ଛୁଟି ସରିଲା, ମରାମତି ହେଲାନି ସ୍କୁଲ : ଛାତ୍ରାବାସ ଶୟନ କକ୍ଷରେ ପାଠପଢ଼ା

ବଇଣ୍ଡା, ୪।୭- ଜୁନ ୬ ତାରିଖ କାଳବୈଶାଖୀରେ କ୍ଷତିଗ୍ରସ୍ତ ହୋଇଥିଲା ଆଠମଲ୍ଲିକ ବ୍ଲକ ପେଡ଼ିପଥର ପଞ୍ଚାୟତ କନକେଇ ଉଚ୍ଚ ବିଦ୍ୟାପୀଠ। ସ୍କୁଲର ୨ଟି ଶ୍ରେଣୀଗୃହର ଆଜବେଷ୍ଟସ ପବନରେ ଉଡିଯିବା ସହ ଭାଙ୍ଗି ରୁଜି ଯାଇଥିଲା। ଇତି ମଧ୍ୟରେ ଖରାଛୁଟି ସରି ସ୍କୁଲ ଆରମ୍ଭ ହୋଇଗଲାଣି। ହେଲେ ଏ ପର୍ଯ୍ୟନ୍ତ ବିଦ୍ୟାଳୟ ମରାମତି କରାଯାଇ ନ ଥିବାରୁ ସେଠାରେ ଶିକ୍ଷାଦାନ ସମ୍ଭବ ହୋଇପାରୁନାହିଁ। ଫଳରେ ବିଦ୍ୟାଳୟର ଅନୁସୂଚିତ ଜାତି ଓ ଜନଜାତି ବାଳକ ଛାତ୍ରାବାସରେ ଚାଲିଛି ପାଠପଢା। ଛାତ୍ରାବାସର ଶୟନ କକ୍ଷରେ ନବମ ଓ ଦଶମ ଶ୍ରେଣୀର ୨୨୩ ଛାତ୍ରୀଛାତ୍ର ବହୁ ଅସୁବିଧାରେ ବସି ପଢୁଛନ୍ତି। ଏହାକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।


ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ୧୯୮୯ରେ ଏହି ବିଦ୍ୟାଳୟ ସ୍ଥାପନ ହୋଇଥିଲା। ସେହି ସମୟରେ ଗ୍ରାମବାସୀଙ୍କ ଉଦ୍ୟମରେ ବିଦ୍ୟାଳୟରେ ଟାଇଲ ଛପର କରାଯାଇଥିଲା। ଏହାପରେ ଟାଇଲ ବଦଳାଇ ଶ୍ରେଣୀଗୃହରେ ଛାତ ପକାଇବା ପାଇଁ ଦାବି ହୋଇଥିଲା। ୨୦୧୭-୧୮ରେ ଆଠମଲ୍ଲିକର ତତ୍‌କାଳୀନ ବିଧାୟକ ସଞ୍ଜୀବ ସାହୁଙ୍କ ପାଣ୍ଠିରୁ ୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ହେଲେ ଛାତ ଘର ପରିବର୍ତ୍ତେ ଟାଇଲ ଉଠାଇ ଆଜବେଷ୍ଟସ ପକାଯାଇଥିଲା। ଏହି କାମରେ ପୁରୁଣା ସାମଗ୍ରୀର ବ୍ୟବହାର ସହ ନିମ୍ନମାନର କାର୍ଯ୍ୟ କରାଯାଇଥିବା ଅଭିଯୋଗ ହୋଇଛି। ଜୁନ ୨୧ରେ ଖରାଛୁଟି ସରିବା ପରେ ଶିକ୍ଷାଦାନ ଆରମ୍ଭ ହୋଇଛି। ହେଲେ ଛାତ୍ରୀଛାତ୍ରମାନେ ଛାତ୍ରାବାସରେ ପାଠ ପଢୁଛନ୍ତି। ପିଲାମାନେ ଦିନରେ ଛାତ୍ରବାସରେ ପଢି ରାତିରେ ସେଠାରେ ଶୋଉଛନ୍ତି। ଅନୁଗୋଳ ଜିଲାପାଳ, ଆଠମଲ୍ଲିକ ବିଧାୟକ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ପେଡ଼ିପଥର ଗ୍ରାମବାସୀ ଦାବି କରିଛନ୍ତି। ଛାତ୍ରୀ କାଦମ୍ବିନୀ ସ୍ବାଇଁ, ଶୁଚିସ୍ମିତା ସାହୁ, ଛାତ୍ର ଶାଶ୍ୱତ ସାହୁ, ଉତ୍ତମ ପ୍ରଧାନ ପ୍ରମୁଖ କହିଛନ୍ତି, ୧୨ଦିନ ହେବ ଠିକ୍‌ ଭାବେ ପଢା ଯାଇପାରୁନାହିଁ। ଗରମ, ଗୁଳୁଗୁଳିରେ ଏତେ ସଂଖ୍ୟାରେ ଛାତ୍ରୀଛାତ୍ର ସେଠାରେ ପାଠ ପଢିବା କଷ୍ଟକର ହେଉଛି।
ପ୍ରଧାନ ଶିକ୍ଷକ ବିଶ୍ୱନାଥ ସାହୁ କହିଛନ୍ତି, ଛପର ଉଡ଼ିଯାଇଥିବା ଯୋଗୁ ସ୍କୁଲରେ ପାଠପଢାରେ ବହୁ ଅସୁବିଧା ସୃଷ୍ଟି ହେଉଛି। ଶ୍ରେଣୀଗୃହ ମରାମତି ପାଇଁ ଆଠମଲ୍ଲିକ ବିଡିଓ, ଜିଲାପାଳ, ଜିଲା ଶିକ୍ଷା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଶ୍ରେଣୀଗୃହ ମରାମତି ସମ୍ପର୍କରେ ବ୍ଲକ କନିଷ୍ଠଯନ୍ତ୍ରୀ ଏଲ୍‌ .ମାରାଣ୍ଡିଙ୍କୁ ପଚାରିବାରେ ନିମ୍ନମାନର କାର୍ଯ୍ୟ ହୋଇନାହିଁ କହି ପ୍ରସଙ୍ଗକୁ ଏଡ଼ାଇ ଦେଇଥିଲେ। ଏ ନେଇ ବିଡିଓ ସଞ୍ଜୟ କୁମାର ଆଚାର୍ଯ୍ୟ କୁହନ୍ତି, ମରାମତିର କିଛି ମାସ ପରେ ଆଜବେଷ୍ଟସ ଉଡିଯାଇଛି। ବ୍ଲକ ପ୍ରଶାସନଠାରେ ଅଭିଯୋଗ ହେବା ପରେ ବ୍ଲକ ପକ୍ଷରୁ ମରାମତି ପାଇଁ ବ୍ୟୟ ଅଟକଳ କରାଯାଇଛି। ଖୁବଶୀଘ୍ର ଏହି ବିଦ୍ୟାଳୟ ମରାମତି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri