ଛଟେଇ ଆରମ୍ଭ କଲେଣି ଠିକା ସଂସ୍ଥା

ଝାରସୁଗୁଡା ଅଫିସ,୯ା୫: ଝାରସୁଗୁଡାରେ ଏବେ ଠିକା ସଂସ୍ଥାଗୁଡିକ ଛଟେଇ ଆରମ୍ଭ କଲେଣି। ଫଳରେ ବାହାର ଅଞ୍ଚଳରୁ ଆସୁଥିବା ଶ୍ରମିକ ଏବେ ଘର ମୁହାଁ ହେଲେଣି। ଝାରସୁଗୁଡା ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶନିବାର ଛଟେଇ ହୋଇଥିବା ଶ୍ରମିକ ଘରକୁ ଯିବା ପାଇଁ ବସ୍‌ ଅପେକ୍ଷାରେ ଥିଲେ। ସୂଚନା ମୁତାବକ ଝାରସୁଗୁଡା ସହରରେ ଥିବା ଏକ ପ୍ରତିଷ୍ଠିତ କମ୍ପାନୀ ଅଧୀନରେ ବିଭିନ୍ନ ଠିକା ସଂସ୍ଥା ଜରିଆରେ ଶ୍ରମିକମାନେ କାମ କରିଥାନ୍ତି। ତେବେ ଏହି କମ୍ପାନୀଗୁଡ଼ିକ କାମ ବନ୍ଦ କରିଥିବାରୁ ଠିକା ସଂସ୍ଥାଗୁଡିକ ମଧ୍ୟ ଶ୍ରମିକଙ୍କୁ ଛଟେଇ କରି ନିଜ ନିଜ ଘରକୁ ଯିବା ପାଇଁ ପରାମର୍ଶ ଦେଉଛନ୍ତି। ଲକ୍‌ ଡାଉନ୍‌ ଯୋଗୁ କୌଣସି କାମ ନ ପାଇ ଶ୍ରମିକମାନେ ଉପାୟ ଶୂନ୍ୟ ହୋଇ ବସିଛନ୍ତି। ଜିଲାପାଳଙ୍କ କାଯର୍ର୍‌ୟାଳୟ ପରସରରେ ୩୦ରୁ ୪୦ ଶ୍ରମିକ ବସ୍‌ ଅପେକ୍ଷାରେ ଥିଲେ। ସେମାନଙ୍କ ଘର ଝାଡ଼ଖଣ୍ଡରେ ହୋଇଥିବା ବେଳେ ଠିକା ସଂସ୍ଥା ସେମାନଙ୍କୁ ଘରକୁ ଯିବା ପାଇଁ କୌଣସି ବ୍ୟବସ୍ଥା କରି ନ ଥିଲା। ଫଳରେ ଏହି ଶ୍ରମିକମାନେ ନିଜ ଉଦ୍ୟମରେ ତାଙ୍କ ଅଞ୍ଚଳର ନିର୍ବାଚିତ ପ୍ରତିନିଧିଙ୍କୁ ଯୋଗଯୋଗ କରି ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ। ପରେ ସେଠାରୁ ଦୁଇଟି ବସ ଏଠାକୁ ଆସି ପହଞ୍ଚିଛି। ଏହି ବସ୍‌ରେ ଶନିବାର ରାତିରେ ସେମାନେ ଝାଡ଼ଖଣ୍ଡ ଯିବେ। ତେବେ କେବଳ ଗୋଟିଏ କିମ୍ବା ଦୁଇଟି ଠିକା ସଂସ୍ଥା ନୁହନ୍ତି ବହୁ ଠିକା ସଂସ୍ଥା ନିଜ ନିଜ କାର୍ଯ୍ୟ ବନ୍ଦ କରିବା ଆରମ୍ଭ କଲେଣି। ଫଳରେ ଶ୍ରମିକମାନେ କାମ ପାଇ ଘର ବାହୁଡୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍କରେ ସାରିଦେଲେ

ଭୁବନେଶ୍ୱର, ୧୫।୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ୱାଚନ ପରଠାରୁ ଅନେକ ବିଷୟକୁ ନେଇ ନାନା ପ୍ରକାର ରାଜନୈତିକ ଚର୍ଚ୍ଚା ଜାରି ରହିଛି। ବିଜେଡିର ଭବିଷ୍ୟତ କ’ଣ ହେବ, ବିରୋଧୀ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

ଭାରତ-ପାକିସ୍ତାନ ମୁକାବିଲା ଆଜି

କଲମ୍ୱୋ, ୧୫।୨: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସବୁଠାରୁ ଚର୍ଚ୍ଚିତ ଭାରତ-ପାକିସ୍ତାନ ମୁକାବିଲା ରବିବାର ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟରୁ ବାଂଲାଦେଶକୁ ବାଦ୍‌ ଦିଆଯିବାକୁ ନେଇ…

ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା): ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ…

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri