ଘରୋଇକରଣରେ ସୁଇଟ୍‌ହାର୍ଟ ଡିଲ୍‌

ସହଦେବ ସାହୁ

ଗତ ଫେବୃୟାରୀ ଶେଷରେ ବସିଥିବା ଓଡିଶା ସରକାରଙ୍କ ୨୨ତମ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ହାଇଲେଭଲ୍‌ କ୍ଲିଅରାନ୍ସ ଅଥରିଟି)ର ୨୨ତମ ମିଟିଂରେ ଇସ୍ପାତ କ୍ଷେତ୍ରରେ ୩ଟି ପ୍ରସ୍ତାବ ଗ୍ରହଣ କରିଛନ୍ତି, ମୋଟ ୬୯୨୩.୨୬ କୋଟି ଟଙ୍କା ନିବେଶ ହେବ ଓ ୪୬୩୮ ନୂଆ ନିଯୁକ୍ତି ସୁବିଧା ମିଳିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମଞ୍ଜୁରି ମିଳିଛି। ଏଥିରେ ଅଛି ତ୍ରିବେଣୀ ଆର୍ଥ ମୁଭର୍ସ କମ୍ପାନୀର ପ୍ରସ୍ତାବ- କେଉଁଝରର ଦେଓଝରଠାରେ ବାର୍ଷିକ ୩୦ ମିଲିୟନ ଟନ ଉପତ୍ାଦନ କ୍ଷମତାର ଏକ ଉନ୍ନତୀକରଣ କାରଖାନା (ବିନିଫିସିଏସନ୍‌ ପ୍ଲାଣ୍ଟ) ବସାଇବ, ୧୪୨୬.୭୫ କୋଟି ଟଙ୍କା ଲାଗିବ ଏବଂ ୮୮୪ ଲୋକଙ୍କୁ ନିଯୁକ୍ତି ମିଳିବ। ତ୍ରିବେଣୀ ବି ପାରାଦୀପଠାରେ ଥିବା ତା’ର ବାର୍ଷିକ ୨୪ ମିଲିୟନ ଟନ୍‌ ଉପତ୍ାଦନ କ୍ଷମତାର ପେଲେଟ୍‌ (ଲୁହାଗୁଣ୍ଡକୁ ଟେଳା କରିବା) କାରଖାନାର ପ୍ରସାରଣ କରିବ, ୩ଟି ଇଂଜିନିଅରିଂ ଗ୍ରାଜୁଏଟ୍‌ ପ୍ରଭାକରନ୍‌ ତତ୍କାଳୀନ କେନ୍ଦ୍ର ସରକାରଙ୍କ ପରିବେଶ ବିଭାଗର ମନ୍ତ୍ରୀ ବାଲୁଙ୍କ ପୁଅ ସହିତ ଚେନ୍ନାଇରେ ପବ୍ଲିକ୍‌ ୱାର୍କସ୍‌ ଡିପାର୍ଟମେଣ୍ଟର କାମ କରିଥିଲେ; କାମ ଧିମା ପଡିଯିବାରୁ ୧୯୯୯ରେ କାମଧନ୍ଦା ଖୋଜିବାକୁ ଓଡିଶା ଆସିଥିଲେ। ବାଲୁ ଓ ପରେ ରାଜା ଉଭୟେ ତାମିଲନାଡୁର ଲୋକ ଏବଂ ପରିବେଶ ବିଭାଗର ମନ୍ତ୍ରୀ ହିସାବରେ ପ୍ରଭାକରନ୍‌ ସହିତ ଅଲିଖିତ କାରବାର କଲେ, ଯାହାକୁ ଅର୍ଥନୀତିଜ୍ଞମାନେ ସୁଇଟ୍‌ହାର୍ଟ ଡିଲ୍‌ ବା ପୀରତି କାରବାର କହନ୍ତି। ପରିବେଶ ଅନୁମତି ମିଳିଗଲା। ସେ ମାଟି ଖୋଳାଳି ଓ ଉଠାଳିରୁ ଖଣିଜ ଉତ୍ତୋଳନକାରୀ ଓ ରପ୍ତାନିକାରୀ ବନିଗଲେ। କେଉଁଝରର ସବୁ ଖଣି-ଲାଇସେନ୍ସଧାରୀ ଅଳ୍ପ ମୂଲ୍ୟରେ ତାଙ୍କୁ ଖଣିର ପୂରା ପରିଚାଳନା (ମାଲିକ ଭଳି) ଦେଇଦେଲେ। ୨୦୦୦ରୁ ୨୦୦୫ ପର୍ଯ୍ୟନ୍ତ ଚାଲିଥିବା ଚାଇନାର ନବନିର୍ମାଣ ଯୁଗରେ ଲୌହ ଓ ମାଙ୍ଗାନିଜ ରପ୍ତାନି କରି ସେ ମାଲାମାଲ୍‌ ହୋଇଗଲେ। ତାଙ୍କ କାମରେ ଲାଗିଥିବା ଟ୍ରକ୍‌ଗୁଡିକ ୧୬ ଟନ୍‌ ଟ୍ରାନ୍‌ଜିଟ୍‌ ପାସ୍‌ ପାଇଥିଲେ ବି ୩୦ ଟନ୍‌ ବୋହୁଥିଲେ, କେହି ଧରୁ ନ ଥିଲା। ପୀରତି କାରବାରରେ ସମସ୍ତେ, ସରକାରୀ ଲୋକେ ତଥା ନେତାମାନେ ସମ୍ପୃକ୍ତ ଥିଲେ। ଏ ଥିଲା ପ୍ରଭାକରନ୍‌ଙ୍କ ସୋସିଆଲ୍‌ ଇଂଜିନିଅରିଂ, ବଛା ବଛା ସ୍ଥାନୀୟ ଲୋକଙ୍କୁ ପୀରତି କାରବାରରେ ପକ୍ଷ କରିନେବା ତାଙ୍କର ବେଆଇନ କାରବାରକୁ ସୁରୁଖୁରୁରେ ଚଳାଇଥିଲା। ଓଡିଶାରେ କାହିଁକି ଅନ୍ୟ ରାଜ୍ୟରେ ଓ କେନ୍ଦ୍ରରେ ମଧ୍ୟ ଏଭଳି ପୀରତି କାରବାର ଅର୍ଥନୀତିର ଉଦାରୀକରଣରେ ବା ରାଷ୍ଟ୍ରନୀତିର ଘରୋଇକରଣରେ ଚାଲିଛି। ସାଧାରଣ ନାଗରିକଙ୍କର ଦେଶ ସମ୍ପତ୍ତିରେ ଭାଗ ଅଛି, ତାହା ଶାଗମାଛ ମୂଲରେ ଦେଇହେବନି ଏ କଥା ସରକାର ଭାବୁନାହାନ୍ତି। ଏମ୍‌ପି ବା ଏମ୍‌ଏଲ୍‌ଏ ବା ତାଙ୍କର ଖାସ୍‌ ସମ୍ପର୍କୀୟମାନେ ହଠାତ୍‌ ବଡ ବ୍ୟବସାୟୀ ହୋଇପାରୁଛନ୍ତି। ପ୍ରଭାକରନ୍‌ ସେ ସମୟର ଚମ୍ପୁଆ ବିଧାୟକଙ୍କୁ ହାତ କରି ସ୍ଥାନୀୟ ଅସନ୍ତୋଷକୁ ଶାନ୍ତ କରିଦେଲା, ବେକାର ଟୋକାଙ୍କୁ ପଇସା ଦେଇ ହାତ କରିନେଲା। ତ୍ରିବେଣୀ କମ୍ପାନୀ ଓଡିଶାରେ ଭ୍ରଷ୍ଟାଚାରର ମଞ୍ଜି ସରକାରୀ କର୍ମଚାରୀଙ୍କ ଭିତରେ କେବଳ ବୁଣିଦେଲା ନାହିଁ ତାକୁ ଗଭୀରତର କରିଦେଲା ବୋଲି ସେତେବେଳର ଶାହା କମିଶନ ତାଙ୍କ ରିପୋର୍ଟରେ ତୀକ୍ଷ୍‌ଣ ମନ୍ତବ୍ୟ ଦେଇଥିଲେ ବି ରାଜ୍ୟ ସରକାର ଶୁଣିଲେ ନାହିଁ, କେନ୍ଦ୍ରର ଏନ୍‌ଡିଏ ସରକାରର ମନ୍ତ୍ରୀ ବାଲୁ ଓ ପରେ ରାଜୁ ତ ସାହାଯ୍ୟ କଲେ। ମୁଖ୍ୟମନ୍ତ୍ରୀଙ୍କ ସେତେବେଳର ପରାମର୍ଶଦାତା ପ୍ରଭାକରନ୍‌ଙ୍କ ହେଲିକପ୍ଟରରେ ବଡବିଲ ଗଲେ କି ଏବକାର ପରାମର୍ଶଦାତାମାନେ ବିଭିନ୍ନ ଉପାୟରେ ପ୍ରଭାକରନ୍‌ଙ୍କ ଆତିଥ୍ୟ ଓ ସାହାଯ୍ୟ ନେଲେ ତାହା ଭ୍ରଷ୍ଟାଚାର ବୋଲି ଧରାଯାଉନାହିଁ। ବହୁ କୋଟିପତି ପ୍ରଭାକରନ୍‌ ଏବେ ତ ଆମେରିକାର ଏକ ବିଶ୍ୱବିଦ୍ୟାଳୟରେ ତାମିଲନାଡୁ ଚେୟାର୍‌ ଖୋଲୁଛନ୍ତି। ସେ ଆଉ ମାଫିଆ ନୁହନ୍ତି ସେ ତ ରବିନ୍‌ହୁଡ୍‌। କେବେ ସେ ସିନା ଖଣି ଡକାୟତି କରିଥିଲେ ଏବେ ତ ଧାର୍ମିକ ଓ ସମାଜସେବାକାରୀ।
ରୁଷୀୟ ଢାଞ୍ଚାର କମ୍ୟୁନିଜମ୍‌ର ପତନ ପରେ ଆମେରିକୀୟ ଢାଞ୍ଚାର ଉଦାର ପୁଞ୍ଜିବାଦର ଆଦର ବଢିଗଲା। ରାଜନୈତିକ ବ୍ୟବସ୍ଥା ଯାହା ହେଉନା କାହିଁକି ପ୍ରତ୍ୟେକ ଦେଶର ସରକାର ଦେଶର ଅର୍ଥନୈତିକ ବୃଦ୍ଧି ପାଇଁ ଉଦାର ପୁଞ୍ଜିବାଦ ଗ୍ରହଣ କଲେ। ପୃଥିବୀରେ ବୃହତ୍ତମ ଶକ୍ତି ହେବାର କାରଣ ଆମେରିକା ଢାଞ୍ଚାର ଅର୍ଥନୀତି ବୋଲି ସମସ୍ତେ ଭାବିଲେ। ଲୋକଙ୍କ ଉପରେ ଟିକସ ନ ବଢାଇ ଦେଶର ବିକାଶ ତ୍ୱରାନ୍ବିତ କରିବାକୁ ହେଲେ ବେସରକାରୀ ପୁଞ୍ଜିନିବେଶକୁ ଉତ୍ସାହିତ କରିବାକୁ ପଡିବ। ଆମେରିକାର ଗଣତନ୍ତ୍ରରେ ନେତାମାନଙ୍କ ଆଉ ଗୋଟିଏ ସ୍ବାର୍ଥ ଥିଲା: ନିର୍ବାଚନ ଖର୍ଚ୍ଚ ତୁଲାଇବାକୁ ଚାନ୍ଦା ସେମାନଙ୍କଠାରୁ ଆଣିହେବ। ଥିଲାବାଲାଏ ଯେପରି ବିଭିନ୍ନ ବିକାଶମୂଳକ କାମରେ ପୁଞ୍ଜି ଲଗାଇବେ ତାହାକୁ ଉତ୍ସାହିତ କରିବା ଲାଗି ସରକାରୀ କାର୍ଯ୍ୟକ୍ଷେତ୍ରକୁ ସଙ୍କୁଚିତ କରାଇଲେ। ତା’ର ଅନୁକରଣରେ ଆମ ଦେଶରେ ଇନ୍‌ସ୍ପେକ୍‌ସନ୍‌ ଓ ଲାଇସେନ୍ସ-ରାଜ ଭଳି କଟକଣା ଉଠାଇଦିଆଗଲା। କମ୍ପାନୀରାଜ ବା କର୍ପୋରେଟ୍‌ ସଂସ୍କୃତି ରାଜନୀତିର ଅଙ୍ଗ ହେଲା। ଲୋକେ ସିନା ଟିକସ ଦେବାକୁ କୁଣ୍ଠିତ, କିନ୍ତୁ ଲଟେରି ଭଳି କମ୍ପାନୀ-ଶେୟାର କିଣିବାକୁ ଉତ୍ସୁକ ହେବେ। ଏଥିଲାଗି ସରକାର ଚଳାଉଥିବା ନେତାମାନେ ଧନୀମାନଙ୍କୁ କମ୍ପାନୀ ଗଢିବାର କ୍ଷମତା ଓ ସାଧାରଣ ଲୋକଙ୍କଠାରୁ ପୁଞ୍ଜି ଆହରଣର ଉପାୟ ଦେଲେ, ଶେୟାର ବିକିବାର କ୍ଷମତା। ଶେୟାର୍‌ (କମ୍ପାନୀର ଅଂଶ) କିଣିବା କାଗଜରେ ଯାହା ଲେଖା ରହିବ ତା’ର ଶତାଧିକ ଗୁଣ ମୂଲ୍ୟରେ ସେମାନେ ଶେୟାର ବିକିଲେ, କମ୍ପାନୀମାନଙ୍କ ଲୋଭଖୋର ଆଚରଣକୁ ରୋକିବା ଲାଗି ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ (ସେବି) ଗଢିଲେ, ମାତ୍ର ପ୍ରିୟାପ୍ରୀତିରେ ନିଯୁକ୍ତ ଅଧିକାରୀମାନେ ସେବିକୁ ଢିଲା କରିଦେଲେ। ଡିଏଲ୍‌ଏଫ୍‌ରେ ଭଦ୍ରାଙ୍କ ସମ୍ପୃକ୍ତି ପ୍ରମାଣ କରିଦେଲା ଯେ, ପ୍ରତି ଶେୟାର ଏକ ଏକ କାଗଜଟୁକୁରା ବା ଚିଟ୍‌ (ଚିରକୁଟି); ଶେୟାର ଚିଟ୍‌ କାରବାରର ଏକ ଭଦ୍ର (ଆଇନଗତ) ରୂପ। କମ୍ପାନୀ ଫେଲ୍‌ ମାରିଲେ ଲୋକେ ଶେୟାର ହରାଇଲେ କମ୍ପାନୀର ଦୋଷ ନାହିଁ। କର୍ପୋରେଟ୍‌ କଲ୍ଚର୍‌ (କମ୍ପାନୀ ସଂସ୍କୃତି)ର ଦ୍ୱିତୀୟ ପାହାଚ ହୋଇଗଲା ସୁଇଟ୍‌ହାର୍ଟ-ଡିଲ୍‌ ବା ସପ୍ରେମ ଦିଆନିଆ, ଯେଉଁଥିପାଇଁ କେତେକ ଅର୍ଥନୀତିଜ୍ଞ ଏ ବ୍ୟବସ୍ଥାକୁ କ୍ରୋନି କ୍ୟାପିଟାଲିଜମ୍‌ (ତୋଷାମୋଦିଆ ପୁଞ୍ଜିବାଦ) କହନ୍ତି: ସରକାରରେ ଥିବା ନେତା ଓ ଅଧିକାରୀମାନଙ୍କ ସହିତ ହାତ ମିଳାମିଶା ଏକ ଅଦୃଶ୍ୟ ଭ୍ରଷ୍ଟାଚାର ସୃଷ୍ଟି କଲା। ପୁଞ୍ଜିନିବେଶକାରୀର ଚରିତ୍ର ଯାଞ୍ଚ ନ ହେବା, ଟଙ୍କାର ରଙ୍ଗ କଳା କି ଧଳା ତାହା ନ ଦେଖିବା ରାଜନେତାମାନଙ୍କର ଧର୍ମ ହୋଇଗଲା, ସରକାରୀ କର୍ମଚାରୀମାନେ ସେମାନଙ୍କ ରାଷ୍ଟ୍ରୀୟ ବା ସାମ୍ବିଧାନିକ କର୍ତ୍ତବ୍ୟ ଭୁଲିଗଲେ। ଯେ କୌଣସି ଉପାୟରେ ଧନୀ ହେଉଥିବା ବ୍ୟକ୍ତି ନିମନ୍ତ୍ରିତ ଇନ୍‌ଭେଷ୍ଟର୍‌ ହୋଇପାରୁଛି, ନିବେଶ କରିଥିବା ବିଦେଶରେ ନାଗରିକତା କିଣିପାରୁଛି। ପୀରତି କାରବାରରେ ସମ୍ପୃକ୍ତ ନ ଥିବା ତୃତୀୟ ପକ୍ଷ ଅର୍ଥାତ୍‌ ଜନସମୁଦାୟ ବହୁତ କ୍ଷତିରେ ପଡୁଛନ୍ତି। ଧନୀ-ଗରିବ ବ୍ୟବଧାନ ବଢୁଛି। କମ୍ପାନୀରେ ଗଣତନ୍ତ୍ର ନାହିଁ, ବୋର୍ଡ ଅଫ୍‌ ଡାଇରେକ୍ଟରରେ ଚେୟାରମ୍ୟାନ ଯିଏ ସିଏ ବି ଏମ୍‌ଡି। ଡାଇରେକ୍ଟରମାନେ କମ୍ପାନୀର ଆତିଥ୍ୟରେ ଏତେ ବେଶି ଖୁସି ଯେ ନେତାମାନଙ୍କୁ ଧରାଧରି କରି ଡାଇରେକ୍ଟର ହୁଅନ୍ତି, କମ୍ପାନୀର ନିଷ୍ପତ୍ତି ଶେୟାରହୋଲ୍ଡର୍‌ର ଉତ୍ତମ ସ୍ବାର୍ଥ ପାଇଁ ହୋଇ ନ ଥାଇପାରେ। ଅର୍ଥାତ୍‌ କମ୍ପାନୀ ସଂସ୍କୃତିରେ ଗଣତନ୍ତ୍ର ମୃତ। ଯଦି ଅମ୍ବାନୀଙ୍କ ବିଲିୟନ୍‌ ଡଲାର୍‌ର ଆଣ୍ଟିଲିଆ ଘରକୁ ବୋର୍ଡ ସ୍ବୀକୃତି ଦେଇ ନ ଥାନ୍ତା ତାହା କମ୍ପାନୀର ଲାଭରେ ଯାଇଥାଆନ୍ତା ଏବଂ ଶେୟାରହୋଲ୍ଡର୍‌ମାନଙ୍କ ଡିଭିଡେଣ୍ଡ ପରିମାଣ ବଢିଯାଇଥାନ୍ତା। ସରକାର ବି ଟିକସ ପାଇଥାନ୍ତେ। ନୂଆ ଶିଳ୍ପ ବସାଇବାରେ ବଳକା ଧନ ଲାଗିପାରିଥାନ୍ତା। କମ୍ପାନୀ-ସଂସ୍କୃତି ଗଣତନ୍ତ୍ରର ଚେର କାଟୁଛି ଓ ସାଧାରଣ ଜୀବନରେ ଭ୍ରଷ୍ଟାଚାର ବଢାଉଛି। ସବୁର କାରଣ ଖୋଜିବା ଅପେକ୍ଷା ବେଳ ଥାଉ ଥାଉ ସଂସ୍କାର ଆବଶ୍ୟକ।
ଇମେଲ୍‌: sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri