ଗାଁ ମଶାଣିରେ ଶବକୁ ଜାଗା ନ ମିଳିବା ଘଟଣା: ଶୁଦ୍ଧିକ୍ରିୟାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ, ବିଧାୟକ

ସଜନାଗଡ଼, ୧୬।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଡାହିସାହି ଗ୍ରାମର ଜଗନ୍ନାଥ ରଣା ନାମକ ଯୁବକ ଥଣ୍ଡାଜ୍ୱରରେ ପୀଡ଼ିତ ହୋଇ ଗତ ୫ ତାରିଖରେ ମୃତ୍ୟୁବରଣ କରିଥିଲେ। ଏକମାତ୍ର ପୁଅକୁ ହରାଇ ତାଙ୍କ ମା’ କମଳିନୀ ଏବେ ବେସାହାର ହୋଇପଡ଼ିଛନ୍ତି। ପୁଅ ଶବ ସଂସ୍କାର ପାଇଁ ତାଙ୍କ ପାଖରେ କାଣି କଉଡିଟିଏ ନ ଥିବାରୁ ସେ ଓ ତାଙ୍କ ସମ୍ପର୍କୀୟମାନେ ମଶାଣିରେ ପୋତିଦେବାକୁ ସ୍ଥିର କରିଥିଲେ। ହେଲେ ଗ୍ରାମର କେତେଜଣ ବ୍ୟକ୍ତି ଏହାକୁ ବାରଣ କରିବାରୁ ଶେଷରେ ତାଙ୍କ ସମ୍ପର୍କୀୟମାନେ ଏକ ରିକ୍ସା ଯୋଗେ ୩କି.ମି. ପର୍ଯ୍ୟନ୍ତ ବୋହିନେବା ପରେ ପାହାଡ଼ ପାଦଦେଶରେ ପୋତିଥିଲେ। ସ୍ଥାନୀୟ ସରପଞ୍ଚ ମୃତ୍ୟୁର ଦୁଇଦିନ ପରେ ଦୁଇହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ। ରବିବାର ଥିଲା ତାଙ୍କର ଏକାଦଶାହ। ଆର୍ଥିକ ଅନଟନ ମଧ୍ୟରେ ଅସହାୟ ମା’ କ୍ରିୟାକର୍ମ କରିବାକୁ ଯାଉଥିବାବେଳେ ଖବରପାଇ କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ସ୍ଥାନୀୟ ବିଧାୟକ ଇଂ. ସୁକାନ୍ତ କୁମାର ନାୟକ କମଳିନୀଙ୍କ କୁଡ଼ିଆରେ ପହଞ୍ଚତ୍ ଏଭଳି ହୃଦୟ ବିଦାରକ ଅବସ୍ଥାକୁ ଦେଖି ଦୁଃଖ ପ୍ରକାଶ କରିଥିଲେ। ଘଟଣାସ୍ଥଳକୁ ନୀଳଗିରି ବିଡିଓ ଅନିତା ନାୟକଙ୍କୁ ଡକାଇ ଯଥାଶୀଘ୍ର କମଳିନୀଙ୍କ ଥଇଥାନ ନିମନ୍ତେ ଘର ଓ ଭତ୍ତା ପାଇଁ ବ୍ୟବସ୍ଥା କରିବାକୁ କହିଥିଲେ। ଏହାସହ ଶୁଦ୍ଧିକ୍ରିୟା ପାଇଁ ବ୍ୟକ୍ତିଗତ ଭାବେ ଆର୍ଥିକ ସାହାଯ୍ୟ ଯୋଗାଇଥିଲେ। ଶୁଦ୍ଧିକ୍ରିୟା ପରେ ସେ କିପରି ରହିବେ ସେଥିଲାଗି ମଧ୍ୟ ବୃଦ୍ଧାଶ୍ରମ ସହ ଯୋଗାଯୋଗ କରିଥିବାର ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବାକୁ ଯାଇ ଫେରିଲେନି ଯୁବକ, ପାଣିରୁ ମୃତଦେହ କାଢ଼ି…

ଖଲ୍ଲିକୋଟ,୧୧ା୭(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଗ୍ରାମ ୧୬ ନଂ ଜାତୀୟ ରାଜପଥ କଡ଼ରେ ଥିବା ଦୋଳା ପୋଖରୀରେ ବୁଡ଼ି ଜଣେ…

ବିଦେଶୀ ମଦ ଦୋକାନ ଉପରେ ବୋମାମାଡ଼ କରି ଫେରାର ହୋଇଗଲେ ଦୁର୍ବୃତ୍ତ, ପୁରୁଣା କର୍ମଚାରୀଙ୍କ…

କୋଣାର୍କ,୧୧ା୭(ଜ୍ୟୋତିରାଜ ମହାନ୍ତି): କୋଣାର୍କ ବସ୍‌ଷ୍ଟାଣ୍ଡ ନିକଟରେ ନୂତନ କରି ଖୋଲିଥିବା ବିଦେଶୀ ମଦ ଦୋକାନକୁ ଜଣେ ଦୁର୍ବୃତ୍ତ ଶନିବାର ପୂର୍ବାହ୍ନରେ ତିନୋଟି ବୋମାମାଡ଼ କରି ଫେରାର ହୋଇଯାଇଥିବାବେଳେ…

ବୁଦାରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ : ହତ୍ୟା ସନ୍ଦେହ

ବିନିକା,୧୦।୭: ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଅଇଁଲାସାରି ଗାଁ ନିକଟ ରାସ୍ତାକଡ଼ରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ…

ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ, ଆଉ ୩…

ଝରିଗାଁ,୧୧ା୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ନୂତନ କୋର୍ଟ ନିକଟରେ ବାଇକ୍‌ ଦୁର୍ଘଟଣା ଯୋଗୁ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ବାଇକ୍‌ରେ ଥିବା…

ଆର୍‌ଆଇ କାର୍ଯ୍ୟାଳୟର ପାଚେରି ଭାଙ୍ଗିଲା, ସୁରକ୍ଷା ନେଇ ଚିନ୍ତା

କର୍ଲାମୁଣ୍ଡା,୧୧ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ରାଜସ୍ବ  ନିରୀକ୍ଷକ (ଆର୍‌.ଆଇ.) କାର୍ଯ୍ୟାଳୟର ପାଚେରିର ଏକ ବଡ଼ ଅଂଶ ଭାଙ୍ଗିପଡ଼ିଛି। ଫଳରେ କାର୍ଯ୍ୟାଳୟ ପରିସରର…

ଫ୍ୟୁଜ ପକାଇବାକୁ ୪ ଘଣ୍ଟା: ଅନ୍ଧାରରେ ରହିଲେ ଲୋକେ; ଅନଲାଇନ- ଅଫଲାଇନ ଅଭିଯୋଗକୁ ନେଇ…

ଭଞ୍ଜନଗର,୧୧।୭(ବାବୁଲା ପ୍ରଧାନ): ଟାଟା ପାୱାର ରାଜ୍ୟରେ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବା ପରଠାରୁ କିଛି କ୍ଷେତ୍ରରେ ଉନ୍ନତି ଆସିଛି। କିନ୍ତୁ ଏବେବି ଗ୍ରାହକମାନେ ସେବାରେ ଅସନ୍ତୁଷ୍ଟ ଅଛନ୍ତି।…

ନିଶାନ୍ତ ବାର ସ୍ଥାନାନ୍ତର ପାଇଁ ତେଜିଲା ଦାବି: ଆନ୍ଦୋଳନ ଚେତାବନୀ ଦେଲେ ଓ୍ବାର୍ଡବାସୀ

କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା -ଟିଟିଲାଗଡ ସହରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାର୍ଶରେ ନିଶାନ୍ତ ବାର ଖୋଲିବାକୁ ପ୍ରୟାସ ଚାଲିଛି। ୱାର୍ଡବାସୀ…

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri