ଚାନ୍ଦିପୁରରେ ଗାନ୍ଧୀଙ୍କୁ ନେଇ ସ୍ବତନ୍ତ୍ର କବିତା ପାଠୋତ୍ସବ

ବାଲେଶ୍ୱର ଅଫିସ, ୨୮।୧-ଚାନ୍ଦିପୁରଠାରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ମହାମତ୍ା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଦିବସ ବ୍ୟାପୀ ରାଜ୍ୟସ୍ତରୀୟ କବି ସମ୍ମିଳନୀ ଓ କାବ୍ୟ ଚର୍ଚ୍ଚା ଅନୁଷ୍ଠିତ ହୋଇଯାଇଛି। ପାନ୍ଥନିବାସ ସଭାକକ୍ଷରେ ଆୟୋଜିତ ଏହି ଉତ୍ସବରେ କବି ରାଜେନ୍ଦ୍ର କିଶୋର ପଣ୍ଡା ଓ କବି ଫନୀ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଏକାଡେମୀର ସଦସ୍ୟ ଡ. ହରିଶ୍ଚନ୍ଦ୍ର ବେହେରା ଏଥିରେ ସଭାପତିତ୍ୱ କରିଥିଲେ। ସମ୍ମାନିତ ଅତିଥି କବି ଧନଞ୍ଜୟ ସ୍ବାଇଁ ଓ ମୁଖ୍ୟବକ୍ତା ରୂପେ ଏକାଡ଼େମୀର କାର୍ଯ୍ୟକାରୀ ପରିଷଦ ସଦସ୍ୟ ଡ. ବିଜୟାନନ୍ଦ ସିଂହ ଯୋଗଦେଇଥିଲେ। ଗାନ୍ଧୀଙ୍କ ସମ୍ପର୍କରେ ଅନୁଷ୍ଠିତ ଏଭ ଭବ୍ୟ କବିତା ପାଠୋତ୍ସବରେ ରାଜ୍ୟସ୍ତରୀୟ ବହୁ ବିଶିଷ୍ଟ କବିଙ୍କ ସହ ସ୍ଥାନୀୟ ବହୁ କବି ସ୍ବରଚିତ କବିତା ପାଠ କରିଥିଲେ।
ପ୍ରଥମ ଅଧିବେଶନରେ ଡ. ଅରବିନ୍ଦ ଗିରି ପୌରୋହିତ୍ୟ କରିଥିଲେ। ମୁଖ୍ୟବକ୍ତା ଭାବେ ଡ. ଶିରୀଶ ଚନ୍ଦ୍ର ଜେନା ଓ ସମ୍ମାନିତ ଅତିଥି ଭାବେ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ଏଥିରେ ଭାଗ ନେଇଥିଲେ। କବି ଦିଲୀପ ରଥ ଓ ସନ୍ନ୍ୟାସୀ ପାତ୍ରଙ୍କ ସଂଯୋଜନାରେ ସମରେନ୍ଦ୍ର ନାଥ ମହାପାତ୍ର, ସିତାଂଶୁ ଲେଙ୍କା, ରଞ୍ଜନ ବାଗ, କୁଞ୍ଜବିହାରୀ ଧଳ, ସୈରିନ୍ଧ୍ରୀ ସାହୁ, ଉପତ୍ଳ ମହାନ୍ତି, ଯଶୋଧାରା ଦାସ ଓ ଅଶ୍ୱିନୀ ଦାଶ ପ୍ରମୁଖ ଦେଶାତ୍ମାବୋଧକ କବିତା ପାଠ କରିଥିଲେ। ସାରଙ୍ଗଧର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ୱିତୀୟ ଅଧିବେଶନରେ ମହାମତ୍ା ଗାନ୍ଧୀଙ୍କ ସମ୍ପର୍କିତ ରାଜ୍ୟସ୍ତରୀୟ କବିତା ପାଠ ଓ କାବ୍ୟଚର୍ଚ୍ଚା ଅନୁଷ୍ଠିତ ହୋଇଥିଲା। ଏଥିରେ ଡ. ମନୋରମା ବିଶ୍ୱାଳ ମହାପାତ୍ର ସଭାପତିତ୍ୱ କରିଥିଲେ ଓ ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। କବି ଗୀତାଶ୍ରୀ ପ୍ରିୟମ୍ବଦା ଓ ତନୁଜା ପଣ୍ଡା କବିତାଗୁଡ଼ିକର ସଂଯୋଜନା କରିଥିଲେ। କବି ଫନୀ ମହାନ୍ତି, ହୃଷୀକେଶ ମଲ୍ଲିକ, ଶତ୍ରୁଘ୍ନ ପାଣ୍ଡବ, ଧନଞ୍ଜୟ ସ୍ବାଇଁ, ପୀତାମ୍ବର ତରାଇ, ସୌଭାଗ୍ୟବନ୍ତ ମହାରଣା, ସୁଚେତା ମିଶ୍ର, ଶ୍ରୀଦେବ, କୃଷ୍ଣ କୁମାର ମହାନ୍ତି, ବିମଳ ଜେନା ଓ ହୃଦାନନ୍ଦ ପାଣିଗ୍ରାହୀ ପ୍ରମୁଖ ସ୍ବରଚିତ କବିତା ଆବୃତ୍ତି କରିଥିଲେ। ଏକାଡ଼େମୀ ସଦସ୍ୟ ଅକ୍ଷୟ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri