ଚାଷୀଙ୍କ ଋଣ ଟଙ୍କା ଆତ୍ମସାତ୍‌ ଅଭିଯୋଗ

ଅନୁଗୋଳ ସହର, ୧୧।୨

ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଚାଙ୍ଗୁଡ଼ିଆ ସେବା ସମବାୟ ସମିତି ବ୍ୟାଙ୍କରେ ଚାଷୀମାନଙ୍କ ଋଣ ଟଙ୍କା ହଡ଼ପ କରାଯାଇଥିବା ନେଇ ସୋମବାର ଚାଙ୍ଗୁଡ଼ିଆ ପଞ୍ଚାୟତର ଚାଷୀମାନେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ଚାଙ୍ଗୁଡ଼ିଆ ସେବା ସମବାୟ ସମିତି ଅଧୀନରେ ସନ୍ତରାବନ୍ଧ, ଚାଙ୍ଗୁଡ଼ିଆ, କଙ୍କୁରପାଳ, ବଡ଼ବେରଣା, କେନ୍ଦୁପଶି, କମ୍ପସଲା, ଅନ୍ଧାରିକଟା, ମଣ୍ଡୁଆ, ହରିହରପୁର, କଇଁଛପଦା ଆଦି ଗ୍ରାମ ରହିଛି। ଚାଷୀମାନେ ଉକ୍ତ ସମିତିରୁ ଋଣ ଆଣି ଚାଷ କାର୍ଯ୍ୟ କରନ୍ତି। କିନ୍ତୁ ସମିତି ସଭାପତି ଲୋନ୍‌ କରିଦେବାକୁ କହି ଚାଷୀଙ୍କଠାରୁ ଚେକ୍‌ରେ ଦୁଇରୁ ତିନୋଟି ସ୍ବାକ୍ଷର ନେଇଥିଲେ। ପରେ ଏନ୍‌ଇଏଫ୍‌ଟି ମାଧ୍ୟମରେ ଚେକ୍‌ଗୁଡ଼ିକ ଜମା ଦେଇ ଚାଷୀମାନଙ୍କ ନାମରେ ଲକ୍ଷାଧିକ ଟଙ୍କା ଋଣ ଉଠାଇ ନେଇଛନ୍ତି। ପୂର୍ବରୁ ମଧ୍ୟ ସମିତିର କେତେଜଣ ସଦସ୍ୟଙ୍କ ଋଣ ଟଙ୍କା ଓ ବୀମା ଟଙ୍କା ଆତ୍ମସାତ୍‌ କରିବା ଅଭିଯୋଗରେ ସମିତି ସଭାପତି ଜେଲ ଯାଇସାରିଛନ୍ତି। ଚାଷୀମାନେ ସେମାନଙ୍କ ପାସ୍‌ ବୁକ୍‌କୁ ବ୍ୟାଙ୍କରେ ସଂଶୋଧନ କରିବା ପରେ ସେମାନଙ୍କ ନାମରେ ଋଣ ଉଠାଯାଇଥିବା ଜାଣିବାକୁ ପାଇଛନ୍ତି। ଚାଷୀ କିଶୋରୀ ବେହେରା, ସରୋଜ ବେହେରା, ହୃଦାନନ୍ଦ ସାହୁ, ବିନୋଦିନୀ ସାହୁ, ଦିବାକର ସାହୁ, ଜଗନ୍ନାଥ ଦାସ, ରମାକାନ୍ତ ପ୍ରଧାନ, ଗନ୍ଧର୍ବ ନାଏକ, ଚନ୍ଦ୍ରମଣି ସାହୁ, ଦୁଃଶାସନ ପ୍ରଧାନ, ଗୌରହରି ପ୍ରଧାନ, ଧନଞ୍ଜନ ସାହୁ, ଏକଲବ୍ୟ ସାହୁ, ପ୍ରସନ୍ନ କୁମାର ଦାସ, ସରୋଜ କୁମାର ସାହୁ, ମନୋଜ କୁମାର ସାହୁ, ହର ନାଏକ, ଗୌରହରି ବେହେରାଙ୍କ ସମେତ ପ୍ରାୟ ୩ ଶହରୁ ଊର୍ଦ୍ଧ୍ୱ ଚାଷୀଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ କରିଛନ୍ତି। ଜିଲାପାଳ ତୁରନ୍ତ ପଦକ୍ଷେପ ନେଇ ଆତ୍ମସାତ ଋଣ ଟଙ୍କା ଫେରାଇ ନ ଆଣିଲେ ଜିଲା କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତି ଦେବେ ବୋଲି ଚାଷୀ ଚନ୍ଦ୍ରମଣି ସାହୁ, ଦିବାକର ସାହୁ, ଗିରିଶ ଚନ୍ଦ୍ର ବେହେରା, ରାମାକାନ୍ତ ପ୍ରଧାନଙ୍କ ସମେତ ଶତାଧିକ ଚାଷୀ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଚାଙ୍ଗୁଡ଼ିଆ ସେବା ସମବାୟ ସମିତି ସମ୍ପାଦକ ସଦାନନ୍ଦ ପ୍ରଧାନ କହିଛନ୍ତି, ସଭାପତି ଟଙ୍କା କରିଦେଇଛନ୍ତି କହି ସମସ୍ତ ଚାଷୀଙ୍କ ଠାରୁ ଚେକ୍‌ରେ ଦସ୍ତଖତ କରି ଟଙ୍କା ଉଠାଇ ନେଇଛନ୍ତି। ଏ ନେଇ ଅଭିଯୋଗ ପରେ ଗିରଫ ମଧ୍ୟ ହୋଇଥିଲେ। ତେବେ ସନ୍ତରାବନ୍ଧ ଗ୍ରାମବାସୀ ଏ ନେଇ ଜିଲାପାଳଙ୍କ ପାଖରେ ଅଭିଯୋଗ କରିଥିବା ସମ୍ପାଦକ ପ୍ରକାଶ କରିଛନ୍ତି। ଅଭିଯୋଗ ସମ୍ପର୍କରେ ସମିତି ସଭାପତିଙ୍କ ମୋବାଇଲ ନମ୍ବରକୁ ୭୯୭୮୭୩୭୩୬୬ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ମତାମତ ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଖେଇ ଆସିଲାଣି ଗଣେଶ ପୂଜା, ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ କାରିଗର

ରିଷିଡ଼ା,୯ା୯(ସୁଶାନ୍ତ ମଲ୍ଲିକ): ଗଣେଶ ପୂଜା ଉପଲକ୍ଷେ କଳାହାଣ୍ଡି ଜିଲା ଉତ୍ସବ ମୁଖର ହୋଇଉଠିଛି। ବିଶେଷକରି କର୍ଲାମୁଣ୍ତା ବ୍ଲକ ରିଷିଡ଼ା ଅଞ୍ଚଳର ମୂର୍ତ୍ତି କାରିଗରମାନେ ମାଟି ମୂର୍ତ୍ତି ନିର୍ମାଣରେ…

ଆବୁଧାବି ଗସ୍ତରେ ମୁଖ୍ୟମନ୍ତ୍ରୀ, ଆଜି ଆଇଏଚ୍‌ସିର ବ୍ୟବସାୟିକ ୟୁନିଟ୍‌-ଗ୍ରୁପ୍‌ କମ୍ପାନୀ ସହ କରିବେ ଆଲୋଚନା

ଭୁବନେଶ୍ୱର,୯ା୯(ସୁନିତ୍‌ ମିଶ୍ର): ଓଡ଼ିଶା ସରକାରଙ୍କ ୟୁଏଇ ନିବେଶ ଅଭିଯାନର ଅଂଶ ଭାବେ ୯ ସେପ୍ଟେମ୍ବର ୨୦୨୬ରେ ବ୍ୟବସାୟ ନିବେଶ ଓ କୂଟନୈତିକ କ୍ଷେତ୍ରରେ ଏକାଧିକ ଉଚ୍ଚସ୍ତରୀୟ ଆଲୋଚନା…

ବିଭିନ୍ନ ଦାବିରେ ଉପଜିଲାପାଳ ଅଫିସ ଘେରାଉ କଲା ବିଜେଡି

ପାଟଣାଗଡ଼,୯ା୯(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ରେ ବିଭିନ୍ନ ଦାବି ନେଇ ବୁଧବାର ସ୍ଥାନୀୟ ବିଜେଡି ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି। ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ…

ଅଧ୍ୟାପକ ନିଯୁକ୍ତି ଓ ବିଭିନ୍ନ ଦାବିରେ କଲେଜ ଫାଟକରେ ତାଲା: ଧାରଣାରେ ୫ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର

ପାଟଣା, ୯/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ୱାମପାଟଣାରେ ଅଧ୍ୟାପକ ନିଯୁକ୍ତି ସହ କଲେଜର ବିଭିନ୍ନ ସମସ୍ୟାର ସମାଧାନ…

ମଦ ନିଶାରେ ବାପାଙ୍କୁ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

ପାଟଣା, ୯/୯ (ବୀର କିଶୋର ଦାଶ): ପାରିବାରିକ କଳହକୁ କେନ୍ଦ୍ର କରି କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୁଆଖମଣ ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି।…

ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାକୁ ୧୭ ବର୍ଷ ପୂରିଲା: କାରଣ ଏବେବି ଅସ୍ପଷ୍ଟ

ପାରାଦୀପ, ୯।୯(ଶରତ ରାଉତ):ପାରାଦୀପ ବନ୍ଦରରୁ ଚାଇନା ଅଭିମୁଖେ ଯାଉଥିବା ଏମ୍‌ଭି ବ୍ଲାକରୋଜ୍‌ ଜାହାଜ ବୁଡ଼ିବା ଘଟଣାକୁ ଇତିମଧ୍ୟରେ ୧୭ ବର୍ଷ ପୂରିଗଲାଣି। ଉକ୍ତ ବ୍ଲାକରୋଜ୍‌ ବୁଡ଼ି ଘଟଣାକୁ…

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ ଓରାଙ୍ଗଉଟାନ: ଦେଖନ୍ତୁ…

ଭୁବନେଶ୍ୱର,୯।୯: ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଛନ୍ତି। ଉଦୟପୁର ଫରେଷ୍ଟ ଅଫିସରୁ ଏହି ୫ଟି ଓରାଙ୍ଗଉଟାନଙ୍କୁ ନନ୍ଦନକାନନକୁ ଅଣାଯାଇଛି।…

କଟକରେ ଚାଞ୍ଚଲ୍ୟ: ଘରୋଇ କଲେଜରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

କଟକ,୯।୯(ପ୍ରଭୁ କଲ୍ୟାଣ ପାଲ୍‌): କଟକର ସିଡିଏ ଅଞ୍ଚଳରେ ଚାଞ୍ଚଲ୍ୟ। ଏକ ଘରୋଇ କଲେଜରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଝୁଲନ୍ତା ଅବସ୍ଥାରେ ମିଳିଛି ଛାତ୍ରଙ୍କ ମୃତଦେହ। ସିଡିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri