Posted inଫୁରସତ

ଘରେ କର୍ପୂରରେ ଆଳତି କଲେ ମିଳେ ଅନେକ ଫାଇଦା

ହିନ୍ଦୁ ଧର୍ମରେ ପୂଜାରେ ଯଦି କର୍ପୂରକୁ ସାମିଲ କରା ନ ଯାଏ ତେବେ ପୂଜାକୁ ଅସମ୍ପୂର୍ଣ୍ଣ ବୋଲି ଧରାଯାଇଥାଏ। ପୂଜା ସରିବା ପରେ କର୍ପୂରରେ ଆଳତି କରିବା ଦ୍ୱାରା ପୂଜା ସଫଳ ହୋଇଛି ବୋଲି ଆମେ ଅନୁଭବ କରିଥାଉ। ଘରେ ହେଉ ବା ମନ୍ଦିରରେ ସର୍ବଦା ଆମେ କର୍ପୂର ଜଳାଇ ଆଳତି କରିଥାଉ। ବାସ୍ତୁଶାସ୍ତ୍ର ଅନୁସାରେ, କର୍ପୂର ଜଳାଇ ଆଳତି କରିବା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକ ପ୍ରଭାବ ପକାଇଥାଏ। ସବୁଦିନେ ସକାଳେ ଏବଂ ସନ୍ଧ୍ୟାରେ କର୍ପୂର ଜଳାଇ ଆଳତି କରିବା ଦ୍ୱାରା ଘରେ ସୁଖଶାନ୍ତିର ବାତାବରଣ ବଜାୟ ରହିଥାଏ। ଏହା ଘରକୁ ନକାରାତ୍ମକ ଶକ୍ତିରୁ ଦୂରଇ ରଖିବା ସହ ଆପଣଙ୍କ ଆଳସ୍ୟପଣ ମଧ୍ୟ ଦୂର କରି ସମସ୍ତ ସଦସ୍ୟଙ୍କ ମନ ନିର୍ମଳ ରଖିଥାଏ। ଏଥିସହ ଘରର ସବୁ ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି। କର୍ପୂରରୁ ବାହାରୁଥିବା ବାସ୍ନା ମନକୁ ଶାନ୍ତ ରଖିବା ସହ ଘରେ ଥିବା ଜୀବାଣୁକୁ ମଧ୍ୟ ନଷ୍ଟ କରିଥାଏ। ସେହିପରି କର୍ପୂରରେ ଆଳତି କରିବା ଦ୍ୱାରା ପିତୃଦୋଷ ମଧ୍ୟ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି। କର୍ପୂର ଆଳତି କରି ଘରର ସବୁ ସ୍ଥାନରେ ବୁଲାଇବା ଉଚିତ୍‌। ଏହାଦ୍ୱାରା ଘରକୁ ଦାରିଦ୍ର୍ୟ ଗ୍ରାସ କରି ନ ଥାଏ। ଏଥିସହ ଭଲ ସମୟ ଚାଲୁ ନ ଥିଲେ ଓ ଆର୍ଥିକ ସମସ୍ୟା ଦେଖା ଦେଉଥିଲେ ରୂପାର ଏକ ଥାଳିରେ ପ୍ରତିଦିନ ଲବଙ୍ଗ ଓ କର୍ପୂର ଜଳାନ୍ତୁ। ଦେଖିବେ ଆପଣଙ୍କ ସବୁ ସମସ୍ୟା ଦୂର ହୋଇଯିବ। ଯଦି ଆପଣ ଭାବୁଛନ୍ତି ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି ବୋଲି ତାହାଲେ ଆପଣ ପ୍ରତିଦିନ ଗୋଲାପ ଫୁଲ ଉପରେ କର୍ପୂର ରଖି ମା’ ଦୁର୍ଗାଙ୍କ ଆଳତି କରନ୍ତୁ। ଏଥିସହ ସୂର୍ଯ୍ୟାସ୍ତ ସମୟରେ କର୍ପୂର ଦୀପ ଲଗାଇ ଘର ଚାରିଆଡେ ବୁଲାଇବା ସହ ମା’ ଲକ୍ଷ୍ମୀଙ୍କ ଆଳତି କରି ପୂଜା ସ୍ଥାନରେ ସ୍ଥାପିତ କରନ୍ତୁ। ଦେଖିବେ ଏଥିରୁ ଆପଣଙ୍କୁ ବହୁ ଫାଇଦା ମିଳିବ। ଏହାଛଡ଼ା କର୍ପୂରର ଆଉ ଏକ ଉପକାରିତା ମଧ୍ୟ ରହିଛି। ଏହାକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। ଯଦି ଆପଣ କୌଣସି ରୋଗରେ ଆକ୍ରାନ୍ତ ଅଛନ୍ତି ତା’ହେଲେ କେଇ ବୁନ୍ଦା କର୍ପୂର ତେଲ ପାଣିରେ ପକାଇ ସ୍ନାନ କରନ୍ତୁ। ଏହା ଆପଣଙ୍କ ଶରୀରର ରୋଗ ଭଲ କରିବାରେ ସହାୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri