ଛେରା ପହଁରା କରନ୍ତି ଗାଁ ମୁଖିଆ

ଓଡ଼ିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲାଉଥିବା କୋରାପୁଟ ସ୍ଥିତ ଶାବର ଶ୍ରୀକ୍ଷେତ୍ରରେ ପାଳିତ ହେଉଥିବା ରଥଯାତ୍ରାର ସ୍ବତନ୍ତ୍ରତା ରହିଛି । ଏହି ରଥଯାତ୍ରାରେ ଆଦିବାସୀ ସଂସ୍କୃତିର ମହାମିଳନ ଦେଖିବାକୁ ମିଳେ, ଯେଉଁଠି ଗ୍ରାମ ମୁଖିଆ ତଥା ନାୟକଙ୍କୁ ରାଜାର ସମ୍ମାନ ଦିଆଯାଇଥାଏ ।
ପୁରୀ ଶ୍ରୀକ୍ଷେତ୍ର ଧାମରେ ଯେପରି ଗଜପତି ମହାରାଜା ରଥରେ ଛେରାପହଁରା କରନ୍ତି, ଠିକ୍‌ ସେହିପରି ଶାବର ଶ୍ରୀକ୍ଷେତ୍ରରେ କୁମ୍ଭା ଗ୍ରାମର ମୁଖିଆଙ୍କୁ ରାଜାଙ୍କ ଭଳି ସମ୍ମାନ ଦିଆଯାଇଥାଏ । ସେ ରାଜାଙ୍କ ଭଳି ରଥରେ ଛେରାପହଁରା କରନ୍ତି। ଶାବର ଶ୍ରୀକ୍ଷେତ୍ର ରଥଯାତ୍ରାରେ ଯୋଗଦେବା ପାଇଁ କୋରାପୁଟ ଜିଲାର ସମସ୍ତ ଆଦିବାସୀ ଗ୍ରାମକୁ ମନ୍ଦିର ପରିଚାଳନା କମିଟି ସ୍ବତନ୍ତ୍ର ଗୁଆ ନିମନ୍ତ୍ରଣ ପଠାଇଥାଏ ।
ରଥଟଣା ପୂର୍ବରୁ ସମସ୍ତ ଗ୍ରାମ ମୁଖିଆଙ୍କୁ ଜିଲାପାଳ ଶିରୋପା ବାନ୍ଧି ସମ୍ମାନିତ କରିଥାନ୍ତି। ଏଠାକାର ରଥଯାତ୍ରାରେ ରାଜ୍ୟର ସବୁଠାରୁ ଅଧିକ ଆଦିବାସୀ ଭକ୍ତଙ୍କ ସମାଗମ ହୋଇଥାଏ। ଆଦିବାସୀମାନେ ନିଜ ବାଡିରୁ ଅମଳ ହୋଇଥିବା ଫଳ, ଫୁଲ ଧରି ରଥଯାତ୍ରାରେ ପହଞ୍ଚତ୍ ପ୍ରଥମେ ଶ୍ରୀଜୀଉଙ୍କୁ ସମର୍ପଣ କରିବା ପରେ ଅନ୍ୟ ଭୋଗ ଲାଗି ହୋଇଥାଏ। ସେହିପରି ବାହୁଡ଼ା ଦିନ ବଡ଼ଦାଣ୍ଡ ଅଧାବାଟରେ ଟାଉନ ଥାନା ପୋଲିସ ଅଧିକାରୀଙ୍କ ପୁରୁଣା ବାସଭବନଠାରେ ରଥ ରହିବା ପରେ ଶ୍ରୀଜୀଉଙ୍କୁ ଛେନାପୋଡ଼ ଓ ପଣା ଭୋଗ ଦିଆଯିବାର ଅନନ୍ୟ ପରମ୍ପରା ରହିଛି। ସବୁଥର ଶାବର ଶ୍ରକ୍ଷେତ୍ରରେ ଗୋଟିଏ ରଥ ତିଆରି କରାଯାଉଥିବାବେଳେ ସେଥିରେ ଚତୁର୍ଦ୍ଧା ମୂରତିଙ୍କୁ ବିଜେ କରାଯାଇ ରଥ ଟଣାଯାଏ। କିନ୍ତୁ ଚଳିତ ବର୍ଷ କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ପ୍ରଥମର ଥର ପାଇଁ ୩ଟି ରଥ କରାଯାଇଛି। ଏଥର ସୁଭଦ୍ରାଙ୍କ ରଥ କେବଳ ମହିଳାମାନେ ଟାଣିବେ। ସେହି ରଥରେ ୨ ଜଣ ମହିଳା ଡାହୁକ ରହିବେ। ସେହିପରି ଜଗନ୍ନାଥଙ୍କ ରଥରେ ଆଦିବାସୀ ରଙ୍ଗବାଲି କୁମ୍ଭାର ଦାସୀ ନାୟକ ଛେରାପହଁରା କରିବାକୁ ଥିବାବେଳେ ବଳଭଦ୍ରଙ୍କ ରଥରେ ଜିଲାପାଳ ଓ ସୁଭଦ୍ରାଙ୍କ ରଥରେ ଏସ୍‌ପି ଛେରାପହଁରା କରିବେ ବୋଲି ଶାବର ଶ୍ରୀକ୍ଷେତ୍ର ମନ୍ଦିର ପରିଚାଳନା କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି ା
-ଅମିତାଭ ବେହେରା,
କୋରାପୁଟ


Enter your email to get our daily news in your inbox.

All Right Reserved By Dharitri.Com

କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତାଙ୍କୁ ଆକ୍ରମଣ, ଚାପୁଡ଼ା ମାରି….

ଜୟପୁର,୧୫।୬: ରାଜସ୍ଥାନର ଜୟପୁରରେ କକ୍ରୋଚ୍ ଜନତା ପାର୍ଟିର ଅଭିଜିତ୍ ଦୀପକେଙ୍କୁ ଚାପୁଡ଼ା ମାଡ଼ ହୋଇଛି । ରିପୋର୍ଟ ଅନୁଯାୟୀ, ଜଣେ ଅଜଣା ଯୁବକ ଏକ ପ୍ରତିବାଦ ସମୟରେ…

ବଡ଼ ଭଉଣୀ ସାମ୍ନାରେ ସାନ ଭଉଣୀଙ୍କୁ ଗଣବଳାତ୍କାର, ଶୌଚ ପାଇଁ ଯାଇଥିବା ବେଳେ ଟେକିନେଇ…

ବାରିପଦା,୧୫।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ନେଇ ଅଭିଯୋଗ ହୋଇଛି । ବଡ ଭଉଣୀ ସହ ଶୌଚ…

୨ ଚୋରି ମାମଲାର ପର୍ଦ୍ଦାଫାଶ, ୪ ଅଭିଯୁକ୍ତ ଗିରଫ, ଚୋରି ସାମଗ୍ରୀ ଜବତ

ଖଜୁରୀପଡ଼ା,୧୫।୬(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଅଞ୍ଚଳରେ ଘଟିଥିବା ଦୁଇଟି ପୃଥକ ଚୋରି ମାମଲାର ତଦନ୍ତ କରି ପୋଲିସ…

ଚକରାଘାଟି ବୁଲିଯିବା ବେଳେ ଦୁର୍ଘଟଣାରେ ଚନ୍ଦନଙ୍କ ମୃତ୍ୟୁ, ସମବେଦନା ଜଣାଇଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର,୧୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୁଲାଡ ମୁଖ୍ୟ ରାସ୍ତାର ତୁଳସିପଲ୍ଲୀ ଛକ ନିକଟରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବାଇକ୍ ଓ ସାଇକେଲ…

୧୧ କେଭି ତାର ନେଲା ୭ ମଇଁସିଙ୍କ ଜୀବନ: ଉତ୍ତେଜନା ରାସ୍ତାରୋକୋ

ଖଣ୍ଡପଡ଼ା/ନୟାଗଡ଼(ଅଜୟ କୁମାର ମହାରଣା/ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଅଧୀନ ବଡ଼ ବାଣପୁର ପଞ୍ଚାୟତ ଘଣାଶାଳିଆ ଗ୍ରାମରେ ସୋମବାର ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି।…

ନାଳରୁ ୧୬ଫୁଟର କୁମ୍ଭୀର ଉଦ୍ଧାର, ଜାଲ ପକାଇ ଧରିଲେ….

ରାଜନଗର,୧୫।୬(ଭାସ୍କର ରାଉତରାୟ): ରାଜନଗର ବ୍ଲକ ଜରିମୂଳ ବଜାରର ମାଟିଆ ମଙ୍ଗଳା ଛକ ନିକଟରେ ଥିବା ପାଣି ନାଳରୁ କୁମ୍ଭୀର ଉଦ୍ଧାର କରାଯାଇଛି । ବନବିଭାଗ ଟିମ ୧୬ଫୁଟର…

ପାଟଣାଗଡ଼ ଅଞ୍ଚଳରେ ଚାଞ୍ଚଲ୍ୟ: ଘରୁ ଡ଼ାକି ନେଇ ଯୁବତୀଙ୍କୁ ବଳାତ୍କାର, ତାପରେ….

ପାଟଣାଗଡ଼ ୧୫।୬ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଜଣେ ଯୁବତୀଙ୍କୁ ବଳାତ୍କାର ଅଭିଯୋଗରେ ୪ ଜଣ…

ସରକାରଙ୍କ ବଡ଼ ପ୍ରସ୍ତୁତି, ଖୁବଶୀଘ୍ର ଶସ୍ତା ହେବ ପେଟ୍ରୋଲ୍-ଡିଜେଲ୍‌! ଏତିକି ଟଙ୍କା କମିବ

ନୂଆଦିଲ୍ଲୀ,୧୫।୬: ଆମେରିକା-ଇରାନ ଚୁକ୍ତିନାମା ଘୋଷଣା ପରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି । ସୋମବାର ପ୍ରାରମ୍ଭିକ ବାଣିଜ୍ୟ ସମୟରେ, ଅନ୍ତର୍ଜାତୀୟ ଅଶୋଧିତ ତୈଳ ଦର ୪% ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri