ଚାଇନା ସାମଗ୍ରୀ ଉପରେ କଟକଣା ଲଗାଇବାକୁ ପ୍ରସ୍ତୁତି

ନୂଆଦିଲ୍ଲୀ,୨୧।୬: ସୀମାରେ ଚାଇନା ସେନାର ଆକ୍ରମଣ ଯୋଗୁ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଦେଶ ମଧ୍ୟରେ ଚାଇନା ବିରୋଧୀ ସ୍ବର ତୀବ୍ର ହୋଇଛି। ଲୋକମାନେ ଚାଇନା ସାମଗ୍ରୀ ବର୍ଜନ ଲାଗି ପ୍ରଦର୍ଶନ କରିବା ସହ ପୋଡ଼ାଜଳା କରୁଛନ୍ତି। ଚାଇନା ସାମଗ୍ରୀ ଉପରେ ନିର୍ଭରତା କମାଇବା ସହ ଆତ୍ମନିର୍ଭର ଭାରତ ଯୋଜନାକୁ ଉତ୍ସାହିତ କରିବାକୁ ଭାରତ ସରକାର ଅଗ୍ରସର ହେଉଥିବା ଜଣାପଡିଛି। ଏହାକୁ ନେଇ କେନ୍ଦ୍ର ସରକାର ଦେଶର ଶିଳ୍ପଜଗତର ସହାୟତା ଲୋଡିଛନ୍ତି। ଯେଉଁ ସାମଗ୍ରୀଗୁଡିକ ଚାଇନାରୁ ମଗାଯାଉଛି ତା’ର ଏକ ତାଲିକା ପ୍ରସ୍ତୁତ କରିବାକୁ ଶିଳ୍ପଜଗତକୁ କୁହାଯାଇଛି। ବିସ୍ତୃତ ରିପୋର୍ଟ ମିଳିବା ପରେ ସରକାର ଅଣ ଅତ୍ୟାବଶ୍ୟକ ସାମଗ୍ରୀର ଚିହ୍ନଟ କରିବେ। ଏହାକୁ ଘରୋଇ ବଜାରରୁ ସଂଗ୍ରହ କରିବା ତଥା ଦେଶ ଭିତରେ ଏହାର ପ୍ରସ୍ତୁତି କରିବା ଉପରେ ଫୋକସ କରିବା ନେଇ ଯୋଜନା ରଖାଯାଇଛି।
ଚାଇନାର ବ୍ୟବହାରକୁ ନେଇ ସାରା ଦେଶରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସରକାରଙ୍କ ସହ ସାଧାରଣ ଲୋକ, ଶିଳ୍ପ ସଂଘ ବ୍ୟବସାୟୀ ମଧ୍ୟ ଚାଇନା ସାମଗ୍ରୀ ବୟକଟ କରିବା ଲାଗି ଅଡି ବସିଛନ୍ତି। ଚାଇନା ଉପରେ ନିର୍ଭରତା କମାଇବା ଲାଗି ସରକାର ମୁଖ୍ୟତଃ ୩ କୌଶଳ ଉପରେ କାର୍ଯ୍ୟ କରିବେ। ସ୍ବଳ୍ପ ମିଆଦୀ, ମଧ୍ୟମ ମିଆଦୀ ଏବଂ ଦୀର୍ଘ ମିଆଦୀ ଭିତ୍ତିରେ କାର୍ଯ୍ୟପନ୍ଥା ହାତକୁ ନିଆଯିବ। ଶିଳ୍ପଜଗତର ତାଲିକା ଆଧାରରେ ସ୍ବଳ୍ପ ମିଆଦୀ କାର୍ଯ୍ୟାନୁଷ୍ଠାନ ହାତକୁ ନିଆଯିବ। ସେହିଭଳି ଅନ୍ୟ ୨ ବର୍ଗର କାର୍ଯ୍ୟାନୁଷ୍ଠାନ ଲାଗି ସରକାର ତ୍ୱରିତ ଭିତ୍ତିରେ ବ୍ଲୁପ୍ରିଣ୍ଟ ହାତକୁ ନେବେ।
ଶିଳ୍ପ ପ୍ରୋତ୍ସାହନ ଏବଂ ଅନ୍ତଃ ବାଣିଜ୍ୟ ବିଭାଗ (ଡିପିଆଇଆଇଟି) ପକ୍ଷରୁ କୁହାଯାଇଛି ଯେ, କୌଶଳକୁ ନେଇ ଟ୍ରେଡ୍‌ ଆସୋସିଏଶନ ସହ ସମ୍ପର୍କ କରାଯାଇଛି। ସାମଗ୍ରୀର ତାଲିକା ମଗାଯାଇଛି। ଭାରତ ଚାଇନାଠାରୁ ଅଟୋମୋବାଇଲ, ଫାର୍ମାସ୍ୟୁଟିକାଲ, ଖେଳନା, ପ୍ଲାଷ୍ଟିକ ଭଳି ଅନ୍ୟ ବର୍ଗରେ ସାମଗ୍ରୀ ବୃହତ୍‌ ପରିମାଣରେ ଆମଦାନୀ କରୁଛି। ରିପୋର୍ଟ ମୁତାବକ ସରକାର ନିଜ କୌଶଳ ବଦଳାଇଛନ୍ତି। ସରକାରଙ୍କ ନଜର ବର୍ତ୍ତମାନ ଘରୋଇ କ୍ଷେତ୍ର ଉପରେ ରହିଛି। ଚାଇନା କମ୍ପାନୀଗୁଡିକର କିଛି ଚୁକ୍ତି ମଧ୍ୟ ବାତିଲ କରାଯାଇଥିବା ନଜରକୁ ଆସିଛି। ଏହା ମଧ୍ୟରେ ଟେଲିକମ ରେଳ ଏବଂ ମେଟ୍ରୋ ପ୍ରକଳ୍ପ ସାମିଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri