ଚିକେନ୍‌ କାଲି ମିର୍ଚି

ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ରୁଚିକୁ ଦୃଷ୍ଟିରେ ରଖି ପୁରୀ ସହରର ପ୍ରାୟ ବଡ଼ ବଡ଼ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ଅନେକ ଦେଶୀ, ବିଦେଶୀ ଖାଦ୍ୟର ମଜା ବି ନେଉଛନ୍ତି ଗ୍ରାହକ। ସି’ବିଚ୍‌ ରୋଡ୍‌ସ୍ଥିତ ପୁରୀ ହୋଟେଲରେ ଉଭୟ ଆମିଷ ଓ ନିରାମିଷ ଖାଦ୍ୟ ପ୍ରସ୍ତୁତ କରାଯାଇ ଗ୍ରାହକଙ୍କୁ ପରଷା ଯାଉଛି। ତେବେ ଏଠାରେ ଏକ ଚାହିଦାଯୁକ୍ତ ଡିଶ୍‌ ହେଉଛି ଚିକେନ୍‌ କାଲି ମିର୍ଚି। ଏହି ଇଣ୍ଡିଆନ୍‌ ଡିଶ୍‌ର ଗୋଟିଏ ପ୍ଲେଟ୍‌ ଦାମ୍‌ ରହିଛି ୨୮୦ ଟଙ୍କା। ଚିକେନ୍‌ କାଲି ମିର୍ଚିର ପ୍ରସ୍ତୁତି ସମ୍ପର୍କରେ ହୋଟେଲର ମୁଖ୍ୟ ଶେଫ୍‌ ରଶ୍ମିରଞ୍ଜନ ବିଶ୍ୱାଳ ଯାହା କୁହନ୍ତି…

ଆବଶ୍ୟକ ସାମଗ୍ରୀ:

ଚିକେନ୍‌: ୨୦୦ ଗ୍ରାମ୍‌
କଟା ପିଆଜ: ୫୦ ଗ୍ରାମ୍‌
ଅଦା ରସୁଣ ପେଷ୍ଟ: ୨୦ ଗ୍ରାମ୍‌
ଟମାଟୋ ସସ୍‌: ୫୦ ଗ୍ରାମ୍‌
କାଜୁବଟା: ୨୫ ଗ୍ରାମ୍‌
ରିଫାଇନ୍‌ ତେଲ: ୫୦ ଗ୍ରାମ
ଦହି: ୨୫ ଗ୍ରାମ୍‌
କ୍ଷୀର: ୫୦ ଗ୍ରାମ୍‌
ଗରମ ମସଲା: ୧୦ ଗ୍ରାମ୍‌
ଲଙ୍କାଗୁଣ୍ଡ: ୧୦ ଗ୍ରାମ୍‌
ହଳଦୀଗୁଣ୍ଡ: ୫ ଗ୍ରାମ୍‌
ଶୁଖିଲା ଲଙ୍କା: ୨ଟା
ମେଥିପତ୍ର: ୧୦ ଗ୍ରାମ୍‌
ଗୋଟା ଗୋଲମରିଚ: ୧୦ ଗ୍ରାମ୍‌
ଗୋଲମରିଚ ଗୁଣ୍ଡ: ୧୦ ଗ୍ରାମ୍‌
ଅମୁଲ କ୍ରିମ୍‌: ୧୦ ଗ୍ରାମ୍‌
ଚିକେନ ମସଲା: ୫ ଗ୍ରାମ୍‌
ଭୁର୍ସୁଙ୍ଗପତ୍ର: ୫ ଗ୍ରାମ୍‌
କଞ୍ଚାଲଙ୍କା: ୨ଟା
ଧନିଆପତ୍ର: ୫ ଗ୍ରାମ୍‌
ସ୍ବାଦ ଅନୁସାରେ ଲୁଣ ଓ ଚିନି

ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ ଚିକେନ୍‌କୁ ଛୋଟ ଛୋଟ କରି କାଟି ଭଲଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ଅଦା ରସୁଣ ପେଷ୍ଟ ଅଧା, ଲୁଣ ଓ ହଳଦୀ ମିଶାଇ କିଛି ସମୟ ଗୋଳାନ୍ତୁ। ନିଅଁ।ରେ ପ୍ୟାନ୍‌ ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହେଲା ପରେ ସେଥିରେ ଶୁଖିଲା ଲଙ୍କା, ଭୁର୍ସୁଙ୍ଗପତ୍ର ଓ କିଛି ସମୟ ପରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ସାମାନ୍ୟ ବ୍ରାଉନ କଲର୍‌ ହେବା ପରେ ସେଥିର ଗୋଟା ଗୋଲମରିଚ ଏବଂ ବଳକା ଅଦା ରସୁଣ ପେଷ୍ଟ ପକାନ୍ତୁ। ଏହା ଧୀରେ ଧୀରେ ବ୍ରାଉନ କଲର୍‌ ହୋଇଯିବ। ଏଥିରେ କାଜୁବଟା ପକାଇ କଷନ୍ତୁ। ପରେ ଟମାଟୋ ଜୁସ୍‌, ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ମେଥିପତ୍ର, ଚିକେନ୍‌ ମସଲା, ଦହି ପକାଇ ଭଲ ଭାବେ ଗୋଳାନ୍ତୁ। କିଛି ସମୟ ପରେ ଗ୍ରେଭି ପ୍ରସ୍ତୁତ ହୋଇଯାଏ। ଅନ୍ୟ ଏକ ପ୍ୟାନ୍‌ରେ ତେଲ ପକାଇ ପୂର୍ବରୁ ଗୋଳାଇ ରଖିଥିବା ଚିକେନ୍‌ ଫ୍ରାଏ କରନ୍ତୁ। ଏପଟେ ଗ୍ରେଭିରେ କ୍ଷୀର ଦେବା ପରେ ଫ୍ରାଏ୍‌ ଚିକେନ୍‌ ପକାନ୍ତୁ। ୧୦ ମିିନିଟ୍‌ ଫୁଟିବା ପରେ ସେଥିରେ ଗୋଲମରିଚ ଗୁଣ୍ଡ, ଗରମ ମସଲା ଓ ଅମୁଲ କ୍ରିମ୍‌ ଦେଇ ଓହ୍ଲାଇ ଦେବେ। ଏବେ ପ୍ରସ୍ତୁତ ହୋଇଗଲା ଚିକେନ୍‌ କାଲି ମିର୍ଚି। ପ୍ଲେଟ୍‌ରେ କାଢି ଧନିଆପତ୍ର ଏବଂ କଞ୍ଚାଲଙ୍କା ଦେଇ ସଜାଇ ଗରମ ଗରମ ନାନ୍‌ ଏବଂ ରୁଟି ସହିତ ପରଷି ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ଉପ-ନିର୍ବାଚନ ବିଜ୍ଞପ୍ତି ପ୍ରକାଶ, ନିଯୁକ୍ତ ହେଲେ ରିଟର୍ଣ୍ଣିଂ ଅଫିସର

ଭୁବନେଶ୍ୱର,୧।୬: ରାଜ୍ୟ ସଭା ଉପ-ନିର୍ବାଚନ ପାଇଁ ବିଧାନସଭା ସଚ୍ଚିବାଳୟ ପକ୍ଷରୁ ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତିରେ ଉପନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ କରାଯାଇଛି।…

ଆଇପିଏଲ ବ୍ୟାଟିଂର ପର୍ଦ୍ଦାଫାଶ: ଦୋକାନୀଙ୍କୁ ବାନ୍ଧିଲା ପୋଲିସ

ସୁନ୍ଦରଗଡ଼, ୧।୬ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଅନଲାଇନ୍ ମାଧ୍ୟମରେ ଚାଲୁଥିବା ଆଇପିଏଲ କ୍ରିକେଟ ବେଆଇନ ବ୍ୟାଟିଂ ଉପରେ ପୋଲିସର ଚଢ଼ାଉ ଅଭିଯାନ…

ଶିମିଳିପାଳରେ ମଣିଷଖିଆ ବାଘ; ଜଙ୍ଗଲକୁ ଯାଇ ଆଉ ଫେରିନଥିଲେ, ସକାଳୁ ମିଳିଲା କ୍ଷତାକ୍ତ ଦୁଇ ଗୋଡ଼ ସହ ଲୁଙ୍ଗି

କରଞ୍ଜିଆ,୧।୬(କବିତା ମହାନ୍ତ): ମଣିଷକୁ ଖାଇଗଲା ମହାବଳ ବାଘ ! କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ରେଞ୍ଜ ଅଧୀନ କୁମୁଡାବାଡ଼ି ଗାଁ ରାଜାମ୍ ସାହି ନିକଟ ଜଙ୍ଗଲରୁ ଛାତିଥରା ଘଟଣା…

ଟ୍ରଫିରେ ଏମିତି କ’ଣ ଲେଖାଥିଲା ଯାହାକୁ ଦେଖି ହସି ପକାଇଲେ ବିରୁଷ୍କା? ଜାଣନ୍ତୁ…

ନୂଆଦିଲ୍ଲୀ,୧।୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତି ଲଗାତାର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଗୁଜରାଟ ଟାଇଟନ୍ସ…

ହରିହରପୁର ଗ୍ରାମରେ ପାନୀୟ ଜଳ ସମସ୍ୟା, ରାସ୍ତା ଅବରୋଧ କଲେ ହରିହରପୁର ହରିଜନ ପଡାର ମହିଳା

ଲାଞ୍ଜିଗଡ଼,୧।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତ ହରିହରପୁର ଗ୍ରାମର ହରିଜନ ପଡାରେ ଜଳସଙ୍କଟ ଦେଖାଦେଇଛି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ୪୫ ଡିଗ୍ରୀ…

ଜଙ୍ଗଲରେ ଚାଲିଥିଲା ଜୁଆଆଡ୍ଡା: ଜଣଙ୍କ ପରେ ଜଣଙ୍କୁ ଧରି ୨୬ ଜଣଙ୍କୁ ବାନ୍ଧିଲା ପୋଲିସ, ୧୧ ଲକ୍ଷ ୧୬ ହଜାର ୯୦୦…

ସୁନ୍ଦରଗଡ଼, ୧।୬ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିରି ଥାନା ଅନ୍ତର୍ଗତ ଓଡ଼ିଶା–ଛତିଶଗଡ଼ ରାଜ୍ୟ ସୀମାନ୍ତର ଟପରିଆ-ଜାମଝରିଆ ଜଙ୍ଗଲ ମଧ୍ୟରେ ଚାଲିଥିବା ଏକ ବଡ଼ ଜୁଆଆଡ୍ଡା…

ପ୍ରହରୀ ଦେଖି ଫେରୁଥିବା ବେଳେ ଭାଲୁ ହାବୁଡରେ ପଡ଼ିଗଲେ ୨ ସାଙ୍ଗ, ତାପରେ ଯାହା ଘଟିଲା…

ପାଟଣା,୧।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡବିଟ ବଡ ନୂଆଗାଁ ହୁଡ଼ି ନିକଟରେ ଅଭାବନୀୟ ଘଟଣା ଘଟିଯାଇଛି । ସୋମବାର ସକାଳୁ ଭାଲୁ ଆକ୍ରମଣରେ…

ଭୟଙ୍କର ଦୁର୍ଘଟଣା: ଆଖିବୁଜିଲେ ଯୁବକ, ମିଳିନି ପରିଚୟ

ବରଗଡ଼, ୧।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବରଗଡ଼–ସୋହେଲା ମୁଖ୍ୟ ରାସ୍ତାର ପଥର୍ଲା ଛକ ନିକଟରେ ସୋମବାର ଏକ ଭୟଙ୍କର  ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri