳଠାରୁ ରାତି ପର୍ଯ୍ୟନ୍ତ ଘୃତାହୂତି ଦେଇଥିଲେ। ଅତୀତରେ ଏହିଭଳି ଜଗତକୁ ବିପଦ ସମୟରେ ଏଠାରେ ବହୁବାର ମହାରୁଦ୍ରଯଜ୍ଞ ଆୟୋଜନ କରାଯାଇ ଘୃତାହୂତି ଦିଆଯାଇଥିଲା। ଏଥର ମଧ୍ୟ କରୋନା ପ୍ରଭାବରୁ ଦେଶ ତଥା ବିଶ୍ୱ ମୁକ୍ତ ହେବ ବୋଲି ସେବାୟତମାନେ ଆଶା ରଖିଛନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri