Posted inଖେଳ

ଗୌଡ଼ାଙ୍କ ପାଇଁ ଟ୍ରାଏଲ ତାରିଖ ଧାର୍ଯ୍ୟ ହୋଇନି

ନୂଆଦିଲ୍ଲୀ, ୧୬ା୨ (ପି.ଟି.)- କାମ୍ବାଲା ରେସର୍‌ ଶ୍ରୀନିବାସ ଗୌଡ଼ାଙ୍କ ଟ୍ରାଏଲ ପାଇଁ ପ୍ରକୃତ ଦିନ ଧାର୍ଯ୍ୟ ହୋଇନାହିଁ। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ର ବେଙ୍ଗାଲୁରୁସ୍ଥିତ ସେଣ୍ଟରଠାରେ ତାଙ୍କର ଦକ୍ଷତା ଆକଳନ କରାଯିବ। ଖବର ଅନୁସାରେ, ବେଙ୍ଗାଲୁରୁସ୍ଥିତ ସାଇ ସେଣ୍ଟରଠାରେ ସେ ସୋମବାର ପହଞ୍ଚତ୍ବେ ବୋଲି ଆଶା କରାଯାଉଛି। ପ୍ରକୃତ ଟ୍ରାଏଲ ପୂର୍ବରୁ ଗୌଡ଼ାଙ୍କୁ ଦିନେ ଅବା ଦୁଇଦିନ ବିଶ୍ରାମ ସହିତ ଅଭ୍ୟାସ ପାଇଁ ସମୟ ଦିଆଯିବ। କର୍ନାଟକରେ ପାରମ୍ପରିକ ମଇଁଷି ଦୌଡ଼ ପ୍ରତିଯୋଗିତାରେ ୨୮ ବର୍ଷୀୟ କାମ୍ବାଲା ଜକି ଗୌଡ଼ା ୧୦୦ ମିଟର ଦୂରତାକୁ ୯.୫୫ ସେକେଣ୍ଡ ଟାଇମିଂରେ ଅତିକ୍ରମ କରିଥିଲେ। ଏହାର ଭିଡିଓ କ୍ଲିପିଂ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି। ମୁଦାବିଦ୍ରି ବାସିନ୍ଦା ଗୌଡ଼ା ହେଉଛନ୍ତି ଜଣେ କନଷ୍ଟ୍ରକଶନ ଓ୍ବାର୍କର। ମାଙ୍ଗାଲୁରୁ ନିକଟବର୍ତ୍ତୀ ଆଇକାଲା ଗ୍ରାମରେ ଅନୁଷ୍ଠିତ କାମ୍ବାଲାରେ ସେ ମାତ୍ର ୧୩.୬୨ ସେକେଣ୍ଡରେ ୧୪୫ ମିଟର ଦୂରତା ଅତିକ୍ରମ କରିଥିଲେ। ସେ ତାଙ୍କର ପ୍ରଥମ ୧୦୦ ମିଟରକୁ ୯.୫୫ ସେକେଣ୍ଡରେ ଶେଷ କରିଥିଲେ। ସୋସିଆଲ ମିଡିଆରେ କେତେଜଣ ଗୌଡ଼ାଙ୍କୁ ଏକାଧିକଥର ଅଲିମ୍ପିକ ସ୍ବର୍ଣ୍ଣ ଜିତିଥିବା ଉସେନ ବୋଲ୍ଟଙ୍କ ସହିତ ତୁଳନା କରିଥିଲେ। ବୋଲ୍ଟଙ୍କ ନାମରେ ୯.୫୮ ସେକେଣ୍ଡ ଟାଇମିଂରେ ୧୦୦ ମିଟର ବିଶ୍ୱ ରେକର୍ଡ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ…

ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କଲେ ଲିଓନେଲ ମେସି: କହିଲେ- ଏହି କାରଣ ପାଇଁ…

ନୂଆଦିଲ୍ଲୀ, ୩୧।୮: ଫୁଟବଲ ଜଗତର ପ୍ରଶଂସକଙ୍କ ପାଇଁ ଆସିଛି ବଡ଼ ଖବର। ଆର୍ଜେଣ୍ଟିନାର ମହାନ ଫୁଟବଲର୍‌ ଲିଓନେଲ ମେସି ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଏଣିକି…

ବୈଭବଙ୍କ ବୋଲିଂ ଆକ୍ସନ ଦେଖି ଯୁବରାଜଙ୍କ ମଜାଦାର କମେଣ୍ଟ, କହିଲେ ଏମିତି…ପଡିଗଲା ଚହଳ

ନୂଆଦିଲ୍ଲୀ, ୩୧।୮: ଭାରତୀୟ କ୍ରିକେଟର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ୨୦୨୬ ଦୁଲୀପ ଟ୍ରଫିରେ ନିଜ ପ୍ରତିଭାର ଝଲକ ଦେଖାଉଛନ୍ତି। ମାତ୍ର ୧୫ ବର୍ଷ ବୟସର…

ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାକୁ ଯାଉଥିଲେ ବୈଭବ, ହେଲେ…

ନୂଆଦିଲ୍ଲୀ,୩୧।୮: ଦୁଲୀପ ଟ୍ରଫି ସେମିଫାଇନାଲରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ପୁଣିଥରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି। ଇଷ୍ଟ ଜୋନ ପକ୍ଷରୁ ସେଣ୍ଟ୍ରାଲ ଜୋନ ବିପକ୍ଷରେ…

ଧୋନୀ ମାଗୁଛନ୍ତି ୨୫% ଅଂଶଧନ! ଏମିତି ଜବାବ ଦେଲା CSK

ନୂଆଦିଲ୍ଲୀ,୩୧।୮: ଏମଏସ ଧୋନୀ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଥିବା ସମ୍ପର୍କକୁ ଆଇପିଏଲର ସବୁଠାରୁ ସ୍ବତନ୍ତ୍ର ସମ୍ପର୍କ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଧୋନୀଙ୍କ…

ବୈଭବଙ୍କ ବଡ଼ କାରନାମା: ନାଁରେ କଲେ ଏମିତି ରେକର୍ଡ ଯାହା ଇତିହାସରେ କେହି କରିନଥିଲେ!

ନୂଆଦିଲ୍ଲୀ, ୩୧।୮: ମାତ୍ର ୧୫ ବର୍ଷ ବୟସରେ ଭାରତୀୟ କ୍ରିକେଟରେ ଲଗାତାର ରେକର୍ଡ କରି ଚାଲିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏବେ ଦୁଲୀପ ଟ୍ରଫି ୨୦୨୬ର ସେମିଫାଇନାଲରେ ଆଉ…

୫ ବର୍ଷ ପରେ ଟିମ୍‌ଇଣ୍ଡିଆକୁ ଫେରିପାରନ୍ତି ଏହି ୩୫ ବର୍ଷୀୟ ବୋଲର୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୯।୮: ଗତ ପାଞ୍ଚ ବର୍ଷ ଧରି ଭାରତୀୟ ଦଳରୁ ବାହାରେ ଥିବା କୃଣାଲ ପାଣ୍ଡ୍ୟା ପୁଣି ଦଳକୁ ଫେରିପାରନ୍ତି। ଦଳ ପରିଚାଳନା ନିୟମିତ ଭାବରେ ନୂତନ ଖେଳାଳିଙ୍କ…

୧୫ ବର୍ଷରେ ବୈଭବ ସୂର୍ଯ୍ୟବଂଶୀଙ୍କ ୭ଟି ବଡ଼ ରେକର୍ଡ: ଭାଙ୍ଗିବା ପ୍ରାୟ ଅସମ୍ଭବ! ବଡ଼ ବଡ଼ କ୍ରିକେଟର ଫଡିବେ ଫିକା

ନୂଆଦିଲ୍ଲୀ,୩୧।୮: ବୟସ ମାତ୍ର ୧୫ ବର୍ଷ। କିନ୍ତୁ କ୍ରିକେଟ ମଇଦାନରେ ରେକର୍ଡ ପରେ ରେକର୍ଡ କରି ଚର୍ଚ୍ଚାରେ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ। ଅତ୍ୟନ୍ତ କମ ବୟସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri