Posted inଖେଳ

ଚାଇନା ଓପନ୍‌: ପ୍ରଥମ ରାଉଣ୍ଡରୁ ସାଇନା ବିଦା

ଚାଙ୍ଗ୍‌ଝୋ(ଚାଇନା),୧୮।୯: ଅନ୍ୟତମ ଭାରତୀୟ ଶଟ୍‌ଲର ସାଇନା ନେହ୍ବାଲଙ୍କୁ ଏଠାରେ ଚାଲିଥିବା ଚାଇନା ଓପନ୍‌ ଓ୍ବାଲର୍‌ଡ ଟୁର ସୁପର-୧୦୦୦ ଟୁର୍ନାମେଣ୍ଟରେ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଛି। ପ୍ରଥମ ରାଉଣ୍ଡରେ ଥାଇଲାଣ୍ଡର ବୁସାନାନ ଓଙ୍ଗବାମ୍‌ରୁନଫାନ୍‌ଙ୍କଠାରୁ ସାଇନା ପରାସ୍ତ ହୋଇଛନ୍ତି। ୮ମ ସିଡ୍‌ ସାଇନାଙ୍କୁ ୧୦-୨୧, ୧୭-୨୧ ଗେମ୍‌ରେ ବୁସାନାନ ପରାସ୍ତ କରିଥିଲେ। ଥାଇଲାଣ୍ଡ ଶଟ୍‌ଲରଙ୍କ ସାମ୍ନାରେ ସାଇନା ମାତ୍ର ୪୪ ମିନିଟ୍‌ ପର୍ଯ୍ୟନ୍ତ ତିଷ୍ଠି ପାରିଥିଲେ। ସମାନ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ୨୯ ବର୍ଷୀୟା ସାଇନାଙ୍କ ଏହା କ୍ରମାଗତ ଦ୍ୱିତୀୟ ପରାଜୟ। ଅବଶ୍ୟ ପୂର୍ବରୁ ସାଇନା ଏଠାରେ ବହୁ ସଫଳତା ହାସଲ କରିସାରିଛନ୍ତି। ୨୦୧୪ରେ ଚାମ୍ପିୟନ ହୋଇଥିବାବେଳେ ୨୦୧୫ରେ ଉପବିଜେତା ଥିଲେ। ଚଳିତ ବର୍ଷ ସାଇନାଙ୍କ ପ୍ରଦର୍ଶନ ସେତେଟା ଆଖିଦୃଶିଆ ରହିନାହିଁ। ଆହତ ସମସ୍ୟା ଯୋଗୁ ଦୁଇ ମାସର ବ୍ରେକ୍‌ ନେଇ ଫେରିଥିଲେ ମଧ୍ୟ କୌଣସି ଟୁର୍ନାମେଣ୍ଟ ଫାଇନାଲରେ ପ୍ରବେଶ କରିପାରିନାହାନ୍ତି। କେବଳ ଜାନୁୟାରୀରେ ଅନୁଷ୍ଠିତ ଇଣ୍ଡେନେସିଆ ଓପନ୍‌ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅବସର ନେଲେ ଭାରତର ଏହି ଉଇକେଟକିପର ବ୍ୟାଟର, ଜାଣନ୍ତୁ…

ମୁମ୍ବାଇ, ୪ା୬- ଉଇକେଟକିପର ବ୍ୟାଟର କେଏସ୍‌ ଭରତ ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଏହି ନେଇ ସୂଚନା ଦେଇଛନ୍ତି।…

62,81,17,91,250… ଏହା କୌଣସି ଫୋନ ନମ୍ବର ନୁହେଁ – ଏହା FIFA ବିଶ୍ୱକପ ପାଇଁ ପୁରସ୍କାର ରାଶି! କ୍ରିକେଟ ଜଗତ ବି ପଛରେ ରହିଯିବ

ନୂଆଦିଲ୍ଲୀ,୪।୬: ପ୍ରଥମ ନଜରରେ, ଏହି ଶିରୋନାମାଟିର ଆରମ୍ଭରେ ଆପଣଙ୍କୁ ଏହା ଏକ ମୋବାଇଲ ଫୋନ ନମ୍ବର ବୋଲି ଲାଗିପାରେ; ତଥାପି, ଏହା 2026 FIFA ବିଶ୍ୱକପ ପାଇଁ…

ଆଫଗାନିସ୍ତାନ ସିରିଜ୍‌ରୁ ବାଦ୍‌ପଡ଼ିଲେ କୋହଲି

ନୂଆଦିଲ୍ଲୀ, ୪ା୬: ବ୍ୟାଟିଂ ସୁପରଷ୍ଟାର ବିରାଟ କୋହଲି ହାମଷ୍ଟ୍ରିଙ୍ଗ ଇଞ୍ଜୁରୀ କାରଣରୁ ଆଗାମୀ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି। ସେହିପରି ପୂର୍ବତନ ଅଧିନାୟକ ରୋହିତ…

ଟିମ ଇଣ୍ଡିଆକୁ ମିଳିବ ନୂଆ ବସ୍‌, ଶ୍ରେୟସ ଆୟାର ହେବେ ଅଧିନାୟକ! IPLରେ ରହିଛନ୍ତି ସୁପରହିଟ

ନୂଆଦିଲ୍ଲୀ,୪।୬: ଟି-୨୦ କ୍ରିକେଟରେ ଟିମ ଇଣ୍ଡିଆକୁ ନୂଆ ବସ୍‌ ମିଳିବାକୁ ଯାଉଛି। ଜୁନ ୨୬ରୁ ଆରମ୍ଭ ହେଉଥିବା ଆୟରଲାଣ୍ଡ ବିପକ୍ଷରେ ଏବଂ ଜୁଲାଇ ୧ରୁ ଆରମ୍ଭ ହେଉଥିବା…

ବିରାଟ କୋହଲିଙ୍କ ପରେ ରୋହିତ ଶର୍ମା ମଧ୍ୟ ଦିନିକିଆ ସିରିଜରୁ ବାଦ୍‌; ସଂଯୋଗ ନା ଯୋଜନାବଦ୍ଧ ଷଡ଼ଯନ୍ତ୍ର? ଜାଣନ୍ତୁ…

ନୂଆଦିଲ୍ଲୀ,୪।୬: ଜୁନ ୧୩ ରୁ ଆରମ୍ଭ ହେଉଥିବା ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଏହି ସମୟରେ,…

ଆଫଗାନିସ୍ତାନ ବିପକ୍ଷ ସିରିଜ୍‌ ପୂର୍ବରୁ ଭାରତୀୟ ଦଳକୁ ଶକ୍ତ ଝଟ୍‌କା: କୋହଲି ବିଦା

ନୂଆଦିଲ୍ଲୀ,୪।୬: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସିରିଜ ଆରମ୍ଭ ହେବାକୁ ଯାଉଛି। ପ୍ରଥମେ ଜୁନ ୬ରୁ ଏକ ଟେଷ୍ଟ ମ୍ୟାଚ ଖେଳାଯିବ। ଏହା ପରେ ଜୁନ ୧୩ରୁ…

ଜୁନ୍‌ ୯ରେ କ’ଣ କରିବେ ବିରାଟ କୋହଲି? ସାମ୍ନାକୁ ଆସିଲା ବଡ଼ ଖବର 

ନୂଆଦିଲ୍ଲୀ,୩।୬: ଆଇପିଏଲ ୨୦୨୬ର ରୋମାଞ୍ଚକର ସମାପ୍ତି ପରେ ଏବେ ପୁଣି ଥରେ ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ କ୍ରିକେଟ ଦଳ । ଆସନ୍ତା ଜୁନ…

IND vs AFG: ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଖେଳିବେନି ମହମ୍ମଦ ସିରାଜ! ସାମ୍ନାକୁ ଆସିଲା ବଡ଼ କାରଣ

ନୂଆଦିଲ୍ଲୀ,୩।୬: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଡାହାଣହାତୀ ଦ୍ରୁତ ବୋଲର ମହମ୍ମଦ ସିରାଜ ଖେଳିବା ସମ୍ଭାବନା ବହୁତ କମ୍ ରହିଛି । ଏହି ଟେଷ୍ଟ ମ୍ୟାଚ୍ ଜୁନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri