Posted inଖେଳ

ଚେଲସି ଏଫ୍‌ସି ଭାରତ ଆମ୍ବାସାଡର ଅର୍ଜୁନ କପୁର

ନୂଆଦିଲ୍ଲୀ,୨୦।୧୦- ବଲିଉଡ ଷ୍ଟାର ଅଜୁର୍ନ କପୁରଙ୍କୁ ଇଂଲିଶ ପ୍ରିମିୟର ଲିଗ୍‌ କ୍ଲବ ଚେଲସି ଏଫ୍‌ସି ଦଳର ଭାରତ ପାଇଁ ଆମ୍ବାସାଡର ନିଯୁକ୍ତ କରାଯାଇଛି। ଏ ନେଇ ଅର୍ଜୁନ ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି। ଫଟୋରେ ଅର୍ଜୁନଙ୍କ ସହ ରହିଛନ୍ତି ଚେଲସି ଏଫ୍‌ସି ମ୍ୟାନେଜର ଫ୍ରାଙ୍କ ଲାମ୍ପାର୍ଡ। ଏହାର କ୍ୟାପଶନରେ ସେ ଲେଖିଛନ୍ତି, ଭାରତ ପାଇଁ କ୍ଲବର ଅଫିସିଆଲ ବ୍ରାଣ୍ଡ ଆମ୍ବାସାଡର। ନିଜ ଉପରେ ବିଶ୍ୱାସ କରିବା କଦାପି ଛାଡ଼ନ୍ତୁ ନାହିଁ। କାରଣ ସ୍ବପ୍ନ ସତ ହୁଏ। କେଉଁଭଳି ଖୁସି, ଗର୍ବିତ ଓ ଉତ୍ସାହିତ ଅନୁଭବ କରୁଛି, ତାହା ମୁଁ ପ୍ରକାଶ କରିପାରିବି ନାହିଁ। ଚେଲସି ଏଫ୍‌ସି ଓ ଫ୍ରାଙ୍କ ଲାମ୍ପାର୍ଡଙ୍କୁ ଧନ୍ୟବାଦ୍‌। ୟୁନାଇଟେଡ୍‌ କିଙ୍ଗ୍‌ଡମର କୋଭାମଠାରେ ଚାଲିଥିବା ଚେଲସି ଦଳର ଟ୍ରେନିଂ ସେସନ୍‌ବେଳେ ଏ ନେଇ ଘୋଷଣା ହୋଇଛି। ଆମ୍ବାସାଡର ଭାବେ ଅର୍ଜୁନ ଏକ ଡିଜିଟାଲ ଟକ୍‌ ଶୋରେ ଭାଗନେବେ, ଯେଉଁଥିରେ ସେ ଦଳର ପ୍ରଶଂସକଙ୍କ ସହ ଆଲୋଚନା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଜିତ ଅଗରକରଙ୍କୁ ନେଇ ବଢ଼ିଲା ଚର୍ଚ୍ଚା, ରୋହିତ ଶର୍ମାଙ୍କୁ ମିଳିଗଲା ‘ଅଭୟଦାନ’!

ମୁମ୍ବାଇ,୪।୯: ଟିମ ଇଣ୍ଡିଆର ଚିଫ ସିଲେକ୍ଟର ଅଜିତ ଅଗରକର ପୁଣିଥରେ ଚର୍ଚ୍ଚାରେ। ଗୁରୁବାର BCCIର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁମ୍ବାଇ ସ୍ଥିତ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ବୈଠକରେ…

ବୟସ ଜାଲିଆତି କରି ଫସିଲେ ଏହି କ୍ରିକେଟର୍‌: ୨ ବର୍ଷ ବାସନ୍ଦ କଲା BCCI

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର୍‌ ରୋହିତ ଯାଦବଙ୍କୁ ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳ ବିପକ୍ଷରେ ଆଗାମୀ ଦିନିକିଆ ଏବଂ ବହୁ-ଦିବସୀୟ ସିରିଜ ପାଇଁ ଅଣ୍ଡର-୧୯ ଦଳରେ ଚୟନ କରାଯାଇଥିଲା। ଜୁନିଅର…

ମନ୍ଧାନାଙ୍କ ରେକର୍ଡ ଶତକ: ଭାରତର ଲଗାତର ଦ୍ୱିତୀୟ ବିଜୟ

ଦୁବାଇ,୩ା୯: ସ୍ମୃତି ମନ୍ଧାନାଙ୍କ ରେକର୍ଡ ଶତକ ବଳରେ ମହିଳା ଏସିଆ କପ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୧୩୭ ରନର ବଡ଼ ବ୍ୟବଧାନରେ ହଂକଂ, ଚାଇନାକୁ ପରାସ୍ତ…

ଖେଳାଳିଙ୍କୁ ମିଳୁନି ବିଶ୍ରାମ! ବାରମ୍ବାର ଆହତ ହେବା ନେଇ BCCIର ବଡ଼ ଖୁଲାସା, ବଦଳିବ ରଣନୀତି

ମୁମ୍ବାଇ,୩।୯: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ର ମୁଖ୍ୟ କାର୍ଯ୍ୟାଳୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିସିସିଆଇ ସମ୍ପାଦକ ଦେବଜୀତ୍ ଶୈକିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ସ୍ମୃତି ମନ୍ଧାନାଙ୍କ ଡବଲ ଧମାକା: କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୩।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ଏବଂ ରନ ପାଇଁ ଏକ ବିଶ୍ୱ ରେକର୍ଡ ସ୍ଥାପନ…

୨୦୨୭ ବିଶ୍ୱକପ ଖେଳିବେ କି ହିଟମ୍ୟାନ? BCCI ସମୀକ୍ଷା ବୈଠକରେ ନିଆଯାଇଛି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୩।୯: BCCIର ସମୀକ୍ଷା ବୈଠକରେ ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ଆଲୋଚନା ଉପରେ ସମସ୍ତଙ୍କ ନଜର ଥିଲା। ଗୁରୁବାର ମୁମ୍ବାଇର ବିସିସିଆଇ ମୁଖ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ…

BCCI ବୈଠକ ଶେଷ; ଲକ୍ଷ୍ମଣ ହେବେ ନାହିଁ ନିର୍ଦ୍ଦେଶକ; ଆସିଲା ୫ ଅପଡେଟ

ନୂଆଦିଲ୍ଲୀ,୩।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଗୁରୁବାର (ସେପ୍ଟେମ୍ବର ୩) ଏକ ବୈଠକ କରିଥିଲା, ଯେଉଁଥିରେ ପୁରୁଷ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର, ପୁରୁଷ…

ମେସି ପରେ ଫୁଟବଲରୁ ଅବସର ନେବେ ଏହି କିମ୍ବଦନ୍ତୀ, ଜାଣନ୍ତୁ…

ସରାଜେଭୋ,୩ା୯: ମେସି ପରେ ବୋସନିଆ ଓ ହର୍ଜଗୋଭିନା ଫୁଟବଲ କିମ୍ବଦନ୍ତୀ ଏଡିନ ଜେକୋ ଆସନ୍ତା ମାସରେ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ନେବାକୁ ଯାଉଛନ୍ତି। ଏ ନେଇ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri