ପ୍ରବାସୀ ଶ୍ରମିକଙ୍କ ଦୁଃଖ: ଗଛ ତଳେ ଆଶ୍ରୟ ନେଲେ

ବରଗଡ଼ ଅଫିସ୍‌,୯।୫: କରୋନା (କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ ପାଇଁ ପ୍ରାୟ ଦେଢ଼ମାସ ହେଲା ଲକ୍‌ଡାଉନ କଟକଣା ଯୋଗୁ ଲୋକଙ୍କ ଜୀବନ ଜୀବିକା ଉଜୁଡ଼ି ଯାଇଛି। ଏଥିରେ ପ୍ରବାସୀ ଶ୍ରମିକଙ୍କ ଦୁଃଖ ବଢ଼ି ଯାଇଛି। ଶନିବାର ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ୧୩ ଜଣ ଶ୍ରମିକ ଚାଲି ଚାଲି ଝାଡ଼ଖଣ୍ଡ ଅଭିମୁଖେ ଫେରଥିବା ଦେଖିବାକୁ ମିଳିଥିଲା। ବାଟରେ ସେମାନେ ବରଗଡ଼ ସହର ଉପକଣ୍ଠ ସରସରା ଛକ ନିକଟ ଏକ ଗଛମୂଳେ ଆଶ୍ରୟ ନେଇଥିଲେ। ଏହି ଶ୍ରମିକମାନେ ବିଶାଖାପାଟଣାରେ ରହି ସେଠାରେ ପାଣି ଟ୍ୟାଙ୍କର କାରଖାନାରେ କାମ କରୁଥିଲେ। ଲକ୍‌ଡାଉନ୍‌ ପରେ ସେଠାରେ କାମ ବନ୍ଦ ହୋଇ ଯାଇଥିଲା। ଅନ୍ୟପକ୍ଷେ କାରଖାନା କର୍ତ୍ତୃପକ୍ଷ ମଧ୍ୟ ସେଠାରେ ସେମାନଙ୍କ ରହିବା, ଖାଇବା ବ୍ୟବସ୍ଥା କରି ନ ଥିଲେ । ଫଳରେ ସେମାନେ ୯ଦିନ ତଳୁ ସେଠାରୁ ଚାଲି ଚାଲି ଆସୁଛନ୍ତି ଏବଂ କ୍ଲାନ୍ତ ଅନୁଭବ କରିବାରୁ ସେହି ଗଛମୂଳେ ଆଶ୍ରୟ ନେଇଥିବା କହିଥିଲେ। ସ୍ଥାନୀୟ ସ୍ବେଚ୍ଛାସେବୀ ରାଜେଶ ପ୍ରଧାନଙ୍କ ନଜରରେ ସେମାନେ ଆସିବାରୁ ସେ ନିଜ ସାଙ୍ଗସାଥୀଙ୍କ ସହିତ ସେମାନଙ୍କ ଖାଇବା ବ୍ୟବସ୍ଥା କରିଥିଲେ।
ଏଭଳି ପଥଚାରୀ ପ୍ରବାସୀ ଶ୍ରମିକଙ୍କ ପ୍ରତି କେତେକ ପ୍ରଶାସନିକ ଅଧିକାରୀ ମଧ୍ୟ ଚେଇଁ ଶୋଇ ରହିଥିବା ପରିଲକ୍ଷିତ ହୋଇଛି। ସେମାନଙ୍କ ଉପରେ ସୂଚନା ଦେଲେ ସୁଦ୍ଧା ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ କ୍ଷେତ୍ରରେ ଆଶାନୁରୂପ ତତ୍ପରତା ପ୍ରକାଶ ପାଉନାହିଁ। ଅପରପକ୍ଷେ ବିଭିନ୍ନ ସ୍ଥାନରେ ପ୍ରଶାସନିକ ଅଧିକାରୀମାନେ ପ୍ରବାସୀ ଶ୍ରମିକଙ୍କ ପ୍ରତି ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଶୁକ୍ରବାର ବିଜେପୁର ଅଞ୍ଚଳରେ ଜିଲାର ପାଇକମାଳ ଅଞ୍ଚଳକୁ ଚାଲିଚାଲି ଯାଉଥିବା ଶ୍ରମିକଙ୍କୁ ସେଠାକାର ବିଡ଼ିଓ ଏକ ସରକାରୀ ବସ୍‌ରେ ପଠାଇଥିଲେ । ସେହିପରି ଗାଇସିଲେଟ ବ୍ଲକ ତାଲପାଲି ଅଞ୍ଚଳରୁ ମଧ୍ୟ ଗାଡ଼ି ଯୋଗେ ଅନ୍ୟ କିଛି ଶ୍ରମିକଙ୍କୁ ଛତିଶଗଡ଼ ପଠାଯାଇଥିଲା। ହେଲେ ଢ଼େଙ୍କାନାଳରୁ ଛତିଶଗଡ଼ ଚାଲି ଚାଲି ଯାଉଥିବା ୧୩ ଶ୍ରମିକ ବରଗଡ଼ ଜିଲା ହେଡ଼କ୍ବାର୍ଟର୍ସ ଦେଇ ଯାଇଥିଲେ ସୁଦ୍ଧା ସେମାନଙ୍କ ପାଇଁ କେହି ଗାଡ଼ି ବ୍ୟବସ୍ଥା କରି ନ ଥିଲେ। ଶେଷରେ ଭଟଲିରେ ସେଠାକାର ସ୍ବେଚ୍ଛାସେବୀମାନେ ସେମାନଙ୍କ ପାଇଁ ଗାଡ଼ି ବ୍ୟବସ୍ଥା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri