ଗାଈ ଗୁହାଳରେ ପଦ୍ମଶ୍ରୀ ପଟ୍ଟାୟତଙ୍କ ପରିବାର

ଭବାନୀପାଟଣା,୩୦।୧(ସ୍ବ.ପ୍ର.):ବଣ ମଲ୍ଲି ଆଉ ବଣରେ ଶୋଭା ପାଉନି, ଏବେ ଘରେ ମଧ୍ୟ ଏହି ବଣମଲ୍ଲି ଶୋଭା ବଢ଼ାଉଛି। ୩ ହଜାରରୁ ଊଦ୍ଧର୍‌ବ ଔଷଧୀୟ ବୃକ୍ଷ ରୋପଣ କରି ୨୦୨୧ ସେପ୍ଟେମ୍ବର ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନକି ବାତରେ ସେ ସ୍ଥାନ ପାଇ ସାରା ଭାରତୀୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏବେ ପଦ୍ମଶ୍ରୀ ପୁରସ୍କାର ପାଇବା ପାଇଁ ସେ ମନୋନୀତ ହୋଇଛନ୍ତି। କଳାହାଣ୍ଡି ଜିଲାରୁ ପ୍ରଥମ ବ୍ୟକ୍ତି ଭାବେ ପଟାୟତ ସାହୁ ପଦ୍ମଶ୍ରୀ ପୁରସ୍କାର ନିମନ୍ତେ ମନୋନୀତ ହୋଇଥିବା ଖବର ପ୍ରଚାରିତ ହେବା ପରେ ଖୁସିର ଲହରି ଖେଳିଯାଇଛି। ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।
ନାନ୍ଦୋଲ ଗ୍ରାମର ସ୍ବର୍ଗତ ହରି ସାହୁଙ୍କ ପୁଅ ପଟ୍ଟାୟତ କୁମାର ସାହୁ (୭୦)। ପରିବାର କହିଲେ ସ୍ତ୍ରୀ ଗାୟତ୍ରୀ ୨ ପୁଅ ରାଜକିଶୋର ଓ ଶୁଶାନ୍ତ ସାହୁ। ଝିଅ ଏବଂ ବଡ଼ପୁଅକୁ ମଧ୍ୟ ବିବାହ କରାଇଛନ୍ତି। ପଟ୍ଟାୟତ ୧୯୭୦-୭୧ରେ ନନ୍ଦୋଳ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରିଥିଲେ। ପରେ ସପ୍ତମରୁ ଦଶମ ଶ୍ରେଣୀ ଜୁନାଗଡ଼ ହାଇସ୍କୁଲରେ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ବଲାଙ୍ଗୀର ଜିଲାର ରାଜେନ୍ଦ୍ର କଲେଜରେ ଇଣ୍ଟରମିଡ଼ିଏଟ ପାଠ ପଢ଼ୁଥିବା ବେଳେ ପରୀକ୍ଷା ନିମନ୍ତେ ଫର୍ମ ପୁରଣ ପାଇଁ ଟଙ୍କା ଦେଇ ପାରି ନ ଥିଲେ। ଫଳରେ ସେ ପରୀକ୍ଷାରୁ ବଞ୍ଚତ୍ତ ହେବା ସହ ପାଠପଢ଼ାରୁ ମଧ୍ୟ ବିରତି ନେଇଥିଲେ। ପଟ୍ଟାୟତ ଆଗରୁ ନାନ୍ଦୋଳ ପ୍ୟାକ୍ସ ଅଫିସରେ ସେଲସମ୍ୟାନ ଭାବେ କାର୍ଯ୍ୟ କରୁଥିଲେ। ବାପା, ଅଜା ଅମଳରୁ ସେ ଔଷଧୀୟ ବୃକ୍ଷ ରୋପଣ ଜାଣିଥିବା ବେଳେ ସପ୍ତମ ଶ୍ରେଣୀ ପଢ଼ୁଥିବା ବେଳେ କୃଷି ବିଜ୍ଞାନ ବହି ହିଁ ଔଷଧୀୟ ବୃକ୍ଷ ରୋପଣ ଓ ବୈଦ୍ୟ ହେବା ପାଇଁ ପ୍ରେରଣା ଯୋଗାଇଥିଲା। ଗତ ୪୦ ବର୍ଷ ହେବ ୬୫ ଡିସିମିଲ ଜାଗାରେ ୩ ହଜାରରୁ ଊର୍ଦ୍ଧ୍ୱ ଔଷଧିୟ ବୃକ୍ଷ ଲଗାଇଛନ୍ତି ଓ ନିଜେ ବୈଦ୍ୟକାମ ମଧ୍ୟ କରୁଛନ୍ତି। ୨୦୦୫ରେ ପ୍ରକୃତିବନ୍ଧୁ ପୁରସ୍କାର ପାଇଥିଲେ। ଏହି ଔଷଧୀୟ ବୃକ୍ଷ ଅନ୍ୟ ରାଜ୍ୟ, ଅନ୍ୟ ଦେଶରୁ ମଧ୍ୟ ବିଭିନ୍ନ ଉପାୟରୁ ଆଣି ନିଜ ବଗିଚାରେ ରୋପଣ କରିଛନ୍ତି। ସରକାରୀ ଭାବେ ତାଙ୍କୁ କୌଣସି ସହାୟତା ମିଳୁନାହିଁ । ପଟ୍ଟାୟତଙ୍କ ଘର ନ ଥିବା ବେଳେ ଗାଈ ଗୁହାଳକୁ ରୂପାନ୍ତରିତ କରି ସେଥିରେ ରହୁଛନ୍ତି। ପଟ୍ଟାୟତ ଔଷଧୀୟ ବୃକ୍ଷ ଲଗାଇବା ସହିତ ବୈଦ୍ୟ କାମ କରିଥାନ୍ତି। ସେହି ଛୋଟିଆ କୋଠରୀ ମଧ୍ୟରେ ଲୋକଙ୍କୁ ସେବା ଯୋଗାଇ ଦେଇଥାନ୍ତି। ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ସାମିଲ କରାଯାଇ ନାହିଁ। କେବଳ ପଟ୍ଟାୟତଙ୍କ ପାଇଁ ପ୍ରତିଶ୍ରୁତି ହିଁ ସହାନୁଭୂତି ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନକି ବାତରେ ତାଙ୍କ ନାମ କହିବା ପରେ ତାଙ୍କ ଦୁଆରେ ମାଳ ମାଳ ରାଜନେତା, ପ୍ରଶାସନ ରୂଣ୍ଡ ହୋଇ ତାଙ୍କ ସହିତ ଫଟୋ ଉଠାଇଥିଲେ। ପରେ ସାହୁଙ୍କୁ ଭୁଲି ଯାଇଥିଲେ। ଏବେ ପଦ୍ମଶ୍ରୀ ସମ୍ମାନରେ ନାମ ଘୋଷଣା ହେବା ପରେ ପୁଣିଥରେ ନାନ୍ଦୋଲ ଗ୍ରାମ ଚଞ୍ଚଳ ହୋଇଥିବା ବେଳେ ପଟ୍ଟାୟତଙ୍କ ଘରେ ମାଳ ମାଳ ରାଜନେତା ଓ ପ୍ରଶାସନର ଅଧିକାରୀମାନଙ୍କୁ ଦେଖିବାକୁ ମିଳୁଛି। ପଦ୍ମଶ୍ରୀ ପାଇବା ପରେ ସେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହ ଆୟୁର୍ବେଦକୁ କେନ୍ଦ୍ର ସରକାରଙ୍କ ସ୍ବୀକୃତି ମିଳିଛି ବୋଲି କହିଛନ୍ତି। ଆଗାମୀ ଦିନରେ ସେ ଏହାକୁ ଆହୁରି ବ୍ୟାପକ କରିବେ ବୋଲି ପଟ୍ଟାୟତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri