ଚେଇଁ ଶୋଇଥିବ ଯିଏ

ଡ. ଚିନ୍ତାମଣି ପଣ୍ଡା
ସ୍ବଚ୍ଛ ଭାରତ ଅଭିଯାନ ଏକ ଗାନ୍ଧୀଯୁଗୀୟ ଚିନ୍ତାଧାରା। କିନ୍ତୁ ୨୦୧୪ ଗାନ୍ଧୀ ଜୟନ୍ତୀଠାରୁ ଏ ପର୍ଯ୍ୟନ୍ତ ୯୦ନିୟୁତ ପାଇଖାନା ନିର୍ମାଣ ପାଇଁ କେନ୍ଦ୍ର ସରକାର ସ୍ବଚ୍ଛଭାରତ ମିଶନ ନାମରେ ପ୍ରାୟ ୧.୯୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି। ଅନେକ ଗ୍ରାମ, ଜନପଦ, ପୌରପାଳିକା, ମହାନଗର ଇତ୍ୟାଦିକୁ ସମ୍ପୂର୍ଣ୍ଣ ପରିମଳ ପାଇଁ ପୁରସ୍କୃତ ମଧ୍ୟ କରାଯାଇ ସାରିଲାଣି। କିନ୍ତୁ ବାହାରେ ମଳମୂତ୍ର ତ୍ୟାଗ କ’ଣ ବନ୍ଦ ହୋଇଯାଇଛି! ଖୋଦ୍‌ ଦିଲ୍ଲୀର ବସ୍ତି ଅଞ୍ଚଳରେ ରେଳଧାରଣା କଡ଼ରେ ସକାଳୁ ସକାଳୁ ଅରୁଚିକର ମଳତ୍ୟାଗର ଦୃଶ୍ୟ ଭାରତର ପ୍ରତିଚ୍ଛବି ଉପରେ କଳଙ୍କ ଲଗାଏ। ଆକୁମାରୀହିମାଚଳ ଯେଉଁଠି ଦେଖିବେ, ଆମ ଭାରତୀୟ ନାଗରିକମାନେ ନାଳବନ୍ଧ ଓ ରେଳଧାରଣାକୁ ମଳମୂତ୍ର ତ୍ୟାଗ ପାଇଁ ଆପଣେଇ ନେଇଥାନ୍ତି। ନିକଟରେ ଭୁବନେଶ୍ୱର ମହାନଗର ନିଗମ ଏକ ହୁଲିଆ ଜାରି କଲେ ଯେ, ଏ ବର୍ଷର ଗାନ୍ଧୀ ଜୟନ୍ତୀ ପରଠାରୁ ଏକନମ୍ବର ସ୍ମାର୍ଟ ସହର ଭୁବନେଶ୍ୱରରେ ବାହାରକୁ ଝାଡା ଗଲେ ମୁଣ୍ଡପିଛା ୨୦୦ ଟଙ୍କା ଏବଂ ପରିସ୍ରା କଲେ ୧୫୦ ଟଙ୍କା ଜରିମାନା ଆଦାୟ କରାଯିବ। ଏ ଘୋଷଣା ଶୁଣୁଶୁଣୁ ସହରବାସୀ ସଭ୍ୟ ନାଗରିକମାନଙ୍କର ପ୍ରତିରୋଧ ଆରମ୍ଭ ହୋଇଗଲା। ପ୍ରଥମେ ସଚେତନ କରନ୍ତୁ ତା’ ପରେ ଯାଇ ଦଣ୍ଡିତ କରିବେ ବୋଲି ଦାବି କରାଗଲା। କହିଲେ ଦେଖି ଆଉ କେତେ ସଚେତନତା ୟାଙ୍କୁ ଦରକାର!
ଟ୍ରାଫିକ୍‌ର କଡା ନିୟମକୁ ମାନିବା ପାଇଁ ସରକାର ପ୍ରୟାସ କଲେ। ନିୟମ ପ୍ରଣୟନ କଲେ, ଆଉ ଜନସାଧାରଣଙ୍କର ଉଦ୍‌ବେଗକୁ ବୁଝି ତିନିମାସ ଜାଗାରେ ଛଅ ମାସ ସମୟ ମଧ୍ୟ ଦେଲେ ସଚେତନ ହେବା ପାଇଁ। ଏବେ କ’ଣ ଆମ ସଚେତନ ଜନତା ଶୃଙ୍ଖଳିତ ହୋଇ ଟ୍ରାଫିକ୍‌ ନିୟମ ମାନୁଛନ୍ତି? ଭୁଲ୍‌ ରାସ୍ତାରେ ଯାଉନାହାନ୍ତି ବା ପବନବେଗରେ ୩ ଜଣଙ୍କୁ ବସାଇ ଗାଡି ଚଳାଉ ନାହାନ୍ତି? ଧରାପଡିଗଲେ ଆମେ ସଚେତନ ନୋହୁଁ ବୋଲି ସଫେଇ ଦେବେ। ସହରାଞ୍ଚଳରେ ସରକାରୀ ଜାଗାକୁ ଜବରଦଖଲ କରି ଯଦି ବ୍ୟବସାୟୀଟିଏ ଉଠାଦୋକାନ କରୁ କରୁ ସ୍ଥାୟୀ ଘର କରୁଛି ତେବେ ତାକୁ ନଗର ନିଗମ ଭାଙ୍ଗିଲା ବେଳକୁ ଯଥେଷ୍ଟ ସଚେତନ କରାଯାଇ ନ ଥିବା କଥା କୁହାଯାଉଛି। ଏପରି କି ପ୍ରତିବଦଳରେ ଉପଯୁକ୍ତ ଜାଗାଟିଏ ମଧ୍ୟ ଦାବି କରାଯାଉଛି। କାରଣ ଜାଗା ଜବରଦଖଲକାରୀକୁ ଦଣ୍ଡ ଜାଗାରେ ଆମେ ଥଇଥାନ କରି ପୁରସ୍କୃତ କରୁଛେ। ବଡ଼ ବଡ଼ ଘରୋଇ ହସ୍‌ପିଟାଲ ହେଉ କିମ୍ବା ସୁପର ବଜାର ମଲ୍‌ ହେଉ ଅଗ୍ନିନିରୋଧ ବ୍ୟବସ୍ଥା ନ ଥାଇ ଚାଲୁ ଚାଲୁ କିଛି ଅଘଟଣ ଘଟିଗଲେ ଚତୁର ମାଲିକଟି ସଚେତନ ନ ଥିବା କଥା କହୁଛି। କଲ୍ୟାଣମଣ୍ଡପ ବାଲାଏ ତ ସରକାରୀ ରାସ୍ତାକୁ ଗାଡି ରଖିବା ସ୍ଥାନ ଭାବରେ ବ୍ୟବହାର କରନ୍ତି, ବୋଧହୁଏ ସେଇ ସଚେତନତା ଅଭାବରୁ।
ଯଦି ସହରବାସୀଙ୍କୁ ଏତିକି ସଚେତନତା ଲୋଡା ପଡୁଛି, ତେବେ ନିପଟ ମଫସଲରେ ଡାହାଣୀ ସନ୍ଦେହରେ କାହାର ଦାନ୍ତ ଭାଙ୍ଗିଲେ କି ବିଷ୍ଠା ଖୁଆଇଲେ ବା ଗୁଳିକରି ମାରିଦେଲେ ଆମେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କଥାରେ ଅଛି ‘ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡ଼ା କାଠ’। ଏଥିପାଇଁ ପ୍ରଚୁର ଆର୍ଥିକ ତଥା ଶାରୀରିକ ଦଣ୍ଡର ବ୍ୟବସ୍ଥା କରି ତତ୍କାଳୀନ ରାଜାମାନେ ଶୃଙ୍ଖଳିତ ରାଜ୍ୟ ଶାସନ କରୁଥିଲେ। କିନ୍ତୁ ଗଣତନ୍ତ୍ରରେ ତ ଏ ସବୁର ସ୍ଥାନ ଅନେକ ଦୂରରେ। ଖୋଦ୍‌ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ମଧ୍ୟ ସାଧାରଣରେ ମାନୁଛନ୍ତି ଯେ, ନ୍ୟାୟିକ ପ୍ରକ୍ରିୟା ଏକ ବିଳମ୍ବିତ ପ୍ରକ୍ରିୟା ବୋଲି। ତେଣୁ ଯେତେ କଡାକଡି ନିୟମ ହେଉଛି ସେତେ ମାତ୍ରାରେ ବଳାତ୍କାର ବି ବଢି ବଢି ଚାଲିଛି। ଗୋଠ ମାତିଲେ ଖଣ୍ଡିଆ ହଡ଼ା ମାତିବା ପରି ୬୦ ବର୍ଷୀୟ ବ୍ୟକ୍ତି ବି ବଳାତ୍କାର କରିବାକୁ ପଛଉନାହାନ୍ତି। ଏମାନେ ଅଚେତନ ନା ଅର୍ଦ୍ଧଚେତନ? ଅଗନା ଅଗନି ବନସ୍ତ ମଧ୍ୟରେ ପ୍ରତିକୂଳ ପରିସ୍ଥିତିକୁ ଭ୍ରୂକ୍ଷେପ ନ କରି ନିଷିଦ୍ଧ ଗଞ୍ଜେଇ ଚାଷର ଆୟତନ ଅବକାରୀ ବିଭାଗର ଅଗୋଚରରେ ବଢି ବଢି ଚାଲିଛି। କୌଣସି ପ୍ରୋତ୍ସାହନ, ରିହାତି କିମ୍ବା ତାଲିମ ବିନା ଅଚେତନ ଚାଷୀମାନେ ଏହା କରିଚାଲିଛନ୍ତି, ଆଉ ଧରା ପଡିଗଲେ ନିଜର ଅଜ୍ଞତାକୁ ଦ୍ୱାହି ଦେଇ ଖସିଯିବାକୁ ଚେଷ୍ଟା କରୁଛନ୍ତି। ଆଉ ଆମ ଧାନଚାଷୀ ଭାଇମାନଙ୍କ ପାଇଁ ସକଳ ପ୍ରକାରର ସଚେତନତା ଲୋଡା ପଡୁଛି। ସେ ମଣ୍ଡିକୁ ଧାନ ନେବା ଆଗରୁ ନାମ ପଞ୍ଜୀକରଣ କରିବାକୁ ସଚେତନ ହୋଇପାରୁ ନ ଥିବା ବେଳେ ଚୋରାରେ ଛତିଶଗଡକୁ ଧାନ ଚାଲାଣ କରି ଦୁଇପଇସା ହାତଚିକ୍କଣ କରିବାରେ ବେଶ୍‌ ପାରଙ୍ଗମ ବା ସଚେତନ। ଯେମିତି ଗ୍ରାମବାସୀଟିଏ ନିଜକୁ ମୂର୍ଖ, ଗାଉଁଲି ବୋଲି ପ୍ରତିପାଦନ କରିବାକୁ ଯାଇ ସରକାରୀ କଲ୍ୟାଣମୂଳକ ଯୋଜନା ବିଷୟରେ ନିଜର ଅଜ୍ଞତା ପ୍ରଦର୍ଶନ କରୁଥିବା ବେଳେ ସାଧାରଣ ମୃତ୍ୟୁକୁ ସାପକାମୁଡ଼ା ଦର୍ଶାଇ କିମ୍ବା ମୃତ ବାପାକୁ ଜୀବିତ ଦର୍ଶାଇ ଭତ୍ତା ହଡପ କରିନେବାର କଳାକୌଶଳରେ ଧୁରନ୍ଧର। ଖାଲି ସେମାନେ ନୁହନ୍ତି ଖୋଦ ଜଗନ୍ନାଥ କି ଲିଙ୍ଗରାଜ ମହାପ୍ରଭୁଙ୍କର ନିତ୍ୟ ସେବକଟିଏ ମଧ୍ୟ ନୀତିକାନ୍ତିରେ ଖିଲାପ କରି କିମ୍ବା ଦେଉଳ ବେଢାରେ ଶୌଚ କର୍ମ କରି ସଚେତନତାର ଅଭାବ କଥା କହି ଖସିଯିବାକୁ ପ୍ରୟାସ କରୁଛି। ନିର୍ବାଚିତ ଲୋକପ୍ରତିନିଧିଗଣ ମଧ୍ୟ ଆଉ ପାଦେ ଆଗକୁ ଯାଇ ଆଇନକୁ ନିଜ ଇଚ୍ଛାରେ ବ୍ୟବହାର କଲାପରେ ଧରାପଡିଗଲେ ସେ ବାବଦରେ ନିଜର ଅଚେତନତା (ଅଜ୍ଞତା) ପ୍ରକାଶ କରିବାକୁ ପଛାଉନାହାନ୍ତି। ଅତଏବ ନିଜେ ଅଚେତନ ସାଜି ନିୟମକୁ ଆଖିଠାର ମାରିବା ଆଜି ଏକ ଫ୍ୟାଶନରେ ପରିଣତ ହୋଇଗଲାଣି। ଯେତେ ସଚେତନ ହେଲେ ବି ଆମେ ବଦଭ୍ୟାସ ଛାଡିବାର ମାନସିକତା ପ୍ରତିପୋଷଣ ନ କରିବା ଆଜି ବିଡମ୍ବନାର ବିଷୟ। ଚେଇଁ ଶୋଇଥିବ ଯିଏ, ତାକୁ ଉଠେଇବ କିଏ?
ପ୍ରାଧ୍ୟାପକ, କୃଷି ମହାବିଦ୍ୟାଳୟ, ଭୁବନେଶ୍ୱର, ମୋ-୯୪୩୭୧୮୫୧୭୫


Enter your email to get our daily news in your inbox.

All Right Reserved By Dharitri.Com

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri