Posted inଫୁରସତ

ଗ୍ରୀନ୍‌ ପାରିକୁଦ ଅଭିଯାନରେ ହିମାଂଶୁ

ଚିଲିକା ଓ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସର୍ବଦା ବନ୍ୟା,ବାତ୍ୟାପରି ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ରହିଥାଏ। ବିଭିନ୍ନ ସମୟରେ ଘଟୁଥିବା ପ୍ରାକୃତିକ ବିପର୍ଯ୍ୟୟରେ ଏହି ଅଞ୍ଚଳରେ ବୃକ୍ଷଗୁଡ଼ିକର ବ୍ୟାପକ କ୍ଷୟକ୍ଷତି ଯୋଗୁ ଦିନକୁ ଦିନ ବୃକ୍ଷଲତା କମିବାରୁ ପରିବେଶ ସନ୍ତୁଳନରେ ବାଧା ସୃଷ୍ଟି ହେଉଛି । ଏପରିସ୍ଥିତିରେ ପରିବେଶକୁ ସବୁଜ ସୁନ୍ଦର କରିବାର ଚିନ୍ତା ଘାରିଛି ଜଣେ ଯୁବକଙ୍କୁ । ମାତ୍ର ପିଲାଟି ଦିନରୁ ତାଙ୍କର ବିଭିନ୍ନ ବୃକ୍ଷରୋପଣ କରିବା ଅଭ୍ୟାସ ରହିଛି ।

ବୃକ୍ଷରୋପଣ କରି ସେ ସବୁଜ ଦୁନିଆ ଗଢ଼ିବାର ପ୍ରୟାସ ଜାରି ରଖିଛନ୍ତି। ତାଙ୍କ ଗଁା ଚିଲିକା ଅଞ୍ଚଳରେ । ସେ ହେଲେ ହିମାଂଶୁ ଶେଖର ନାୟକ। ପିତାଙ୍କ ନାମ ଉପେନ୍ଦ୍ର ନାୟକ। ମା’ ସୂର୍ଯ୍ୟମଣି। ଘର ପୁରୀ ଜିଲାର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଗୋମୁଣ୍ଡିଆ ଗାଁରେ, ଏକ ସାଧାରଣ ଚାଷୀ ପରିବାରରେ ତାଙ୍କର ଜନ୍ମ। ଏବେ ସେ ଛତିଶଗଡ଼ରେ ଆକ୍ସିସ୍‌ ବ୍ୟାଙ୍କର ଶାଖା ପରିଚାଳକ ଭାବେ କାର୍ଯ୍ୟରତ। ମାତ୍ର ଗାଁକୁ ଆସିଲେ ଗ୍ରାମର ଯୁବକଙ୍କୁ ନେଇ ପରିବେଶ ସୁରକ୍ଷା ସମ୍ପର୍କରେ ବିଭିନ୍ନ ପଦକ୍ଷେପ ନେଇଥାନ୍ତି। ସେ କୁହନ୍ତି, ୨୦୧୩ ମସିହା ଫାଇଲିନରେ ଯେତେବେଳେ ଗାଁକୁ ଆସିଥିଲି ସେହି ସମୟରେ ଦେଖିଲି ଚାରିଆଡ଼ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଗଛଲତା ଉପୁଡ଼ି ଭାଙ୍ଗି ନଷ୍ଟ ହୋଇଯାଇଛି କିନ୍ତୁ ଏପରି ବିପଦରୁ ପ୍ରାଣୀ ଜଗତକୁ ବୃକ୍ଷଗୁଡ଼ିକ ଯୋଦ୍ଧା ପରି ସୁରକ୍ଷା ଦେଇଥାଏ। ମାତ୍ର ଏପରି ପରିସ୍ଥିତି ଦେଖି ଦୁଃଖ ଅନୁଭବ କରିଥିଲି ଏବଂ ବୃକ୍ଷରୋପଣ ପାଇର୍ଁ ଚିନ୍ତା ବି କରିଥିଲି। ୨୦୧୫ ମସିହାରେ ମୋ ପୁଅର ଜନ୍ମଦିନରେ ଭୋଜିଭାତରେ ବିଶେଷ ଅର୍ଥଖର୍ଚ୍ଚ ନ କରି ଗଛଲଗାଇବା ଏକ ପୁଣ୍ୟ କାର୍ଯ୍ୟ ମନେକରି ପ୍ରାୟ୧ଲକ୍ଷଟଙ୍କା ଖର୍ଚ୍ଚରେ ବିଭିନ୍ନ ଫଳଗଛ ଆଣି ଲୋକଙ୍କୁ ବାଣ୍ଟିବା ସହିତ ନିଜେ ବି ଗଛ ଲଗାଇଥିଲି ।
ନିକଟସ୍ଥ ଟୁବୁକା, ସାମନ୍ତରାପୁର, ସାନଅଁଳ, ତିତିପ, ବଡ଼ଝାଡ଼, ନୂଆଗାଁ, ଝାରକଟା, ପଥରକଟା, ଅଁଳାକୁଦ, କୁରୁପାଳ, ମର୍ଦ୍ଦରାଜପୁର, ସିପିଆ, ଗୁରୁବାଇ, ଭବାନୀପୁର, ଜହ୍ନିକୁଦ, ଅଲଣ୍ଡା ଆଦି ପ୍ରାୟ ୨୫ ଖଣ୍ଡଗାଁ ଓ ୩୦ଟି ସ୍କୁଲରେ ପ୍ରାୟ ୫୦ହଜାର ଗଛ ଲଗାଇବା ଓ ଲୋକଙ୍କୁ ଚାରା ବଣ୍ଟନର ପଦକ୍ଷେପ ନେଇଥିଲି। ସେଥିରୁ ପ୍ରାୟ ୨୦ହଜାର ଗଛ ବଞ୍ଚି ରହିଛି। ଏପରି ୫ବର୍ଷ ମଧ୍ୟରେ ପ୍ରାୟ ୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି। କେତେକ ଉତ୍ସାହୀ ଯୁବକଙ୍କୁ ନେଇ ‘ଗ୍ରୀନ ପାରିକୁଦ ଅଭିଯାନ’ ଆରମ୍ଭ କରିଛି । ଏହି ଅଭିଯାନକୁ ସାଧାରଣରେ ଉତ୍ସାହିତ କରାଯାଇଥିଲା। ପ୍ରତିବର୍ଷ ଏପ୍ରିଲ ୧ରୁ ୧୪ତାରିଖ ମଧ୍ୟରେ ବୃକ୍ଷରୋପଣ ପାଇଁ ଆମ୍ବ, ନିମ, ପଣସ, ଲେମ୍ବୁ, ପିଜୁଳି, ଡାଳିମ୍ବ, କମଳା, ବେଲ, ଦେବଦାରୁ ଆଦି ବିଭିନ୍ନ ଚାରାକୁ ଅଟୋରିକ୍ସାରେ ଆଣି ଗାଁଗୁଡ଼ିକରେ ମାଗଣାରେ ବଣ୍ଟନ କରାଯାଇଛି। ସ୍ଥାନୀୟ ସ୍କୁଲ, ଗାଁ ରାସ୍ତା କଡ଼ ଓ ପଡ଼ିଆ ଜାଗାରେ ବୃକ୍ଷରୋପଣ କରାଯାଇ ତା’ର ସୁରକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜଙ୍ଗଲ ବିଭାଗ କର୍ମଚାରୀମାନେ ବି ସହଯୋଗ କରିଥାନ୍ତି। ଚଳିତବର୍ଷ ନିଜ ବାରିରେ ପକାଇଥିବା ପ୍ରାୟ୧୫ହଜାର ଲେମ୍ବୁ, ବେଲ, ଅଁଳା, ହରିଡ଼ା, ବାହାଡ଼ା ଆଦି ଚାରା ଲୋକଙ୍କୁ ବଣ୍ଟନ କରାଯାଇଛି ।

ତିତିପ ଚାରି ଛକଠାରେ ସ୍କୁଲପିଲାଙ୍କ ମଧ୍ୟରେ ଏକ ଗ୍ରୀନ ମାରାଥନ କାର୍ଯ୍ୟକ୍ରମ କରାଯାଇଥିଲା। ଏବେ ବୃକ୍ଷରୋପଣ ଏକ ସଂକଳ୍ପରେ ପରିଣତ ହୋଇଛି ।

-ବନବିହାରୀ ବେହେରା, କୈଳାସ ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ବୈଜ୍ଞାନିକଙ୍କ ଆକଳନଠାରୁ ଦ୍ରୁତଗତିରେ ସଙ୍କୁଚିତ ହେଉଛି ବୁଧ

କେପ୍‌ କାନାଭେରାଲ,୧୨ା୯: ଆମ ସୌରମଣ୍ଡଳର ସବୁଠାରୁ ଛୋଟ ଏବଂ ସୂର୍ଯ୍ୟର ସବୁଠାରୁ ନିକଟତର ଗ୍ରହ ‘ବୁଧ’କୁ ନେଇ ଏକ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ବୈଜ୍ଞାନିକମାନଙ୍କ ଆକଳନ…

ଫିଟିଲା ‘ଡାର୍କ ଏନର୍ଜି’ର ଗୁମର! ଚମକାଇଲା ବୈଜ୍ଞାନିକଙ୍କ ତଥ୍ୟ; ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୧।୯: ବ୍ରହ୍ମାଣ୍ଡର କ୍ରମାଗତ ଦ୍ରୁତ ପ୍ରସାରଣର କାରଣ ବୋଲି ଧରାଯାଉଥିବା ‘ଡାର୍କ ଏନର୍ଜି’ (Dark Energy) ଏବେ ପ୍ରଶ୍ନବାଚୀ ଘେରରେ। ଏକ ନୂତନ ଗବେଷଣାରେ ୧,୭୦୦ରୁ ଅଧିକ…

ମହାକାଶରେ ବଡ଼ ହଲଚଲ! ବୁଧ ଗ୍ରହରେ ବିରାଟ ଫାଟ, ବୈଜ୍ଞାନିକ ଦେଲେ ଚେତାବନୀ…

ନୂଆଦିଲ୍‌ଲୀ,୧୧।୯: ବୁଧ ଯେତିକି ସଙ୍କୁଚିତ ହୋଇଛି, ଏହାର ପୃଷ୍ଠଭାଗରେ ସେତିକି ଫାଟ ସୃଷ୍ଟି ହୋଇଛି। ଆରବ ବର୍ଷ ଧରି ହୋଇଥିବା ଧକ୍କା କାରଣରୁ ସୃଷ୍ଟି ହୋଇଥିବା ଗର୍ତ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?