ଗୋପାଳଙ୍କ ଭାଇଙ୍କୁ ଉଠାଇ ନେଲା କ୍ରାଇମ୍‌ବ୍ରାଞ୍ଚ

ବ୍ରହ୍ମପୁର ଅଫିସ,୧।୨: ପୋଲିସ ଗୁଳିରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଚାଲିଛି। ମଙ୍ଗଳବାର କ୍ରାଇମବ୍ରାଞ୍ଚ ଡିଏସ୍‌ପି ଶିଶିର ମିଶ୍ରଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ବ୍ରହ୍ମପୁର ଆସି ଦୁଇଟି ପର୍ଯ୍ୟାୟରେ ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଥିଲା। ପରେ ଗୋପାଳଙ୍କ ଭାଇ ସତ୍ୟନାରାୟଣ ଦାସଙ୍କୁ ଉଠାଇ ନେଇ କୌଣସି ଏକ ନିର୍ଜନ ସ୍ଥାନରେ ରଖି ଜେରା କରୁଥିବା ସୂଚନା ମିଳିଛି।
କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଆଙ୍କୋଲି ଶିଳ୍ପାଞ୍ଚଳରେ ଥିବା ଗୋପାଳଙ୍କ ଘର ଏବଂ ଜଳେଶ୍ୱରଖଣ୍ଡିରେ ଥିବା ପୈତୃକ ଘରକୁ ଆସିଥିଲେ। ଶିଳ୍ପାଞ୍ଚଳସ୍ଥିତ ଘରେ ତାଲା ପଡିଥିବା ବେଳେ ଜଳେଶ୍ୱରଖଣ୍ଡି ପୈତୃକ ଘରେ ଗୋପାଳଙ୍କ ପରିବାର ଲୋକ ରହୁଥିବାରୁ ଟିମ୍‌ ସେଠାକୁ ଯାଇଥିଲା। ଗୋପାଳଙ୍କ ଘରକୁ ଲାଗି ତାଙ୍କ ବଡ଼ଭାଇ ସତ୍ୟନାରାୟଣଙ୍କ ଘର। ସତ୍ୟ ବ୍ରଜରାଜନଗରରେ ଏକ ହୋଟେଲ ଖୋଲିଥିଲେ। କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ପ୍ରଥମେ ଗୋପାଳଙ୍କ ଘରକୁ ଯାଇ ତାଙ୍କ ସ୍ତ୍ରୀ ଜୟନ୍ତୀଙ୍କୁ ପଚରାଉଚରା କରିଥିଲା। ଗୋପାଳ ମାନସିକ ରୋଗ ପାଇଁ କେତେଦିନ ହେଲା ମେଡିସିନ ଖାଉଥିଲେ, କେଉଁଠି ଚିକିତ୍ସା ହେଉଥିଲେ ଏବଂ ତାଙ୍କର ମାନସିକ ରୋଗ ଅଛି ବୋଲି ପରିବାର ଲୋକ କିପରି ଜାଣିଲେ, ଏଭଳିି ଅନେକ ପ୍ରଶ୍ନ ଜୟନ୍ତୀଙ୍କୁ ପଚରାଯାଇଥିଲା। ସେ ପ୍ରାୟ ସବୁ ପ୍ରଶ୍ନର ଉତ୍ତର ଦେଇଥିବା ସୂଚନା ମିଳିଛି। ପରେ କ୍ରାଇମ୍‌ବ୍ରାଞ୍ଚ ଗୋପାଳଙ୍କ ଭାଉଜ ଏବଂ ପୁତୁରାଙ୍କୁ ମଧ୍ୟ ଜେରା କରିଥିଲା। ଗୋପାଳଙ୍କ ସହ ସେମାନଙ୍କର ସମ୍ପର୍କ କିଭଳି ଥିଲା, କାହାପାଇଁ ଚାକିରି କରାଇ ଦେବାକୁ କାହାକୁ ସୁପାରିସ କରୁଥିଲେ କି ପଚରାଯାଇଥିଲା। ଗୋପାଳଙ୍କ ଝିଅ ପ୍ରିୟଙ୍କା ଅନ୍ୟଜଣେ ସମ୍ପର୍କୀୟଙ୍କ ଘରେ ଥିବାରୁ ତାଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଟିମ୍‌ ଡକାଇ ପଚରାଉଚରା କରି ଫେରିଥିଲା। ଅପରାହ୍ନ ପ୍ରାୟ ୪ଟାରେ କ୍ରାଇମବ୍ରାଞ୍ଚ ଟିମ୍‌ ପୁଣି ଆସି ଗୋପାଳଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବା ପରେ ତାଙ୍କ ଭାଇ ସତ୍ୟନାରାୟଣଙ୍କୁ ଉଠାଇ ନେଇଥିଲା ।
ସୂଚନାଯୋଗ୍ୟ, ସତ୍ୟନାରାୟଣ ପୂର୍ବରୁ ଟ୍ୟାକ୍ସ କଲେକ୍ଟର ଭାବେ ବ୍ରହ୍ମପୁର ମହାନଗର ନିଗମରେ ଚାକିରି କରୁଥିଲେ। ତାଙ୍କ ନାମରେ ଆର୍ଥିକ ଅନିୟମିତତା ଅଭିଯୋଗ ଆସିବା ପରେ ଲାଇବ୍ରେରିଆନ ଭାବେ ଦାୟିତ୍ୱ ଦେଇଥିଲା ବିଇଏମସି। ବିଇଏମ୍‌ସିରୁ ଅବସର ନେଇ ଝାରସୁଗୁଡ଼ା ଜିଲା ବ୍ରଜରାଜନଗରରେ ଏକ ହୋଟେଲ ଖୋଲିଥିଲେ। ସେଠାରେ ଭାଇ ଗୋପାଳ ବି ରହୁଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ହତ୍ୟା ଘଟଣାର ଦିନକ ପୂର୍ବରୁ ସତ୍ୟନାରାୟଣ ବ୍ରହ୍ମପୁର ପଳାଇ ଆସିଥିଲେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

ବିନା ଫିଟନେସ୍‌, ବୀମା , ପରମିଟ୍‌ରେ ଗାଡ଼ି ଚଳାଇଲେ ହେବ ଜବତ; STAର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ୭।୭: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) କଠୋର ଆଭିମୁଖ୍ୟ ଗ୍ରହଣ…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri