ଛତ୍ରପୁର ଆରଟିଓ ଅଫିସରେ ତରିକା ବଦଳାଇଲେ ଦଲାଲ: ଉଲ୍ଲଂଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଛତ୍ରପୁର,୧୫ା୧୨(ଡି.ଏନ.ଏ)-ଗାଡି ରେଜିଷ୍ଟ୍ରେଶନଠାରୁ ଆରମ୍ଭ କରି ଇନ୍‌ସ୍ୟୁରାନ୍ସ ସାର୍ଟିଫିକେଟ୍‌, ଡ୍ରାଇଭିଂ ଲାଇସେନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅବଧିକୁ ଆଉ ୩ ମାସ ବଢାଇ ଦିଆଯାଇଛି । ଅପରପକ୍ଷରେ ଛତ୍ରପୁରସ୍ଥିତ ଆରଟିଓ ଅଫିସ ପରିସରରେ ପୂର୍ବରୁ ଦଲାଲ କାମ କରୁଥିବା ଲୋକେ ସେମାନଙ୍କ ତରିକା ବଦଳାଇ ଲୋକଙ୍କୁ ଶୋଷଣ କରୁଛନ୍ତିି । ବିଭିନ୍ନ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର କର୍ମଚାରୀ ବୋଲି ପରିଚୟପତ୍ର ଝୁଲାଇ ଦଲାଲ କାମ କରୁଥିବା ଦେଖିବାକୁ ମିଳୁଛି । ଏପରିକି କୋର୍ଟ ସମ୍ମୁଖ ବର ଗଛଠାରୁ ଆରମ୍ଭ କରି ଆରଟିଓ ଅଫିସ ନିକଟ ବିଭିନ୍ନ ଦୋକାନ ଓ ଘରେ ଏବେ ଦଲାଲ ସକ୍ରିୟ ହୋଇଛନ୍ତିି । ଫୋନ୍‌ ଦ୍ୱାରା ଲୋକଙ୍କ ଗାଡି ସମ୍ବନ୍ଧୀୟ କାଗଜପତ୍ର ପ୍ରସ୍ତୁତ କରୁଥିବା ଜଣାପଡିଛି । ଏବେ ବି ଦୈନିକ ଛତ୍ରପୁରସ୍ଥିତ ଗଞ୍ଜାମ ଆରଟିଓ ଅଫିସ୍‌ରେ ଲୋକେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଲମ୍ବା ଲାଇନ୍‌ରେ ଠିଆ ହେଉଛନ୍ତି। ଏଥିସହ ପଲ୍ୟୁସନ ସାର୍ଟିଫିକେଟ୍‌ ପାଇଁ ମଧ୍ୟ ଚଢା ଦର ଲୋକଙ୍କଠାରୁ ଆଦାୟ ହେଉଥିବା ଅଭିଯୋଗ ହୋଇଛି । କୋର୍ଟ ନିକଟରୁ ଆରଟିଓ ଅଫିସ ପର୍ଯ୍ୟନ୍ତ ରାସ୍ତାରେ କାହାରିକୁ ଗାଡିରେ ଯିବାକୁ ଅନୁମତି ଦିଆଯାଉନି । ଏଠାରେ ଆରଟିଓ ଅଫିସ ପକ୍ଷରୁ ଜନୈକ ଘରୋଇ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। ଅପରପକ୍ଷରେ କେତେକ ନିର୍ଦ୍ଦିଷ୍ଟ ଗାଡିକୁ ଆରଟିଓ ଅଫିସ୍‌କୁ ଛଡାଯାଉଛି । ଦୈନିକ ଶତାଧିକ ଲୋକ ଏଠାକୁ ଆସୁଥିବାରୁ ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଉପଜିଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ଟ୍ରାଫିକ୍‌ ସମସ୍ୟା ବିପର୍ଯ୍ୟସ୍ତ ହେଉଛି । ଅପରପକ୍ଷରେ ପୋଲିସ ଓ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛନ୍ତି ା ଆହୁରି ଜଣାଯାଇଛି, ବିଭିନ୍ନ ଗାଡି କାଗଜପତ୍ର ପ୍ରସ୍ତୁତ ପାଇଁ ସରକାର ୩ ମାସ ଅବଧି ବଢାଇଥିବା ବେଳେ ବିପଦପୂର୍ଣ୍ଣ ଓ ଜୀବନ ପ୍ରତି ବିପଦକୁ ନେଇ ଗାଡି ଚାଳକ ଓ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶନାମା ଆସିଛି। ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଗଞ୍ଜାମ ଜିଲାପାଳ, ଗଞ୍ଜାମ ଏସ୍‌ପି, ବ୍ରହ୍ମପୁର ଏସ୍‌ପିଙ୍କ ନିକଟକୁ ଆସିଛି ା ଦ୍ରୁତଗତିରେ ଗାଡି ଚାଳନା, ଲାଲ୍‌ ସିଗନାଲକୁ ନ ମାନି ଆଗକୁ ଗାଡି ନେବା, ମଦ୍ୟପାନ କରି ଗାଡି ଚଳାଇବା, ମୋବାଇଲ୍‌ରେ କଥା ହୋଇ ଗାଡି ଚଳାଇବା, ବିପଦପୂର୍ଣ୍ଣ ଭାବେ ଗାଡି ଚାଳନା, ୩ ଜଣଙ୍କୁ ବସି ଗାଡି ଚଳାଇବା, ହେଲମେଟ୍‌ ନ ପିନ୍ଧି ଓ ସିଟ୍‌ ବେଲ୍ଟ ନ ବାନ୍ଧିି ଗାଡି ଚଳାଇବା ଓ ଓଭରଲୋଡିଂ କରୁଥିବା ଚାଳକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଏନ୍‌ଫୋର୍ସମେଣ୍ଟ କଡାକଡି କରିବାକୁ କୁହାଯାଇଛି। ତେବେ ଏହି ଏନ୍‌ଫୋର୍ସମେଣ୍ଟ ଓ ଗାଡି ଯାଞ୍ଚ ବେଳେ ଟ୍ରାଫିକ୍‌ ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଆସିଛି ା


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri