Posted inଫୁରସତ

ଗ୍ରୀନ୍‌ ପାରିକୁଦ ଅଭିଯାନରେ ହିମାଂଶୁ

ଚିଲିକା ଓ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସର୍ବଦା ବନ୍ୟା,ବାତ୍ୟାପରି ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ରହିଥାଏ। ବିଭିନ୍ନ ସମୟରେ ଘଟୁଥିବା ପ୍ରାକୃତିକ ବିପର୍ଯ୍ୟୟରେ ଏହି ଅଞ୍ଚଳରେ ବୃକ୍ଷଗୁଡ଼ିକର ବ୍ୟାପକ କ୍ଷୟକ୍ଷତି ଯୋଗୁ ଦିନକୁ ଦିନ ବୃକ୍ଷଲତା କମିବାରୁ ପରିବେଶ ସନ୍ତୁଳନରେ ବାଧା ସୃଷ୍ଟି ହେଉଛି । ଏପରିସ୍ଥିତିରେ ପରିବେଶକୁ ସବୁଜ ସୁନ୍ଦର କରିବାର ଚିନ୍ତା ଘାରିଛି ଜଣେ ଯୁବକଙ୍କୁ । ମାତ୍ର ପିଲାଟି ଦିନରୁ ତାଙ୍କର ବିଭିନ୍ନ ବୃକ୍ଷରୋପଣ କରିବା ଅଭ୍ୟାସ ରହିଛି ।

ବୃକ୍ଷରୋପଣ କରି ସେ ସବୁଜ ଦୁନିଆ ଗଢ଼ିବାର ପ୍ରୟାସ ଜାରି ରଖିଛନ୍ତି। ତାଙ୍କ ଗଁା ଚିଲିକା ଅଞ୍ଚଳରେ । ସେ ହେଲେ ହିମାଂଶୁ ଶେଖର ନାୟକ। ପିତାଙ୍କ ନାମ ଉପେନ୍ଦ୍ର ନାୟକ। ମା’ ସୂର୍ଯ୍ୟମଣି। ଘର ପୁରୀ ଜିଲାର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଗୋମୁଣ୍ଡିଆ ଗାଁରେ, ଏକ ସାଧାରଣ ଚାଷୀ ପରିବାରରେ ତାଙ୍କର ଜନ୍ମ। ଏବେ ସେ ଛତିଶଗଡ଼ରେ ଆକ୍ସିସ୍‌ ବ୍ୟାଙ୍କର ଶାଖା ପରିଚାଳକ ଭାବେ କାର୍ଯ୍ୟରତ। ମାତ୍ର ଗାଁକୁ ଆସିଲେ ଗ୍ରାମର ଯୁବକଙ୍କୁ ନେଇ ପରିବେଶ ସୁରକ୍ଷା ସମ୍ପର୍କରେ ବିଭିନ୍ନ ପଦକ୍ଷେପ ନେଇଥାନ୍ତି। ସେ କୁହନ୍ତି, ୨୦୧୩ ମସିହା ଫାଇଲିନରେ ଯେତେବେଳେ ଗାଁକୁ ଆସିଥିଲି ସେହି ସମୟରେ ଦେଖିଲି ଚାରିଆଡ଼ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଗଛଲତା ଉପୁଡ଼ି ଭାଙ୍ଗି ନଷ୍ଟ ହୋଇଯାଇଛି କିନ୍ତୁ ଏପରି ବିପଦରୁ ପ୍ରାଣୀ ଜଗତକୁ ବୃକ୍ଷଗୁଡ଼ିକ ଯୋଦ୍ଧା ପରି ସୁରକ୍ଷା ଦେଇଥାଏ। ମାତ୍ର ଏପରି ପରିସ୍ଥିତି ଦେଖି ଦୁଃଖ ଅନୁଭବ କରିଥିଲି ଏବଂ ବୃକ୍ଷରୋପଣ ପାଇର୍ଁ ଚିନ୍ତା ବି କରିଥିଲି। ୨୦୧୫ ମସିହାରେ ମୋ ପୁଅର ଜନ୍ମଦିନରେ ଭୋଜିଭାତରେ ବିଶେଷ ଅର୍ଥଖର୍ଚ୍ଚ ନ କରି ଗଛଲଗାଇବା ଏକ ପୁଣ୍ୟ କାର୍ଯ୍ୟ ମନେକରି ପ୍ରାୟ୧ଲକ୍ଷଟଙ୍କା ଖର୍ଚ୍ଚରେ ବିଭିନ୍ନ ଫଳଗଛ ଆଣି ଲୋକଙ୍କୁ ବାଣ୍ଟିବା ସହିତ ନିଜେ ବି ଗଛ ଲଗାଇଥିଲି ।
ନିକଟସ୍ଥ ଟୁବୁକା, ସାମନ୍ତରାପୁର, ସାନଅଁଳ, ତିତିପ, ବଡ଼ଝାଡ଼, ନୂଆଗାଁ, ଝାରକଟା, ପଥରକଟା, ଅଁଳାକୁଦ, କୁରୁପାଳ, ମର୍ଦ୍ଦରାଜପୁର, ସିପିଆ, ଗୁରୁବାଇ, ଭବାନୀପୁର, ଜହ୍ନିକୁଦ, ଅଲଣ୍ଡା ଆଦି ପ୍ରାୟ ୨୫ ଖଣ୍ଡଗାଁ ଓ ୩୦ଟି ସ୍କୁଲରେ ପ୍ରାୟ ୫୦ହଜାର ଗଛ ଲଗାଇବା ଓ ଲୋକଙ୍କୁ ଚାରା ବଣ୍ଟନର ପଦକ୍ଷେପ ନେଇଥିଲି। ସେଥିରୁ ପ୍ରାୟ ୨୦ହଜାର ଗଛ ବଞ୍ଚି ରହିଛି। ଏପରି ୫ବର୍ଷ ମଧ୍ୟରେ ପ୍ରାୟ ୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି। କେତେକ ଉତ୍ସାହୀ ଯୁବକଙ୍କୁ ନେଇ ‘ଗ୍ରୀନ ପାରିକୁଦ ଅଭିଯାନ’ ଆରମ୍ଭ କରିଛି । ଏହି ଅଭିଯାନକୁ ସାଧାରଣରେ ଉତ୍ସାହିତ କରାଯାଇଥିଲା। ପ୍ରତିବର୍ଷ ଏପ୍ରିଲ ୧ରୁ ୧୪ତାରିଖ ମଧ୍ୟରେ ବୃକ୍ଷରୋପଣ ପାଇଁ ଆମ୍ବ, ନିମ, ପଣସ, ଲେମ୍ବୁ, ପିଜୁଳି, ଡାଳିମ୍ବ, କମଳା, ବେଲ, ଦେବଦାରୁ ଆଦି ବିଭିନ୍ନ ଚାରାକୁ ଅଟୋରିକ୍ସାରେ ଆଣି ଗାଁଗୁଡ଼ିକରେ ମାଗଣାରେ ବଣ୍ଟନ କରାଯାଇଛି। ସ୍ଥାନୀୟ ସ୍କୁଲ, ଗାଁ ରାସ୍ତା କଡ଼ ଓ ପଡ଼ିଆ ଜାଗାରେ ବୃକ୍ଷରୋପଣ କରାଯାଇ ତା’ର ସୁରକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜଙ୍ଗଲ ବିଭାଗ କର୍ମଚାରୀମାନେ ବି ସହଯୋଗ କରିଥାନ୍ତି। ଚଳିତବର୍ଷ ନିଜ ବାରିରେ ପକାଇଥିବା ପ୍ରାୟ୧୫ହଜାର ଲେମ୍ବୁ, ବେଲ, ଅଁଳା, ହରିଡ଼ା, ବାହାଡ଼ା ଆଦି ଚାରା ଲୋକଙ୍କୁ ବଣ୍ଟନ କରାଯାଇଛି ।

ତିତିପ ଚାରି ଛକଠାରେ ସ୍କୁଲପିଲାଙ୍କ ମଧ୍ୟରେ ଏକ ଗ୍ରୀନ ମାରାଥନ କାର୍ଯ୍ୟକ୍ରମ କରାଯାଇଥିଲା। ଏବେ ବୃକ୍ଷରୋପଣ ଏକ ସଂକଳ୍ପରେ ପରିଣତ ହୋଇଛି ।

-ବନବିହାରୀ ବେହେରା, କୈଳାସ ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri