Posted inରାଜ୍ୟ

ଘାତକ ସାଜିଛି ବଜ୍ରପାତ, ନେଲାଣୀ ୧୯ ଜୀବନ

ଜଗତ୍‌ସିଂହପୁର ଅଫିସ,୨୩ା୬: ବଜ୍ରପାତକୁ ନେଇ ଦିନକୁ ଦିନ ଚିନ୍ତା ବଢିବାରେ ଲାଗିଛି। ୨୦୧୬-୧୭ରୁ ଅଦ୍ୟାବଧି ଜଗତ୍‌ସିଂହପୁର ଜିଲାରେ ବଜ୍ରପାତରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଆହତ ହୋଇଛନ୍ତି। ବଜ୍ରପାତ ସମ୍ପର୍କରେ ଲୋକେ ସଚେତନ ନ ହେଲେ ଆଗକୁ ପରିସ୍ଥିତି ଅଧିକ ଭୟଙ୍କର ହେବା ଆଶଙ୍କା ରହିଛି।
ବିଳମ୍ବରେ ହେଉ ବରଂ ମୌସୁମୀ ଓଡ଼ିଶା ଛୁଇଁଛି। ଶୁକ୍ରବାର ଜିଲାରେ ଭଲ ବର୍ଷା ହୋଇଛି। କିନ୍ତୁ ଦୁଃଖର କଥା ହେଲା ଗୁରୁବାର ବଜ୍ରପାତରେ ଜିଲାର ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ବିଗତବର୍ଷଗୁଡିକୁ ଅନୁଧ୍ୟାନ କଲେ ଜଣାଯାଏ, ବଜ୍ରପାତ ଯୋଗୁ ଅନେକ ଅମୂଲ୍ୟ ଜୀବନ ହାନି ଘଟିଛି। ବିଲ, ଗଛମୂଳ, ରାସ୍ତା ଏପରି କି ବାସଘର ପରିସରରେ ମଧ୍ୟ ବଜ୍ରପାତ ହୋଇଥିବା ନଜିର ରହିଛି। ୨୦୧୬-୧୭ରେ ଏଥିଯୋଗୁ ଜିଲାର ବିଭିନ୍ନ ପ୍ରାନ୍ତରେ ୮ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୨୦୧୭-୧୮ରେ ୭ ଓ ୨୦୧୮-୧୯ରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ହେଲେ ଜଗତ୍‌ସିଂହପୁର ଥାନା ରମ୍ଭାଦେଈପୁର ପଞ୍ଚାୟତ ଅନ୍ତର୍ଗତ ନରଣପୁର ଗ୍ରାମର ସୁବଳ ଭୋଇଙ୍କ କନ୍ୟା ତଥା ୯ମ ଶ୍ରେଣୀର ଛାତ୍ରୀ ସୁଜାତା ଭୋଇ। ଏହି ଗାଁର ସୁଧିର ଭୋଇଙ୍କ ପୁଅ ବଳରାମ ଓ ବସନ୍ତ ଭୋଇଙ୍କ ପୁଅ ବିଶ୍ୱରଞ୍ଜନ ଆହତ ହୋଇଛନ୍ତି। ସେମାନେ ଗାଁ କୋଠ ଘରେ ଆଶ୍ରୟ ନେଇଥିବାବେଳେ ବଜ୍ରପାତ ଯୋଗୁ ଏଭଳି ଅଭାବନୀୟ ଘଟଣା ହେଲା। ଏ ସମ୍ପର୍କରେ ନରଣପୁର ଗାଁର କେତେଜଣ ଲୋକଙ୍କ କହିବା କଥା ହେଲା ଦଇବ ଦାଉ ସାଧୁଛି। ଲୋକେ ଯଦି ଘରେ ସୁରକ୍ଷିତ ନୁହନ୍ତି, ତେବେ ଆଉ କ’ଣ କରାଯାଇପାରିବ। କେବଳ ଏହି ଘଟଣା ନୁହେଁ, ଅତୀତରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁ ଯେଉଁମାନଙ୍କ ମୃତ୍ୟୁ ହୋଇଛି, ସେମାନଙ୍କ ପରିବାର ଆଜିଯାଏ ବି ବିଜୁଳି ଆଲୁଅ ଦେଖିଲେ ଭୟଭୀତ ହୋଇପଡୁଛନ୍ତି। ସ୍ଥାନୀୟ ଅଞ୍ଚଳର କେତେଜଣ ବୟୋଜ୍ୟଷ୍ଠ ବ୍ୟକ୍ତି କହିଛନ୍ତି ଯେ, ଦିନ ଥିଲା ସେମାନେ ବର୍ଷାରେ ମଧ୍ୟ ବିଲରେ କାମ କରୁଥିଲେ। ବର୍ଷାରାତିରେ ସେମାନେ ବିଭିନ୍ନ କାମରେ ଆଖପାଖ ଗଁାକୁ ଯାଇପାରୁଥିଲେ। ମୁସଳ ଧାରାରେ ବର୍ଷା ହେଉଥିଲେ ବି ଭୟ ନ ଥିଲା। ଏବେ ବର୍ଷା ଅସରାଏ କିମ୍ବା ଆକାଶରେ ବିଜୁଳି ଆଲୁଅ ଦେଖାଗଲେ ଘରୁ ବାହାରିବାକୁ ଡର ଲାଗୁଛି। ସ୍ଥାନୀୟ ଅଞ୍ଚଳର ଜଣେ ଅବସରପ୍ରାପ୍ତ ପାଣିପାଗ ବିଶେଷଜ୍ଞ କହିଛନ୍ତି, ବାସ୍ତବରେ ପ୍ରାକୃତିକ ପରିବର୍ତ୍ତନ ଓ ମୌସୁମୀର ଅସଙ୍ଗତି ଯୋଗୁ ଓଡ଼ିଶାରେ ବଜ୍ରପାତ ବଢୁଛି। ଏଥିପ୍ରତି ମଣିଷ ମଧ୍ୟ ଅନେକାଂଶରେ ଦାୟୀ। ଜନବସତି ବଢି ଚାଲିଛି। କିନ୍ତୁ ସେହି ଅନୁସାରେ ବୃକ୍ଷରୋପଣ ହେଉନି। ଅତୀତରେ ଚାରିଆଡେ ବହୁ ସଂଖ୍ୟାରେ ଗଛ ଥିଲା। ସେତେବେଳେ ଚାଳ ଘର ଥାଇ ବି ଲୋକେ ଅଧିକ ସୁରକ୍ଷିତ ଥିଲେ। କିନ୍ତୁ ଏବେ ଚାରିଆଡେ ବିଲ୍ଡିଂ ଥାଇ ବି ଲୋକେ ଅସୁରକ୍ଷିତ। ଅନ୍ୟ ଏକ ପ୍ରସଙ୍ଗ ହେଲା ଲୋକେ ବହୁ ଟଙ୍କା ଖର୍ଚ୍ଚ କରି ବିଲ୍ଡିଂ କରୁଛନ୍ତି ସତ। କିନ୍ତୁ ଆର୍ଥିଂ ବ୍ୟବସ୍ଥା କରୁଥିବା ଲୋକଙ୍କ ସଂଖ୍ୟା ଆଶାଜନକ ନୁହେଁ। ସଚେତନତା ଓ ସତର୍କତାର ଅଭାବ ଯୋଗୁ ଅଘଟଣ ବଢୁଛି। ଏବେ ଭାରତୀୟ ପାଣିପାଗ ବିଭାଗ ବଜ୍ରପାତ ସମ୍ପର୍କିତ ସତର୍କ ସୂଚନା ପ୍ରତ୍ୟହ ଜାରି କରୁଛି। ଟିଭି, ରେଡିଓ ଓ ଖବର କାଗଜ ଆଦିରେ କେଉଁ ଜିଲା ପ୍ରତି ବଜ୍ରପାତ ଭୟ ଅଛି ସେ ସମ୍ପର୍କରେ ପୂର୍ବାନୁମାନ କରାଯାଉଛି। କିନ୍ତୁ ଲୋକେ ଖାତିର ନ କରିବା ଦ୍ୱାରା ଅନେକ ସମୟରେ ସମସ୍ୟା ସୃଷ୍ଟି ହେଉଛି। ଆକାଶରେ ବିଜୁଳି ଦେଖିବା ମାତ୍ରେ ନିରାପଦ ସ୍ଥାନରେ ଅଟକିଯିବା ଜରୁରୀ। ତାହା ନ ହେଲେ ସମ୍ଭାବ୍ୟ ବିପଦର ସମ୍ମୁଖୀନ ହେବାର ଭୟ ରହିଛି। ସୂଚନାଯୋଗ୍ୟ ଯେ, ବଜ୍ରପାତ ଯୋଗୁ ରାଜ୍ୟରେ ଗତ ୩ ବର୍ଷରେ ୧,୨୫୬ ଜଣଙ୍କ ମୃତ୍ୟୁ ହୋଇଛି। ଯାହାକି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ରାଜ୍ୟର ମୋଟ ମୃତ୍ୟୁ ସଂଖ୍ୟାର ୨୭%। ୨୦୧୫-୧୬ରେ ୩୯୯, ୨୦୧୬-୧୭ରେ ୩୯୭, ୨୦୧୭-୧୮ରେ ୪୬୦ ଓ ୨୦୧୮-୧୯ରେ ୪୦୦ ଜଣଙ୍କ ବଜ୍ରପାତରେ ମୃତ୍ୟୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଏକ ଛୋଟ ସହରର ପୁଅର ସ୍ବପ୍ନ’… ଜାତୀୟ ପୁରସ୍କାର ଜିତିବା ପରେ ଭାବବିହ୍ବଳ ହେଲେ କାର୍ତ୍ତିକ ଆର୍ଯ୍ୟନ; ଲେଖିଲେ ହୃଦୟସ୍ପର୍ଶୀ ପୋଷ୍ଟ

ମୁମ୍ବାଇ: ଗୁଜୁରାଟରେ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାମାନଙ୍କୁ ସମ୍ମାନିତ କରିଥିଲେ। ଏହି ସମ୍ମାନ ପାଇଥିବା ବ୍ୟକ୍ତିବିଶେଷଙ୍କ…

ଭାଜପା ପାଇଁ ଆସିଲା ବଡ଼ ଖୁସି ଖବର: ୧୨ ଜଣ UDP ବିଧାୟକଙ୍କ ମଧ୍ୟରୁ ୮ ଜଣ…

ଶିଲଂ,୨୩।୯: ମେଘାଳୟର ୧୨ ଜଣ UDP ବିଧାୟକଙ୍କ ମଧ୍ୟରୁ ୮ ଜଣ ଭାଜପାରେ ଯୋଗ ଦେଉଛନ୍ତି। ଖ୍ଲିହରିଆଟ (Khliehriat) ବିଧାୟକ କାଇରମେନ ଶାଇଲାଙ୍କ ନେତୃତ୍ୱରେ ଏହି ବିଧାୟକମାନେ…

୨୮ ବର୍ଷ ପରେ ପଦକ ଜିତି ଇତିହାସ ସୃଷ୍ଟି କଲେ ମୀରାବାଇ ଚାନୁ

ନୂଆଦିଲ୍ଲୀ,୨୩।୯: ମୀରାବାଇ ଚାନୁ ୨୦୨୬ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ଫାଇନାଲରେ ମୋଟ ୧୯୮ କିଲୋଗ୍ରାମ ଓଜନ ଉଠାଇ ସେ ଏହି ରୌପ୍ୟ ପଦକ ହାସଲ…

ବମ୍ବେ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ରାସ୍ତାରେ ବାଣ ଫୁଟାଇଲେ ହେବ…

ମୁମ୍ବାଇ,୨୩ା୯: ପର୍ବପର୍ବାଣୀ ସମୟରେ ହେଉଥିବା ପ୍ରବଳ ଶବ୍ଦ ଏବଂ ବାୟୁ ପ୍ରଦୂଷଣ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି…

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ମଲ୍ଲୀପଶି ବିଟ୍‌ ଅନ୍ତର୍ଗତ ବଡ଼ନୂଆଗାଁ ଅଞ୍ଚଳରେ ବୁଧବାର ସକାଳେ ଭାଲୁ ଆକ୍ରମଣରେ ଜଣେ ଯୁବକ…

ଲଗାଣ ବର୍ଷାରେ ଉପୁଡ଼ି ପଡ଼ିଲା ବିରାଟକାୟ ଗଛ: ଯାତାୟାତ ବାଧାପ୍ରାପ୍ତ

ମୋହନା, ୨୩।୯ (ମନ୍ମଥ ମିଶ୍ର): କିଛିଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ମୋହନା ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ଏହି ବର୍ଷା ଯୋଗୁଁ ମୋହନା ଅନ୍ତର୍ଗତ…

ସୁନିତା ଆହୁଜା ନୁହେଁ ବରଂ କୋମଲ ରାଣୀଙ୍କ ସହ ‘ଲାଲବାଗଚା ରାଜା’ ଦର୍ଶନ କରିବାକୁ ଯାଇଥିଲେ ଗୋବିନ୍ଦା, ୟୁଜର୍ସ କହିଲେ…

ମୁମ୍ବାଇ,୨୩।୯: ଗତ କିଛି ସମୟ ଧରି ଗୋବିନ୍ଦା ଏବଂ ସୁନିତା ଆହୁଜାଙ୍କ ମଧ୍ୟରେ ଏକ ବିବାଦ ଚାଲିଆସୁଛି। ଗୋବିନ୍ଦାଙ୍କର ତାଙ୍କ ସହ-କଳାକାର କୋମଲ ରାଣୀଙ୍କ ସହ ସମ୍ପର୍କ…

ହାଡୁ ନାଏକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

ଦେବଗଡ଼,୨୩।୯(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ପୌରାଞ୍ଚଳ ରଜାମୁଣ୍ଡା ସାହିରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ନେଇ ଉତ୍ତେଜନା। ରଜାମୁଣ୍ଡା ଛକ ନିକଟ ପୁରୁଣା ଏନଏଚରେ ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?