ଛେରା ପହଁରା କରନ୍ତି ଗାଁ ମୁଖିଆ

ଓଡ଼ିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲାଉଥିବା କୋରାପୁଟ ସ୍ଥିତ ଶାବର ଶ୍ରୀକ୍ଷେତ୍ରରେ ପାଳିତ ହେଉଥିବା ରଥଯାତ୍ରାର ସ୍ବତନ୍ତ୍ରତା ରହିଛି । ଏହି ରଥଯାତ୍ରାରେ ଆଦିବାସୀ ସଂସ୍କୃତିର ମହାମିଳନ ଦେଖିବାକୁ ମିଳେ, ଯେଉଁଠି ଗ୍ରାମ ମୁଖିଆ ତଥା ନାୟକଙ୍କୁ ରାଜାର ସମ୍ମାନ ଦିଆଯାଇଥାଏ ।
ପୁରୀ ଶ୍ରୀକ୍ଷେତ୍ର ଧାମରେ ଯେପରି ଗଜପତି ମହାରାଜା ରଥରେ ଛେରାପହଁରା କରନ୍ତି, ଠିକ୍‌ ସେହିପରି ଶାବର ଶ୍ରୀକ୍ଷେତ୍ରରେ କୁମ୍ଭା ଗ୍ରାମର ମୁଖିଆଙ୍କୁ ରାଜାଙ୍କ ଭଳି ସମ୍ମାନ ଦିଆଯାଇଥାଏ । ସେ ରାଜାଙ୍କ ଭଳି ରଥରେ ଛେରାପହଁରା କରନ୍ତି। ଶାବର ଶ୍ରୀକ୍ଷେତ୍ର ରଥଯାତ୍ରାରେ ଯୋଗଦେବା ପାଇଁ କୋରାପୁଟ ଜିଲାର ସମସ୍ତ ଆଦିବାସୀ ଗ୍ରାମକୁ ମନ୍ଦିର ପରିଚାଳନା କମିଟି ସ୍ବତନ୍ତ୍ର ଗୁଆ ନିମନ୍ତ୍ରଣ ପଠାଇଥାଏ ।
ରଥଟଣା ପୂର୍ବରୁ ସମସ୍ତ ଗ୍ରାମ ମୁଖିଆଙ୍କୁ ଜିଲାପାଳ ଶିରୋପା ବାନ୍ଧି ସମ୍ମାନିତ କରିଥାନ୍ତି। ଏଠାକାର ରଥଯାତ୍ରାରେ ରାଜ୍ୟର ସବୁଠାରୁ ଅଧିକ ଆଦିବାସୀ ଭକ୍ତଙ୍କ ସମାଗମ ହୋଇଥାଏ। ଆଦିବାସୀମାନେ ନିଜ ବାଡିରୁ ଅମଳ ହୋଇଥିବା ଫଳ, ଫୁଲ ଧରି ରଥଯାତ୍ରାରେ ପହଞ୍ଚତ୍ ପ୍ରଥମେ ଶ୍ରୀଜୀଉଙ୍କୁ ସମର୍ପଣ କରିବା ପରେ ଅନ୍ୟ ଭୋଗ ଲାଗି ହୋଇଥାଏ। ସେହିପରି ବାହୁଡ଼ା ଦିନ ବଡ଼ଦାଣ୍ଡ ଅଧାବାଟରେ ଟାଉନ ଥାନା ପୋଲିସ ଅଧିକାରୀଙ୍କ ପୁରୁଣା ବାସଭବନଠାରେ ରଥ ରହିବା ପରେ ଶ୍ରୀଜୀଉଙ୍କୁ ଛେନାପୋଡ଼ ଓ ପଣା ଭୋଗ ଦିଆଯିବାର ଅନନ୍ୟ ପରମ୍ପରା ରହିଛି। ସବୁଥର ଶାବର ଶ୍ରକ୍ଷେତ୍ରରେ ଗୋଟିଏ ରଥ ତିଆରି କରାଯାଉଥିବାବେଳେ ସେଥିରେ ଚତୁର୍ଦ୍ଧା ମୂରତିଙ୍କୁ ବିଜେ କରାଯାଇ ରଥ ଟଣାଯାଏ। କିନ୍ତୁ ଚଳିତ ବର୍ଷ କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ପ୍ରଥମର ଥର ପାଇଁ ୩ଟି ରଥ କରାଯାଇଛି। ଏଥର ସୁଭଦ୍ରାଙ୍କ ରଥ କେବଳ ମହିଳାମାନେ ଟାଣିବେ। ସେହି ରଥରେ ୨ ଜଣ ମହିଳା ଡାହୁକ ରହିବେ। ସେହିପରି ଜଗନ୍ନାଥଙ୍କ ରଥରେ ଆଦିବାସୀ ରଙ୍ଗବାଲି କୁମ୍ଭାର ଦାସୀ ନାୟକ ଛେରାପହଁରା କରିବାକୁ ଥିବାବେଳେ ବଳଭଦ୍ରଙ୍କ ରଥରେ ଜିଲାପାଳ ଓ ସୁଭଦ୍ରାଙ୍କ ରଥରେ ଏସ୍‌ପି ଛେରାପହଁରା କରିବେ ବୋଲି ଶାବର ଶ୍ରୀକ୍ଷେତ୍ର ମନ୍ଦିର ପରିଚାଳନା କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି ା
-ଅମିତାଭ ବେହେରା,
କୋରାପୁଟ


Enter your email to get our daily news in your inbox.

All Right Reserved By Dharitri.Com

ପରିବାଦର ଆକାଶ ଛୁଆଁ

ଭୁବନେଶ୍ୱର,୮।୭: ପରିବାଦର ଆକାଶ ଛୁଆଁ ହୋଇଛି। କଞ୍ଚା ପରିବା ଦର ବର୍ତ୍ତମାନ ଲୋକଙ୍କୁ କନ୍ଦାଉଛି । ବିଶେଷ କରି ନିରାମିଷ ଲୋକଙ୍କ ପାଇଁ କଞ୍ଚା ପରିବା...

ମା’ ସୁଭଦ୍ରାଙ୍କ ରଥ ଟାଣିଲେ ମହିଳା

ବାଲିଗୁଡା,୨୮।୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାରେ ଦିନତମାମ ମେଘୁଆ ଏବଂ ଖରା ପାଗ ମଧ୍ୟରେ ପବିତ୍ର ବାହୁଡ଼ା ଯାତ୍ରା ବହୁ ଆଡ଼ମ୍ବର ସହକାରେ ପାଳିତ...

ଶରଧାବାଲିରେ ଦାରୁଦିଅଁ

ପୁରୀ,୨୧ା୬(ଅଜିତ୍‌ ମହାନ୍ତି): ବିଶ୍ୱନିୟନ୍ତା କାଳିଆଠାକୁର ଭଉଣୀ ଦେବୀ ସୁଭଦ୍ରା ଏବଂ ବଡ଼ଭାଇ ବଳଭଦ୍ରଙ୍କୁ ସାଙ୍ଗରେ ଧରି ମଙ୍ଗଳବାର ଜନ୍ମବେଦି ଅଭିମୁଖେ ବାହାରିଥିଲେ। କାଲି ଅପରାହ୍ନ ୩ଟା...

ଶେଷ ହେଲା ପହଣ୍ଡି ବିଜେ: ରଥାରୂଢ଼ ହେଲେ ଶ୍ରୀଜିଉ

ପୁରୀ,୨୦।୬(ଅଜିତ୍‌ ମହାନ୍ତି): ଆଜି ପବିତ୍ର ରଥଯାତ୍ରା। ଏହି ନବଦିନାତ୍ମକ ଯାତ୍ରାରେ ଭଉଣୀଭାଇଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ମନ୍ଦିରକୁ ବାହାରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ନିର୍ଦ୍ଧାରିତ ସମୟରେ ଶ୍ରୀଜିଉଙ୍କ...

ଆଜି ପହଣ୍ଡି, ବୁଧବାର ରଥଯାତ୍ରା

ବାରିପଦା,୨୦ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେଙ୍କ ଜଗନ୍ନାଥ ମନ୍ଦିରରେ ସୋମବାର ନେତ୍ରୋସତ୍ବ ଅନୁଷ୍ଠିତ ହୋଇଯାଇଛି। ଏହା ସହିତ ତିନି...

ଏକାକାର ହେବେ ଭକ୍ତ-ଭଗବାନ

କେନ୍ଦୁଝର,୨୦ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ରାତି ପାହିଲେ ପବିତ୍ର ଶ୍ରୀ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା। ନଅ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ପର୍ବ ପାଇଁ ସମସ୍ତ...

ଚାନ୍ଦିନୀଚୌକରେ ଅପରାହ୍ନ ୧ଟାରେ ରଥ ଟଣା

କଟକ,୨୦ା୬(ସୁପ୍ରିୟା ପ୍ରିୟଦର୍ଶିନୀ): ମଙ୍ଗଳବାର ଶ୍ରୀଜିଉଙ୍କ ରଥଯାତ୍ରା। ଏହି ପରିପ୍ରେକ୍ଷୀରେ କଟକରେ ରଥଯାତ୍ରା ପାଳନ ନେଇ ପ୍ରସ୍ତୁତି ସରିଥିବାବେଳେ ସକାଳୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିବେ ଶ୍ରୀଜୀଉ।...

କାଳିଆ ସାଆନ୍ତଙ୍କ ପହଣ୍ଡି ଆରମ୍ଭ

ପୁରୀ, ୨୦।୬(ଅଜିତ୍‌ ମହାନ୍ତି): ଆଜି ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଭକ୍ତିମୟ ହୋଇଉଠିଛି ବଡ଼ଦାଣ୍ଡ। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri