Posted inଫୁରସତ

ଫ୍ଲାଇଂ ରେଷ୍ଟୁରାଣ୍ଟ

ନୋଏଡା: ୧୬୦ ଫୁଟ୍‌ ଉଚ୍ଚତାରେ ଝୁଲିଛି ରେଷ୍ଟୁରାଷ୍ଟ। ଡାଇନିଂ ଟେବୁଲ ପଡ଼ିଛି। ଜଣେ ଗ୍ରାହକଙ୍କୁ ସନ୍ତୁଷ୍ଟ କରିବା ଭଳି ସମସ୍ତ ସୁବିଧା ଦିଆଯାଉଛି। ଆଉ ଫ୍ଲାଇଂ ରେଷ୍ଟୁରାଷ୍ଟରେ ଡିନରର ମଜା ନେବାକୁ ଛୁଟି ଆସୁଛନ୍ତି ଗ୍ରାହକ। ବିଦେଶରେ ନୁହେଁ, ରାଜଧାନୀ ଦିଲ୍ଲୀରେ ଏପରି ଏକ ରେଷ୍ଟୁରାଣ୍ଟକୁ ନେଇ ଏବେ ଚର୍ଚ୍ଚା।
ନୋଏଡାର ସେକ୍ଟର ୩୮ରେ ରହିଥିବା ଏହି ଲୋକପ୍ରିୟ ରେଷ୍ଟୁରାଣ୍ଟର ଖୋଲିବା ସମୟ ସନ୍ଧ୍ୟା ୪ଟାରୁ ରାତି ୧୦ଟା। ଜଣେ ଗ୍ରାହକଙ୍କୁ ଏଠାରେ ମାତ୍ର ୪୦ମିନିଟ୍‌ ବିତାଇବାକୁ ସୁଯୋଗ ମିଳେ। ସବୁଠାରୁ ରୋଚକକଥା, ୨୪ ସିଟ୍‌ ବିଶିଷ୍ଟ ଏହି ରେଷ୍ଟୁରାଷ୍ଟକୁ ଝୁଲାଇ ରଖିବାକୁ କ୍ରେନ୍‌ର ସହାୟତା ନିଆଯାଇଛି। ଗ୍ରାହକଙ୍କୁ ସେବା ଯୋଗାଇ ଦେବାକୁ ଏଠାରେ ଓ୍ବେଟର ଏବଂ ଷ୍ଟାଫ୍‌ ମଧ୍ୟ ଅଛନ୍ତି।
ରେଷ୍ଟୁରାଣ୍ଟ ମାଲିକ ନିଖିଲ କୁମାରଙ୍କ କହିବା କଥା, ଦୁବାଇ ଗସ୍ତରେ ଯାଇଥିବାବେଳେ ତାଙ୍କ ମନକୁ ଏପରି ଝୁଲନ୍ତା ହୋଟେଲ କରିବାର ବୁଦ୍ଧି ଜୁଟିଥିଲା। ଏଥିପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା ଗ୍ରାହକଙ୍କ ସୁରକ୍ଷା। ଏହାକୁ ସାକାର ରୂପ ଦେବାକୁ ଦୁଇବର୍ଷ ତଳେ ଜର୍ମାନୀ ବିଶେଷଜ୍ଞଙ୍କ ସହାୟତା ନିଆଯାଇଥିଲା। ଏଠାରେ ଥିବା ସିଟ୍‌ଗୁଡ଼ିକରେ ପରୀକ୍ଷାସିଦ୍ଧ ଲକିଂ ସିଷ୍ଟମ ଲଗାଯାଇଛି। କ୍ରେନ୍‌ ସମେତ ରେଷ୍ଟୁରାଣ୍ଟର ପ୍ରତିଟି ସାମଗ୍ରୀକୁ ଦୈନିକ କଡ଼ା ଯାଞ୍ଚ କରାଯାଏ। ତେବେ ନିରାପତ୍ତା ଦୃଷ୍ଟିରୁ ଗର୍ଭବତୀ ଏବଂ ଶିଶୁଙ୍କୁ ୪ ଫୁଟରୁ ଅଧିକ ଉଚ୍ଚତାରେ ଖାଇବାକୁ ଦେବାକୁ ଅନୁମତି ଦିଆଯାଉ ନ ଥିବା ସେ ସୂଚନା ଦେଇଛନ୍ତି। ଫ୍ଲାଇଂ ରେଷ୍ଟୁରାଣ୍ଟରେ ନିଜର ଜନ୍ମଦିନ ପାଳନ କରିଥିବା ପାରୁଲ ଗୁପ୍ତା କୁହନ୍ତି, ଏପରି ଭୋଜନାଳୟରେ ଖାଇବାର ମଜାନେବା ଯେତିକି ରୋମାଞ୍ଚଭରା ସେତିକି ଆନନ୍ଦଦାୟକ ମଧ୍ୟ। ଏଠାରେ ବିତାଇଥିବା ସମୟ ଜଣଙ୍କ ପାଇଁ ସବୁଦିନ ମନେରହିବ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

ନିର୍ମାଣାଧୀନ କାର୍ଯ୍ୟ ପରିଦର୍ଶନ କଲେ ମନ୍ତ୍ରୀ, ସମୀକ୍ଷା କରି କହିଲେ…

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ୍‌ରୋଡ୍‌କୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ…

ବିବାହିତା ମହିଳାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା, ଯୁବକ ନେଲେ ଚରମ ନିଷ୍ପତ୍ତି…

ହାଟଡିହୀ/ଛେନାପଦୀ,୧୩ା୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ବଣିଆପଙ୍କ ଗ୍ରାମ ନିକଟରେ ଶନିବାର ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରି ଧୋକା ଖାଇବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri