ଗୁରୁବେଡାରେ ୨ ହାତୀ ମୃତ୍ୟୁ ଘଟଣା: ୩ ଅଭିଯୁକ୍ତ ଗିରଫ, ମିଳୁନି ହାତୀ ଦାନ୍ତ

ବଡ଼ବିଲ/ଯୋଡ଼ା,୧୯।୬(ଡି.ଏନ୍‌.ଏ/ସ୍ବ.ପ୍ର)-କେନ୍ଦୁଝର ଜିଲା ଚମ୍ପୁଆ ଫରେଷ୍ଟ ରେଞ୍ଜର ଗୁରୁବେଡା ବୈତରଣୀ(ଖ)ସଂରକ୍ଷିତ ଜଙ୍ଗଲରେ୨ ହାତୀଙ୍କ ମୃତ୍ୟୁ ଘଟଣାରେ ଶୁକ୍ରବାର ୩ ଅଭିଯୁକ୍ତ ବନବିଭାଗ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହାପରେ ବିନବିଭାଗ ସେମାନଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗୁରୁବେଡା ଭୋଳବେ ଗ୍ରାମର ଶ୍ରୀଧର ମୁଣ୍ଡା, ବିନ୍ଦରାଇ ମୁଣ୍ଡା ଓ ମାତଲୁ ମୁଣ୍ଡା। ଅନ୍ୟପଟେ ଅଭିଯୁକ୍ତଙ୍କ ନିକଟରୁ ହାତୀ ଦାନ୍ତ ଉଦ୍ଧାର କରିପାରିନି ବନବିଭାଗ। ଯାହାକି ବନବିଭାଗର ମୁଣ୍ଡ ବିନ୍ଧାର କାରଣ ପାଲଟିଛି।
ଅଭିଯୁକ୍ତମାନେ କହିଛନ୍ତି, ଗତ ଶନିବାର ରାତିରେ ସେମାନେ ବାର୍‌ହା ଶିକାର ପାଇଁ ଜଙ୍ଗଲରେ ବିଦ୍ୟୁତ୍‌ ତାର ବିଛାଇଥିଲେ। ରବିବାର ଭୋର ସମୟରେ ଜଙ୍ଗଲକୁ ତାର ଫିଟାଇବାକୁ ଯାଇ ଦେଖିଲାବେଳକୁ ଉକ୍ତ ତାର ସଂସ୍ପର୍ଶରେ ଆସି ୨ଟି ହାତୀ ମୃତ୍ୟୁବରଣ କରିଥିଲେ। ପରେ ମୃତ ହାତୀ ଦ୍ୱୟଙ୍କୁ ଦେଖି ଭୟଭୀତ ହୋଇ ସେଠାରୁ ଚାଲିଯାଇଥିଲେ। ହାତୀ ଦାନ୍ତ ବିଷୟରେ ଆମକୁ କିଛି ଜଣା ନାହିଁ ବୋଲି ଅଭିଯୁକ୍ତମାନେ ପ୍ରକାଶ କରିଛନ୍ତି। ଏ ନେଇ କେନ୍ଦୁଝର ଡିଏଫଓ ସନ୍ତୋଷ ଯୋଶୀ କହିଛନ୍ତି, ତଦନ୍ତ ଚାଲିଛି। ଦାନ୍ତ ଉଦ୍ଧାର ପାଇଁ ଚେଷ୍ଟା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ଦାବି

କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ଛକରେ ଏକ ଠିପିବନ୍ଦ ମଦ ଦୋକାନ ପୁଣିଥରେ ଖୋଲିବାକୁ ନେଇ…

କନ୍ଧମାଳ ସମସ୍ୟା ନେଇ ‘ବିଚାର ମନ୍ଥନ’, ସରକାରଙ୍କ ନିକଟରେ ଦାବି ରଖିବାକୁ ନିଷ୍ପତ୍ତି

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହନୁମାନ ମନ୍ଦିର ପ୍ରାଙ୍ଗଣସ୍ଥିତ ସଭାଗୃହରେ ସୋମବାର ‘ବିଚାର ମନ୍ଥନ’ ନାମରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲାର…

୧୭ରେ ମୋଦିଙ୍କ ଜନ୍ମଦିନ, ଆଶୀର୍ବାଦର ଦୀପ ଜାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର,୧୪।୯: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ‘ଆଶୀର୍ବାଦର ଦୀପ’ ଜାଳିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ନେରେଡି ବ୍ୟାରେଜ ବିବାଦ: ‘ବଂଶଧାରା ବଞ୍ଚାଅ, ଓଡ଼ିଶା ବଞ୍ଚାଅ’ ଦାବିରେ ନୀରବ ସତ୍ୟାଗ୍ରହ

ଗୁଣପୁର,୧୪ା୯(ସୁଜାତା ପାଢ଼ୀ): ବଂଶଧାରା ନଦୀ ତଳମୁଣ୍ଡରେ ପ୍ରସ୍ତାବିତ ନେରେଡି ବ୍ୟାରେଜ ପାଇଁ ଓଡ଼ିଶାର ୧୦୬ ଏକର ସରକାରୀ ଜମି ଆନ୍ଧ୍ରପ୍ରଦେଶକୁ ହସ୍ତାନ୍ତର ପ୍ରସଙ୍ଗକୁ ବିରୋଧ କରି ଦଣ୍ଡକାରଣ୍ୟ…

ଗଣେଶ ଚତୁର୍ଥୀ ପୂର୍ବରୁ ଜନ୍ମ ନେଲା ହାତୀ ଛୁଆ, କେନ୍ଦୁଝରରେ ଖୁସିର ଲହରୀ

କେନ୍ଦୁଝର,୧୪।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ଦିନ କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜର ବାଲିବନ୍ଧ ସେକ୍ସନ୍‌ରେ ଏକ ନୂତନ ହାତୀ ଛୁଆ ଜନ୍ମ ହୋଇଛି । ଗଣେଶ…

ମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ବଜାରକୁ ଆସିବ ଓମ୍‌ଫେଡ ଆଇସକ୍ରିମ୍ ଓ ପାଣି

ଭୁବନେଶ୍ବର,୧୪ା୯: ଓଡ଼ିଶାର ଲୋକପ୍ରିୟ ଦୁଗ୍ଧ କମ୍ପାନୀ ଓମ୍‌ଫେଡ୍‌ ଏଣିକି ଆଇସକ୍ରିମ୍ ଓ ପାଣି ମଧ୍ୟ ବଜାରକୁ ଆଣିବାକୁ ଯୋଜନା କରୁଛି । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?