ଘରଭଙ୍ଗା ବିପନ୍ନଙ୍କୁ ସାହାଯ୍ୟର ହାତବଢ଼ାଇଲେ କମ୍ରେଡ

ପୁରୁଣା ଭୁବନେଶ୍ୱର,୨୦ା୭ (ଡି.ଏନ୍‌.ଏ.): ବାତ୍ୟା ଫନୀ ଯିବାର ୨ମାସ ୧୪ଦିନ ପରେ ମଧ୍ୟ ବିପନ୍ନଙ୍କୁ ଏଯାବତ ସହାୟତା ମିଳିପାରି ନାହିଁ। ସମ୍ପୂର୍ଣ୍ଣ ଘର ଭାଙ୍ଗିଥିବା ବିପନ୍ନଙ୍କ ନଁା ବ୍ଲକ ତାଲିକାରେ ନ ଥିବାବେଳେ ତାହା ଆଶିଂକ ଘରଭଙ୍ଗା ତାଲିକାରେ ରହିଥିବା ନେଇ ଅଞ୍ଚଳବାସୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଇତିମଧ୍ୟରେ ସହାୟତା ରାଶି ନ ପାଇ ବର୍ଷାରେ ବିପନ୍ନମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥଳରେ ସ୍ଥାନୀୟ ଉତ୍ତରା ଫାଣ୍ଡି ଅଧୀନ ତିଗିରିଆ ଗଁ।ରେ ବାତ୍ୟାରେ କାନ୍ଥପଡ଼ି ମୃତ୍ୟୁବରଣ କରିଥିବା କେଶବ ବେହେରା(୪୦)ଙ୍କ ପରିବାରକୁ ସହଯୋଗର ହାତ ବଢାଇଛନ୍ତି ସିପିଆଇଏମଏଲ(ଲିବରସନ) କେନ୍ଦ୍ର କମିଟି। ତାଙ୍କ ପରିବାରକୁ ତତ୍‌କାଳ ସହଯୋଗ ପାଇଁ ମୃତକ କେଶବଙ୍କ ବାପା କାଶିନାଥଙ୍କୁ ୧ଲକ୍ଷ ଟଙ୍କାର ନଗଦରାଶି ପ୍ରଦାନ କରାଯାଇଛି। ଶୁକ୍ରବାର ଏହି ରାଶିକୁ ଦଳର ବରିଷ୍ଠ ନେତା ସାଥୀ ଦିବାକର ବେଉରା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦଳର ରାଜ୍ୟ ସମ୍ପାଦକ ଯୁଧିଷ୍ଟିର ମହାପାତ୍ର, ଜିଲା ସମ୍ପାଦକ ଅଶୋକ ପ୍ରଧାନ ବ୍ଲକ ସମ୍ପାଦକ ସର୍ବେଶ୍ୱର ଭାରତୀ, ରାଜକିଶୋର ଶତପଥୀ, ଲକ୍ଷ୍ମୀଧର ପ୍ରଧାନ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲେବାନନ୍‌ରୁ ଇସ୍ରାଏଲ୍‌ ଓହରିବା ଆବଶ୍ୟକ: ଇରାନ

ଦୁବାଇ,୧୭ା୬: ପଶ୍ଚିମ ଏସିଆରେ ଯୁଦ୍ଧ ବନ୍ଦ ଲାଗି ଆମେରିକା ଓ ଇରାନ ସହମତିରେ ପହଞ୍ଚତ୍ଥିବା ଏବଂ ଆସନ୍ତା ୧୯ର ଉଭୟ ପକ୍ଷ ଆନୁଷ୍ଠାନିକ ଭାବେ ଚୁକ୍ତିନାମା ସ୍ବାକ୍ଷର…

ଶୁଭାରମ୍ଭ ବେଳେ ଫୁଲତୋଡ଼ା, ନିଲମ୍ବନ ପରେ ଏତଲା: ଫିଟୁଛି ବକ୍ସ କଣ୍ଡୁଇଟ୍‌ ନିର୍ମାଣ ଅନିୟମିତତା ଗୁମର

ବରଗଡ଼,୧୭।୬(ପ୍ରେମାନନ୍ଦ ଖମାରୀ):ବରଗଡ଼-ଭେଡ଼େନ କେନାଲରେ ବକ୍ସ କଣ୍ଡୁଇଟ୍‌ ନିର୍ମାଣରେ ହୋଇଥିବା ଅନିୟମିତତାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ। ଏହି ଅନିୟମିତତା ଧରାପଡ଼ିବା ପରେ ଗତ ୮ତାରିଖ…

ପ୍ରବଳ ଝଡ଼ବର୍ଷା ସମ୍ଭାବନା: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ

ଭୁବନେଶ୍ୱର, ୧୭ା୬(ବନ୍ଦନା ସେଠୀ):ଓଡ଼ିଶାରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି। ମଙ୍ଗଳବାର ଆଉ କିଛି ଅଞ୍ଚଳକୁ ପ୍ରବେଶ କରିଛି। ମୌସୁମୀ ବାୟୁର ଉତ୍ତର ସୀମା ଏବେ…

ଆଜି ସୃଷ୍ଟି ହେବ ଧ୍ରୁବ ଯୋଗ, ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ସଫଳତା

ଆଜି ଜୁନ୍ ୧୭ ତାରିଖରେ, ଚନ୍ଦ୍ର କର୍କଟ ରାଶିରେ ଅଛନ୍ତି, ଏବଂ ଚନ୍ଦ୍ର, ବୃହସ୍ପତି ଏବଂ ଶନିଙ୍କ ପ୍ରଭାବ ପ୍ରଭାବଶାଳୀ ହେବ। ପୁନର୍ବାସୁ ନକ୍ଷତ୍ରର ଉପସ୍ଥିତି ‘ଧ୍ରୁବ…

ରକ୍ଷଣାବେକ୍ଷଣ ଅଭାବ: ରାସ୍ତାପାର୍ଶ୍ୱ ଆଲୋକୀକରଣ ଠପ୍‌

ବରଗଡ଼,୧୭।୬(ପ୍ରେମାନନ୍ଦ ଖମାରୀ):ବିକଶୀତ ବରଗଡ଼ ଲକ୍ଷ୍ୟ ନେଇ ସହରର ବିଭିନ୍ନ ରାସ୍ତାପାର୍ଶ୍ୱରେ ଆଲୋକୀକରଣ ବ୍ୟବସ୍ଥା କରାଯାଇଛି। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ବାରମ୍ବାର ଏହି ଆଲୋକୀକରଣ ବ୍ୟବସ୍ଥା ଠପ୍‌ ପଡ଼ି…

୧୬୭୮ ତ୍ରୁଟିକୁ ମାନିଲେ ମନ୍ତ୍ରୀ, ଅଷ୍ଟମ ବହିରେ ସର୍ବାଧିକ ୭୦୫ ଭୁଲ୍‌ ଚିହ୍ନଟ

ଭୁବନେଶ୍ୱର,୧୭।୬(ସୁଚିସ୍ମିତା ସାହୁ): ରାଜ୍ୟରେ ଜାତୀୟ ଶିକ୍ଷାନୀତି (ଏନ୍‌ଇପି)-୨୦୨୦ ଲାଗୁ ହେବା ପରେ ସେହି ଅନୁସାରେ ନୂତନ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଇଛି। ହେଲେ ଏଥିରେ ଦେଖାଯାଇଥିବା ୧୬୭୮ ତ୍ରୁଟିକୁ…

ଅଭାବନୀୟ! ପିଲା ଚୋର ସନ୍ଦେହରେ ଫେଲୋଶିପ୍ କରିଥିବା ଯୁବତୀ-ସହଯୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ,

କଲ୍ୟାଣସିଂହପୁର, ୧୬।୬(ଦୀପକ କୁମାର ପରିଡା ): ରାୟଗଡ଼ାରୁ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି, ଯେଉଁଠି ପିଲା ଚୋର ସନ୍ଦେହରେ ଫେଲୋଶିପ୍ ଜଣେ ଯୁବତୀ ଓ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri