ଅସ୍ଥାୟୀ ଆଶ୍ରୟଗୃହରେ ଶ୍ରମିକଙ୍କ ଜୀବନ ଗଲା

ସୋନପୁର/ବିନିକା,୯।୫(ନି.ପ୍ର./ଡି.ଏନ୍‌.ଏ.):ଲକ୍‌ଡାଉନ୍‌ରେ ଫସି ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅନ୍ତର୍ଗତ ସିଂଘିଯୁବା ୟୁପି ସ୍କୁଲ(ଅସ୍ଥାୟୀ ଆଶ୍ରୟ ସ୍ଥଳ)ରେ ରହୁଥିବା ପଶ୍ଚିମବଙ୍ଗର ଜଣେ ଶ୍ରମିକଙ୍କର ଶନିବାର ମୃତ୍ୟୁ ହୋଇଛି। ମୃତ ଶ୍ରମିକଙ୍କ ନାମ ବକୁଲ ସେଖ୍‌(୨୨)। ତାଙ୍କ ଘର ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲା ଲିମଟିଟା ଅଞ୍ଚଳରେ। ବକୁଲ ଅନ୍ୟ ୭ ସହଯୋଗୀଙ୍କ ସହ ବିନିକା ଅଞ୍ଚଳରେ ୫ମାସ ଧରି କୋଠାବାଡି ନିର୍ମାଣ କାମ କରୁଥିଲେ। କରୋନା ମହାମାରୀ ସଂକ୍ରମଣକୁ ପ୍ରତିରୋଧ କରିବାକୁ ଯାଇ ସରକାର ଲକ୍‌ଡାଉନ୍‌ ଘୋଷଣା କରିବା ପରେ ଏହି ଶ୍ରମିକମାନେ କର୍ମସଂସ୍ଥାନ ହରାଇ ଦୁର୍ଦ୍ଦିନରେ ଥିଲେ। ସ୍ଥାନୀୟ ପ୍ରଶାସନର ନଜରକୁ ଆସିବା ପରେ ମାର୍ଚ୍ଚ ୩୦ ତାରିଖଠାରୁ ବକୁଲଙ୍କ ସମେତ ଲିମ୍‌ଟିଟାର ରିଙ୍କୁ ସେଖ୍‌(୨୦), ଶହିଦ୍‌ ସେଖ୍‌(୧୯), ରୁବେଲ ସେଖ୍‌(୨୧), ଲାଲୁ ସେଖ୍‌(୨୧), ସମ୍ରାଟ୍‌ ସେଖ୍‌(୨୦), ବାବୁ ସେଖ୍‌(୨୧) ଓ ଆବୁ ସେ୍‌ଖ(୨୧)ଙ୍କୁ ଆଶ୍ରୟସ୍ଥଳରେ ରଖାଯାଇଥିଲା । ପ୍ରଶାସନ ପକ୍ଷରୁ ଶ୍ରମିକମାନଙ୍କୁ ୨ ଓଳି ରନ୍ଧାଖାଦ୍ୟ, ଜଳଖିଆ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଥିଲା। ଅନ୍ୟ ରାଜ୍ୟର ଶ୍ରମିକମାନଙ୍କୁ ସେମାନଙ୍କ ନିଜ ରାଜ୍ୟକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପଠାଇ ଥିବା ବେଳେ ଅନୁମତି ନ ମିଳିବାରୁ ପଶ୍ଚିମବଙ୍ଗର ଶ୍ରମିକମାନେ ସେମାନଙ୍କ ଘରକୁ ଯାଇ ପାରି ନ ଥିଲେ। ତେବେ ଶନିବାର ପ୍ରାତଃ ସମୟରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହେବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲିଟିଛି । ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ଶ୍ରମିକଙ୍କର ହୃଦ୍‌ରୋଗ ଓ ମଧୁମେହ ରୋଗ ଥିବା ଏବଂ ସେ ଔଷଧ ଖାଉଥିବା ଜଣାପଡିଛି। ଆଶ୍ରୟସ୍ଥଳରେ ଶ୍ରମିକଙ୍କ ମୃତ୍ୟୁ ଖବର ପାଇବା ପରେ ସିଂଘିଯୁବା ପଞ୍ଚାୟତ ସରପଞ୍ଚ ମହାବୀର ବରିହା ଓ ନିର୍ବାହୀ ଅଧିକାରୀ ରୂପେଶ ଭୋଇ ଘଟଣା ସମ୍ପର୍କରେ ବିନିକା ପୋଲିସ, ବ୍ଲକ କର୍ତ୍ତୃପକ୍ଷ ଓ ସ୍ବାସ୍ଥ୍ୟ ବିଭାଗକୁ ଜଣାଇଥିଲେ । ପରେ ଆଶ୍ରୟସ୍ଥଳକୁ ବୀରମହାରାଜପୁର ଉପଜିଲାପାଳ ଅଶୋକ କୁମାର ଭୋଇ, ବିନିକା ବିଡିଓ ବିଶ୍ୱରଞ୍ଜନ ମଲ୍ଲିକ, ତହସିଲଦାର ଅଲେଖ ଘୁଟା ଓ ବିନିକା ଆଇଆଇସି କୁଶ ପାଣିଗ୍ରାହୀ ପ୍ରମୁଖ ଆସି ଅନୁଧ୍ୟାନ କରିଥିଲେ। ମେଡିକାଲ ଟିମ୍‌ ପକ୍ଷରୁ ମୃତ ବ୍ୟକ୍ତିଙ୍କର ସ୍ବାବ୍‌ ସଂଗ୍ରହ ହୋଇଛି। ଜିଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାଖା ଘଟଣାସ୍ଥଳରେ ପହଞ୍ଚତ୍ ପ୍ରବାସୀ ଶ୍ରମିକଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ। ମଧ୍ୟାହ୍ନରେ ୧୦୮ ଆମ୍ବୁଲାନ୍ସ ଯୋଗେ ମୃତ ଶ୍ରମିକଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ବିନିକା ନିଆଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ପରେ ବକୁଲଙ୍କ ମୃତ୍ୟୁ ହୃଦ୍‌ଘାତଜନିତ କିମ୍ବା ଅନ୍ୟ କୌଣସି କାରଣରୁ ହୋଇଛି ତାହା ସ୍ପଷ୍ଟ ହେବ । ଅନ୍ୟପକ୍ଷେ ମୃତ ଶ୍ରମିକ ଓ ତାଙ୍କ ସାଥୀମାନଙ୍କୁ ନିଜ ଗାଁକୁ ପଠାଇବା ପାଇଁ ପ୍ରଶାସନ ବ୍ୟବସ୍ଥା କରିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀ- ଇଶାନ କିଶନଙ୍କୁ ଆପ୍ୟାୟିତ କରିବାକୁ ପ୍ରସ୍ତୁତ ଜାପାନ

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ସାନୋ କ୍ଲବ୍ଠାରେ ଭାରତ ଏବଂ ଜାପାନ ମଧ୍ୟରେ ଏକ ଐତିହାସିକ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଜାପାନରେ ବିହାରର ଲୋକମାନଙ୍କର ଉଲ୍ଲେଖନୀୟ…

CSKର ମୁଖ୍ୟ କୋଚ ହେବା ପରେ ଆସିଲା ଜାହିର ଖାନଙ୍କ ପ୍ରତିକ୍ରିୟା: କହିଲେ…

ନୂଆଦିଲ୍ଲୀ,୨୨।୯: ଚେନ୍ନାଇ ସୁପର କିଙ୍ଗ୍ସର ମୁଖ୍ୟ କୋଚ ଭାବରେ ନିଯୁକ୍ତ ହେବା ପରେ ଭାରତର ପୂର୍ବତନ ଦ୍ରୁତ ବୋଲର ଜାହିର ଖାନ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।…

ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କୁ ବଡ଼ ଝଟକା; ଆମେରିକୀୟ ସର୍ଭେରୁ ସାମ୍ନାକୁ ଆସିଲା ଚକିତ କଲାଭଳି ତଥ୍ୟ

ଓ୍ବାଶିଂଟନ,୨୨।୯: ଆମେରିକା-ଇରାନ ସଂଘର୍ଷ ଏବଂ ମଧ୍ୟ-ପୂର୍ବରେ ଜାରି ରହିଥିବା ଅସ୍ଥିରତା ମଧ୍ୟରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଦେଶ ଭିତରେ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ପିଇଓଙ୍କ ବାସଭବନରେ ଭିଜିଲାନ୍ସର ତନାଘନା

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲା ଗାଇସିଲେଟ ବ୍ଲକ କାଟାବାହାଲ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ବାସଭବନରେ ଭିଜିଲାନ୍ସ…

Asian Games: ପ୍ରଥମ ସେଟ ଜିତିବା ପରେ କ୍ୱାର୍ଟର ଫାଇନାଲରେ ପ୍ରଶଂସକଙ୍କୁ ନିରାଶ କଲେ ପି.ଭି. ସିନ୍ଧୁ

କାକାମିଗାହାରା,୨୨।୯: ୨୦୨୬ ଏସୀୟ କ୍ରୀଡ଼ାର ମହିଳା ବ୍ୟାଡମିଣ୍ଟନ ଦଳଗତ କ୍ୱାର୍ଟର ଫାଇନାଲରେ, ଭାରତୀୟ ଦଳ ଜାପାନ ବିପକ୍ଷ ପ୍ରାରମ୍ଭିକ ମ୍ୟାଚରେ ପରାଜିତ ହୋଇଛି। ୟାମାଗୁଚିଙ୍କ ବିପକ୍ଷ ମୁକାବିଲାରେ…

ହସ୍ପିଟାଲରେ ନିଆଁ, ଜଣେ ଶିଶୁ ମୃତ, ୨୮ ଉଦ୍ଧାର

ଆଦିଲାବାଦ,୨୨।୯: ତେଲଙ୍ଗାନାର ଆଦିଲାବାଦ ସ୍ଥିତ ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ (RIMS) ହସ୍ପିଟାଲର ଶିଶୁ ବିଭାଗରେ ନିଆଁ ଲାଗିବା ଫଳରେ ଏକ ନବଜାତ ଶିଶୁର…

ଗଣମାଧ୍ୟମ ସହ ବିବାଦ ମଧ୍ୟରେ ବଡ଼ ପଦକ୍ଷେପ ନେଲେ ଟ୍ରମ୍ପ, ଲଞ୍ଚ କଲେ ନିଜର TV ଚ୍ୟାନେଲ

ଓ୍ବାଶିଂଟନ,୨୨।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଜଡ଼ିତ ‘ଟ୍ରମ୍ପ ଟିଭି’ (Trump TV) ବର୍ତ୍ତମାନ ଲାଇଭ ଷ୍ଟ୍ରିମିଂ ସୁବିଧା ଯୋଗାଇବ। ଏହି ପ୍ଲାଟଫର୍ମ ସପ୍ତାହର ସାତୋଟି…

୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପଛରୁ ପିଟିଲା DJ ଗାଡ଼ି

ଜମନକିରା,୨୨।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ୫୩ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଠିଆ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?