ଦୁର୍ଘଟଣା ଉଜାଡ଼ି ଦେଲା ସୁନାର ସଂସାର: ସ୍ବାମୀଙ୍କ ଚିକିତ୍ସା ପାଇଁ ସ୍ତ୍ରୀଙ୍କ ଆକୁଳ ନିବେଦନ

ଉଦଳା, ୨୧ା୬(ଡି.ଏନ୍‌.ଏ.)-ସବୁଦିନ ପରି ସେଦିନ ମଧ୍ୟ ସିଏ କାମରେ ଯାଇଥିଲେ। ସନ୍ଧ୍ୟା ହେଲା ବେଳକୁ ସ୍ତ୍ରୀ ଏବଂ ଛୋଟ ଝିଅ ଚାହିଁ ରହିଥିଲେ ଫେରିବା ବାଟକୁ। ହେଲେ ଆସିଲା ତାଙ୍କୁ ଦୁର୍ଘଟଣା ଖବର। ଦୁର୍ଘଟଣା ଖବର ପାଇବା ପରେ ପୁରା ପରିବାର ଅସ୍ତବ୍ୟସ୍ତ ହୋଇପଡିଥିଲେ ସତ। ହେଲେ ମନରେ ଆଶା ଥିଲା କିଛି ଦିନ ପରେ ସେ ସୁସ୍ଥ ହେବେ ଏବଂ ପୂର୍ବ ଭଳି ସବୁକିଛି ଠିକଠାକ୍‌ ଚାଲିବ। ହେଲେ କିଏ ଜାଣିଥିଲା ବିଧିର ବିଧାନ କିଛି ଅଲଗା ହିଁ ଥିଲା। ସେହି ଦୁର୍ଘଟଣା ହିଁ ବଦଳାଇଦେଲା ଜୀବନର ଗତିପଥ। ହସଖୁସିରେ ବଞ୍ଚୁଥିବା ମଣିଷ ଆଖିରେ ଛାଡିଗଲା କେବଳ ଲୁହ। ଗୋଟିଏ ଦୁର୍ଘଟଣା ଆଜି ତାଙ୍କୁ ପଙ୍ଗୁ କରି ଦେଇଛି। ଚାରି ବର୍ଷ ହେବ ଏବେ ସେ ବିଛଣାରେ। ନା କଥା କହିପାରୁଛନ୍ତି, ନା ଚାଲିବୁଲି ପାରୁଛନ୍ତି। ଏକମାତ୍ର ଛୋଟ ଝିଅର ମୁହଁକୁ ଚାହିଁ ଦିନ କାଟୁଛନ୍ତି ସ୍ତ୍ରୀ ମମତା ପ୍ରଧାନ।
ଉଦଳା ଏନଏସି ଅନ୍ତର୍ଗତ ୫ ନଂ. ୱାର୍ଡରେ ବଳରାମ ପ୍ରଧାନଙ୍କ ଘର। ବାହାଘର ପରଠାରୁ ଆଜକୁ ୭ ବର୍ଷ ହେଲା ସ୍ତ୍ରୀ ମମତା ଓ ଶାଶୁ, ଶ୍ୱଶୁରଙ୍କ ସହିତ ସେ ଉଦଳାରେ ରହି ଆସୁଛନ୍ତି। ଉଦଳାରେ ଏକ ଡ୍ରେସ୍‌ ଦୋକାନରେ ସେ କାମ କରୁଥିଲେ। ହେଲେ ୨୦୧୬ ମସିହାରେ ହୋଇଥିବା ଦୁର୍ଘଟଣା ବଦଳାଇ ଦେଲା ତାଙ୍କ ଜୀବନର ଗତିପଥ। ଦୋକାନର ମାଲ୍‌ ଆଣିବା ନିମନ୍ତେ ୨୦୧୬ ଏପ୍ରିଲ୍‌ ମାସରେ ବଳରାମ ବାଲେଶ୍ୱର ଯାଇଥିଲେ। ସେଠାରୁ ଫେରିବା ସମୟରେ ସେ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ବାଲେଶ୍ୱର ଏବଂ ପରେ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ ମଧ୍ୟ ନା ଆଉ କଥା କହିପାରୁଛନ୍ତି ନା ଚଲାବୁଲା। ଏବେ ସେ ଶଯ୍ୟାଶାୟୀ। ସକାଳଠାରୁ ରାତି ପର୍ଯ୍ୟନ୍ତ ସେହି ଗୋଟିଏ ଚେୟାରରେ ସେ ବସି ରୁହନ୍ତି। ନାକରେ ଲାଗିଥିବା ନଳୀ ସହାୟତାରେ ତାଙ୍କୁ ତରଳ ଖାଦ୍ୟ ଦିଆଯାଉଥିବା ବେଳେ ସେହିଠାରେ ହିଁ ଝାଡା ପରିସ୍ରା କରିଥାନ୍ତି। ମମତାଙ୍କ ପାଖରେ ଯାହା ସମ୍ବଳ ଥିଲା ତାହା ଖର୍ଚ୍ଚ କରି ସାରିଥିବାରୁ ଏବେ ସ୍ବାମୀଙ୍କ ଅଧିକ ଚିକିତ୍ସା କରାଇବା ତାଙ୍କ ପକ୍ଷେ ସମ୍ଭବ ନୁହେଁ । ମମତା ସିଲେଇ କରୁଥିବା ବେଳେ ଶ୍ୱଶୁର ବିକର୍ତ୍ତନ ସାମଲ ଏକ ଘରୋଇ ବିଦ୍ୟାଳୟରେ ପିଲାଙ୍କ ବସ୍‌ ଚଲାନ୍ତି। ସେହିଥିରେ ଯାହା ରୋଜଗାର ହୁଏ ଦୁଃଖକଷ୍ଟରେ ପରିବାର ଚାଲିଛି। ଲକ୍‌ଡାଉନ୍‌ ପାଇଁ ସବୁ ବନ୍ଦ ହୋଇପଡ଼ିଛି। ଘର ଚଳାଇବା ଏବେ କଷ୍ଟକର ହୋଇଛି। ସ୍ବାମୀଙ୍କ ଚିକିତ୍ସା ନିମନ୍ତେ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ପରିବାର ଲୋକେ। ଏସମ୍ପର୍କରେ ବଡସାହି ବିଡିଓ ଦିଲ୍ଲୀପ କୁମାର ମହାରଣାଙ୍କୁ ପଚାରିବାରୁ ପୂରା ଘଟଣା ଶୁଣିବା ପରେ ସରକାରୀସ୍ତରରେ ଭତ୍ତା ଏବଂ ଘର ଖୁବଶୀଘ୍ର ବଳରାମଙ୍କୁ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri