ଏସବୁ ସମସ୍ୟା ଦୂର କରେ ସର୍ବାଙ୍ଗାସନ

ଯୋଗ ସ୍ବାସ୍ଥ୍ୟ ପାଇଁ ସବୁଠୁ ମହତ୍ତ୍ୱପୂର୍ଣ୍ଣ। କାରଣ ଏହାଦ୍ୱାରା ଇମିନ୍ୟୁ ସିଷ୍ଟମ ମଜଭୁତ ହେବା ସହ ଯେକୌଣସି ବ୍ୟାକ୍ଟେରିଆଲ ଇନ୍‌ଫେକ୍ସନ ଦୂର ହୁଏ। ବିଶେଷକରି ଶୀତଦିନରେ ଯୋଗାସନ କଲେ ଚେହେରାରୁ ଶୁଷ୍କତା ଦୂର ହୋଇ ଚମକ ଆସିଥାଏ। ଅନେକ ଯୋଗାସନ ରହିଛି। ସେଥିମଧ୍ୟରୁ ସର୍ବାଙ୍ଗାସନ ଅନ୍ୟତମ।

କେମିତି କରିବେ ସର୍ବାଙ୍ଗାସନ:

ପ୍ରଥମେ ଚଟାଣରେ ଆସନ ପକାଇ ଲମ୍ବ ହୋଇ ଉପରକୁ ଚାହିଁ ଶୋଇଯାଆନ୍ତୁ। ଦୁଇ ହାତକୁ ଚଟାଣ ଉପରେ ରଖନ୍ତୁ। ଏବେ ଦୁଇ ଗୋଡ଼କୁ ଏକା ସଙ୍ଗରେ ଧୀରେ ଧୀରେ ଉପରକୁ ଉଠାନ୍ତୁ। ୯୦ ଡିଗ୍ରୀରେ ପହଞ୍ଚିବା ପରେ ଅଣ୍ଟାକୁ ଦୁଇହାତରେ ଧରନ୍ତୁ। ପରେ ଦୁଇ ଆଖି ବନ୍ଦ କରିଦିଅନ୍ତୁ। ଏମିତି ୪/୫ ଥର କରନ୍ତୁ।

ଲାଭ:

ଏହି ଆସନ ରକ୍ତ ସଂଚାଳନକୁ ତୀବ୍ର କରିଥାଏ। ଏହା ଅମ୍ଳଜାନ ଏବଂ ପୋଷକତତ୍ତ୍ୱ ପହଞ୍ଚାଇବାରେ ସହାୟକ ହୋଇଥାଏ। ଓଜନ ନିୟନ୍ତ୍ରଣ କରିଥାଏ। ପାଚନ କ୍ରିୟା ସହଜ ହୁଏ। ଯୌନ ସମସ୍ୟା ଦେଖା ଦେଉଥିଲେ ଏହି ଆସନ ସବୁଠୁ ଭଲ।

ସାବଧାନ:

ଅଣ୍ଟା ଓ ବେକ ଦରଜ, ମୁଣ୍ଡ ବୁଲାଉଥିଲେ ଏହି ଆସନ କରିବା ଅନୁଚିତ। ହୃଦରୋଗୀ ମଧ୍ୟ ଏହି ଆସନ କରିବା ଉଚିତ୍‌ ନୁହେଁ। ଏହି ଯୋଗାସନ କରିବା ପୂର୍ବରୁ ଯୋଗଗୁରୁଙ୍କ ପରାମର୍ଶ ନେବା ନିହାତି ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri