ଘୃଣା ଛାଡ଼, ରୋଜଗାର ଦିଅ

ବଲାଙ୍ଗୀର ଅଫିସ, ୧୫ା୧୧: ପ୍ରସିଦ୍ଧ ପର୍ଯ୍ୟଟନ ଏବଂ ଧର୍ମପୀଠ ହରିଶଙ୍କରଠାରୁ ବିଭିନ୍ନ ଜନ ଆନ୍ଦୋଳନମାନଙ୍କ ରାଷ୍ଟ୍ରୀୟ ସମନ୍ବୟ ପକ୍ଷରୁ ଗତ ୧୧ ତାରିଖରୁ ବାହାରିଥିବା ସମ୍ବିଧାନ ବଞ୍ଚାଅ ପଦଯାତ୍ରା ସୋମବାର ବଲାଙ୍ଗୀର ପହଞ୍ଚତ୍ଥିଲା। ଏହି ପଦଯାତ୍ରା ଧୁମାମରାଠାରେ ସହରକୁ ପ୍ରବେଶ କରିବା ପରେ ସେଠାରୁ ଭୀମ ଭୋଇ ମେଡିକାଲ କଲେଜ ଛକ, ଲାଲଟିକ୍ରା, ଶାନ୍ତିିପଡା, କଲେଜ ଛକ, ସିଭିଲ କୋର୍ଟ ଦେଇ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ଥିଲା। ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ ବି.ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା।
ଜନ ଆନ୍ଦୋଳନମାନଙ୍କ ରାଷ୍ଟ୍ରୀୟ ସମନ୍ବୟ ରାଜ୍ୟ ଆବାହକ ତ୍ରିଲୋଚନ ପୁଞ୍ଜିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପଦଯାତ୍ରାରେ ଜନ ଆନ୍ଦୋଳନମାନଙ୍କ ରାଷ୍ଟ୍ରୀୟ ସମନ୍ବୟର ଆଗଧାଡି ସାମାଜିକକର୍ମୀ ତଥା ଗ୍ରୀନ୍‌ ନୋବେଲ ବିଜେତା ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରା, ସାହାରା ପାୱାର ପ୍ଳାଣ୍ଟ ବିରୋଧୀ ମଞ୍ଚ ଆବାହକ ବାଳକଷ୍ଣ ଷାଣ୍ଢ, ଆଦିବାସୀ ନେତା ଦ୍ୱିଜ ଦଳପତି, ଯଥା ବିଶ୍ୱାଳ, ଓବିସି ମଞ୍ଚର ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ଲୋୟର ସୁକ୍‌ତେଲ ବୁଡିଅଞ୍ଚଳ ସଂଗ୍ରାମ ପରିଷଦ ସମ୍ପାଦକ ସତ୍ୟ ବନ୍‌ଛୋର, ବହୁଜନ ପରିବାର ନେତା ଦୌଣ କୁମ୍ଭାର, ଭିଆଇପି ପାର୍ଟି ସଭାପତି ଡ ବିପିନ କୁଶଲିଆ, ନେତାଜୀ ସଂଗ୍ରାମୀ ପରିଷଦ ସଭାପତି ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଆରଟିଆଇ କର୍ମୀ ନୀଳମଣି ଯୋଷୀ ଓ ଅ୍ଯଯମାନେ ସାମିଲ ହୋଇଥିଲେ।
ସାମାଜିକ କର୍ମୀ ସାମନ୍ତରା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଦେଶରେ ଧର୍ମ, ଜାତି ନଁାରେ ଲୋକଙ୍କୁ ଭାଗ ଭାଗ କରାଯାଉଛି। ପରସ୍ପର ପ୍ରତି ଘୃଣାଭାବ ସୃଷ୍ଟି କରାଯାଉଛି। ଏଥିରେ ଖୋଦ୍‌ ସରକାର ସାମିଲ ହେବା ଦ୍ୱାରା ଦେଶର ଏକତା ଏବେ ବିପଦରେ ରହିଛି। ସମ୍ବିଧାନ ଅସୁରକ୍ଷିତ ହୋଇପଡିଛି। ସମ୍ବିଧାନର ଶାସନ ନକରି ସରକାର ଭୋଟ ସର୍ବସ୍ବ ରାଜନୀତି କରୁଛନ୍ତି। ପରସ୍ପର ଭିତରେ ଜାତି, ଧର୍ମକୁ ନେଇ ବିଦ୍ୱେଷ ଭରୁଛନ୍ତି। ଚାଷୀକୁ ପାଣି ଏବଂ ଉପତ୍ାଦନର ଉଚିତ୍‌ ମୂୂଲ୍ୟ ଦେବା, ବେକାର ଯୁବତୀ ଯୁବକଙ୍କୁ ଚାକିରୀ ଦେବା ଛାଡି ସେମାନଙ୍କ ଭିତରେ ବିଦ୍ୱେଷ ଓ ଘୃଣା ଭର୍ତ୍ତି କରି ପରସ୍ପରକୁ ଲଢ଼ିବାକୁ ଉସୁକାଉଛନ୍ତି। ଏଭଳି ସମୟରେ ଦେଶର ବୁଦ୍ଧିଜୀବୀ ଏବଂ ଜନସାଧାରଣ ସଚେତନ ହୋଇ ପରସ୍ପର ଘୃଣା ଛାଡି ସମ୍ବିଧାନ ସୁରକ୍ଷା ଦିଗରେ କାଯର୍‌ୟ କରିବା ଉଚିତ୍‌ ବୋଲି ସେ କହିଥିଲେ। ସଭାରେ ଜଙ୍ଗଲ, ଜମି, ଜଳ ସୁରକ୍ଷା ଦିଗରେ ଲୋକେ ସଚେନତ ହେବା ଉଚିତ୍‌ ବୋଲି କହିଥିଲେ। ସରକାର କର୍ପୋରେଟ କମ୍ପାନୀ ହାତକୁ କିଭଳି ଜମି, ଜଙ୍ଗଲ ଓ ଜଳ ଟେକି ଦେଇ ସମଗ୍ର ମାନବସତ୍ତାକୁ ବିପଦଜନକ ସ୍ଥିତିରେ ପହଞ୍ଚାଇଛି ତାହା ସେ କହିଥିଲେ। ସଭାରେ ସଭାପତି ପୁଞ୍ଜି, ସତ୍ୟ ବନଛୋର, ଲକ୍ଷ୍ମୀ ପଟ୍ଟନାୟକ ବକ୍ତବ୍ୟ ଦେଇ ସମ୍ବିଧାନ ସୁରକ୍ଷା, ଜଳ ଜଙ୍ଗଲ ଜମି ତଥା ପରିବେଶ, ଜୀବନଜୀବିକା, ପ୍ରକୃତି, ମାନବ ଧର୍ମ, ୍ଯଯାୟ ଓ ସମତା ପ୍ରତିଷ୍ଠା ଏବଂ ସୁରକ୍ଷା ଦିଗରେ କାମ କରିବା ଦିଗରେ କହିଥିଲେ। ଏହି ପଦଯାତ୍ରାରେ ଜିଲାର ୨୪ଟି ଜନ ଆନ୍ଦୋଳନର କର୍ମକର୍ତ୍ତା ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri