Posted inଖେଳ

ଗାଙ୍ଗୁଲିଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ତୁଳନା କଲେ ଅଖତର

କରାଚୀ,୧୮।୧୦- ପୂର୍ବତନ ପାକିସ୍ତାନ ସ୍ପିଡ୍‌ଷ୍ଟାର ଶୋଏବ ଅଖତର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ନୂଆ ଅଧ୍ୟକ୍ଷ ହେବାକୁ ଯାଉଥିବା ସୌରଭ ଗାଙ୍ଗୁଲିଙ୍କୁ ସମର୍ଥନ କରିଛନ୍ତି। ଏହା ଏକ ଭଲ ଖବର କହିବା ସହ ଗାଙ୍ଗୁଲିଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ତୁଳନା କରିବାକୁ ପଛାଇ ନାହାନ୍ତି। ପ୍ରଥମତଃ ଗାଙ୍ଗୁଲି ସର୍ବଦା ନୂଆ ପ୍ରତିଭା ଉପରେ ବିଶ୍ୱାସ କରନ୍ତି। ଦ୍ୱିତୀୟଟି ହେଲା ସେମାନଙ୍କୁ ସୁଯୋଗ ଦିଅନ୍ତି। ଏହା ଇମ୍ରାନ ପାକିସ୍ତାନ ଦଳ ପାଇଁ କରିଥିଲେ। ଗାଙ୍ଗୁଲି ଅଧିନାୟକ ହେବା ପରେ ଭାରତୀୟ ଦଳର ପରିବର୍ତ୍ତନ ଅତୁଳନୀୟ ଥିଲା। ମୁଁ କଦାପି ଚିନ୍ତା କରି ନ ଥିଲି ଭାରତ ପାକିସ୍ତାନକୁ ହରାଇ ଦେବ। କିନ୍ତୁ ଗାଙ୍ଗୁଲି ସବୁ ବଦଳାଇ ଦେଲେ। ସେ ଅଧିନାୟକ ହେବା ପରେ ବୀରେନ୍ଦ୍ର ସେହ୍ବାଗ, ଯୁବରାଜ ସିଂ, ଜାହିର ଖାନଙ୍କ ଭଳି ବହୁ ଯୁବ ଖେଳାଳିଙ୍କୁ ଦଳକୁ ଆଣିଥିଲେ ବୋଲି ଅଖତର ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ୍‌ କରିଥିବା ଏକ ଭିଡିଓରେ କହିଛନ୍ତି। ୪୪ ବର୍ଷୀୟ ଅଖତର ଆହୁରି କହିଛନ୍ତି, ଗାଙ୍ଗୁଲିଙ୍କ କ୍ରିକେଟ ସମ୍ପର୍କିତ ଜ୍ଞାନ ରହିଛି। ସେ ଟ୍ୟାଲେଣ୍ଟ ଯୁବ ଖେଳାଳିଙ୍କ ଉପରେ ନଜର ରଖନ୍ତି, ଯାହାକି ଭାରତୀୟ କ୍ରିକେଟ ଦଳର ଉନ୍ନତି କରିବ। ଗାଙ୍ଗୁଲିଙ୍କ ସହ କୋଲକାତା ନାଇଟ ରାଇଡର୍ସ ପାଇଁ ଖେଳୁଥିବାବେଳର କିଛି ଭଲ ସ୍ମୃତି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

ବାଗାନ ମୁକାବିଲା ପାଇଁ ଓଡ଼ିଶା ଏଫ୍‌ସି ପ୍ରସ୍ତୁତ

ଭୁବନେଶ୍ୱର, ୨୩।୪ (ତପନ ସ୍ବାଇଁ): ଇତିହାସ ସୃଷ୍ଟି ହୋଇସାରିଛି। ଓଡ଼ିଶା ଏଫ୍‌ସି ପ୍ରଥମ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସେମିଫାଇନାଲରେ ପ୍ରବେଶ କରିଛି।...

ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା କୋହଲିଙ୍କୁ ପଡ଼ିଲା ମହଙ୍ଗା, ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୨।୪: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ରବିବାର ଏକ ମ୍ୟାଚ ହୋଇଥିଲା। ଯେଉଁଥିରେ କେକେଆର୍‌ ୧ ରନ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri