ଗ୍ରୀନ ଏନର୍ଜି କରିଡରକୁ ଅନୁମୋଦନ କରୁନି କେନ୍ଦ୍ର

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ପାରମ୍ପରିକ ଶକ୍ତି ଉତ୍ସର ଭବିଷ୍ୟତ ବେଳକୁ ବେଳ ଅନିଶ୍ଚିତତା ଆଡକୁ ଗତି କରୁଥିବା ବେଳେ ରାଜ୍ୟ ସରକାର ଅଣପାରମ୍ପରିକ ଶକ୍ତି ଉତ୍ସଗୁଡିକର ବିନିଯୋଗ ଦିଗରେ ପଦକ୍ଷେପ ଆରମ୍ଭ କରିଛନ୍ତି। ରାଜ୍ୟ ସରକାର ୨୦୨୨ ବେଳକୁ ରାଜ୍ୟରେ ୨୨୦୦ ମେଗାଓ୍ବାଟ ସୌରଶକ୍ତି ପ୍ରକଳ୍ପ ସ୍ଥାପନ କରିବାକୁ ଯୋଜନା କରିଛନ୍ତି। ଏଥିପାଇଁ ହେବାକୁ ଥିବା ସବୁଜ ଶକ୍ତି କରିଡର(ଜିଇସି)କୁ କେନ୍ଦ୍ର ସରକାର ଅନୁମତି ଦେଉ ନାହାନ୍ତି। ଫଳରେ ଏହି ଶକ୍ତି ପ୍ରକଳ୍ପର ଭବିଷ୍ୟତ ଅନ୍ଧକାର ଭିତରକୁ ଚାଲିଯାଇଛି । ଓଡିଶା ପାଓ୍ବାର ଟ୍ରାନ୍ସମିଶନ କର୍ପୋରେଶନ ଲିମିଟେଡ(ଓପିଟିସିଏଲ) ସୌରଶକ୍ତିରୁ ୨୮୦ ମେଗାଓ୍ବାଟ ଶକ୍ତି ନେବାକୁ ଯୋଜନା ପ୍ରସ୍ତୁତ କରିଛି। ଅନ୍ୟପକ୍ଷରେ ଅଲଟ୍ରା ମେଗା ସୋଲାର ପାଓ୍ବାର ପାର୍କ ଯୋଜନାରେ ୧୦୦୦ ମେଗାଓ୍ବାଟ ସୋଲାର ପାର୍କକୁ ନୂତନ ଓ ଅଣପାରମ୍ପରିକ ଶକ୍ତି ମନ୍ତ୍ରଣାଳୟ ଅନୁମତି ଦେଇଥିଲା। ଏହି ପାର୍କ ଓଡିଶା ସବୁଜ ଶକ୍ତି ବିକାଶ କର୍ପୋରେଶନ ଲିମିଟେଡ(ଜେଡକଲ) ଜରିଆରେ କାର୍ଯ୍ୟକାରୀ କରାଯାଇ ଥାଆନ୍ତା। ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୩୧୩.୮୦ କୋଟି ଟଙ୍କାର ଏକ ସମ୍ପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ(ଡିପିଆର) ପ୍ରସ୍ତୁତ କରିଥିଲେ। ନିଲଡୁଙ୍ଗୁରିଠାରେ ୨୨୫ ଏବଂ ମନମୁଣ୍ଡାଠାରେ ୫୫ ମେଗାଓ୍ବାଟ ସୌରଶକ୍ତି ପ୍ରକଳ୍ପ କରାଯାଇ ଥାଆନ୍ତା। ଏହି ଡିପିଆରକୁ ସେଣ୍ଟ୍ରାଲ ଇଲେକ୍ଟ୍ରିିସିଟି ଅଥରିଟି(ସିଇଏ)ର ଅନୁମୋଦନ ପାଇଁ ପଠାଯାଇଥିଲା। ଡିପିଆରକୁ ସିଇଏ ପରୀକ୍ଷାନିରୀକ୍ଷା କରିବା ପରେ ଅନୁମୋଦନ କରିଥିଲା। ଓପିଟିସିଏଲ ପକ୍ଷରୁ ଏ ନେଇ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ କରାଯାଇଛି। ଏହି ପ୍ରକଳ୍ପ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଓପିଟିସିଏଲ ଏଥିପାଇଁ ୫୦ ପ୍ରତିଶତ ଅର୍ଥ ନ୍ୟାଶନାଲ କ୍ଲିନ ଏନର୍ଜୀ ଫଣ୍ଡ(ଏନସିଇଏଫ)ରୁ ଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲା। ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ ନ କରି ଗ୍ରୀନ ଏନର୍ଜୀ କରିଡର-୨ ସ୍କିମ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦନ ହୋଇ ନ ଥିବା ଜଣାଇ ଦିଆଯାଇଛି। ତେବେ ନିଲଡୁଙ୍ଗୁରୀ ଏବଂ ମନମୁଣ୍ଡାଠାରେ ହେବାକୁ ଥିବା ପ୍ରସ୍ତାବିତ ପ୍ରକଳ୍ପ ପାଇଁ ୪୦ ପ୍ରତିଶତ ଅର୍ଥ କେନ୍ଦ୍ର ନ ଦେଲେ ତାହା କାର୍ଯ୍ୟକାରୀ ହେବା ସମ୍ଭବ ନୁହେଁ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri