ଗ୍ରୀଷ୍ମ ପ୍ରବାହର ମୁକାବିଲା

ରେଞ୍ଜୋ ଆର୍‌. ଗୁଇଣ୍ଟୋ

ସମଗ୍ର ଏସିଆର ଲୋକେ ଗ୍ରୀଷ୍ମ ପ୍ରବାହର ଶେଷ ସମୟକୁ ଅପେକ୍ଷା କରି ରହିଥିଲେ, ଯାହା ଏବେ ପାଖେଇ ଆସିଥିବା ମନେହେଉଛି। ମୋ ନିଜ ଦେଶ ଫିଲିପାଇନ୍ସରେ ବର୍ଷର ପ୍ରଥମ ସାମୁଦ୍ରିକ ଝଡ଼ ମେ’ ମାସ ଶେଷରେ ଆସିଥିଲା। ଏହି ଝଡ଼ ଗ୍ରୀଷ୍ମରେ ବୃଦ୍ଧି ପାଇଥିବା ୫୦ ଡିଗ୍ରୀ ସେଲ୍‌ସିୟସ (୧୨୨ ଡିଗ୍ରୀ ଫାରେନ୍‌ହାଇଟ) ତାପମାତ୍ରାକୁ ହ୍ରାସ କରିଥିଲା। ଗତ କିଛି ମାସ ମଧ୍ୟରେ ଅତ୍ୟଧିକ ତାପମାତ୍ରା ଯୋଗୁ ସ୍କୁଲ ବନ୍ଦ ହେବା ସହ ଉତ୍ପାଦକତା ହ୍ରାସ ଏବଂ ଘରେ ରହି କାମ କରିବା ଭଳି ସ୍ଥିତି ଉପୁଜିଥିଲା। ଗମ୍ଭୀର ଗ୍ରୀଷ୍ମ ପ୍ରବାହର ସାର୍ବଜନୀନ ସ୍ବାସ୍ଥ୍ୟ ଏବଂ ଅର୍ଥନୀତି ଉପରେ ପ୍ରଭାବ ଆକଳନ କରିବା କଷ୍ଟସାଧ୍ୟ ହୋଇପାରେ, କିନ୍ତୁ ସେଗୁଡ଼ିକୁ ଯେଉଁଭଳି ଭାବେ ଆମେ ଅଣଦେଖା କରିଚାଲିଛୁ ତାହା ଉଦ୍‌ବେଗଜନକ। ଏହା ଲଗାତର ଭୟ ତଥା ଅବହେଳାକୁ ସାମ୍ନାକୁ ଆଣୁଛି, ଯାହା ମହାମାରୀ ପରେ ବହୁ ସମୟରେ ଘଟୁଛି। ସମାଜଗୁଡ଼ିକ ଅତୀତର ସ୍ବାସ୍ଥ୍ୟ ସଙ୍କଟରୁ ପାଇଥିବା ଶିକ୍ଷାକୁ ଭୁଲିଯିବା ଏବଂ ପରବର୍ତ୍ତୀ ସମୟରେ ଆଉ ଏକ ମହାମାରୀ ଆସିଲେ ଅପ୍ରସ୍ତୁତ ଥିବା ଲକ୍ଷ୍ୟ କରାଯାଉଛି।
ମହାମାରୀକୁ ମୁକାବିଲା ପ୍ରସ୍ତୁତିରେ ଆମକୁ ଉନ୍ନତି ଆଣିବାକୁ ପଡ଼ିବ ଏବଂ ସେହିଭଳି ଘାତକ ତାପମାତ୍ରାଜନିତ ସ୍ବାସ୍ଥ୍ୟ ସଙ୍କଟ ହ୍ରାସ କରିବାକୁ ହେବ। ଜଳବାୟୁ ପରିବର୍ତ୍ତନ ଯୋଗୁ ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରବାହ ଆଗକୁ ଏସିଆରେ ଲଗାତର ବଢ଼ି ତୀବ୍ର ହେବ ବୋଲି ଅନୁମାନ କରାଯାଉଛି। ଏହି ନୂଆ ପ୍ରକାର ସ୍ଥିତିରୁ ରକ୍ଷା ପାଇବା ଲାଗି ଅଧିକ ପାଣି ପିଇବା ଓ ଏୟାର କଣ୍ଡିସନ୍‌ଡ ବା ବାତାନୁକୂଳିତ ସ୍ଥାନରେ ରହିବା ଭଳି ଦୁର୍ବଳ ସାର୍ବଜନୀନ ସ୍ବାସ୍ଥ୍ୟ ମାର୍ଗଦର୍ଶିକାଗୁଡ଼ିକ ଉପରେ ଆମେ ନିର୍ଭର କରି ରହିପାରିବା ନାହିଁ। ଅନ୍ତଃବସ୍ତ୍ର ନ ପିନ୍ଧି ମହିଳାମାନେ ଅତ୍ୟଧିକ ଉତ୍ତାପର ମୁକାବିଲା କରିବା ଉଚିତ ବୋଲି ନିକଟରେ ଫିଲିପାଇନ୍ସର ଜଣେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ ମଧ୍ୟ ଗ୍ରହଣୀୟ ନୁହେଁ। ଏହା ପରିବର୍ତ୍ତେ ବିଶ୍ୱର ସରକାରଗୁଡ଼ିକ ଏକ ସକ୍ରିୟ ଦୃଷ୍ଟିକୋଣ ଆପଣାଇବା ସହ ଅତ୍ୟଧିକ ତାପମାତ୍ରାର ମୁକାବିଲା କରି ଅନୁକୂଳ ପରିବେଶ ସୃଷ୍ଟି କରିବା ଲାଗି ତ୍ୱରିତ ପ୍ରୟାସ କରିବାକୁ ପଡ଼ିବ। ପରବର୍ତ୍ତୀ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଆସିବା ବେଳକୁ ସମସ୍ତ ଦେଶରେ ଏହାର ସମାଧାନ ପାଇଁ ଏକ ଜାତୀୟ ଯୋଜନା ରହିବା ଉଚିତ। ସ୍ଥାନୀୟ ସମ୍ପ୍ରଦାୟ ଏହା ସହ କିପରି ଖାପଖୁଆଇ ରହିପାରିବେ, ତାହା ଉପରେ ମଧ୍ୟ ପଦକ୍ଷେପ ନିଆଯିବା ଆବଶ୍ୟକ। ବାସ୍ତବରେ ଘଟୁଥିବା ଜଟିଳ ସ୍ଥିତିରେ କିଭଳି ସଫଳ ହେବା ସେଥିପାଇଁ ନୀତି ନିର୍ଦ୍ଧାରଣର ପ୍ରତ୍ୟେକ ଦିଗ ଏହା ଉପରେ ଦୃଷ୍ଟି ଦେବା ଉଚିତ। ସ୍ବାସ୍ଥ୍ୟକ୍ଷେତ୍ର ବ୍ୟତୀତ ଗୃହ, ପରିବହନ ଏବଂ ଜଳ ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ, ଯାହା ସ୍ଥାୟୀ ବିକାଶ ଲକ୍ଷ୍ୟରେ ରହିଛି।
ପ୍ରଥମେ ଘର ଉପରେ ଗୁରୁତ୍ୱ ଦେବା ଉଚିତ। ଏସିଆର ଅନେକ ଅସୁରକ୍ଷିତ ଲୋକ ଦୁର୍ବଳ ବାୟୁ ଚଳାଚଳ କରୁଥିବା ସରକାରୀ ଘର କିମ୍ବା ଅଧିକ ଜନବହୁଳ ବସ୍ତିରେ ରୁହନ୍ତି। ବିଶ୍ୱରେ ପ୍ରାୟ ୧.୬ ବିଲିୟନ ଲୋକ ବାସସ୍ଥାନର ଅନୁପଯୁକ୍ତ ପରିବେଶ ଯୋଗୁ ପ୍ରଭାବିତ ହେଉଛନ୍ତି। ଦେଖିବାକୁ ଗଲେ ଏହି ସର୍ବେକ୍ଷଣ ସାଧାରଣତଃ ବାୟୁ ଚଳାଚଳକୁ ହିସାବକୁ ନେଇ ନାହିଁ। ଏଣୁ ଏହି ଆକଳନ କମ୍‌ ହୋଇପାରେ। ଗରିବ ଲୋକଙ୍କୁ ଶୀତତାପ ନିୟନ୍ତ୍ରିତ ଅଟ୍ଟାଳିକାରେ ରହିବାକୁ ପରାମର୍ଶ ଦେବା ଅପେକ୍ଷା ପରିବେଶ ସହ ଖାପଖୁଆଇ ରହିବା ପାଇଁ ଅଧିକ କାର୍ଯ୍ୟକ୍ଷମ ବିକଳ୍ପ ଅଛି । ଏହା ସହ ଏୟାରକଣ୍ଡିଶନର ମୂଲ୍ୟ ବେଶି ଓ ଏହା ଅଧିକ ବିଦ୍ୟୁତ୍‌ ଉପଯୋଗ କରେ। ଗବେଷକଙ୍କ ଆକଳନ ଅନୁଯାୟୀ, ବୈଶ୍ୱିକ ସବୁଜଗୃହ ବାଷ୍ପ ନିର୍ଗମନର ୩.୯% ଏୟାରକଣ୍ଡିଶନର ବ୍ୟବହାର ଯୋଗୁ ହେଉଛି। ବର୍ଦ୍ଧିତ ଶକ୍ତି ଚାହିଦା ପୂରଣ କରିବା ପାଇଁ ଅଧିକ ଜୀବାଶ୍ମ ଇନ୍ଧନ ବ୍ୟବହାର କରିବା ପରିବର୍ତ୍ତେ ନୀତି ନିର୍ଦ୍ଧାରକମାନେ ଉଭୟ ପୃଥିବୀ ତଥା ଜନସ୍ବାସ୍ଥ୍ୟର ସୁରକ୍ଷା ପାଇଁ ସହରୀ ବିକାଶ ଉପରେ ପୁନର୍ବିଚାର କରିବା ଆବଶ୍ୟକ। ଉଦାହରଣ ସ୍ବରୂପ, ଇଣ୍ଡୋନେସିଆ ଏବଂ ସିଙ୍ଗାପୁର ସମେତ ଏସିଆର କେତେକ ଦେଶ ଏୟାର କଣ୍ଡିସନର ବିନା ଘର ଭିତରର ତାପମାତ୍ରାକୁ ହ୍ରାସ କରିବା ପାଇଁ କମ୍‌ ମୂଲ୍ୟର ରଙ୍ଗ ଛାତରେ ବ୍ୟବହାର ଆରମ୍ଭ କରିଛନ୍ତି।
ପରିବହନ କ୍ଷେତ୍ର ମଧ୍ୟ ଉତ୍ତାପ ବୃଦ୍ଧିର କାରଣ ହେଉଛି। ପରିବେଶ ଉପଯୋଗୀ ପରିବହନ ବ୍ୟବସ୍ଥାର ବିନିଯୋଗ ଦ୍ୱାରା ଗ୍ରୀଷ୍ମପ୍ରବାହ ସମୟରେ ଆରାମ ମିଳିିଥାଏ। ଏହା ଜଳବାୟୁ ଏବଂ ସାର୍ବଜନୀନ ସ୍ବାସ୍ଥ୍ୟ ଲକ୍ଷ୍ୟ ହାସଲ କରିବା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଉତ୍ତାପ ବୃଦ୍ଧିର ମୁକାବିଲା କରି ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ଲାଗି ସରକାରଗୁଡ଼ିକ ବିଶ୍ୱ ଜଳ ସଙ୍କଟକୁ ମଧ୍ୟ ସମାଧାନ କରିବା ଆବଶ୍ୟକ। ଯଦିଓ ଅତ୍ୟଧିକ ଉତ୍ତାପରୁ ରକ୍ଷା ପାଇଁ ହାଇଡ୍ରେଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତଥାପି ବିଶ୍ୱର ପ୍ରାୟ ଏକ ତୃତୀୟାଂଶ ଲୋକ ସୁରକ୍ଷିତ ପାନୀୟ ଜଳ ପାଇପାରିନାହାନ୍ତି। ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ପାଣି ବୋତଲ ସମାଧାନର ପନ୍ଥା ନୁହେଁ; ଏୟାର କଣ୍ଡିସନର ଭଳି ସେସବୁ ଦାମୀ, କାର୍ବନ ନିର୍ଗମନକାରୀ ତଥା ପ୍ରଦୂଷଣକାରୀ।
ଉତ୍ତାପ ବୃଦ୍ଧି ମୁକାବିଲାର ପ୍ରସ୍ତୁତି କାର୍ଯ୍ୟକ୍ରମଗୁଡ଼ିକ ନିଶ୍ଚିତ ଭାବରେ ଅତ୍ୟଧିକ ଅସୁରକ୍ଷିତ ଅବସ୍ଥାରେ ଥିବା ଗୋଷ୍ଠୀ ଯଥା କୃଷକ ଏବଂ ମତ୍ସ୍ୟଜୀବୀ, ନିର୍ମାଣ ଏବଂ କାରଖାନା କର୍ମଚାରୀ, ବୃଦ୍ଧ ଏବଂ ରୋଗଗ୍ରସ୍ତ ଲୋକଙ୍କ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ବନ୍ଦୀ, ଅଟକ ଥିବା ପ୍ରବାସୀ ଏବଂ ମାନସିକ ରୋଗୀମାନଙ୍କ ପାଇଁ ଏଭଳି ପ୍ରୟାସ ହେବା ଦରକାର। ଏମାନେ ସମସ୍ତେ ପ୍ରାୟତଃ ଅତ୍ୟଧିକ ଗରମ ଓ ସଂକୀର୍ଣ୍ଣ ସ୍ଥାନରେ ସୀମିତ ହୋଇ ରହିଥାନ୍ତି।
ବାତ୍ୟା ଓ ମହାମାରୀ ମୁକାବିଲାର ନୀତିଗତ ବ୍ୟବସ୍ଥା ପରି ଉତ୍ତାପ ବୃଦ୍ଧିକୁ ସାମ୍ନା କରିବାର ପ୍ରସ୍ତୁତିକୁ ସ୍ବାସ୍ଥ୍ୟ ନୀତିରେ ଅନ୍ତର୍ଭୁକ୍ତ କରିବା ଜରୁରୀ। ଏଥିପାଇଁ ଏସୀୟ ଦେଶଗୁଡିକ ଉତ୍ତାପଜନିତ ରୋଗର ଆକଳନ କରିବା ପାଇଁ ସେମାନଙ୍କର ରୋଗ ନିରୀକ୍ଷଣ ପ୍ରଣାଳୀଗୁଡ଼ିକୁ ନବୀକରଣ କରିବା ଉଚିତ । ବିଶେଷକରି ତରଳ ପଦାର୍ଥଠାରୁ ଆରମ୍ଭ କରି ଥଣ୍ଡା ପୋଷାକ ଭଳି ଚିକିତ୍ସା ଉପକରଣର ପର୍ଯ୍ୟାପ୍ତ ଯୋଗାଣ ଜାରି ରଖିବା ଗୁରୁତ୍ୱପୂର୍ଣ୍ଣ । ତେବେ ଅତ୍ୟଧିକ ଉତ୍ତାପର ସମ୍ଭାବ୍ୟ ପ୍ରଭାବ ବିଷୟକୁ ଜରୁରିକାଳୀନ ଡାକ୍ତର, ଗୋଷ୍ଠୀ ସ୍ବାସ୍ଥ୍ୟକର୍ମୀ ଓ ପ୍ରାଥମିକ ଚିକିତ୍ସା ପ୍ରଦାନକାରୀଙ୍କ ଶିକ୍ଷା ଏବଂ ତାଲିମରେ ସାମିଲ କରିବା ଆବଶ୍ୟକ, ଯେଉଁମାନେ ପ୍ରାୟତଃ ଅସୁବିଧାରେ ଥିବା ରୋଗୀଙ୍କ ପାଇଁ ଯୋଗାଯୋଗର ପ୍ରଥମ ବିନ୍ଦୁ। ଦୁଃଖର ବିଷୟ, ଯେତେବେଳେ ମୁଁ ଡାକ୍ତରୀ ଛାତ୍ର ଥିଲି, ସେତେବେଳେ ହିଟ୍‌ଷ୍ଟ୍ରୋକ ବା ଅଂଶୁଘାତ ଭଳି ଉତ୍ତାପଜନିତ ରୋଗର ପରୀକ୍ଷଣ ଓ ଚିକିତ୍ସା ପରିଚାଳନା କେବଳ ଉଲ୍ଲେଖ କରାଯାଇଥିଲା।
ଶେଷରେ, ଗବେଷକମାନେ କେବଳ ଉତ୍ତାପର ମହାମାରୀ ଉପରେ ନୁହେଁ, ବରଂ ଆମର ନୀତି ଏବଂ ପଦକ୍ଷେପର ପ୍ରଭାବ ଉପରେ ଧ୍ୟାନ ଦେବା ଆବଶ୍ୟକ। ଉଦାହରଣ ସ୍ବରୂପ, ୨୦୨୩ରେ ସିଙ୍ଗାପୁରର ନ୍ୟାଶନାଲ ୟୁନିଭରସିଟି ଉତ୍ତାପ ବୃଦ୍ଧି ସ୍ଥିତିର ମୁକାବିଲା ଓ ପ୍ରତିକାର ପାଇଁ ଏକ ଗବେଷଣା କେନ୍ଦ୍ର ଆରମ୍ଭ କରିଥିଲା। ପୃଥିବୀର ସ୍ବାସ୍ଥ୍ୟ ଉପରେ ଏକ ନୂତନ ପଦକ୍ଷେପ ସହିତ ମୋ ଅନୁଷ୍ଠାନ ଏହି ଲକ୍ଷ୍ୟ ପୂରଣ କରିବ, ଯାହା ସାରା ଏସିଆର ସ୍ବାସ୍ଥ୍ୟ ବ୍ୟବସ୍ଥା ଏବଂ ସମୁଦାୟଗୁଡ଼ିକୁ ଜଳବାୟୁଜନିତ କ୍ଷତିର ମୁକାବିଲା କରିବାରେ ସାହାଯ୍ୟ କରିବ। ବିଶ୍ୱର ତାପମାତ୍ରା ଉଦ୍‌ବେଗଜନକ ହାରରେ ବଢ଼ୁଥିବାରୁ ଏକ ଉତ୍ତପ୍ତ ବିଶ୍ୱ ସହିତ ଖାପ ଖୁଆଇ ରହିବା ଛଡ଼ା ଆମ ପାଖରେ କୌଣସି ବିକଳ୍ପ ନାହିଁ। ଏହି ସମୟରେ ବାୟୁମଣ୍ଡଳକୁ ନିର୍ଗମନ ହେଉଥିବା କାର୍ବନ ଡାଇଅକ୍ସାଇଡ ଅପସାରଣ ପ୍ରକ୍ରିୟା ତ୍ୱରାନ୍ବିତ କରିବା ଦ୍ୱାରା ବାରମ୍ବାର ପ୍ରକାଶ ପାଉଥିବା ଅତ୍ୟଧିକ ଗ୍ରୀଷ୍ମ ପ୍ରବାହର ତୀବ୍ରତା ହ୍ରାସ କରିବାକୁ ସକ୍ଷମ ହୋଇପାରିବା। ଜୀବାଶ୍ମ ଇନ୍ଧନ ବ୍ୟବହାର ବନ୍ଦ କରିବାକୁ ସରକାର ଓ କର୍ପୋରେଶନଗୁଡ଼ିକ ଉପରେ ଚାପ ପକାଇବା ଦ୍ୱାରା ଆମେ ଉତ୍ତାପ ବୃଦ୍ଧିଜନିତ ସ୍ଥିତିର ମୁକାବିଲା ଓ ପ୍ରତିକାର କରିବା ସହ ପୃଥିବୀର ପରିବେଶରେ ଉନ୍ନତି ଆଣିପାରିବା।
ଆସୋସିଏଟ୍‌ ପ୍ରଫେସର,
ଗ୍ଲୋବାଲ ଆଣ୍ଡ୍‌ ପ୍ଲାନେଟାରି ହେଲ୍‌ଥ,
ଡ୍ୟୁକ-ଏନ୍‌ଏସ୍‌ୟୁ ମେଡିକାଲ କଲେଜ, ସିଙ୍ଗାପୁର


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri