Posted inରାଜ୍ୟ

ଘାତକ ସାଜିଛି ବଜ୍ରପାତ, ନେଲାଣୀ ୧୯ ଜୀବନ

ଜଗତ୍‌ସିଂହପୁର ଅଫିସ,୨୩ା୬: ବଜ୍ରପାତକୁ ନେଇ ଦିନକୁ ଦିନ ଚିନ୍ତା ବଢିବାରେ ଲାଗିଛି। ୨୦୧୬-୧୭ରୁ ଅଦ୍ୟାବଧି ଜଗତ୍‌ସିଂହପୁର ଜିଲାରେ ବଜ୍ରପାତରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଆହତ ହୋଇଛନ୍ତି। ବଜ୍ରପାତ ସମ୍ପର୍କରେ ଲୋକେ ସଚେତନ ନ ହେଲେ ଆଗକୁ ପରିସ୍ଥିତି ଅଧିକ ଭୟଙ୍କର ହେବା ଆଶଙ୍କା ରହିଛି।
ବିଳମ୍ବରେ ହେଉ ବରଂ ମୌସୁମୀ ଓଡ଼ିଶା ଛୁଇଁଛି। ଶୁକ୍ରବାର ଜିଲାରେ ଭଲ ବର୍ଷା ହୋଇଛି। କିନ୍ତୁ ଦୁଃଖର କଥା ହେଲା ଗୁରୁବାର ବଜ୍ରପାତରେ ଜିଲାର ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ବିଗତବର୍ଷଗୁଡିକୁ ଅନୁଧ୍ୟାନ କଲେ ଜଣାଯାଏ, ବଜ୍ରପାତ ଯୋଗୁ ଅନେକ ଅମୂଲ୍ୟ ଜୀବନ ହାନି ଘଟିଛି। ବିଲ, ଗଛମୂଳ, ରାସ୍ତା ଏପରି କି ବାସଘର ପରିସରରେ ମଧ୍ୟ ବଜ୍ରପାତ ହୋଇଥିବା ନଜିର ରହିଛି। ୨୦୧୬-୧୭ରେ ଏଥିଯୋଗୁ ଜିଲାର ବିଭିନ୍ନ ପ୍ରାନ୍ତରେ ୮ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୨୦୧୭-୧୮ରେ ୭ ଓ ୨୦୧୮-୧୯ରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ହେଲେ ଜଗତ୍‌ସିଂହପୁର ଥାନା ରମ୍ଭାଦେଈପୁର ପଞ୍ଚାୟତ ଅନ୍ତର୍ଗତ ନରଣପୁର ଗ୍ରାମର ସୁବଳ ଭୋଇଙ୍କ କନ୍ୟା ତଥା ୯ମ ଶ୍ରେଣୀର ଛାତ୍ରୀ ସୁଜାତା ଭୋଇ। ଏହି ଗାଁର ସୁଧିର ଭୋଇଙ୍କ ପୁଅ ବଳରାମ ଓ ବସନ୍ତ ଭୋଇଙ୍କ ପୁଅ ବିଶ୍ୱରଞ୍ଜନ ଆହତ ହୋଇଛନ୍ତି। ସେମାନେ ଗାଁ କୋଠ ଘରେ ଆଶ୍ରୟ ନେଇଥିବାବେଳେ ବଜ୍ରପାତ ଯୋଗୁ ଏଭଳି ଅଭାବନୀୟ ଘଟଣା ହେଲା। ଏ ସମ୍ପର୍କରେ ନରଣପୁର ଗାଁର କେତେଜଣ ଲୋକଙ୍କ କହିବା କଥା ହେଲା ଦଇବ ଦାଉ ସାଧୁଛି। ଲୋକେ ଯଦି ଘରେ ସୁରକ୍ଷିତ ନୁହନ୍ତି, ତେବେ ଆଉ କ’ଣ କରାଯାଇପାରିବ। କେବଳ ଏହି ଘଟଣା ନୁହେଁ, ଅତୀତରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁ ଯେଉଁମାନଙ୍କ ମୃତ୍ୟୁ ହୋଇଛି, ସେମାନଙ୍କ ପରିବାର ଆଜିଯାଏ ବି ବିଜୁଳି ଆଲୁଅ ଦେଖିଲେ ଭୟଭୀତ ହୋଇପଡୁଛନ୍ତି। ସ୍ଥାନୀୟ ଅଞ୍ଚଳର କେତେଜଣ ବୟୋଜ୍ୟଷ୍ଠ ବ୍ୟକ୍ତି କହିଛନ୍ତି ଯେ, ଦିନ ଥିଲା ସେମାନେ ବର୍ଷାରେ ମଧ୍ୟ ବିଲରେ କାମ କରୁଥିଲେ। ବର୍ଷାରାତିରେ ସେମାନେ ବିଭିନ୍ନ କାମରେ ଆଖପାଖ ଗଁାକୁ ଯାଇପାରୁଥିଲେ। ମୁସଳ ଧାରାରେ ବର୍ଷା ହେଉଥିଲେ ବି ଭୟ ନ ଥିଲା। ଏବେ ବର୍ଷା ଅସରାଏ କିମ୍ବା ଆକାଶରେ ବିଜୁଳି ଆଲୁଅ ଦେଖାଗଲେ ଘରୁ ବାହାରିବାକୁ ଡର ଲାଗୁଛି। ସ୍ଥାନୀୟ ଅଞ୍ଚଳର ଜଣେ ଅବସରପ୍ରାପ୍ତ ପାଣିପାଗ ବିଶେଷଜ୍ଞ କହିଛନ୍ତି, ବାସ୍ତବରେ ପ୍ରାକୃତିକ ପରିବର୍ତ୍ତନ ଓ ମୌସୁମୀର ଅସଙ୍ଗତି ଯୋଗୁ ଓଡ଼ିଶାରେ ବଜ୍ରପାତ ବଢୁଛି। ଏଥିପ୍ରତି ମଣିଷ ମଧ୍ୟ ଅନେକାଂଶରେ ଦାୟୀ। ଜନବସତି ବଢି ଚାଲିଛି। କିନ୍ତୁ ସେହି ଅନୁସାରେ ବୃକ୍ଷରୋପଣ ହେଉନି। ଅତୀତରେ ଚାରିଆଡେ ବହୁ ସଂଖ୍ୟାରେ ଗଛ ଥିଲା। ସେତେବେଳେ ଚାଳ ଘର ଥାଇ ବି ଲୋକେ ଅଧିକ ସୁରକ୍ଷିତ ଥିଲେ। କିନ୍ତୁ ଏବେ ଚାରିଆଡେ ବିଲ୍ଡିଂ ଥାଇ ବି ଲୋକେ ଅସୁରକ୍ଷିତ। ଅନ୍ୟ ଏକ ପ୍ରସଙ୍ଗ ହେଲା ଲୋକେ ବହୁ ଟଙ୍କା ଖର୍ଚ୍ଚ କରି ବିଲ୍ଡିଂ କରୁଛନ୍ତି ସତ। କିନ୍ତୁ ଆର୍ଥିଂ ବ୍ୟବସ୍ଥା କରୁଥିବା ଲୋକଙ୍କ ସଂଖ୍ୟା ଆଶାଜନକ ନୁହେଁ। ସଚେତନତା ଓ ସତର୍କତାର ଅଭାବ ଯୋଗୁ ଅଘଟଣ ବଢୁଛି। ଏବେ ଭାରତୀୟ ପାଣିପାଗ ବିଭାଗ ବଜ୍ରପାତ ସମ୍ପର୍କିତ ସତର୍କ ସୂଚନା ପ୍ରତ୍ୟହ ଜାରି କରୁଛି। ଟିଭି, ରେଡିଓ ଓ ଖବର କାଗଜ ଆଦିରେ କେଉଁ ଜିଲା ପ୍ରତି ବଜ୍ରପାତ ଭୟ ଅଛି ସେ ସମ୍ପର୍କରେ ପୂର୍ବାନୁମାନ କରାଯାଉଛି। କିନ୍ତୁ ଲୋକେ ଖାତିର ନ କରିବା ଦ୍ୱାରା ଅନେକ ସମୟରେ ସମସ୍ୟା ସୃଷ୍ଟି ହେଉଛି। ଆକାଶରେ ବିଜୁଳି ଦେଖିବା ମାତ୍ରେ ନିରାପଦ ସ୍ଥାନରେ ଅଟକିଯିବା ଜରୁରୀ। ତାହା ନ ହେଲେ ସମ୍ଭାବ୍ୟ ବିପଦର ସମ୍ମୁଖୀନ ହେବାର ଭୟ ରହିଛି। ସୂଚନାଯୋଗ୍ୟ ଯେ, ବଜ୍ରପାତ ଯୋଗୁ ରାଜ୍ୟରେ ଗତ ୩ ବର୍ଷରେ ୧,୨୫୬ ଜଣଙ୍କ ମୃତ୍ୟୁ ହୋଇଛି। ଯାହାକି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ରାଜ୍ୟର ମୋଟ ମୃତ୍ୟୁ ସଂଖ୍ୟାର ୨୭%। ୨୦୧୫-୧୬ରେ ୩୯୯, ୨୦୧୬-୧୭ରେ ୩୯୭, ୨୦୧୭-୧୮ରେ ୪୬୦ ଓ ୨୦୧୮-୧୯ରେ ୪୦୦ ଜଣଙ୍କ ବଜ୍ରପାତରେ ମୃତ୍ୟୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri