ଚିନିକଳ ମୋଟର ଇଟାମାଟିରେ ଠାବ ଘଟଣା: ୨ ଦିନ ପରେ ବି ହୋଇପାରିଲାନି ମାମଲା

ନୟାଗଡ଼ ଅଫିସ,୨୧ା୬- ନୟାଗଡ଼ ବ୍ଲକ ଇଟାମାଟି ବଜାରର ଏକ ଲେଦ୍‌ (କବାଡ଼ିଆ ଦେକାନ)ରୁ ଚିନିକଳରେ ବ୍ୟବହୃତ ଦୁଇଟି ମୋଟର ଠାବ ହେବା ଘଟଣାର ଦୁଇଦିନ ପରେ ବି ପୋଲିସ ମାମଲା ରୁଜୁ କରିନାହିଁ। କିଛିଦିନ ତଳେ ଚିନିକଳ ବିକ୍ରି ହେବା ନେଇ ଗୁଜବ ପ୍ରଚାରିତ ହୋଇଥିଲା। ଏହା ପରେ କୃଷକ, ଶ୍ରମିକ, ନେତାମାନେ ଏକାଠି ହୋଇ ଏହାକୁ ଖୋଲିବା ଲାଗି ବୈଠକ କରିଥିଲେ। ଏପରି କି ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀକୁ ଦାବିପତ୍ର ପ୍ରଦାନ କରିଥିଲେ। ଏପରି ସମୟରେ ଗତ ୧୮ ତାରିଖ ସନ୍ଧ୍ୟାରେ ଇଟାମାଟି ବଜାରର ଏକ ଲେଦ୍‌ରେ ଯୋଗେନ୍ଦ୍ର ଚିନିକଳର ଦୁଇଟି ମୋଟର ଥିବା ଦେଖିବାକୁ ପାଇଥିଲେ। ମୋଟର ଦୁଇଟିର ନମ୍ବର ୨୮୧୫୧୧୫-୧୦ ଓ ୨୮୫୧୧୫-୩ ଥିବାରୁ ଉକ୍ତ ଦୁଇଟି ଚିନିକଳର ବୋଲି ସେ ନିଶ୍ଚିତ ହୋଇଥିଲେ। ଏହା ୪୦ ହର୍ସ ପାୱାର ଜୁସ୍‌ ପମ୍ପ ହୋଇଥିବା ଜାଣି ସେ ଇଟାମାଟି ଥାନାରେ ଅଭିଯୋଗ କରିଥିଲେ। ଚିନିକଳ ନୟାଗଡ଼ ବ୍ଲକ ପାଣିପୋଇଲାଠାରେ ଅବସ୍ଥିତ ଥିବାରୁ ଏହା ସଦର ଥାନା ଅଧୀନରେ ଆସୁଛି, ତେଣୁ ତୁମେ ସେଠାରେ ଅଭିଯୋଗ କର ବୋଲି ଇଟାମାଟି ଥାନା ଅଧିକାରୀ ଯୋଗନ୍ଦ୍ରେଙ୍କୁ କହିଥିଲେ। ଯୋଗେନ୍ଦ୍ର ଉକ୍ତ ରାତିରେ ଆସି ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ ରଖିବା ପରିବର୍ତ୍ତେ ଚିନକଳ ଚୋରି ମାମଲାରେ ତୁମେ ଏତଲା ଦେବାକୁ କିଏ ବୋଲି ଓଲଟା ପ୍ରଶ୍ନ କରିଥିବା ଯୋଗେନ୍ଦ୍ର ଅଭିଯୋଗ କରିଛନ୍ତି। ତାଙ୍କ କହିବା ପ୍ରକାରେ ଚିନକଳ ସମବାୟ ସଂସ୍ଥାର ହୋଇଥିଲେ ମଧ୍ୟ ସମାନ ଦାୟିତ୍ୱ ଚିନିକଳ କର୍ମଚାରୀଙ୍କର ମଧ୍ୟ ଅଛି। ପୋଲିସ ଜାଣତରେ ବିଭିନ୍ନ ସମୟରେ ଚିନିକଳରୁ ଚୋରି ହେଉଥିଲେ ମଧ୍ୟ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ସେ ପ୍ରକାଶ କରିଛନ୍ତି। ଏ ନେଇ ସଦର ଥାନା ଅଧିକାରୀ ଅନ୍ନପୂର୍ଣ୍ଣା ବେହେରାଙ୍କୁ ପଚାରିବାରୁ ସେ କହିଥିଲେ, ଯୋଗେନ୍ଦ୍ର ତାଙ୍କ ଅଭିଯୋଗରେ ଉକ୍ତ କମ୍ପାନୀର ମାଲିକଙ୍କ ଜ୍ଞାତସାରରେ ଏହା ବିକ୍ରି ହେଉଥିବା ଦର୍ଶାଇଛନ୍ତି। ତେଣୁ ଚିନିକଳର ମାଲିକଙ୍କୁ ଡକାଯାଇ ପଚରାଉଚରା କରାଯିବ। ସେହିଭଳି ଉକ୍ତ ଦୁଇଟି ମୋଟର ଲେଦ୍‌ରେ ସଜଡ଼ିବା ପାଇଁ ଦିଆଯାଇଥିବା ନେଇ ମାଲିକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଘଟଣାର ତଦନ୍ତ କରାଯାଇ ମାମଲା ରୁଜୁ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ରାସ୍ତା ଅସୁରକ୍ଷିତ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକର ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ପଶୁ ଓ ମଣିଷଙ୍କ ପାଇଁ ବିପଦ ସାଜିଛି। ୬ ବର୍ଷରେ ଗୋଟିଏ ବାଘ...

ନିମ୍ନମାନର କାମ ଅଭିଯୋଗ ପରେ ଭଙ୍ଗାଗଲା ପୋଲ

ନୂଆଗାଁ,୨୫।୪ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସିମିଳିସାହିଠାରୁ ବାଲଣ୍ଡା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଥିଲା। ଉକ୍ତ ରାସ୍ତାର ଅଭୟପୁରଠାରେ...

‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’

ଖଣ୍ଡପଡ଼ା,୨୩ା୪(ଅଜୟ କୁମାର ମହାରଣା):ନୟାଗଡ଼ ଜିଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଚୟନ କରିସାରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଘୋଷଣା ବାକି ରହିଛି। ବିଜେଡି ପକ୍ଷରୁ...

ବିଜେଡି, କଂଗ୍ରେସର ଅଭିଜ୍ଞ, ଭାଜପାର ନୂଆ ପ୍ରାର୍ଥୀ

ନୟାଗଡ,୨୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଦୁଇ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭାଜପାର ନୂଆମୁହଁ ସହ ଲଢ଼େଇ...

୧୩ ବଖରା ଭସ୍ମୀଭୂତ

ନୂଆଗାଁ,୨୧।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମରେ ଶନିବାର ନିଆଁ ଲାଗି ୧୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିବିପନ୍ନମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri