ଛୁଟିରେ ଡାକ୍ତର, ରୋଗୀ ଛଟପଟ

ଭଞ୍ଜନଗର,୨।୧(ଡି.ଏନ୍‌.ଏ.)- ଭଞ୍ଜନଗର ଉପଖଣ୍ଡ ହସ୍‌ପିଟାଲ ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ହସ୍‌ପିଟାଲ। ଉକ୍ତ ହସପିଟାଲକୁ ଜିଲା ହସପିଟାଲ ଠାରୁ ଅଧିକ ରୋଗୀ ଦୈନନ୍ଦିନ ଆସନ୍ତି। ଚାହିଦାକୁ ଦେଖି ଭିତ୍ତିଭୂମି ସୁଦୃଢ଼ କରାଯାଇଛି। କିନ୍ତୁ ଖାଲିଥିବା ଡାକ୍ତର ପଦବୀ ପୂରଣ କରାଯାଉନାହିଁ। ଯେଉଁଥିପାଇଁ ଅଧିକାଂଶ ସମୟ ରୋଗୀସେବା ବାଧାପ୍ରାପ୍ତ ହେଉଛି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଖାଲିଥିବା ଡ଼ାକ୍ତର ପଦବୀ ପୂରଣ କରିବା ପାଇଁ ଦାବି ହୋଇଛି। ଏହି ହସପିଟାଲ ଉପରେ ଭଞ୍ଜନଗର ଉପଖଣ୍ଡ, କନ୍ଧମାଳ ଓ ନୟାଗଡ଼ ଜିଲା ସୀମାବର୍ତ୍ତୀ ଅଞ୍ଚଳର ଲୋକେ ସ୍ବାସ୍ଥ୍ୟସେବା ପାଇଁ ନିର୍ଭରଶୀଳ। ଭଞ୍ଜନଗର ଉପଖଣ୍ଡ ହସ୍‌ପିଟାଲରେ ୨୩ ଡ଼ାକ୍ତର ପଦବୀ ଅନୁମୋଦନ ହୋଇଥିବାବେଳେ ବତ୍ତର୍ର୍ମାନ ୧୧ ଜଣ କାର୍ଯ୍ୟରତ। ବ୍ୟକ୍ତିଗତ କାରଣରୁ ମେଡ଼ିସିନି ଭଳି କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗର ଡ଼ାକ୍ତର ସପ୍ତାହେ ହେବ ଛୁଟିରେ ଅଛନ୍ତି। ଛୁଟିରେ ଥିବା କେତେଜଣ ଡ଼ାକ୍ତର ଗୁରୁବାର କାର୍ଯ୍ୟରେ ଯୋଗ ଦେବାର ସମ୍ଭାବନା ରହିଛି। ଆଉ ୨ଜଣ ଡ଼ାକ୍ତର ଲମ୍ବା ଛୁଟିରେ ଅଛନ୍ତି। ତେଣୁ ସରକାର ଅନୁମୋଦନ ହୋଇଥିବା ଡ଼ାକ୍ତର ପଦବୀ ଗୁଡ଼ିକ ତୁରନ୍ତ ପୂରଣ ପାଇଁ ଦାବି ହୋଇଛି। ସର୍ଜରି, ଅସ୍ଥିଶଲ୍ୟ ବିଶେଷଜ୍ଞ ପଦବୀ ୨ବର୍ଷରୁ ଊର୍ଦ୍ଧ୍ୱ ହେବ ଖାଲିପଡ଼ିଛି। ଏଥିସହ ଅନ୍ୟାନ୍ୟ ବିଭାଗର ଡ଼ାକ୍ତର ପଦବୀ ଖାଲିପଡ଼ିଛି। ଲୋକେ ସାମାନ୍ୟ ଆହତ ହୋଇ ଭଞ୍ଜନଗର ମେଡ଼ିକାଲକୁ ଆସିଲେ ମଧ୍ୟ ବ୍ରହ୍ମପୁର ଅଧିକ ଚିକିତ୍ସା ପାଇଁ ଯିବାକୁ ପଡ଼ୁଛି। କିଛିଦିନତଳେ ଜିଲୁଣ୍ଡିର ଜଣେ ବ୍ୟକ୍ତି ସିକଲସେଲ୍‌ ରକ୍ତ ପରୀକ୍ଷା ଭଞ୍ଜନଗର ମେଡ଼ିକାଲରେ କରିଥିଲେ। ଏଠାରେ ସିକଲସେଲ ନ ଥିବା ରିପୋର୍ଟ ଆସିଥିଲା। ଏହାର ୨ଦିନ ପରେ ସେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଯାଇ ରକ୍ତ ପରୀକ୍ଷା କରିବାରୁ ପଜେଟିଭ୍‌ ଥିବା ଜଣାପଡିଥିଲା। ବର୍ତ୍ତମାନ କେଉଁ ରିପୋର୍ଟ ଠିକ୍‌ ତାହାକୁ ନେଇ ରୋଗୀ ଦ୍ୱନ୍ଦ୍ୱରେ। ଦୁଇଟି ସରକାରୀ ପରୀକ୍ଷା କେନ୍ଦ୍ରରେ ଅଲଗା ଅଲଗା ରିପୋର୍ଟ କଥା ଲୋକ ଲୋଚନକୁ ଆସିବା ପରେ ରୋଗୀମାନେ ମଧ୍ୟ ମେଡ଼ିକାଲରେ ପରୀକ୍ଷା କରିବାକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି। ଏନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ଏନେଇ ଭଞ୍ଜନଗର ମେଡ଼ିକାଲ ଅଧୀକ୍ଷକ ଡ. ପ୍ରଫୁଲ କୁମାର ଗୌଡଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ, ଖାଲିଥିବା ଡାକ୍ତରୀ ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଇଛି। ନୂତନ ନିଯୁକ୍ତି ସମୟରେ ଏହି ସମସ୍ୟା ପ୍ରାୟ ଦୂରହେବ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

ପିଲାଙ୍କ କଳିକୁ ନେଇ ମହିଳାଙ୍କୁ ଟଣାଓଟରା କରି ମାରିଥିଲେ ମାଡ଼: ଅଭିଯୁକ୍ତ ଗିରଫ, ଜାମିନ ନାମଞ୍ଜୁର ପରେ…

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ବାବୁଲିବନ୍ଧ ଗ୍ରାମରେ ଜଣେ ମହିଳାଙ୍କୁ ଅସଦାଚରଣ ଓ ଆକ୍ରମଣ କରିବା…

ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ୧୨ ଘଣ୍ଟା ରାଜପଥ ବନ୍ଦ

ଭୋପାଳ,୧୧ା୭: ମଧ୍ୟପ୍ରଦେଶର ଡାଟିଆ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାଜପା ପକ୍ଷରୁ ଶୁକ୍ରବାର ଆଶୁତୋଷ ତିଓ୍ବାରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ନିର୍ବାଚନ…

କଇଠଡା ପଞ୍ଚାୟତ କାର୍ଯ୍ୟାଳୟରୁ ଚୋରି: ତାଲା ଭାଙ୍ଗି… ସରପଞ୍ଚଙ୍କ ଏତଲା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡା ପଞ୍ଚାୟତ କାର୍ଯ୍ୟାଳୟରୁ ବିଳମ୍ବିତ ରାତିରେ ଚୋରି ହୋଇଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ…

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ଇନିଂସ ଅଗ୍ରଣୀ, ଦୃଢସ୍ଥିତିରେ ଭାରତ

ଲଣ୍ଡନ,୧୧ା୭: କ୍ରାନ୍ତି ଗୌଡ଼ (୫/୩୭)ଙ୍କ ଚମତ୍କାର ବୋଲିଂ ଯୋଗୁ ଲଡ୍ସରେ ଚାଲିଥିବା ଏକ ମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋରକୁ ୧୭୦ରନରେ ସୀମିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri